ଓଡ଼ିଆ ଭାଷା ଓ ଜାତି

ବିଜୟ ମୋହନ ମିଶ୍ର

ଆଦିକବି ସାରଳା ଦାସଙ୍କଠାରୁ ଆରମ୍ଭ କରି ଅନେକ କବି ଓ ମନୀଷୀ ଓଡିଆ ଭାଷାକୁ ସମୃଦ୍ଧ କରିଛନ୍ତି। ଭାଷା ସମୃଦ୍ଧିର ଅର୍ଥ ହେଲା ଭାଷାର ଶବ୍ଦପ୍ରୟୋଗ, ଭାଷାର ବ୍ୟାକରଣ, ଭାଷାର କହିବାଶୈଳୀ ଏବଂ ଲିପି ସଂସ୍କାର। ଓଡିଆ ଭାଷାର ଜୀବନ-ବୀଜ କିନ୍ତୁ ବହୁ ଆଗରୁ ପ୍ରୋତ୍‌ଥିତ ଲୌକିକ ଭାବେ, କଥିତ ଭାଷାରେ ଓଡିଆ ଭାଷାର ମୂଳ ରୂପର ପ୍ରଚଳନ ବହୁ ହଜାର ବର୍ଷ ତଳେ, ପ୍ରାଗ୍‌ବୈଦିକ ସାହିତ୍ୟରେ। ଏହାର ସମ୍ପୂର୍ଣ୍ଣ ଅନୁସନ୍ଧାନ ଏ ପର୍ଯ୍ୟନ୍ତ ହୋଇନାହିଁ।
ଭାଷାରୁ ସାହିତ୍ୟ ସୃଷ୍ଟି। ସାହିତ୍ୟ ସମାଜ ଓ ସଂସ୍କୃତିର ପ୍ରତିବିମ୍ବ- ଇତିହାସର ଧ୍ୱନି। ସାହିତ୍ୟରୁ ଶିକ୍ଷା ଓ ଲୋକାଚାରର ଉପଦେଶ। ଲୌକିକ କିମ୍ବଦନ୍ତୀ ଓ ବିଶ୍ୱାସ, ସମାଜର ଦ୍ୱନ୍ଦ୍ୱ ଓ ସଂଘର୍ଷ ତଥା ଆଗକୁ ଚାଲିବାର ପଥ ନିଦର୍ଶନ ହେଲା ସାହିତ୍ୟ। ଭୂଗୋଳ ଓ ଲୋକାଚାର ଦୃଷ୍ଟିରୁ ସଂସ୍କୃତ ଆଞ୍ଚଳିକ। ଏ ଆଞ୍ଚଳିକତା ହେଲା ଯୋଗାଯୋଗର ପରିଧି। ସାମାଜିକ ବନ୍ଧନର ଅଦୃଶ୍ୟ ରଜ୍ଜୁ। ଜାତିର ଐତିହ୍ୟ ସଂସ୍କାର ଭାଷାଠାରୁ ପୁରୁଣା।
ଓଡ଼ିଶାର ଲୋକବସତି ଭାରତବର୍ଷରେ ଆପେକ୍ଷିକ ଭାବରେ ଅନ୍ୟ ରାଜ୍ୟମାନଙ୍କଠାରୁ ପୁରୁଣା ବୋଲି ଐତିହାସିକମାନଙ୍କର ମତ। ତେବେ ଏ ଲୋକବସତିର ଜାତୀୟତା ନିର୍ଣ୍ଣୟ କରିବା ଲାଗି ଆମ ନିଜକୁ ଆପଣାର ଚରିତ୍ର ଓ ଜୀବନ ଅନୁଶୀଳନ କରିବାକୁ ପଡିବ। ଅଞ୍ଚଳ ଭିତରେ ବାସକରୁଥିଲେ ଆପଣାକୁ ଚିହ୍ନିବା ଆବଶ୍ୟକ ନୁହେଁ। ଅଞ୍ଚଳ ବାହାରେ ଅନ୍ୟ ଜାତିର ଲୋକଙ୍କ ସହ ବସତି ସ୍ଥାପନ କଲେ ଏ ପରିଚୟର ମୌଳିକତା ଜଣାପଡେ।
ଦୀର୍ଘ ଚାଳିଶରୁ ଅଧିକ ବର୍ଷ ମୋର ବିଦେଶରେ ରହଣି। ଯାହା କିଛି ମୁଁ ଚିନ୍ତା କରିଛି। ମୋର ପିତା ମନମୋହନ ମିଶ୍ରଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ଏ ପ୍ରବନ୍ଧରେ ଲେଖୁଛି। ଏ ମତାମତ ମୋର ବ୍ୟକ୍ତିଗତ।
ଭାଷାର ସରଳତା ଓ ସଂସ୍କୃତିର ଐତିହ୍ୟରେ ପ୍ରତ୍ୟେକ ଓଡିଆ ଗର୍ବୀ। ତେବେ ଭାଷା ଓ ସଂସ୍କୃତିର ଅଭିବୃଦ୍ଧି ଲାଗି ପ୍ରତ୍ୟେକଙ୍କର କି କର୍ତ୍ତବ୍ୟ ରହିଛି, ସେ ବିଷୟରେ ନୂତନ ଓଡିଆ ସନ୍ଦିହାନ। ଦୁର୍ଭିକ୍ଷର ଆଲୋଡନ ଓ ଆତଙ୍କ ଏବେ ମଧ୍ୟ ଓଡିଆ ପ୍ରାଣକୁ ଅସ୍ତବ୍ୟସ୍ତ ରଖୁଛି। ଅନ୍ନ ଚିନ୍ତାରେ ଓଡିଆ ଶିକ୍ଷା କ୍ରମଶଃ ଶିକ୍ଷିତ ସମାଜରୁ ଦୂରେଇ ଯାଉଛି ଏବଂ ଅନେକ ନବଯୁବକଙ୍କର ଓଡିଆ ସାହିତ୍ୟ ସହ ସମ୍ପର୍କ ନ ଥିବା ଜଣାପଡୁଛି। ବ୍ୟକ୍ତିଗତ ଭାବରେ ଓଡିଆରେ ଆଳାପ କରିବା ପ୍ରତ୍ୟେକ ଓଡିଆର କର୍ତ୍ତବ୍ୟ ହେଲେ ହେଁ ନୂଆ ପିଢିର ଯୁବତୀଯୁବକ ଏ ଆଳାପରେ ଭାଗ ନେବାକୁ କୁଣ୍ଠାବୋଧ କରୁଛନ୍ତି।
ପ୍ରତ୍ୟେକ ଓଡିଆ ସ୍ବାଧୀନଚେତା। ସମାଲୋଚନା ସହିବା ଆମ ପକ୍ଷରେ ସମ୍ଭବ ନୁହେଁ। ବାଲ୍ୟ ବୟସରେ ପରମ୍ପରା ଶିକ୍ଷାର ଅଭାବ ହେତୁ ଯୁବକ ବୟସରେ ପରମ୍ପରା ପ୍ରତି ସମ୍ମାନର ଅଭାବ ରହୁଛି। ଏ ଅଭାବ ହେତୁ ପାରିବାରିକ ମୂଲ୍ୟବୋଧ ଏବଂ ସାମାଜିକ ମୂଲ୍ୟବୋଧରେ ମଧ୍ୟ ଅଭାବ ଘଟୁଛି। ବିଦେଶର ବ୍ୟକ୍ତି ସ୍ବାଚ୍ଛନ୍ଦ୍ୟ ଭାବ ପୃଥିବୀକୁ ଗ୍ରାସ କରୁଥିଲା ବେଳେ ଓଡିଆ ସେଥିରୁ ବାଦ୍‌ ପଡୁନାହିଁ। ଓଡିଶାର ସମୃଦ୍ଧି ସମୟରେ ବିଶ୍ୱ ଯେ ଅନ୍ଧାରରେ ଥିଲା ତା’ ବୁଝିବା ନବଯୁବକ ପକ୍ଷରେ ସମ୍ଭବ ହେଉନାହିଁ। ସ୍ବାଧୀନଚେତା ଭାବନା ଯୋଗୁ ଓଡିଆ ଯୁବକ ଅଜ୍ଞାନତାବଶତଃ କୃତ୍ରିମ ଓଡିଆ ଭାଷା ସୃଷ୍ଟି କରୁଛି ଏବଂ ପାରମ୍ପରିକ ସଂସ୍କୃତିରୁ ଦୂରରେ ରହୁଛି।
କାରିଗରୀ ଓ କଳା ଓଡିଆର ଗୁଣ। ହାତକଳା, ସ୍ଥାପତ୍ୟ, ନାଚ, ଗୀତରେ ଓଡିଆର ପ୍ରଶସ୍ତି। ଏ ସମସ୍ତର ଇତିହାସ ବହୁ ପୁରୁଣା ଏବଂ ସେ ସମସ୍ତର ଐତିହ୍ୟ ଓଡିଆ କୌଶଳର ସୌଷ୍ଠବ। ଜ୍ୟାମିତି, ଜ୍ୟୋତିର୍ବିଦ୍ୟା, ବାସ୍ତୁଶାସ୍ତ୍ର, ଅଭିନୟ, ସଙ୍ଗୀତ ଓ ନୃତ୍ୟରେ ଅସୀମ ପାରଦର୍ଶିତା ଓ ଆନନ୍ଦ ଆମର ଐତିହାସିକ ପରିଚୟ। ନୂଆ ଜିନିଷ ଗଢିବାରେ, ନୂଆ କଥା ପ୍ରକାଶରେ, ନୂଆ କାର୍ଯ୍ୟର ଉଦ୍ୟମରେ ଓଡିଶାର ଦମ୍ଭ ଓ ଆଧ୍ୟାତ୍ମିକ ଶକ୍ତି ପୃଥିବୀରେ ଅନ୍ୟ କେଉଁ ଅଞ୍ଚଳରେ ଦେଖିବାକୁ ମିଳେ ନାହିଁ। ଅର୍ଥ ଚାପରେ ଆମେ ବର୍ତ୍ତମାନ ହତାଶ। ଲୋଭ ବି ଆମକୁ ବିବଶ କରୁଛି। ଅନୁକରଣ କରିବା ଓଡିଆର କେବେ ହେଁ କାର୍ଯ୍ୟ ନ ଥିଲା। ଆପଣାର ଧନ, ଦର୍ଶନ, ଖାଦ୍ୟ ଓ ଚଳଣି ସମ୍ପର୍କରେ ଓଡିଆ ସ୍ବତନ୍ତ୍ର ଓ ମୌଳିକ । ଏବେ ସର୍ବତ୍ର ଅନୁକରଣ ହିଁ ଦେଖିବାକୁ ମିଳୁଛି। ଓଡିଆ ଜୀବନ ଚଳଣିର ବୈଜ୍ଞାନିକ ପଦ୍ଧତି ନୂତନ ଓଡିଆ ଯୁବକ ଗ୍ରହଣ କରୁନାହିଁ। ପାରମ୍ପରିକ କଳା ଲୋପ ପାଉଛି। ଆମେ ସୁସ୍ଥ, ସବଳ ଓ ସାହସୀ ହେବା ପରିବର୍ତ୍ତେ ରୋଗ ଓ ଦୁର୍ବଳତାର ଆଶ୍ରୟ ଖୋଜୁଛୁ। ଆମର ବିଶେଷତ୍ୱ ଓ ମୌଳିକତା ଉପରେ ଆମର ନଜର ନାହିଁ।
ବିଦେଶରେ ରହି ଆମ ସମାଜ ଉପରେ ସମାଲୋଚନା କରିବା ମୋର ଉଦ୍ଦେଶ୍ୟ ନୁହେଁ। ଦୁନିଆରେ ଆମର କାହାଣୀ ଅଛି ଏବଂ ଦୁନିଆର କଳାବିତ୍‌ ଜାତିମାନଙ୍କ ଭିତରେ ଆମେ ଗଣା। ଆମର ନବଯୁବକ ଆମର ସେହି ସ୍ଥାନକୁ ବଜାୟ ରଖିବାକୁ ମୁଁ ଓଡିଶାବାସୀଙ୍କୁ ନିବେଦନ କରୁଛି। ଅର୍ଥ ଚାପର ଦ୍ୱାହି ଦେଇ ନିଜର ମୌଳିକତାର ବିଲୋପ ଘଟାଇବା ଜାତିର ଭବିଷ୍ୟତ ପକ୍ଷରେ ଅନୁଚିତ। ସମସ୍ତ ଅଭିଭାବକ, ନେତୃବୃନ୍ଦ ଏବଂ ଶିକ୍ଷକ ପରିବାର ଏ ପ୍ରତି ଜାଗୃତ ହେବେ ବୋଲି ମୁଁ ଆଶା କରୁଛି।
ଓଡିଆ ଭାଷାର ପ୍ରତୁଳ ପ୍ରଚାର ନିହାତି ଆବଶ୍ୟକ। ତା’ ପରେ ସାହିତ୍ୟର ପ୍ରସାର। ପ୍ରତ୍ୟେକ ଶିଶୁ ଓଡିଶାର ଐତିହ୍ୟ ଏବଂ ବୈଶିଷ୍ଟ୍ୟ ସହ ପୂର୍ଣ୍ଣ ଶିକ୍ଷା ଲାଭ କରିବା ଆବଶ୍ୟକ। ପ୍ରଗତି ସାଙ୍ଗରେ ଜାତୀୟତାର ଜାଗରଣ ଓ ଅଭିବୃଦ୍ଧି ଆମ ସମସ୍ତଙ୍କର କର୍ତ୍ତବ୍ୟ।
ହାଓ୍ବାର୍ଡ ବିଶ୍ୱବିଦ୍ୟାଳୟ,
ମୋ-୯୬୬୮୫୫୮୭୧୧


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri