Posted inଖେଳ

ଓପନ ବର୍ଗରେ ଜିତିଲେ ଭାରତ ଏ, ବି

ମାମଲ୍ଳାପୁରମ୍‌, ୬ା୮ (ପି.ଟି): ଚେନ୍ନାଇର ମାମଲ୍ଲାପୁରମରେ ଖେଳାଯାଉଥିବା ୪୪ତମ ଫିଡେ ଚେସ୍‌ ଅଲିମ୍ପିଆଡର ଓପନ ବର୍ଗରେ ଭାରତ ଏ ଓ ବି ବିଜୟୀ ହୋଇଛନ୍ତି। ଭାରତ ଏ ଓ ଭାରତ ସି ମଧ୍ୟରେ ମୁକାବିଲାକୁ ସିନୟର ଦଳ ୩-୧ରେ ଜିତି ନେଇଥିଲା। ଅର୍ଜୁନ ଇରିଗାସୀ ଏବଂ ଏସ୍‌ ଏଲ୍‌ ନାରାୟଣନ ଯଥାକ୍ରମେ ଅଭିଜିତ୍‌ ଗୁପ୍ତା ଓ ଅଭିମନ୍ୟୁ ପୁରାଣିକଙ୍କୁ ପରାସ୍ତ କରିଥିଲେ। କ୍ୟୁବାକୁ ୩.୫-୦.୫ ବ୍ୟବଧାନରେ ପରାସ୍ତ କରିଛି ଇଣ୍ଡିଆ ବି। ଗ୍ରାଣ୍ଡମାଷ୍ଟର ଡି ଗୁକେଶ କ୍ୟୁବାର କାର୍ଲୋସ୍‌ ଆଲବୋର୍ନୋଜ କାବ୍ରେରାଙ୍କୁ ହରାଇ ଲଗାତାର ସପ୍ତମ ବିଜୟ ହାସଲ କରିଥିବା ବେଳେ ଭାରତ ବି ବିଜୟୀ ହୋଇଛି। ଭାରତ ବି ୭ଟି ମ୍ୟାଚରୁ ୬ଟିରେ ବିଜୟୀ ହୋଇଥିବା ବେଳେ ଆର. ପ୍ରଜ୍ଞାନନ୍ଦ, ନିହାଲ ସରିନ୍‌ ଏବଂ ବି ଅଧିବନ୍‌ ମଧ୍ୟ ସମାନ ସଂଖ୍ୟକ ମ୍ୟାଚରେ ବିଜୟୀ ହୋଇଛନ୍ତି।
ମହିଳା ବର୍ଗରେ ଟପ୍‌ ସିଡ୍‌ ଭାରତ ଏ ୨.୫-୧.୫ ରେ ଆଜରବୈଜାନକୁ ପରାସ୍ତ କରିଛି। କୋନେର ହମ୍ପିଙ୍କୁ ଗୁନାୟ ମାମ୍ମାଦଜାଦା ପରାସ୍ତ କରିଥିବା ବେଳେ ଡି ହାରିକାଙ୍କ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ତେବେ ତାନିଆ ସଚଦେବ ଓ ଆର. ବୈଶାଳୀଙ୍କ ବିଜୟ ସହିତ ଭାରତ ପଛରୁ ଆସି ମ୍ୟାଚ୍‌ ଜିତିବା ସହିତ ଅପରାଜେୟ ଧାରା ବଜାୟ ରଖିଥିଲା। ଭାରତ ବି ଦଳ ୧.୫ -୨.୫ ପଏଣ୍ଟରେ ଗ୍ରୀସ ନିକଟରୁ ପରାଜିତ ହୋଇଛି। ଭାନ୍ତିକା ଅଗ୍ରଓ୍ବାଲ ଓ ସୌମ୍ୟା ସ୍ବାମୀନାଥନ ନିଜ ମୁକାବିଲାରେ ପରାଜିତ ହୋଇଥିଲେ। ଇଣ୍ଡିଆ ସି ପକ୍ଷରୁ ଇଶା କରାବଡେ ଓ ପି ଭି ନନ୍ଦିଥା ବିଜୟୀ ହୋଇଥିବା ବେଳେ ସ୍ବିଜରଲାଣ୍ଡ ବିପକ୍ଷରେ ଦଳ ୨.୫-୦.୫ରେ ଅଗ୍ରଣୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri