ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ

ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’, ‘ପଶ୍ଚିମ ଦିଗରେ ବୁଡ଼ଇ ରବି, ଆହାକି ସୁନ୍ଦର ଲୋହିତ ଛବି’, ‘ବଂଶୀ ବାଜୁଛି ନଦୀ ତୀରେ, ହଂସ ଖେଳୁଛି ନଦୀ ନୀରେ’ – ଏହିପରି ଚମତ୍କାର ଜୀବନ ଆବେଗର ଅତ୍ୟନ୍ତ ବିଲକ୍ଷଣ ପଂକ୍ତିଗୁଡ଼ିକର ଧାଡ଼ି ଅଗଣିତ ଓଡ଼ିଆଙ୍କ ଜିଭ ଆଗରେ ଏବେ ବି ପ୍ରତିଦିନ ଝଙ୍କୃତ ହେଉଥାଏ। ସମସ୍ତଙ୍କୁ ଏହା ଜଣା ଯେ, ଏହି କାଳଜୟୀ ଓ ଶିକ୍ଷା ପ୍ରଦାୟକ ନୈତିକ ଶିକ୍ଷାର ବାର୍ତ୍ତାବହ ତଥା ଜୀବନତ୍ବର ନୀତିବାଣୀର ମର୍ମସ୍ପର୍ଶୀ ଲେଖନୀ ହେଉଛି ଭକ୍ତକବି ମଧୁସୂଦନ ରାଓଙ୍କ ଅଦ୍ୱିତୀୟ ସୃଷ୍ଟି ‘ବର୍ଣ୍ଣବୋଧ’। ଇତିମଧ୍ୟରେ ଏହାର ପୁନଃପ୍ରକାଶ ହେବାକୁ ଯାଉଛି। ପାଖାପାଖି ୧୧୦ ବର୍ଷ ପରେ କୋଟି କୋଟି ଓଡ଼ିଆ ଏହି ହୃଦୟସ୍ପର୍ଶୀ ପୁସ୍ତକକୁ ପୁଣିଥରେ ନୂଆ ରୂପରେ ପଢ଼ିବା ପାଇଁ ଯାଉଛନ୍ତି। ୧୯୦୧ ରେ ଏହି ବର୍ଣ୍ଣବୋଧକୁ ଲେଖିଥିଲେ ଭକ୍ତକବି ମଧୁସୂଦନ ରାଓ। ଓଡ଼ିଆ ବର୍ଣ୍ଣବୋଧ ଆମର କେବଳ ସମସାମୟିକ ଜୀବନକୁ ନୁହେଁ ଏପରି କ୍ୱଚିତ ଓଡ଼ିଆ ରହିଥିଲେ ଯେଉଁମାନେ କି ଏହାକୁ କେବଳ ଯେ ନ ପଢ଼ିଥିବେ ବରଂ ଏହାକୁ ବୁଝି ନ ଥିବେ। ଓଡ଼ିଆ ମାଟି, ପାଣି, ପବନ, ଓଡ଼ିଆ ଭାବନା, ଜୀବନ ଚେତନା, ପ୍ରାକୃତିକ ନୈସର୍ଗିକ ସୌନ୍ଦର୍ଯ୍ୟ, ଜୀବନ ନୈତିକ ଶିକ୍ଷା, ନୀତିବାଣୀର ଭାବନା ଏପରି ଅନେକ ଚେତନାରେ ସମ୍ପୂର୍ଣ୍ଣ ଭରପୂର ହୋଇଛି ଏହି ଭକ୍ତକବିଙ୍କ ମଧୁ ବର୍ଣ୍ଣବୋଧ।
ଦେଢ଼ଶହ ବର୍ଷ ଧରି ଅନେକ କୋଟି ଓଡ଼ିଆଙ୍କ ଜୀବନ ପ୍ରାଣର ଏକ ପ୍ରକାର ଆବାହନୀ ଓ ସାମଗ୍ରିକ ଶିକ୍ଷାର ଅମାପ ବାର୍ତ୍ତା ଭରି ରହିଥିବା ଏହି ବର୍ଣ୍ଣବୋଧ ପୁନର୍ବାର ଓଡ଼ିଆରେ ପ୍ରକାଶିତ ହୋଇ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ୟାପକ ଉଦ୍ୟମ ଆରମ୍ଭ ହୋଇଛି। ଅନେକେ ହୁଏତ ଜାଣି ନ ଥିବେ ବଙ୍ଗଳା ସାହିତ୍ୟର ସାରସ୍ବତ ନାୟକ ଓ ପ୍ରସିଦ୍ଧ ଲେଖକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ବଙ୍ଗଳା ଭାଷା ପାଇଁ ‘ବର୍ଣ୍ଣ ପରିଚୟ’ ପୁସ୍ତକଟି ଲେଖିଥିଲେ। ବର୍ଣ୍ଣବୋଧ ହେଉଛି ଓଡ଼ିଆ ଭାଷା ସାହିତ୍ୟ, ଜୀବନବୋଧର ଏପରି ଏକ ଜୀବନଦସ୍ତାବିଜ; ଯାହାର ପ୍ରତିଟି ଧାଡ଼ି ଅମୃତସ୍ପର୍ଶୀ ଓ କାଳଜୟୀ। ଭକ୍ତକବି ମଧୁସୂଦନ ଏହି ପୁସ୍ତକଟି ମାତ୍ର ଗୋଟିଏ ରାତି ଭିତରେ ପ୍ରସ୍ତୁତ କରିପାରିଥିଲେ ମଧ୍ୟ ଏହାକୁ ସମୃଦ୍ଧ ଓ ତଥ୍ୟଭିତ୍ତିକ କରିବା ପାଇଁ ତାଙ୍କର ଦୀର୍ଘ ସମୟର ପରିଶ୍ରମ କିନ୍ତୁ ରହିଥିଲା। ୧୮୮୫ ମସିହାରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପୁସ୍ତକ ପ୍ରକାଶନୀ ସଂସ୍ଥା ମ୍ୟାକମିଲନ ଆଣ୍ଡ କମ୍ପାନୀ ଏହାର ପ୍ରକାଶନ ଦାୟିତ୍ୱ ନେଇଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ରୂପରେ ଏହି ବହିଟି ଅନେକବାର ବିଭିନ୍ନ ସଂସ୍କରଣ ମାଧ୍ୟମରେ ପ୍ରକାଶିତ ହୋଇଛି। ଆପଣ ଯେ କୌଣସି ଛୋଟବଡ଼ ବହି ଦୋକାନ କିମ୍ବା ରାସ୍ତାକଡ଼ର ବହି ଓ ମାଗାଜିନ ପସରା ମେଲାଇଥିବା ବହି ଶପ୍‌ରେ ଭକ୍ତକବିଙ୍କ ମଧୁବର୍ଣ୍ଣବୋଧ ନିଶ୍ଚିତ ପାଇବେ। ଏହା ହିଁ ହେଉଛି କୋଟି କୋଟି ଓଡ଼ିଆଙ୍କ ଏହି ଶୀର୍ଣ୍ଣକାୟ ଚଟିବହିଟି ପ୍ରତି ଆବେଗ ଓ ଆକର୍ଷଣର ଡୋରି। ବର୍ଣ୍ଣବୋଧ ପୁସ୍ତକର ସମସାମୟିକ ଏହି ଭାଷା ବର୍ଣ୍ଣାଳୀର ଅନେକ ସୃଷ୍ଟି ମଧ୍ୟ କୃତବିଦ୍ୟ ଓଡ଼ିଆ ସାହିତ୍ୟ ସ୍ରଷ୍ଟାଙ୍କ ଦ୍ୱାରା ସମ୍ଭବ ହୋଇଥିଲା। ତତ୍କାଳୀନ ଓଡ଼ିଆ ଭାଷା ଓ ତଜ୍ଜନିତ ସାହିତ୍ୟର ଅଭାବକୁ ଲକ୍ଷ୍ୟ ରଖି ଯେଉଁକିଛି ପୁସ୍ତକ ପ୍ରକାଶ ହୋଇଥିଲା ସେଗୁଡ଼ିକ ହେଉଛି ‘ବର୍ଣ୍ଣଶିକ୍ଷା’, ‘ବର୍ଣ୍ଣବୋଧକ’, ‘ବର୍ଣ୍ଣ ନିୟମ’, ‘ବର୍ଣ୍ଣ ପରିଚୟ’, ‘ଶିକ୍ଷା ମଞ୍ଜରୀ’, ‘ବାଳବୋଧିନୀ’, ‘ପ୍ରଥମ ପାଠ’, ‘ବର୍ଣ୍ଣ ବିଜ୍ଞାନ’ ପ୍ରମୁଖ। ତେବେ ଏ ସବୁ ଭିତରେ ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧର ସ୍ବତନ୍ତ୍ରତା ରହିଥିଲା। କାରଣ ଏଥିରେ ଭରି ରହିଥିଲା କେବଳ ଶିଶୁମାନଙ୍କ ପାଇଁ ନୁହେଁ ସବୁ ବୟସର ଲୋକମାନଙ୍କ ପାଇଁ ଜୀବନ ଶିକ୍ଷା ହେଉ ବା ନୈତିକ ଶିକ୍ଷା, ଆଧ୍ୟାତ୍ମିକ ଶିକ୍ଷା ହେଉ ବା ଭାବଗତ ଶିକ୍ଷା। ଏସବୁ ପରିପୃଷ୍ଠ ହୋଇଥିଲା ବର୍ଣ୍ଣବୋଧରେ।
ଭକ୍ତକବି ଭାବେ ମଧୁସୂଦନ ରାଓ ଓଡ଼ିଆଙ୍କ ପାଖରେ ଏକ ପ୍ରାତଃ ସ୍ମରଣୀୟ ପରିଚିତ ବ୍ୟକ୍ତିତ୍ୱ। ବୃତ୍ତିଗତ କ୍ଷେତ୍ରରେ ସେ ଥିଲେ ଜଣେ ଶିକ୍ଷକ ଓ ଭାଷାବିତ୍‌। ଓଡ଼ିଆ ଭାଷା ପ୍ରତି ତାଙ୍କର ରହିଥିଲା ଅମାପ ଆବେଗ, ଦୁର୍ବଳତା ଓ ଭଲପାଇବା। ବର୍ଣ୍ଣବୋଧ ଏକ ଏପରି ସରଳ ବୋଧଗମ୍ୟ ଓ ଭାଷା ଆବେଗ ତଥା ନୈତିକ ଶିକ୍ଷା ପ୍ରଦାୟକ ପୁସ୍ତିକା ଯାହା କି ବାସ୍ତବିକ ପ୍ରତିଟି ଓଡ଼ିଆଙ୍କ ଘରେ ଏକ ସଂଗ୍ରହଣୀୟ ଭାଷା ଦସ୍ତାବିଜ ଭାବେ ରହିବା କଥା। ଯେତେବେଳେ ଓଡ଼ିଆ ଭାଷାକୁ ବିଶେଷକରି ବଙ୍ଗଳାର ଆହ୍ବାନକୁ ସାମ୍ନା କରିବାକୁ ପଡ଼ୁଥିଲା ‘ଓଡ଼ିଆ ଏକ ସ୍ବତନ୍ତ୍ର ଭାଷା ନଏ।’ ସେହି ଭାଷା ଆହ୍ବାନକୁ ନିଜ ଭିତରେ ଶାଣିତ ଓ ତୀବ୍ର କରିଥିଲେ ଭକ୍ତକବି। ଓଡ଼ିଆ ଭାଷା, ବନାନ, ବର୍ଣ୍ଣ, ଶବ୍ଦ, ଯୁକ୍ତାକ୍ଷର ସବୁକିଛିକୁ ତଉଲି ଓ ଏହାର ସାମଞ୍ଜସ୍ୟ ରଖି ପ୍ରସ୍ତୁତ ହୋଇଥିବା ସେ ଦିନର ଭକ୍ତକବିଙ୍କ ଏହି ମହାର୍ଘ ବର୍ଣ୍ଣବୋଧ ଏ ଯାବତ୍‌ ତାହା ଆଗ୍ରହ ଓ ଆବେଗକୁ ଅତୁଟ ରଖିଛି। ଏହା କେବଳ ଓଡ଼ିଆ ଭାଷା, ଶିକ୍ଷା ବା ବର୍ଣ୍ଣମାଳା କିମ୍ବା ଯୁକ୍ତାକ୍ଷର ପ୍ରସ୍ତୁତିର ଏକ ଶିକ୍ଷା ପୁସ୍ତିକା ନୁହେଁ ଏହା ହେଉଛି ଭାବପୂର୍ଣ୍ଣ ପ୍ରକୃତି ହେଉ ବା ଜୀବନଚର୍ଯ୍ୟା, ଆଧ୍ୟାତ୍ମିକ ହେଉ ବା ଅମୃତ ନିର୍ଝର। ସବୁକିଛିକୁ ଏହା ଆକର୍ଷଣୀୟ ଭାବରେ ଏପରି ମର୍ମସ୍ପର୍ଶୀ ପ୍ରେରଣା ଦେଇଛି, ଯାହାକି ସମ୍ଭବତଃ ଆଉ ଏକ ବର୍ଣ୍ଣବୋଧ ସୃଷ୍ଟି ହୋଇ ନ ପାରେ। ନିତିଦିନିଆ ଜୀବନରେ ମାମୁଘରର ସ୍ମୃତି ରହିଛି ଏହି ବର୍ଣ୍ଣବୋଧରେ – ‘ଚକା ଚକା ଭଉଁରି, ମାମୁଘର ଚଉଁରି’। କାଳ ରାତି ପାହିବା ପରେ ଜଣକ ଜୀବନ ଆରମ୍ଭ ହୋଇଥାଏ ସୂର୍ଯ୍ୟୋଦୟରୁ ଆଉ ଏହାକୁ ଆମ ସମସ୍ତଙ୍କ ପାଖରେ କାଉର ରାବ ଦ୍ୱାରା ହିଁ ଜଣାଯାଇଥାଏ। ଭକ୍ତକବି ବର୍ଣ୍ଣବୋଧରେ ଲେଖିଛନ୍ତି – ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’। ଏବେ ତ ପ୍ରଚଣ୍ଡ ଖରାର ନିଦାଘ ରୌଦ୍ରତାପ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଜାଣିଛନ୍ତି ବର୍ଣ୍ଣବୋଧରେ ଏହା ବେଶ୍‌ ସୁସ୍ପଷ୍ଟ ହୋଇଛି – ‘ବୈଶାଖ ମାସେ ବଡ଼ ଖରା, ଅତି ତପତ ହୁଏ ଧରା’। ଜୀବନ ଯାତ୍ରା ପଥରେ ଆମମାନଙ୍କ ଉଚିତ କର୍ତ୍ତବ୍ୟର ଶିକ୍ଷଣୀୟ ବାର୍ତ୍ତା ରହିଛି ଏଥିରେ ତାହା ହେଉଛି – ‘ବଂଶୀ ବାଜୁଛି ନଦୀ ତୀରେ, ହଂସ ଖେଳୁଛି ନଦୀ ନୀରେ’। କେବଳ ସେତିକି ନୁହେଁ ପିଲାମାନଙ୍କୁ ଜୀବନ ପ୍ରାରମ୍ଭକୁ ନୈତିକ ଶିକ୍ଷାଦେଇ ଭକ୍ତକବି ଏଥିରେ ଲେଖିଛନ୍ତି – ‘କୁବାକ୍ୟ କେବେ ନ କହିବ, ଆଳସ୍ୟ କେବେ ନ କରିବ। ମିଥ୍ୟାକୁ ପାପ ବୋଲି ଜାଣି, କହିବ ସଦା ସତ୍ୟବାଣୀ’। ପ୍ରତିଟି ମୁହୂର୍ତ୍ତ ଭଗବାନଙ୍କ ପାଇଁ ସମର୍ପିତ କରି ଜୀବନରେ ଆଧ୍ୟାତ୍ମିକ ତତ୍ତ୍ୱ ଓ ଭାବଧାରାକୁ ଶିଶୁମନରେ ଉଦ୍ରେକ କରିବା ପାଇଁ କବି ରଚନା କରିଛନ୍ତି – ‘ଯାହା ମୁଁ କରଇ, ଯାହା ମୁଁ କହଇ, ଯାହା ମୁଁ ଚିନ୍ତଇ ମନେ, ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ପ୍ରତି କ୍ଷଣେ’।
ଜାତିର ଆତ୍ମା ଭାବେ ଏକ ମାତୃଭାଷା ହେଉଛି ଜାତି ପାଇଁ ସମ୍ମାନ। ଭାଷା ଏକ ଶାସ୍ତ୍ରୀୟ ସ୍ବୀକୃତି ଯେ ପାଇଥାଏ ଏହା ପଛରେ ରହିଛି ଓଡ଼ିଆ ଭାଷାର ଗୌରବମୟ ଇତିହାସ। ଭକ୍ତକବି ମଧୁସୂଦନଙ୍କ କାଳଜୟୀ ଅମୃତ ସୃଷ୍ଟି ବର୍ଣ୍ଣବୋଧ ଏ ଜାତିର, ଏ ଜାତିର ଅସ୍ମିତାର ସର୍ବୋପରି ଭାଷାର ମୂଳପିଣ୍ଡ କହିଲେ ଭୁଲ୍‌ ହେବନାହିଁ। ଏହି ଶୀର୍ଣ୍ଣକାୟ ଚଟି ବହିଟି କେବଳ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଏକ ନାମ ବାଚକ ପୁସ୍ତିକା ନୁହେଁ ଏହା ଯେଉଁ ଆବେଗ, ଉନ୍ମେଷ, ଜାତି ଓ ଭାଷା ପ୍ରତି ସମର୍ପଣ ଭାବ ସୃଷ୍ଟି କରେ ତାହା କମ ବଡ଼କଥା ନୁହେଁ। ଓଡ଼ିଆ ଭାଷାର ଶ୍ରେଷ୍ଠ ଓ ଗୌରବମୟ କୃତି ଓ ସ୍ବୀକୃତି ହେଉଛି ଭକ୍ତକବି ମଧୁସୂଦନ ରାଓଙ୍କ ଏହି ବର୍ଣ୍ଣବୋଧ। ଓଡ଼ିଆ ଭାଷା ସାହିତ୍ୟ ଶିକ୍ଷାରେ ଧ଼ାଈମା’ର ଭୂମିକା ନେଇଥିବା ଭକ୍ତକବିଙ୍କ ‘ବର୍ଣ୍ଣବୋଧ’ ପ୍ରତିଟି ଓଡ଼ିଆଙ୍କ ଭାଷା ସାହିତ୍ୟର ଜୀବନ ସ୍ପନ୍ଦନ କହିଲେ ଅତ୍ୟୁକ୍ତି ହେବନାହିଁ।
ଶ୍ରୀବିହାର କଲୋନୀ, କଟକ
ମୋ: ୯୪୩୭୬୬୬୪୫୩


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri