ଓଡ଼ିଶାରେ ଚାଷୀଙ୍କ ମାସିକ ଆୟ ହାରାହାରି ୫ ହଜାର

ନୂଆଦିଲ୍ଲୀ,୧୭-୭: ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ଚାଷୀଙ୍କ ମାସିକ ହାରାହାରି ଆୟ ୫୦୦୦ ଟଙ୍କା। ଅର୍ଥାତ ଜଣେ ଚାଷୀ ଦୈନିକ ୧୬୬ ଟଙ୍କା ଆୟ କରୁଛି। ଏହି ଅର୍ଥରେ ଜଣେ ଚାଷୀ ପରିବାର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାକୁ ବାଧ୍ୟ ହେଉଛି। ‘ପରିସ୍ଥିତି ଆକଳନ ସର୍ଭେ’ ମାଧ୍ୟମରେ ନ୍ୟାଶନାଲ ସାମ୍ପୁଲ ସର୍ଭେ ଅଫିସ୍‌(ଏନ୍‌ଏସ୍‌ଏସ୍‌ଓ)ପକ୍ଷରୁ ଚାଷୀ ପରିବାରର ଆୟ ଆକଳନ କରାଯାଉଛି। ୨୦୧୩ରେ ନ୍ୟାଶନାଲ ସାମ୍ପୁଲ ସର୍ଭେର ୭୦ତମ ରାଉଣ୍ଡ ପରେ ୨୨ ରାଜ୍ୟର ଚାଷୀଙ୍କ ମାସିକ ହାରାହାରି ଆୟ ୧୦ ହଜାର ଟଙ୍କା ଥିବା ଆକଳନ କରାଯାଇଥିଲା। ଏଥିରେ ଦରମା/ମଜୁରି, ଫସଲ ବିକ୍ରି, ପଶୁପାଳନରୁ ଲାଭ ଏବଂ ଅଣକୃଷିଜନିତ ଆୟକୁ ହିସାବକୁ ନିଆଯାଇଛି। ବିହାରରେ ଚାଷୀଙ୍କ ମାସିକ ହାରାହାରି ଆୟ ସର୍ବନିମ୍ନ ସ୍ତର ୩୫୫୮ ଟଙ୍କା ରହିଛି। ପଶ୍ଚିମବଙ୍ଗର ଚାଷୀଙ୍କ ମାସିକ ଆୟ ୩୯୮୦ ଟଙ୍କା, ଉତ୍ତରାଖଣ୍ଡରେ ୪୭୦୧ ଟଙ୍କା, ଝାଡ଼ଖଣ୍ଡରେ ୪୭୨୧ ଟଙ୍କା, ୪୯୨୩ ଟଙ୍କା ଉତ୍ତର ପ୍ରଦେଶରେ ଏବଂ ଓଡ଼ିଶାରେ ୪୯୭୬ ଟଙ୍କା ଚାଷୀଙ୍କ ମାସିକ ହାରାହାରି ଆୟ ହେଉଥିବା ସର୍ଭେରୁ ଜଣାପଡିଛି। ହରିୟାନାର ଚାଷୀ ସର୍ବାଧିକ ୧୪,୪୩୪ ଟଙ୍କା ଆୟ ସହ ଶୀର୍ଷରେ ରହିଛି ବୋଲି ରାଜ୍ୟ ସଭାରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ପ୍ରକାଶ କରିଛନ୍ତି। ମୌସୁମୀର ଅନିୟମିତତା, ଜଳସେଚନ ସୁବିଧାର ଅଭାବ, ରୋଗପୋକ ଆକ୍ରମଣ ଯୋଗୁ ଚାଷୀଙ୍କ ଆୟ ବୃଦ୍ଧିରେ ବଡ଼ ବାଧକ ବୋଲି ସେ କହିଛନ୍ତି। ୨୦୧୮-୧୯ରେ କୃଷି, ଜଙ୍ଗଲ ଏବଂ ମତ୍ସ୍ୟ ପାଳନ କ୍ଷେତ୍ରରେ ଅଭିବୃଦ୍ଧି ମାତ୍ର ୨.୯% ରହିଛି। ଏହାର ପୂର୍ବବର୍ଷ ଅଭିବୃଦ୍ଧି ହାର ୫% ରହିଥିଲା। ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଏ କ୍ଷେତ୍ରରେ ବିକାଶ ହାର ମାଇନସ୍‌ ୦.୧ ପ୍ରତିଶତ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁପ୍ତା ଡିଷ୍ଟ୍ରବ୍ୟୁଟର୍ସରେ ଓ୍ବାନ ପ୍ଲସ ମୋବାଇଲର ବିକ୍ରି ଆରମ୍ଭ

ଭୁବନେଶ୍ୱର,୨୬-୧୧: ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଓ୍ବାନପ୍ଲସ ମୋବାଇଲର ବିକ୍ରି ଆରମ୍ଭ ହୋଇଛି। ଅନଲାଇନର ପ୍ରଡକ୍ଟ ଏବଂ ପ୍ରାଇସ ଅଫଲାଇନରେ ଉପଲବ୍ଧ କରାଇଥିବା ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ...

ଫ୍ୟୁଚର କଞ୍ଜ୍ୟୁମର ଲିମିଟେଡର ନୂଆ ଉତ୍ପାଦ

ଭୁବନେଶ୍ୱର,୧୫-୭: ଫ୍ୟୁଚର କଞ୍ଜ୍ୟୁମର ଲିମିଟେଡ ପକ୍ଷରୁ ଡିଟରଜେଣ୍ଟ ସେଗମେଣ୍ଟରେ ନୂଆ ପ୍ରଡକ୍ଟ ଭୂମ ବଜାରକୁ ଆସିଛି। ଏହାକୁ ଫ୍ୟାଶନ ବିଶେଷଜ୍ଞଙ୍କ ଦ୍ୱାରା ଡିଜାଇନ କରାଯାଇଛି। ଫ୍ୟାବ୍ରିକ...

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜର ପୁନରୁଦ୍ଧାର ଆଶା କ୍ଷୀଣ ହେବାରେ ଲାଗିଛି। ଏହାର ବିମାନ ପୁଣିଥରେ ଉଡ଼ିବାର ସମ୍ଭାବନା ନ ଥିଲା ଭଳି ମନେ ହେଉଛି। କାରଣ...

ବିକାଶରେ ସମଭାଗୀ ହେବେ ଘରୋଇ ବ୍ୟାଙ୍କ

ନୂଆଦିଲ୍ଲୀ:  ଦେଶର ଅର୍ଥନୈତିକ ବିକାଶରେ ବର୍ତ୍ତମାନଠାରୁ ଘରୋଇ ବ୍ୟାଙ୍କଗୁଡ଼ିକ ସମାନ ଭାବେ ଭାଗୀଦାରି ହେବେ। ଘରୋଇ ବ୍ୟାଙ୍କ ପାଇଁ ରହିଥିବା ବିଭିନ୍ନ କଟକଣାକୁ ସରକାର ଉଠାଇଦେଇଛନ୍ତି। ସରକାରଙ୍କ...

ଟଙ୍କା, ସେନ୍‌ସେକ୍ସ ହ୍ରାସ, ସୁନା ଦର ବୃଦ୍ଧି

ମୁମ୍ବାଇ,୨୩-୮: ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ଗୁରୁବାର ସ୍ପଷ୍ଟ କଲା ପରେ...

ଇନଫୋସିସ ସହ-ପ୍ରତିଷ୍ଠାତାଙ୍କ ପରିବାର ବିକିଲେ ୮୫ ଲକ୍ଷ ଶେୟାର

ବାଙ୍ଗାଲୋର,୨୫।୭: ଇନ୍‌ଫୋସିସ ସହ ପ୍ରତିଷ୍ଠାତା ଏସ୍‌.ଡି ଶିବୁଲାଲଙ୍କ ପରିବାର ସଦସ୍ୟ କମ୍ପାନୀରେ ଥିବା ସେମାନଙ୍କ ମୋଟ ଶେୟାର ମଧ୍ୟରୁ ୮୫ ଲକ୍ଷ ଶେୟାର ବିକ୍ରି କରିଦେଇଛନ୍ତି।...

ପୁଞ୍ଜି ବଜାରରେ ସୂଚୀଭୁକ୍ତ ହେବାକୁ ଗଡକରୀଙ୍କ ଏମ୍‌ଏସ୍‌ଏମ୍‌ଇଙ୍କୁ ଆହ୍ବାନ

ନୂଆଦିଲ୍ଲୀ,୧-୧୦: ଦେଶର ଅଣୁ,କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ନିଜକୁ ପୁଞ୍ଜି ବଜାରରେ ସୂଚୀଭୁକ୍ତ କରାଇବା ଲାଗି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇମନ୍ତ୍ରୀ ନୀତିନ ଗଡକରୀ ସୋମବାର ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ...

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା...

Advertisement


Archives

Model This Week