Posted inଖେଳ

ଓପନ ବର୍ଗରେ ଜିତିଲେ ଭାରତ ଏ, ବି

ମାମଲ୍ଳାପୁରମ୍‌, ୬ା୮ (ପି.ଟି): ଚେନ୍ନାଇର ମାମଲ୍ଲାପୁରମରେ ଖେଳାଯାଉଥିବା ୪୪ତମ ଫିଡେ ଚେସ୍‌ ଅଲିମ୍ପିଆଡର ଓପନ ବର୍ଗରେ ଭାରତ ଏ ଓ ବି ବିଜୟୀ ହୋଇଛନ୍ତି। ଭାରତ ଏ ଓ ଭାରତ ସି ମଧ୍ୟରେ ମୁକାବିଲାକୁ ସିନୟର ଦଳ ୩-୧ରେ ଜିତି ନେଇଥିଲା। ଅର୍ଜୁନ ଇରିଗାସୀ ଏବଂ ଏସ୍‌ ଏଲ୍‌ ନାରାୟଣନ ଯଥାକ୍ରମେ ଅଭିଜିତ୍‌ ଗୁପ୍ତା ଓ ଅଭିମନ୍ୟୁ ପୁରାଣିକଙ୍କୁ ପରାସ୍ତ କରିଥିଲେ। କ୍ୟୁବାକୁ ୩.୫-୦.୫ ବ୍ୟବଧାନରେ ପରାସ୍ତ କରିଛି ଇଣ୍ଡିଆ ବି। ଗ୍ରାଣ୍ଡମାଷ୍ଟର ଡି ଗୁକେଶ କ୍ୟୁବାର କାର୍ଲୋସ୍‌ ଆଲବୋର୍ନୋଜ କାବ୍ରେରାଙ୍କୁ ହରାଇ ଲଗାତାର ସପ୍ତମ ବିଜୟ ହାସଲ କରିଥିବା ବେଳେ ଭାରତ ବି ବିଜୟୀ ହୋଇଛି। ଭାରତ ବି ୭ଟି ମ୍ୟାଚରୁ ୬ଟିରେ ବିଜୟୀ ହୋଇଥିବା ବେଳେ ଆର. ପ୍ରଜ୍ଞାନନ୍ଦ, ନିହାଲ ସରିନ୍‌ ଏବଂ ବି ଅଧିବନ୍‌ ମଧ୍ୟ ସମାନ ସଂଖ୍ୟକ ମ୍ୟାଚରେ ବିଜୟୀ ହୋଇଛନ୍ତି।
ମହିଳା ବର୍ଗରେ ଟପ୍‌ ସିଡ୍‌ ଭାରତ ଏ ୨.୫-୧.୫ ରେ ଆଜରବୈଜାନକୁ ପରାସ୍ତ କରିଛି। କୋନେର ହମ୍ପିଙ୍କୁ ଗୁନାୟ ମାମ୍ମାଦଜାଦା ପରାସ୍ତ କରିଥିବା ବେଳେ ଡି ହାରିକାଙ୍କ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ତେବେ ତାନିଆ ସଚଦେବ ଓ ଆର. ବୈଶାଳୀଙ୍କ ବିଜୟ ସହିତ ଭାରତ ପଛରୁ ଆସି ମ୍ୟାଚ୍‌ ଜିତିବା ସହିତ ଅପରାଜେୟ ଧାରା ବଜାୟ ରଖିଥିଲା। ଭାରତ ବି ଦଳ ୧.୫ -୨.୫ ପଏଣ୍ଟରେ ଗ୍ରୀସ ନିକଟରୁ ପରାଜିତ ହୋଇଛି। ଭାନ୍ତିକା ଅଗ୍ରଓ୍ବାଲ ଓ ସୌମ୍ୟା ସ୍ବାମୀନାଥନ ନିଜ ମୁକାବିଲାରେ ପରାଜିତ ହୋଇଥିଲେ। ଇଣ୍ଡିଆ ସି ପକ୍ଷରୁ ଇଶା କରାବଡେ ଓ ପି ଭି ନନ୍ଦିଥା ବିଜୟୀ ହୋଇଥିବା ବେଳେ ସ୍ବିଜରଲାଣ୍ଡ ବିପକ୍ଷରେ ଦଳ ୨.୫-୦.୫ରେ ଅଗ୍ରଣୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ତର୍ଜାତୀୟ କ୍ରିକେଟରୁ ଯୁବିଙ୍କ ଅଲ୍‌ବିଦା

ମୁମ୍ବାଇ,୧୦।୬- କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ୨୦୧୧ ଆଇସିସି ବିଶ୍ୱକପ୍‌ ଓ ୨୦୦୭ ଟି୨୦ ବିଶ୍ୱକପ୍‌ ହିରୋ...

ରିଷଭ ପନ୍ତଙ୍କ ପିଲାଳିଆମି ଯାଉନି

ରାଜକୋଟ,୮।୧୧- ନିଜର ଶଟ୍‌ ଚୟନ ନେଇ ସର୍ବଦା ସମାଲୋଚନାର ସମ୍ମୁଖୀନ ହେଉଥିବା ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବାଂଲାଦେଶ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ...

କରୋନା ଭାଇରସ ପ୍ରଭାବ: ରୁଦ୍ଧଦ୍ୱାରରେ ହେବ ସୁମୋ ଟୁର୍ନାମେଣ୍ଟ

ଟୋକିଓ,୧ା୩(ଏଏଫ୍‌ପି)-କରୋନା ଭାଇରସ ପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ସୁମୋ ସ୍ପ୍ରିଙ୍ଗ୍‌ ଟୁର୍ନାମେଣ୍ଟ ରୁଦ୍ଧଦ୍ୱାର ମଧ୍ୟରେ ହେବ। ଏହି ଖେଳର ପରିଚାଳନା ପରିଷଦ ରବିବାର ପ୍ରକାଶ...

ଭାରତକୁ ୩୭୫ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ସିଡନୀ,୨୭।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଏକଦିବସୀୟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ସିଡନୀରେ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ପ୍ରଥମେ ଟସ୍‌ ଜିତି ଭାରତୁ ୩୭୫ରନର ବିଶାଳ...

ଫିଫାର ସମସ୍ତ ଦାବିକୁ ଗ୍ରହଣ କଲେ ସରକାର

ନୂଆଦିଲ୍ଲୀ, ୨୨ା୮ (ପି.ଟି.): ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଉପରୁ ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂଗଠନ ‘ଫିଫା’ର ବାସନ୍ଦ ଦଣ୍ଡକୁ ହଟାଇବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର...

୧୭ ବର୍ଷରୁ କମ୍‌ ମହିଳା ଫୁଟବଲ: ୧୩ରୁ ଘରୋଇ ମାଟିରେ ଭାରତ ଖେଳିବ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ

ମୁମ୍ବାଇ, ୯।୧୨(ପି.ଟି.)- ଆସନ୍ତାବର୍ଷ ଭାରତରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବା ବେଳେ ପ୍ରସ୍ତୁତି ଓ ଅଭ୍ୟାସ ସ୍ବରୂପ...

ରୋହିତ ଶର୍ମାଙ୍କୁ ରିଅଲ ମାଡ୍ରିଡ୍‌ ଜର୍ସି

ନୂଆଦିଲ୍ଲୀ, ୪ା୩ (ପି.ଟି.)-ଭାରତର ଷ୍ଟାର ଓପନର ରୋହିତ ଶର୍ମାଙ୍କ ସମ୍ମାନାର୍ଥେ ମଙ୍ଗଳବାର ସ୍ପେନ୍‌ର ମାଡ୍ରିଡ୍‌ ଅନ୍ତର୍ଗତ ସାଣ୍ଟିଆଗୋଠାରେ ତାଙ୍କୁ ସ୍ପାନିଶ ଫୁଟ୍‌ବଲ ଟିମ୍‌ ରିୟଲ ମାଡ୍ରିଡ୍‌...

ଆଇଏସ୍‌ଏଲ୍‌: ବେଙ୍ଗଲ- ନର୍ଥଇଷ୍ଟ ମ୍ୟାଚ୍‌ ଡ୍ର

ବେଙ୍ଗାଲୁରୁ,୨୨।୧୦(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫ୍‌ସି ଓ ନର୍ଥ ଇଷ୍ଟ ୟୁନାଇଟେଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଗୋଲ ଶୂନ୍ୟ...

Advertisement
Archives

Model This Week