Posted inରାଜ୍ୟ

ଓଭରବ୍ରିଜ୍‌ ଉପରେ କଡ଼ାକଡ଼ି ହେଲା ହେଲ୍‌ମେଟ କଟକଣା: ଦିନକରେ ଧରାପଡ଼ିଲେ ୨ଶହରୁ ଊର୍ଦ୍ଧ୍ୱ ବାଇକ ଚାଳକ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ରାଜଧାନୀ ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ଓଭରବ୍ରିଜ୍‌ ଉପରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗତ ମାସଠାରୁ ଏବେସୁଦ୍ଧା ୧୨ ଦୁର୍ଘଟଣାରେ ୯ ଜୀବନ ଯାଇଥିବାବେଳେ ବହୁ ଗୁରୁତର ଆହତ ହୋଇଛନ୍ତି। ଏସବୁ ଘଟଣାରେ ବାଇକଚାଳକମାନେ ହେଲ୍‌ମେଟ୍‌ ପିନ୍ଧି ନ ଥିବା ଜଣାପଡିଛି। ହେଲେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଦୁର୍ଘଟଣା ବଢ଼ି ଚାଲିଛି। ଏନେଇ ଖୋର୍ଦ୍ଧା ଜିଲାପାଳ ବି.ଏସ୍‌.ପୁନିଆ ସୋମବାର ଭୁବନେଶ୍ୱର ସର୍କିଟ ହାଉସ୍‌ରେ ବୈଠକ ଡାକି ଉଦ୍‌ବେଗ ପ୍ରକାଶ କରିବା ସହ ରସୁଲଗଡ଼ରୁ ଖଣ୍ଡଗିରି ଓଭରବ୍ରିଜ୍‌ ଉପରେ ମାସକ ପାଇଁ ହେଲ୍‌ମେଟ ନିୟମକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେବା ପରେ ତତ୍ପରତା ପ୍ରକାଶ ପାଇଛି। ମଙ୍ଗଳବାର ଆର୍‌ଟିଓ ଓ ଟ୍ରାଫିକ୍‌ ପୋଲିସ ପକ୍ଷରୁ ବରମୁଣ୍ଡା, ଜୟଦେବ ବିହାର ଓ ରସୁଲଗଡ ଓଭରବ୍ରଜ୍‌ ଉପରେ ଏହି ଯାଞ୍ଚ ଆରମ୍ଭ କରାଯାଇଥିଲା। ଯେଉଁ ବାଇକ ଚାଳକମାନେ ହେଲ୍‌ମେଟ୍‌ ପିନ୍ଧି ନ ଥିଲେ ସେମାନଙ୍କୁ ଅଟକାଇ ଜରିମାନା ଆଦାୟ କରିବା ସହ ତାଗିଦ୍‌ କରାଯାଇଥିଲା। ଗୋଟିଏ ଦିନରେ ୨ଶହରୁ ଊର୍ଦ୍ଧ୍ୱ ବାଇକ ଚାଳକ ଧରାପଡି ଜରିମାନା କାଟିଥିବା ଜଣାପଡିଛି।
ଏନେଇ ଭୁବନେଶ୍ୱର ଆର୍‌ଟିଓ-୨ ସଞ୍ଜୟ କୁମାର ବେହେରା କହିଛନ୍ତି, ଓଭରବ୍ରିଜ୍‌ ଉପରେ ଏକାଧିକ ଦୁର୍ଘଟଣାରେ ବାଇକ ଚାଳକଙ୍କ ଜୀବନ ଯାଉଥିବାରୁ ପରୀକ୍ଷାମୂଳକଭାବେ ଏଭଳି ପଦକ୍ଷେପ ନିଆଯାଇଛି। ଯଦି ଏହା ସଫଳ ହୁଏ ଦୁର୍ଘଟଣା କିଛି ମାତ୍ରାରେ ହ୍ରାସ ପାଇବ। ଯଦି ସେଭଳି କିଛି ନ ହୁଏ ତେବେ ବାଇକ ଚାଳକଙ୍କୁ ଓଭରବ୍ରିଜ ଉପରେ ଯିବାକୁ ମନା କରାଯିବ। ସେମାନେ ଓଭରବ୍ରିଜ୍‌ ଉପର ଦେଇ ନ ଯାଇ ତଳ ରସ୍ତାରେ ଯିବାକୁ କୁହାଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଦୁର୍ଘଟଣାରେ ଜୀବନ ଯିବା ପରେ କମିଶନରେଟ ପୋଲିସ ଖଣ୍ଡଗିରିରୁ ପାହାଳ ପର୍ଯ୍ୟନ୍ତ ୫ଟି ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରିଛି। ସେଗୁଡିକ ହେଲା ଭୁଆଶୁଣୀ ମନ୍ଦିର ସମ୍ମୁଖ, ଆଇଗିଣିଆ ଆଳୁଗୋଦାମ ଛକ, ସିଦ୍ଧାର୍ଥ ହୋଟେଲ ସମ୍ମୁଖ, ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ ଓ ପାହାଳ। ଏହିସବୁ ବ୍ଲାକ ସ୍ପଟ୍‌ରେ ପୋଲିସ ସିସିଟିଭି ଲଗାଇ ବାଇକ ଚାଳକଙ୍କ ଗତିବିଧି ଉପରେ ନଜର ରଖିବ। ଏହାସହ ବ୍ୟାରିକେଡ୍‌ ଲଗାଇବା ସହ ସେସବୁ ସ୍ଥାନକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ବୋଲି ଚିହ୍ନଟ କରିବ ବୋଲି ଜଣାପଡିଛି। ତେବେ ହଠାତ୍‌ ଗୋଟିଏ ଦିନରେ କଡାକଡି ଚେକିଂକୁ ନେଇ ବାଇକ୍‌ ଚାଳକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ନିୟମ ହୋଇଥିବା ସେମାନେ ଜାଣିନାହାନ୍ତି। ସଚେତନ କରାଯାଇଥିଲେ ଭଲ ହୋଇଥାନ୍ତା ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୂପେଲିର ଚିକିଛା ଲାଗି ଟଁକା ଅଭାବ୍‌ ଘଟନା: ପରୀକ୍ଷା ଲାଗି ନମୁନା ବାହାରକେ ପଠାଗଲା

  ଗୁଡ଼ଭେଲା,୨୭ା୮(ଡି.ଏନ୍‌.ଏ.): ଗଲା ୧୯ ତାରିଖ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ରୂପେଲିର ଚିକିଛା ଲାଗି ଟଁକା ଅଭାବ୍‌, ଚିନ୍‌ତାରେ ଗରିବ୍‌ ମା’ବାପ୍‌’ ଶୀରଷକ୍‌ରେ ଖବର...

ଆକର୍ଷିତ କରୁଛି ପୁରାତନ ସାମଗ୍ରୀ

କଟକ ଅଫିସ,୯।୮: ବିଦେଶୀଙ୍କୁ ଆକୃଷ୍ଟ କରୁଛି କଟକ ଜିଲା ଖପୁରିଆସ୍ଥିତ ଆଇଟିଆଇ ସରକାରୀ କଲେଜ। ଏଠାରେ ଏକ ଦକ୍ଷତା ସଂଗ୍ରହାଳୟ ରହିଛି। ଏହା ରାଜ୍ୟର କୌଣସି...

ତାଳଚେର କୋଭିଡ୍‌ ଡାକ୍ତରଖାନା ପ୍ରସ୍ତୁତ

ତାଳଚେର, ୨୧ା୪(ନି.ପ୍ର.) ତାଳଚେରସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍‌ପିଟାଲରେ ସୋମବାର ସ୍ବତନ୍ତ୍ର କୋଭିଡ-୧୯ ଡାକ୍ତରଖାନା ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ...

ବର୍ଷାଦିନେ ରାସ୍ତା କାମ, ନାଳ ଖୋଳା

ଖଇରା, ୭।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ସବ୍‌ମାଇନର କେନାଲରେ ରାସ୍ତା ନିର୍ମାଣ ଓ ନାଳ ଖୋଳା କାର୍ଯ୍ୟକୁ ଚାଷୀ ଓ ଗ୍ରାମବାସୀ ବିରୋଧ...

ବିଜ୍ଞାନ ଛାତ୍ରଙ୍କ ପରିବାଚାଷ

କେନ୍ଦୁଝର, ୭।୭(ସ୍ବ.ପ୍ର.)-ପାଠ ସହିତ ଚାଷ କରି ରୋଜଗାରକ୍ଷମ ହୋଇଛନ୍ତି ମାନସିଂ ସୋରେନ ା ତାଙ୍କ ଘର ଘଷିପୁରା ବ୍ଲକରେ। କିନ୍ତୁ ପିଲା ଦିନରୁ ସଦର ବ୍ଲକ...

ମେଲାଣି ନେଲେ ମା’

ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ଆନନ୍ଦ ଉତ୍ସବର ଅନ୍ତ ଘଟାଇ ବିଦାୟ ନେଇଛନ୍ତି ମା’ ଜଗଜ୍ଜନନୀ। ଆତସବାଜି, ଢୋଲ, ମର୍ଦ୍ଦଳ, ଘଣ୍ଟ, ଘଣ୍ଟି ସହ ନାଚ ଗୀତର ରୋଶଣିରେ...

ଫନୀ: ଶତାଧିକ ସ୍କୁଲଗୃହର ପୁନରୁଦ୍ଧାର କାର୍ଯ୍ୟ ସରୁନି; କମ୍ୟୁନିଟି ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳ, କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର ହେଲା ୨୮ ବିଦ୍ୟାଳୟ

ନିମାପଡ଼ା,୨୨ା୬(ଡି.ଏନ୍‌.ଏ.): ପ୍ରଳୟଙ୍କରୀ ବାତ୍ୟା ଫନୀର ବିଭୀଷିକାରେ ନିମାପଡ଼ା ବ୍ଲକ ଓ ଏନ୍‌ଏସି ଅଞ୍ଚଳରେ ୨୬୦ଟି ବିଦ୍ୟାଳୟ ଭାଙ୍ଗିରୁଜି କ୍ଷତିଗ୍ରସ୍ତ ହୋଇଛି। ଅଦ୍ୟାବଧି ଶତାଧିକ ବିଦ୍ୟାଳୟର ପୁନରୁଦ୍ଧାର,...

୫ ବର୍ଷରେ ଲାଗିଛି ୫୦ ହଜାର ଚାରା

  ବଅଁରପାଳ,୨୨ା୭(ଡି.ଏନ.ଏ.) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ଥିବା ନବରତ୍ନ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ସେଥିମଧ୍ୟରୁ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *