Posted inଖେଳ

ଓଡ଼ିଶା ଏଫ୍‌ସି ସହ ଶୁଭମଙ୍କ ଚୁକ୍ତି ମିଆଦ ବୃଦ୍ଧି

ଭୁବନେଶ୍ୱର, ୩୦ା୪(କ୍ରୀଡ଼ା ପ୍ରତିନିଧି)-ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗତ ସିଜନଠାରୁ ଭୁବନେଶ୍ୱର ଭିତ୍ତିକ ହୋଇଥିବା ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫ୍‌ସି ପ୍ରତିଭାସମ୍ପନ୍ନ ଓଡ଼ିଆ ଫୁଟବଲ ଖେଳାଳି ଶୁଭମ୍‌ ଷଡ଼ଙ୍ଗୀଙ୍କ ସହ ଚୁକ୍ତିମିଆଦ ବୃଦ୍ଧି କରିଛି। ବୁଧବାର ହୋଇଥିବା ଚୁକ୍ତି ଅନୁସାରେ ୧୯ ବର୍ଷୀୟ ଶୁଭମ୍‌ ୨୦୨୩ ପର୍ଯ୍ୟନ୍ତ କ୍ଲବ ପକ୍ଷରୁ ଖେଳିବେ। ” ଶୁଭମ୍‌ ୧୭ ବର୍ଷର ହୋଇଥିବାବେଳେ କ୍ଲବ ସହିତ ଯୋଡ଼ି ହୋଇଥିଲେ। ସେ ଜଣେ ବିଚକ୍ଷଣ ପ୍ରତିଭାଧାରୀ ହୋଇଥିବାରୁ ପ୍ରଥମ ଖେଳାଳିଭାବେ ଆମେ ତାଙ୍କୁ ଆସ୍ପିରେ ଏକାଡେମୀକୁ ପଠାଇଥିଲୁ। ସମୟ ବଢ଼ିବା ସହ ସେ କ୍ରମେ ଅଭିଜ୍ଞ ହୋଇଛନ୍ତି ଏବଂ ଆଗାମୀ ଦିନରେ ଆହୁରି ଚମତ୍କାର ଖେଳବେ ବୋଲି ଆମର ଆଶା ରହିଛି। ଚଳିତ ବର୍ଷ ତାଙ୍କ ପ୍ରଦର୍ଶନ ଦର୍ଶନୀୟ ଥିଲା। ଏହା ତାଙ୍କ ପାଇଁ ଆରମ୍ଭ ମାତ୍ର। ସେ ବହୁତ ଆଗକୁ ଯାଇପାରିବେ ବୋଲି ପ୍ରମାଣିତ କରି ସାରିଛନ୍ତି। କଠିନ ପରିଶ୍ରମ ସହ ଧୈର୍ଯ୍ୟ ରଖିଲେ ଜଣେ ନିଜ ସ୍ବପ୍ନ ସାର୍ଥକ କରିପାରିବ ବୋଲି ଶୁଭମ୍‌ ପ୍ରମାଣିତ କରିଛନ୍ତି। ଓଡ଼ିଶା ଖେଳାଳିଙ୍କ ପାଇଁ ସେ ଆଦର୍ଶ ସାଜିଛନ୍ତି“ ବୋଲି କ୍ଲବ ସଭାପତି ରୋହନ ଶର୍ମା ପ୍ରକାଶ କରିଛନ୍ତି।
ଚୁକ୍ତି ମିଆଦ ବୃଦ୍ଧିରେ ଶୁଭମ୍‌ ସ୍ବାଭାବିକ ଖୁସି ଜାହିର କରିଛନ୍ତି। ”ଆଗାମୀ ୩ ବର୍ଷ ପାଇଁ ଓଡ଼ିଶା ଏଫ୍‌ସି ସହିତ ରହିବା ନିଶ୍ଚିତ ହୋଇଥିବାରୁ ମୁଁ ବହୁତ ଖୁସି। କଳିଙ୍ଗ ଷ୍ଟାଡିୟମରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳିବାକୁ ମୁଁ ବହୁତ ଉପଭୋଗ କରିଛି। କ୍ଲବ ପାଇଁ ଆଗାମୀ ଦିନରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। ଚୁକ୍ତି ବଢ଼ାଇଥିବାରୁ ଏବଂ କ୍ରମାଗତଭାବେ ସମର୍ଥନ ଦେଇ ଆସିଥିବାରୁ କ୍ଲବ ମ୍ୟାନେଜମେଣ୍ଟ ନିକଟରେ ମୁଁ କୃତଜ୍ଞ। ଆଗାମୀ ଦିନରେ ପଡ଼ିଆରେ ଭଲ ଖେଳି କ୍ଲବ ଏବଂ ମୋ ରାଜ୍ୟକୁ ଗର୍ବିତ କରିବାକୁ ଚେଷ୍ଟା କରିବି“ ବୋଲି ଶୁଭମ୍‌ ନିଜ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମେ ବ୍ୟାଟିଂ କରିବ ଭାରତ

ଅହମ୍ମଦାବାଦ,୧୨।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ଆଗ ବ୍ୟାଟିଂ କରିବ। ଭ୍ରମଣକାରୀ ଦଳର ଅଧିନାୟକ...

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ସିରିଜ ଡ୍ର

ବର୍ମିଂହାମ,୫।୭: ଏଠାର ଏଜବାଷ୍ଟନ ମଇଦାନରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ବାଜିମାତ କରିଛି ଘରୋଇ ଦଳ। ଚତୁର୍ଥ ଇନିଂସରେ ଇଂଲଣ୍ଡ ୩୭୮ ରନ୍‌ ସ୍କୋର...

ଇତିହାସ ରଚିଲେ ଏହି କ୍ରିକେଟର୍‌

କିଙ୍ଗଷ୍ଟନ,୨୪।୮:ପାକିସ୍ତାନ କ୍ରିକେଟ ଦଳର ଏବେ ନୂଆ ସଙ୍କଟମୋଚକ ହେଉଛନ୍ତି ଫୱାଦ ଆଲାମ। ଦଳର ଆବଶ୍ୟକତା ସମୟରେ ସେ ଚମତ୍କାର ଖେଲ ପ୍ରଦର୍ଶନ କରୁଛନ୍ତି॥ ୱେଷ୍ଟଇଣ୍ଡିଜ ବିପକ୍ଷରେ...

ଲାଞ୍ଚ ନେବା କଥା ସ୍ବୀକାର କଲେ ଜାମ୍‌ସେଦ

ଲଣ୍ଡନ,୧୧।୧୨(ଏଏଫ୍‌ପି)- ପାକିସ୍ତାନ ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ନାସିର ଜାମସେଦ ଫିକ୍ସିଂ କରିବା ପାଇଁ ଷଡଯନ୍ତ୍ରରେ ସାମିଲ ହୋଇଥିବା ସ୍ବିକାର କରିଛନ୍ତି। ସେ ଏଥିପାଇଁ ଲାଞ୍ଚ ମଧ୍ୟ...

ବାରବାଟୀରେ ଭାରତ, ବାଂଲାଦେଶ ମ୍ୟାଚ

ଭୁବନେଶ୍ୱର,୧୨ା୧୨ (ସ୍ପୋଟର୍‌ସ ବ୍ୟୁରୋ) : ଭାରତରେ ଅନୁଷ୍ଠିତ ଦୃଷ୍ଟିବାଧିତ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦୃଷ୍ଟିବାଧିତ ଦଳ ଏହାର ତୃତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ। ଐତିହାସିକ ବାରବାଟୀ...

ଏଆଇଏଫ୍‌ଏଫ୍‌-ସାଇକୁ କୋଚ୍‌ଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୪।୫: ଅଲ୍‌ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ଏବଂ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ପକ୍ଷରୁ ମିଳିତଭାବେ ଆୟୋଜିତ ଅନ୍‌ଲାଇନ୍‌ କୋଚିଂ ରିଫ୍ରେଶର କୋର୍ସ ବେଶ୍‌ ଉପାଦେୟ...

ପ୍ରବଳ ଯନ୍ତ୍ରଣା ସତ୍ତ୍ୱେ ବ୍ୟାଟିଂ କରିବାକୁ ଆସି ଏମିତି କାରନାମା କଲେ ପନ୍ତ

ସିଡନୀ,୧୧।୧:ସିଡନୀ ଟେଷ୍ଟ ରୋଚକ ପରିସ୍ଥିତିରେ ପହଞ୍ଚିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ଟେଷ୍ଟର ପଞ୍ଚମ ତଥା ଶେଷ ଦିନରେ ଭାରତକୁ ଜିତିବା ପାଇଁ...

ଚା’ ଦୋକାନୀଙ୍କ ସହ ରାତ୍ରଭୋଜନ କରି ଋଣ ପ୍ରତିଶୋଧ କରିଥିଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜଣେ ମହାନ ଖେଲାଳି ଏଥିରେ ସନ୍ଦେହ ନାହିଁ। କେବଳ ଖେଳାଳି ଭାବେ ନୁହେଁ, ଜଣେ...

Advertisement
Archives

Model This Week