ଓଡ଼ିଶାରେ ଏନ୍‌ପିଆର୍‌ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୮।୧(ବ୍ୟୁରୋ):ସାରା ଦେଶରେ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର)କୁ ନେଇ ବିକ୍ଷୋଭ ଏବଂ ବିତର୍କ ଚାଲିଥିବା ବେଳେ ରାଜ୍ୟ ସରକାର ଓଡିଶାରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଜଣେ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ପ୍ରାଥମିକଭାବେ ଏନ୍‌ପିଆର ପାଇଁ ପାଇଲଟ ସର୍ଭେ ଆରମ୍ଭ ହୋଇଛି। ଘରକୁ ଘର ବୁଲି ଏହି ପ୍ରକ୍ରିୟାରେ ତଥ୍ୟ ସଂଗ୍ରହ କରାଯିବ। ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ନିର୍ଦ୍ଦେଶନାମା ଅନୁୟାୟୀ ଏହି କାର୍ଯ୍ୟର ପ୍ରକ୍ରିୟା ଆରମ୍ଭ ହୋଇଛି। ଏପ୍ରିଲ ଦ୍ୱିତୀୟ ସପ୍ତାହ ବେଳକୁ ଅଧିକାରୀମାନେ ଘରକୁ ଘର ବୁଲି ତାଲିକା ପ୍ରସ୍ତୁତ କରିବେ। କେତେକ ରାଜ୍ୟରେ ଏନ୍‌ପିଆରକୁ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)ର ପ୍ରଥମ ସୋପାନ ବୋଲି ଅଭିହିତ କରିଛନ୍ତି। ହେଲେ ଏନପିଆର୍‌ ସହ ଏଆର୍‌ସିର କୌଣସି ସମ୍ପର୍କ ନ ଥିବା ରାଜ୍ୟ ସରକାର ମତ ରଖିସାରିଛନ୍ତି। ସେହିଭଳି ଏହି ପ୍ରକ୍ରିୟାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ଲାଗି ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ରାଲିରେ ଅଘଟଣ: ଅସୁସ୍ଥ ହୋଇପଡ଼ିଲେ ବରିଷ୍ଠ ନେତା ନରସିଂହ ମିଶ୍ର

ଭୁବନେଶ୍ୱର,୨୮।୧୨(ବ୨୍ୟୁରୋ): କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ। ଗୁରୁତର ଅବସ୍ଥାରେ ତାଙ୍କୁ ସୋମବାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବାହ୍ନରେ ସିବିଆଇ...

ଘୋଷଣାରେ ରହିଯିବ ‘ଗାନ୍ଧୀ ସର୍କିଟ’

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଚଳିତବର୍ଷ କେବଳ ପାଳନରେ ସୀମିତ ରହିଯିବ ସରକାରଙ୍କ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହକୁ ମହାସମାରୋହର ସହ ଆୟୋଜନ କରିବାକୁ...

ଭାଟସାହିରେ ଚୋର ଧରିବା ପାଇଁ ବୁଲିଲା ଖଟ: ଗାଁକୁ ୩ ଥର ଯାଇ ଖଟବୁଲାଳିଙ୍କୁ ଧରିପାରିଲାନି ପୋଲିସ

ନୟାଗଡ଼ ଅଫିସ,୨।୧୧: ନୟାଗଡ଼ ଜିଲା ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨ କିଲୋମିଟର ଦୂର ଭାଟସାହି ଗ୍ରାମରେ ଶୁକ୍ରବାର ଗ୍ରାମବାସୀ ଚୋର ଧରିବା ପାଇଁ ଖଟ ବୁଲାଇଥିଲେ।...

ସେଣ୍ଟ୍‌ ଡେଭିଡ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଝାରସୁଗୁଡା ଅଫିସ,୧୪।୪: କରୋନା ମୁକାବିଲା ପାଇଁ ଝାରସୁଗୁଡ଼ାସ୍ଥିତ ସେଣ୍ଟ୍‌ ଡେଭିଡ ସିଏନ୍‌ଆଇ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା...

ସାମ୍ବାଦିକତା କ୍ଷେତ୍ରରେ ରାଜ୍ୟର ଜଣେ ପରିଚିତ ଚେହେରା ଜୀମୂତ ମଙ୍ଗରାଜ

ଭୁବନେଶ୍ୱର,(ବ୍ୟୁରୋ)/ଯାଁଳା, ୨୮ା୬(ଡି.ଏନ୍‌.ଏ.): ବରିଷ୍ଠ ସାମ୍ବାଦିକ, ଲେଖକ ତଥା ସ୍ତମ୍ଭକାର ଜୀମୂତ ବାହନ ମଙ୍ଗରାଜ (୬୪)ଙ୍କ ରବିବାର ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ସେ ସ୍କୁଟିରେ ଖୋର୍ଦ୍ଧାରୁ...

ବଢୁଛି ବାତ୍ୟା ଭୟ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଓଡ଼ିଶାକୁ ବାତ୍ୟା ଭୟ ବଢ଼ିବାରେ ଲାଗିଛି। ଅକ୍ଟୋବର ୨୪ରୁ ୨୬ ମଧ୍ୟରେ ଉତ୍ତର ଓଡ଼ିଶା, ପାରାଦୀପ କିମ୍ବା ପୁରୀଠାରେ ବାତ୍ୟା ପିଟି ହେବା ଆଶଙ୍କା...

ଆଜି ୯ ଜିଲାକୁ ଘନକୁହୁଡ଼ି

ଭୁବନେଶ୍ୱର, ୨୩।୧(ବ୍ୟୁରୋ):ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ ଶୀତ କମିଯାଇଥିବାବେଳେ କୁହୁଡ଼ି ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି...

୧୬ରେ ଆସୁଛନ୍ତି ମୋଦି, ଭୁବନେଶ୍ୱରରେ କରିବେ ରୋଡ ଶୋ’

ଭୁବନେଶ୍ୱର,୧୪।୪(ବ୍ୟୁରୋ): ଆସନ୍ତା ୧୬ରେ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ କାଳରେ ସେ ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆୟୋଜିତ...

Advertisement
Archives

Model This Week