ଓଡ଼ଗାଁ ଏନ୍‌ଏସିକୁ ପୁଣି ଫେରିଲା ଗୁଟ୍‌ଖା, ପଲିଥିନ

ଓଡ଼ଗାଁ,୯ା୩(ସ୍ବ.ପ୍ର.): କିଛିଦିନର ବ୍ୟବଧାନ ପରେ ଓଡଗାଁ ଏନ୍‌ଏସି ସମେତ ନିକଟ ବଜାରକୁ ପୁଣି ଥରେ ଗୁଟ୍‌ଖା ଓ ପଲିଥିନ ଫେରିଥିବା ନେଇ ଚର୍ଚ୍ଚା ହେଉଛି। ପଲିଥିନ ପୂର୍ବପରି ବ୍ୟବହାର ହେଉଥିବା ବେଳେ ଦୋକାନ ବଜାର ଏପରି କି ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସ ନିକଟରେ ଖୁଲମଖୁଲା ଗୁଟ୍‌ଖା ବିକ୍ରି ଚାଲିଛି। ସରକାରୀ ସ୍ତରରେ ଗୁଟ୍‌ଖା ବିକ୍ରି ଓ ପ୍ରସ୍ତୁତ ଉପରେ ନିଷେଧାଦେଶ ଜାରି କରାଯାଇଛି। ଏହାସହ ଗାନ୍ଧୀ ଜୟନ୍ତୀଠାରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ, ପଲିଥିନ ବିକ୍ରି ଓ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିବା ସହିତ ପଲିଥିନ ମୁକ୍ତ ଅଭିଯାନର ଅୟମାରମ୍ଭ କରିଥିଲେ। ଏହା ପରେ ଏନ୍‌ଏସି ଓ ପୋଲିସ ତରଫରୁ ସ୍ଥାନୀୟ ବଜାରରେ ଚଢାଉ କରାଯାଇ ବହୁ ପରିୁମାଣର ପଲିଥିନ ଜବତ କରିବା ସହିତ ସେମାନଙ୍କୁ ଚେତାବନୀ ସଦୃଶ ପ୍ରାଥମିକ ସ୍ତରରେ ଆର୍ଥିକ ଦଣ୍ଡ ବିଧାନ କରାଯାଇଥିଲା। ହେଲେ କିଛିଦିନର ବ୍ୟବଧାନ ପରେ ପ୍ରଶାସନ ଏ ନେଇ କୋହଳ ମନୋଭାବ ଗ୍ରହଣ କରିଥିବାରୁ ସ୍ଥାନୀୟ ବଜାରରେ ବ୍ୟବସାୟୀ ପୁଣି ଥରେ ପଲିଥିନ ପ୍ରଚଳନ କରୁଥିବା ଦେଖାଯାଇଛି । ଏପରି କି ସ୍ଥାନୀୟ ରଘୁନାଥ ମନ୍ଦିର ଲକ୍ଷ୍ମୀବଜାରରେ ପ୍ରଚୁର ପରିମାଣର ଗୁଟ୍‌ଖା ଓ ପଲିଥିନ ମହଜୁଦ ରହିଥିବା ଚର୍ଚ୍ଚା ହେଉଛି । ରବିବାର ସ୍ଥାନୀୟ ବଜାରରୁ ଜଣେ ବ୍ୟବସାୟୀ ବେଆଇନ ଘୋଷଣା କରାଯାଇଥିବା ଏକବସ୍ତା ଗୁଟ୍‌ଖା ନେଉଥିବା ବେଳେ ହନୁମାନ ଛକରେ ବାଇକ୍‌ରୁ ଖସି ପଡିଥିଲା। ଘଟଣାସ୍ଥଳରେ ମୁତୟନ ଥିବା ପୋଲିସ ସମସ୍ତ ଗୁଟ୍‌ଖା ଜବତ କରିବା ସହିତ ସମ୍ପୃକ୍ତ ବ୍ୟବସାୟୀଙ୍କୁ ପଚରାଉଚୁରା କରିଥିଲା। ପୋଲିସ ଉକ୍ତ ଗୋଦାମ ସମ୍ପର୍କରେ ସୁରାକ ପାଇଥିବା ଜଣାଯାଇଛି । ଏ ନେଇ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପ୍ରକାଶ କରିଛି। ଅନ୍ୟପକ୍ଷେ ସ୍ଥାନୀୟ ଏନ୍‌ଏସିର ନିର୍ବାହୀ ଅଧିକାରୀ ଭାବେ ଯୁଗ୍ମ ଦାୟିତ୍ୱ ବହନ କରିଥିବା ନୟାଗଡ ପୌରାଞ୍ଚଳ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଅନୁରୂପ ଭାବେ ଆଗାମୀ ଦିନରେ ଚଢାଉକୁ ଜୋରଦାର କରିବାକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri