ଓଡିଶା ନିର୍ମାଣ ସଂଘର ବିକ୍ଷୋଭ

ଫୁଲବାଣୀ ଅଫିସ, ୨୦ା୧-ବିଭିନ୍ନ ଦାବି ନେଇ ଓଡିଶା ନିର୍ମାଣ ସଂଘ କନ୍ଧମାଳ ଶାଖା ପକ୍ଷରୁ ଫୁଲବାଣୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାଦିକୁନ୍ଦା ଛକଠାରେ ଶ୍ରମିକମାନେ ଏକାଠି ହୋଇ ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ପାଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି ।
ନିର୍ମାଣ ଶ୍ରମିକମାନେ ସବୁବେଳେ ଅବହେଳିତ ହୋଇ ରହୁଛନ୍ତି। ପ୍ରକୃତ ନିର୍ମାଣ ଶ୍ର୍ରମିକ ସରକାରୀ ସୁବିଧା ପାଇଁ ପରିଚୟପତ୍ର ପାଇ ପାରୁନାହାନ୍ତି। ନିର୍ମାଣ ଶ୍ରମିକ ନ ଥିବା ତଥା ସ୍ବଚ୍ଛଳ ବର୍ଗର ଲୋକେ ଟଙ୍କା ଦେଇ ବେଆଇନ ଭାବେ ଏହା ହାତେଇଛନ୍ତି। ଏହାର ତଦନ୍ତ କରି ତୁରନ୍ତ ସେମାନଙ୍କ ପରିଚୟପତ୍ର ରଦ୍ଦ କରିବାକୁ ଶ୍ରମିକନେତା ତଥା ସଂଘ ଜିଲା ଆବାହକ ଜନବାଦୀ ଗୌଡ, ନକୁଳ ପ୍ରଧାନ, ସୁକାନ୍ତ ଦିଗାଲ, ଦାମୋଦର କହଁର, ଶତ୍ରୁଘନ ମଲ୍ଲିକ, ପ୍ରକାଶ ଚନ୍ଦ୍ର ନାୟକ, ସୁଧାଂଶୁ ପ୍ରଧାନ ପ୍ରକାଶ କରିଛନ୍ତି।
ଏଥିସହ ଜିଲାରେ ଖାଲି ପଡିଥିବା ଶ୍ରମ ଅଧିକାରୀ ପଦବୀ ତୁରନ୍ତ ପୁରଣ କରିବା, ବର୍ଷ ବର୍ଷ ଧରି ପଡି ରହିଥିବା ନାମ ପଞ୍ଜୀକରଣ ପରିଚୟପତ୍ର ଫର୍ମ ତୁରନ୍ତ କାର୍ଯ୍ୟକାରୀ କରି ପରିଚୟପତ୍ର ପ୍ରଦାନ କରିବା, କନ୍ଧମାଳ ଜିଲାକୁ ପ୍ରବାସୀ ଶ୍ରମିକ କଲ୍ୟାଣ ଯୋଜନାରେ ସାମିଲ କରାଯାଇ ବର୍ଷକୁ ୨୦୦ ଦିନ କାର୍ଯ୍ୟ ଯୋଗାଇଦେବା, ଫୁଲବାଣୀ, ଜି.ଉଦୟଗିରି ଏବଂ ବାଲିଗୁଡାରେ ନିର୍ମାଣ ଶ୍ରମିକ ଭବନ ନିର୍ମାଣ କରିବା ଆଦି ଦାବି ସମ୍ପର୍କରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶାରଳା ମନ୍ଦିର ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ

ଜଗତ୍‌ସିଂହପୁର ଅଫିସ୍‌/ତିର୍ତ୍ତୋଲ,୨୦ା(ଡି.ଏନ.ଏ.): କନକପୁରସ୍ଥିତ ମା’ଶାରଳା ମନ୍ଦିରରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। କନକପୁର ଦେଉଳୀ ଗ୍ରାମର ତ୍ରିଲୋଚନ ରାଉଳ(ଗୁଲା)ନାମକ ସେବାୟତଙ୍କୁ ୩ଜଣ ମରଣାନ୍ତକ ଆକ୍ରମଣ...

ଭଞ୍ଜସେନା ଛାତ୍ର ସଙ୍ଗଠନ ଘେରିଲା ଜିଲାପାଳଙ୍କ କାର୍ଯ୍ୟାଳୟ

ବାରିପଦା ଅଫିସ,୧।୩: ମୟୁରଭଞ୍ଜ ଜିଲାରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ସୁଧାର ଆଣିବା ଦାବିରେ ଅଗ୍ରଣୀ ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ଛାତ୍ର ଶାଖା ପକ୍ଷରୁ ବୁଧବାର ଜିଲାପାଳଙ୍କ...

ପଞ୍ଚାୟତ ନିର୍ବାଚନର ପ୍ରଥମ ଫଳାଫଳ: ସୋରଡ଼ାର ୬୩ ନଂ ଜୋନ୍‌ରେ ବାଜି ମାରିଲା ବିଜେଡି

ସୋରଡ଼ା,୨୬ା୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନ ଗଣତିର ପ୍ରଥମ ଦିନରେ ଫଳାଫଳ ଆସିଛି। ଗଞ୍ଜାମ ଜିଲା ସୋରଡ଼ାର ୬୩ ନମ୍ବର ଜୋନ୍‌ର ବିଜେଡି ପ୍ରାର୍ଥୀ ସମରେନ୍ଦ୍ର କୁମାର ସାହୁ...

ଗଁ। ରେ ପଶି ଜୀବନ ନେଲା ହାତୀ

କଣିହାଁ,୨୯।୧୨(ଡି.ଏନ.ଏ.)-ଅନୁଗୋଳ ଜିଲା ରେଙ୍ଗାଳି ଥାନା କୁଳୁମା ପଞ୍ଚାୟତ ଓଳନ୍ଦା ଗ୍ରାମରେ ଶନିବାର ସାରେ ହାତୀ ଆକ୍ରମଣରେ ନବକିଶୋର ସେଠୀଙ୍କ ମୃତ୍ୟୁ ହୋଇଛି। ଅସାଧୁ ନାୟକଙ୍କ ଚାଳ...

ବଢ଼ୁଛି ଜଙ୍ଗଲ ନିଆଁ, ନଷ୍ଟ ହେଉଛି ପରିବେଶ

ନବରଙ୍ଗପୁର,୧୫।୨(ବି.ପ୍ର.): ଜଙ୍ଗଲରେ ଲାଗୁଛି ନିଆଁ। ପରିବେଶ ପ୍ରଦୂଷଣ ସହ ମୂଲ୍ୟବାନ୍‌ ଔଷଧୀୟ ଗଛ ସବୁ ନଷ୍ଟ ହୋଇ ଜଙ୍ଗଲ କ୍ଷୟ ହେଉଛି। ବିଭିନ୍ନ କାରଣରୁ ଲୋକେ...

ଏସ୍‌ସିବିରେ ଜାରି ରହିବ ଟେଲିମେଡିସିନ ସେବା

କଟକ ଅଫିସ,୧୦।୫: ଲକ୍‌ଡାଉନ ଶେଷ ହେବା ଯାଏ ଏସ୍‌ସିବିରେ ରୋଗୀମାନଙ୍କ ନିମନ୍ତେ ଜାରି ରହିବ ଟେଲିମେଡିସିନ ସେବା। ଏବେ ଏଠାକୁ ପହଞ୍ଚତ୍ ପାରୁ ନ ଥିବା...

ନାହାନ୍ତି ୧୧ ଡାକ୍ତର, ନାହିଁ ମହାପ୍ରୟାଣ ଗାଡ଼ି

ଛତ୍ରପୁର,୨୩।୫(ଡି.ଏନ.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହର ହୋଇ ମଧ୍ୟ ବ୍ରହ୍ମପୁର ସହରରେ ମୁଖ୍ୟ ହସ୍ପିଟାଲ( ସିଟି ହସ୍ପିଟାଲ) ରହିଛି। ଦୀର୍ଘବର୍ଷ ଧରି ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ...

ନଦୀ ସୁରକ୍ଷା ସମିତି ପକ୍ଷରୁ ଦାବିପତ୍ର

କେନ୍ଦୁଝର/ଚମ୍ପୁଆ/ ବାଲେଶ୍ୱର ଅଫିସ/ ନୀଳଗିରି, ୧୧।୫(ସ୍ବ.ପ୍ର./ଡି.ଏନ.ଏ.) – କେନ୍ଦୁଝର ସଦର ସବ୍‌ଡିଭିଜନରେ ବାଲି ମାଫିଆମାନଙ୍କ ଚୋରା ବାଲିଚାଲାଣ ଚରମ ସୀମାରେ ପହଞ୍ଚିଛି। ଏପରିକି ଦିନ ଦ୍ୱିପହରରେ...

Advertisement
Archives

Model This Week