ଓଲା-ଉବର ଯୋଗୁ ଅଟୋ ସେକ୍ଟରରେ ମାନ୍ଦାବସ୍ଥା: ଅର୍ଥମନ୍ତ୍ରୀଙ୍କୁ ସମର୍ଥନ କଲା ମାରୁତି

ନୂଆଦିଲ୍ଲୀ,୨୦-୯:ଓଲା ଓ ଉବର କ୍ୟାବ୍‌ ଆଧାରିତ ଟ୍ୟାକ୍ସି ସୁବିଧା ଯୋଗୁ ଦେଶର ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଆସିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ବୟାନକୁ ଶେଷରେ ମାରୁତି ସୁଜୁକି ମଧ୍ୟ ସମର୍ଥନ କରିଛି। ମିଡିଆକୁ ଏକ ସାକ୍ଷତାକାର ଦେଇ କମ୍ପାନୀ ଅଧ୍ୟକ୍ଷ ଆର୍‌.ସି.ଭାର୍ଗବ ଅର୍ଥମନ୍ତ୍ରୀଙ୍କ ବୟାନକୁ ଉଚିତ୍‌ ବୋଲି ଦର୍ଶାଇଛନ୍ତି। ତେବେ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଅର୍ଥମନ୍ତ୍ରୀଙ୍କ ବୟାନ ସହ ସହମତ ନୁହେଁ ବୋଲି ପୂର୍ବରୁ କହିସାରିଛନ୍ତି।
ଅର୍ଥମନ୍ତ୍ରୀ ସୀତାରାମନ୍‌ ଏକ ଖବରଦାତା ସମ୍ମିଳନୀରେ କହିଥିଲେ ଯେ, ଆଜିକାଲିର ଯୁବବର୍ଗ ଇଏମ୍‌ଆଇ ଜରିଆରେ ନୂଆ କାର୍‌ କିଣିବା ପରିବର୍ତ୍ତେ ଓଲା-ଉବର କ୍ୟାବ୍‌ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ସେ କହିଥିଲେ ଯେ, ଅଟୋ ମୋବାଇଲ ଶିଳ୍ପ ଉପରେ ବିଏସ୍‌-୬ ଏବଂ ଲୋକଙ୍କ ଚିନ୍ତାଧାରାରେ ହେଉଥିବା ପରିବର୍ତ୍ତନର ପ୍ରଭାବ ପଡୁଛି। ମାରୁତି ଅଧ୍ୟକ୍ଷ ଭାର୍ଗବ ଏକ ଖବର କାଗଜକୁ ସାକ୍ଷାତ୍‌କାର ଦେଇ କହିଛନ୍ତି ଯେ, ଓଲା,ଉବର ଭଳି ରାଇଡ୍‌-ହେଲିଙ୍ଗ୍‌ କମ୍ପାନୀ କାରଣରୁ ଭାରତୀୟ ଯୁବବର୍ଗ ଯାତାୟାତ ଲାଗି କାର୍‌ କିଣିବାକୁ ଆବଶ୍ୟକ ମଣୁ ନାହାନ୍ତି। ଏହା ବଦଳରେ ସେମାନେ ନିଜ ଆୟରୁ ଅଧିକ ସଞ୍ଚୟ କରି ମହଙ୍ଗା ଇଲେକ୍ଟ୍ରୋନିକ ସାମଗ୍ରୀ କିଣିବାକୁ ଏବଂ ବୁଲିବାକୁ ପସନ୍ଦ କରୁଛନ୍ତି। ଏଣୁ ସୀତାରାମନ୍‌ଙ୍କ ବୟାନ ଠିକ୍‌ ଥିଲା। ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କାର୍‌ ଦାମ ଦିନକୁ ଦିନ ବଢ଼ିଛି। ଅନ୍ୟପକ୍ଷରେ ଲୋକଙ୍କ କ୍ରୟଶକ୍ତି ବଢ଼ି ନାହିଁ। ଭାରତରେ ପ୍ରତି ବ୍ୟକ୍ତି ଆୟ ମାତ୍ର ୨୨୦୦ ଡଲାର(ପ୍ରାୟ ୧.୫୬ ଲକ୍ଷ ଟଙ୍କା ବାର୍ଷିକ)। ଅପରପକ୍ଷରେ ୟୁରୋପରେ ଏହା ୧୮ ଗୁଣା ଅଧିକ। ସେଠାରେ ପ୍ରତି ବ୍ୟକ୍ତି ଆୟ ୪୦ ହଜାର ଡଲାର। କିନ୍ତୁ ଭାରତ ଓ ୟୁରୋପର କାର୍‌ ମାନରେ ବିଶେଷ କିଛି ଫରକ ନାହିଁ। ସେହିପରି ଚାଇନା ଓ ୟୁରୋପ ତୁଳନାରେ ଏଠାରେ ଅଧିକ ଟିକସ ଆଦାୟ କରାଯାଉଛି। ଏଭଳି ସ୍ଥିତିରେ ଲୋକେ ଅଧିକ ସଂଖ୍ୟାରେ କାର୍‌ କିଣିବେ ବୋଲି ଭାବିବା ଉଚିତ୍‌ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରର ନୂଆ ରେଟ୍‌…

ନୂଆଦିଲ୍ଲୀ,୨୧।୭: ତୈଳ କମ୍ପାନୀ ପକ୍ଷରୁ ରବିବାର ପେଟ୍ରୋଲ ଏବଂ ଡିଜେଲ ଦର ଜାରି କରାଯାଇଛି। ଏଥିରେ କୌଣସି ପରିବର୍ତ୍ତନ ହୋଇ ନ ଥିଲେ ବି କିଛି...

ମଣିପାଲ ହସ୍ପିଟାଲରେ ଆଡଲ୍ଟ ଇମ୍ୟୁନାଇଜେଶନ କ୍ଲିନିକ୍‌

ଭୁବନେଶ୍ୱର,୨୧।୭(ଅନୁରାଧା ମହାରଣା): ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ମଣିପାଲ ହସ୍ପିଟାଲରେ ଆଡଲ୍ଡ ଇମ୍ୟୁନାଇଜେଶନ କ୍ଲିନିକ୍‌ ଉଦ୍‌ଘାଟିତ ହୋଇଯାଇଛି। ଫାଇଜର ଲିମିଟେଡ୍‌ ସହଭାଗିତାରେ ପ୍ରସ୍ତୁତ ଏହି କ୍ଲିନିକ୍‌ରେ ବୟସ୍କମାନଙ୍କ ନିମନ୍ତେ...

କଟକରେ ରିଲାଏନ୍ସ ଡିଜିଟାଲର ନୂତନ ଷ୍ଟୋର

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ପ୍ଲାଟ୍‌ଫର୍ମ ‘ରିଲାଏନ୍ସ ଡିଜିଟାଲ’ର ନୂତନ ଷ୍ଟୋର ଶନିବାର କଟକର...

ବଜାରରେ ନିଉଟ୍ରୋଲାର ନୂତନ ଉତ୍ପାଦ

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଦେଶର ପ୍ରମୁଖ ଫୁଡ୍‌ ବ୍ରାଣ୍ଡ୍‌ ନିଉଟ୍ରୋଲାର ନୂତନ ଉତ୍ପାଦ ରେଞ୍ଜ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଇନ୍‌ଫୋସିଟିସ୍ଥିତି...

ବିଓବିର ୧୧୭ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର ୧୧୭ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଓବିର କଟକସ୍ଥିତ ସିଡିଏ ଶାଖାଠାରେ...

ଇପିଏଫ୍‌ଓରେ ଯୋଡ଼ିହେଲେ ୧୯.୫୦ ଲକ୍ଷ

ଭୁବନେଶ୍ୱର,୨୧।୭(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ) ୨୦୨୪ ମେ’ ମାସର ତଥ୍ୟ ପ୍ରକାଶ କରିଛି। ତଥ୍ୟ ଅନୁଯାୟୀ, ମେ’ ମାସରେ ୧୯.୫୦ ଲକ୍ଷ ସଦସ୍ୟ...

ଉପଭୋକ୍ତାଙ୍କ ସୁରକ୍ଷାକୁ ଟିପିସିଓଡିଏଲ୍‌ର ପ୍ରାଥମିକତା

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ସବୁବେଳେ...

ଲମ୍ୟାନ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): କେୱାଲ କିରଣ କ୍ଲୋଦିଂ ଲିମିଟେଡ୍‌(କେକେସିଏଲ୍‌)ର ମେନ୍‌ସ ଫ୍ୟାଶନ୍‌ ବ୍ରାଣ୍ଡ ‘ଲମ୍ୟାନ୍‌’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ କେନ୍ଦ୍ରାପଡ଼ାର ଦୁହୁରିଆ ଛକସ୍ଥିତ ରାଜକିଶୋର ମାର୍କେଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri