Posted inରାଜ୍ୟ

ଓଡ଼ିଆ ରଙ୍ଗମଞ୍ଚକୁ ମହିଳାଙ୍କ ପ୍ରବେଶ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ସମୟର ପରିବର୍ତ୍ତନ ସତ୍ତ୍ୱେ ଆମ ସଂସ୍କୃତିର ମୌଳିକତାକୁ ଅକ୍ଷୁଣ୍ଣ ରଖିବା ଏକ ବଡ଼ ଆହ୍ବାନ। ସଂସ୍କୃତିର ସୁରକ୍ଷା, ବିକାଶ ଏବଂ ସାମଗ୍ରିକ ଅଭିବୃଦ୍ଧି ପାଇଁ ସବୁ ସଚେତନ ନାଗରିକ ଉଦ୍ୟମ କରିବା ବାଞ୍ଛନୀୟ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମଙ୍ଗଳବାର ଅଭିଲେଖାଗାରରେ ଅନୁଷ୍ଠିତ ‘ସଂସ୍କୃତି ଚର୍ଚ୍ଚା’ରେ ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶାର ସାଂସ୍କୃତିକ ବୈଶିଷ୍ଟ୍ୟକୁ ଅଧିକ ପ୍ରସାରିତ ତଥା ଆଦୃତ କରିବା ଦିଗରେ ବିଭାଗ ସବୁ ପ୍ରକାର ପଦକ୍ଷେପ ନେବ ବୋଲି କହିଥିଲେ। ବରିଷ୍ଠ ଅଭିନେତ୍ରୀ ଝରଣା ଦାସ କାର୍ଯ୍ୟକ୍ରମରେ ‘ଓଡ଼ିଆ ସୌଖୀନ ରଙ୍ଗମଞ୍ଚ, ବେତାର, ଚଳଚ୍ଚିତ୍ର ଓ ନାରୀବାଦ’ ଶୀର୍ଷକ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖିଥିଲେ। ଓଡ଼ିଆ ରଙ୍ଗମଞ୍ଚକୁ ମହିଳାଙ୍କ ପ୍ରବେଶ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ। ଅନେକ ଅଶିକ୍ଷିତ, ଏପରି କି ନିରକ୍ଷର ମହିଳା ଓଡ଼ିଶାରେ ମଞ୍ଚକୁ ଆସିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଅଭିନେତ୍ରୀ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ସେତେବେଳେ ସେମାନଙ୍କ ଆଗରେ ସଂଳାପ ପଢ଼ାଯାଉଥିଲା ଏବଂ ସେମାନେ ତାହା ଘୋଷି ମନେ ରଖୁଥିଲେ। ଏଥିରୁ ପ୍ରମାଣିତ ହେଲା ଯେ, ଅଭିନୟ ସହିତ ଶିକ୍ଷାର ମହତ୍ତ୍ୱ ଜଡ଼ିତ ଏବଂ ଏହା ଅଭିନୟକୁ ମାର୍ଜିତ କରେ। ସମୟକୁ ଚିହ୍ନିବା ଓ ତା’ର ସଦୁପଯୋଗ କରିବା ଅତ୍ୟନ୍ତ ଜରୁରୀ। ସମୟୋପଯୋଗୀ ପଦକ୍ଷେପ ପରବର୍ତ୍ତୀ ସମୟରେ କୃତିତ୍ୱ, ଆଦୃତି ଓ ପ୍ରଭାବ ଆଣି ଦେଇଥାଏ ବୋଲି ଝରଣା ଦାସ କହିଥିଲେ। ଏହି ଅବସରରେ ତାଙ୍କ କିମ୍ବଦନ୍ତୀ ଅଭିନୟ ଜୀବନ ଆଧାରିତ ୧୦ ମିନିଟ୍‌ ଅବଧିର ଏକ ଡକ୍ୟୁମେଣ୍ଟାରି ‘ପ୍ରଣାମ ଝରଣା ଦାସ’ ଅତ୍ୟନ୍ତ ଉପଭୋଗ୍ୟ ହୋଇଥିଲା। କାର୍ଯ୍ୟକ୍ରମରେ ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପାଇଁ ସଜେଇ ହେଉଛି ପୁରୀ: ଆକର୍ଷଣୀୟ ହେବ ସିଂହଦ୍ୱାର ଶେଡ୍‌

ପୁରୀ ଅଫିସ, ୨୫ା୧୨:ଆସୁଛି ନୂଆବର୍ଷ। ସଜେଇ ହେଉଛି ପୁରୀ। ଭକ୍ତ, ପର୍ଯ୍ୟଟକ, ତୀର୍ଥଯାତ୍ରୀ ସମସ୍ତଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହେଉଛି ପର୍ଯ୍ୟଟନ ସହର। ବିଶେଷକରି...

ପ୍ରକଳ୍ପ କାମର ପୂର୍ଣ୍ଣାଙ୍ଗ ରିପୋର୍ଟ ୭ ଦିନରେ ଦିଅ: ମୁଖ୍ୟ ସଚିବ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ପୁରୀ ଓ ଗଞ୍ଜାମ ଜିଲାର ବୃହତ୍‌ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ...

ବଡଭାଇ ବଳଭଦ୍ରଙ୍କ ରଥଟଣା ଆରମ୍ଭ

ପୁରୀ,୨୮।୬(ଅଜିତ୍‌ ମହାନ୍ତି) ଆଜି ବାହୁଡିବେ ଚର୍ତୁଦ୍ଧାମୂର୍ତ୍ତି। ଜନ୍ମବେଦୀରେ ନିଜର ୯ଦିନିଆ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ଲେଉଟି ଯିବେ ତିନି ଠାକୁର। ସେଥିଲାଗି ସଅଳ ନୀତିକାନ୍ତି ଶେଷ...

ନମୁନା ପରୀକ୍ଷାର ଦିନକ ପରେ ମିଳୁଛି ରୋଗୀ ସେବା

ଜଗତ୍‌ସିଂହପୁର ଅଫିସ, ୨୫ା୪: ଜଗତ୍‌ସିଂହପୁର ଜିଲା ପ୍ରାଣୀଧନ ଚିକିତ୍ସାଳୟକୁ ପ୍ରାଣୀଙ୍କ ଚିକିତ୍ସା ଓ ନମୁନା ପରୀକ୍ଷା ପାଇଁ ପ୍ରତ୍ୟହ ବହୁସଂଖ୍ୟକ ଲୋକ ଆସୁଛନ୍ତି। କିନ୍ତୁ ସେମାନଙ୍କୁ...

ଭଦ୍ରକ, ବାଲେଶ୍ୱର, ଯାଜପୁରରେ ୬୦ଘଣ୍ଟିଆ ଶଟ୍‌ଡାଉନ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ରାଜ୍ୟରେ କାରୋନା(କୋଭିଡ୍‌-୧୯) ସ୍ଥିତି ବେଳକୁବେଳ ଜଟିଳ ହେବାରେ ଲାଗିଛି। ଭୁବନେଶ୍ୱର ପରେ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି...

ମାଟ୍ରିକ ପରୀକ୍ଷା ଫଳ : ୩୧ଟି ସ୍କୁଲରେ ରେଜଲ୍ଟ ଶୂନ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ବୁଧବାର ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ମାଟ୍ରିକ ପରୀକ୍ଷାଫଳ। ଚଳିତ ବର୍ଷ ପାସ୍‌ ହାର ୭୮.୭୬ % ରହିଛି। ଗତବର୍ଷଠାରୁ ଚଳିତ ବର୍ଷ...

କିନ୍ନର ଚିନ୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍‌, ପ୍ରଶଂସା

ଛେଣ୍ଡିପଦା,୫।୬(ସ୍ବ.ପ୍ର.): ୫୦ କିଲୋମିଟର ଦୂରରେ ଥିଲେ ମଧ୍ୟ ଫୋନ୍‌ କଲ୍‌ଟିଏ ପାଇ କୋଭିଡ୍‌ ସଂକ୍ରମିତଙ୍କ ମୃତଦେହ ସଂସ୍କାର ନିମନ୍ତେ ପହଞ୍ଚିଯାଉଥିବା ଅନୁଗୋଳ ଜିଲା ଜରପଡ଼ାର ସାମାଜିକ...

ତ୍ରୁଟି ଥିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ: ଚନ୍ଦ୍ରିକା

କଟକ,୩୧।୮(ସୁପ୍ରିୟା ପ୍ରିୟଦର୍ଶିନୀ)କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଜଣେ ରୋଗୀଙ୍କୁ ଭୁଲ୍‌ ରକ୍ତ ଦିଆଯିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ରେଡ୍‌କ୍ରସ୍‌ ବ୍ଲଡ୍‌ ବ୍ୟାଙ୍କ ପକ୍ଷରୁ ତାଙ୍କୁ...

Advertisement
Archives

Model This Week