Posted inଖେଳ

ଓଡ଼ିଶା ବାହୁକୁସ୍ତି ଦଳର ସଫଳତା

ଭୁବନେଶ୍ୱର, ୨୮ା୬ (ସ୍ପୋଟର୍‌ସ ବ୍ୟୁରୋ)- ଛତିଶଗଡ଼ର ଭିଲାଇଠାରେ ୪୩ ତମ ଜାତୀୟ ବାହୁକୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପ୍ରତିଯୋଗୀମାନେ ସଫଳତା ହାସଲ କରିଛନ୍ତି। ୯୦କେଜି ସିନିୟର ପୁରୁଷ ବିଭାଗରେ ପ୍ରମୋଦ ମୁଖୀ ସ୍ବର୍ଣ୍ଣ ପଦକ ଲାଭ କରିଥିବାବେଳେ ପ୍ରତାପ ଷଡ଼ଙ୍ଗୀ ୬୫କେଜି ବିଭାଗରେ ବ୍ରୋଞ୍ଜ ପଦକ ପାଇଛନ୍ତି। ସେହିପରି ଚନ୍ଦନ ବେହେରା ଭିନ୍ନକ୍ଷମ ପୁରୁଷ ବିଭାଗରେ ସ୍ବର୍ଣ୍ଣ ପଦକ ସହ ଶ୍ରେଷ୍ଠ ଖେଳାଳି ଏବଂ ସୋମନାଥ ପାତ୍ର ୮୦କେଜି ବାମହାତୀ ପୁରୁଷ ସିନିୟର ବିଭାଗରେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ପ୍ରତିଯୋଗିତାରେ ଭାଗ ନେବାଲାଗି ଓଡ଼ିଶାର ୩୦ଜଣିଆ ଦଳ ଗସ୍ତ କରିଥିଲା। ଦଳ ସହିତ ଓଡ଼ିଶା ବାହୁକୁସ୍ତି ଆସୋସିଏଶନ ସାଧାରଣ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ, ମ୍ୟାନେଜର ସାଗର ନାୟକ, କୋଚ୍‌ ସୁମିତ ରାଜ୍‌ ଏବଂ ସନ୍ତୋଷ ଦାସ ପ୍ରମୁଖ ଭିଲାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ଶକ୍ତି ଉତ୍ତୋଳନରେ ରାଜ୍ୟର ୫୧ ପ୍ରତିଯୋଗୀ

ଭୁବନେଶ୍ୱର, ୧୮।୩ (କ୍ରୀଡ଼ା ପ୍ରତିନିଧି)- ଜାମସେଦପୁରରେ ବୁଧବାରଠାରୁ ଆରମ୍ଭ ହୋଇଥିବା ୩୮ତମ ମହିଳା ଓ ୪୬ତମ ପୁରୁଷ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ରାଜ୍ୟର ୫୧...

କବର ସ୍ଥାନରେ କ୍ରିକେଟ ଅଭ୍ୟାସ କରୁଥିଲେ, ସୌରଭ ଗାଙ୍ଗୁଲି ବଦଳାଇଦେଲେ ଭାଗ୍ୟ

ନିଜ ଉପରେ ଯଦି ବିଶ୍ୱାସ ଅଛି ତେବେ କିଛି ବି କାମ ଅସମ୍ଭବ ନୁହେଁ। ଭାରତୀୟ ଦଳର ଜଣେ କ୍ରିକେଟର ମଧ୍ୟ ଅଛନ୍ତି, ଯିଏ କବର...

ଲଣ୍ଡା ଟେଷ୍ଟ କ୍ରିକେଟ ଟିମ୍‌ରେ ନାହାନ୍ତି ବିରେନ୍ଦ୍ର ସେହ୍ବାଗ

ଲକ୍‌ଡାଉନ ଯୋଗୁ ଏବେ କୌଣସି କ୍ରିକେଟ ସିରିଜ୍‌ ଆୟୋଜନ କରାଯାଉନାହିଁ। ଏଥିପାଇଁ କ୍ରିକେଟରମାନେ ଘରେ ରହି ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। କିଛି ଖେଳାଳି ମଜାଦାର...

ଭାରତ ଚାମ୍ପିୟନ୍‌ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି, ଖେଳ ମନ୍ତ୍ରୀ କହିଲେ..

ନୂଆଦିଲ୍ଲୀ,୧୭।୧୧:ଆସନ୍ତା ୧୦ ବର୍ଷ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଘୋଷଣା କରିଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ।...

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିର କ୍ରମାଗତ ୪ର୍ଥ ବିଜୟ

ଭୁବନେଶ୍ୱର,୧୬।୧(କ୍ରୀଡ଼ା ପ୍ରତିନିଧି)-  ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଘରୋଇ ଗ୍ରାଉଣ୍ଡରେ କ୍ରମାଗତ ୩ ବିଜୟ ସହ ହ୍ୟାଟ୍ରିକ କରିଥିବା ଓଡ଼ିଶା ଏଫ୍‌ସି ବାହାର ପରିବେଶରେ ମଧ୍ୟ ଦକ୍ଷତା...

ଇଣ୍ଡିଆନ ସୁପର ଲିଗ୍‌: ନର୍ଥଇଷ୍ଟ ୟୁନାଇଟେଡ୍‌ର ବିଜୟ ଅଭିଯାନ

ଭାସ୍କୋ,୨୨।୧୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ନର୍ଥଇଷ୍ଟ ୟୁନାଟେଡ୍‌ କ୍ଲବ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶନିବାର ସ୍ଥାନୀୟ ତିଳକ ମଇଦାନ ଷ୍ଟାଡିୟମରେ ଅନୁଷ୍ଠିତ...

ଭାରତୀୟ ଦଳକୁ ବଡ଼ ଝଟ୍‌କା

ଲଣ୍ଡନ,୧୯।୬(ପି.ଟି.)- ଭାରତୀୟ କ୍ରିକେଟ ଦଳର ବିଶ୍ୱକପ୍‌ ଅଭିଯାନକୁ ବୁଧବାର ବଡ଼ ଝଟ୍‌କା ଲାଗିଛି। ଦକ୍ଷ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ...

ସାଇ’ର ଅପ୍‌ଗ୍ରେଡ୍‌ ଏସ୍‌ଓପି

ନୂଆଦିଲ୍ଲୀ, ୧୬ା୯ (ପି.ଟି.): ଜାତୀୟ କ୍ୟାମ୍ପଗୁଡ଼ିକ ଆରମ୍ଭ ହେବାପୂର୍ବରୁ କୋଭିଡ୍‌-୧୯କୁ ହାତେଇବା ଲାଗି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଏହାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର...

Advertisement
Archives

Model This Week