Advertisement

ଓଜନ ହ୍ରାସ କରିବ ମୁଗଡାଲି ପାଣି

ଡାଲିକୁ ପ୍ରୋଟିନ୍‌ର ପାୱାର୍‌ ହାଉସ୍‌ ବୋଲି କୁହାଯାଏ। ତନ୍ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ ଏହାର ପାଣି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ମୁଗ ଡାଲିରେ ମାଙ୍ଗାନିଜ୍‌, ପଟାସିୟମ୍‌, ମ୍ୟାଗ୍ନେସିୟମ୍‌, କପର୍‌, ଏବଂ ଅନେକ ପ୍ରକାରର ଭିଟାମିନ୍‌ ଭରପୂର୍‌ ଥାଏ। ମୁଗଡାଲିର ପାଣି ମଧ୍ୟ ଅନେକ ଫାଇଦା ଦେଇଥାଏ। ମୁଗଡାଲି ପାଣି ପାଇଁ ସାମାନ୍ୟ ପ୍ରଣାଳୀରେ ଡାଲି ତିଆରି କରିବା ପରେ ୨ କପ୍‌ ପାଣି ଅଧିକ ଦେବାକୁ ପଡ଼ିଥାଏ। ଡାଲି ଭଲ ଭାବେ ସିଝିଗଲା ପରେ ସେଥିରୁ ପାଣିକୁ ଛାଣି ପିଇବାକୁ ପଡ଼େ। ମୁଗଡାଲି ପାଣି ସେବନ ଦ୍ୱାରା ଶରୀରରେ ମହଜୁଦ୍‌ ମଇଳା ନିଷ୍କାସିତ ହୋଇଥାଏ। ଏଥିରେ ଥିବା ପୌଷ୍ଟିକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ, ଶରୀରକୁ ପୋଷଣ ଦେଇଥାଏ। ଏଥିରେ ଫାଇବର୍‌ ମାତ୍ରା ପ୍ରଚୁର ଥିବାରୁ ପାକସ୍ଥଳୀ ଏବଂ ଯକୃତକୁ ପରିଷ୍କାର ରଖିଥାଏ। ପିଲାଠୁ ବୟସ୍କ ବ୍ୟକ୍ତି, ପ୍ରତ୍ୟେକଙ୍କ ପାଇଁ ଏହା ସ୍ବାସ୍ଥ୍ୟପ୍ରଦ। କେବଳ ସେତିକି ନୁହେଁ, ମୁଗଡାଲି ପାଣି ସେବନ ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ହୋଇଥାଏ। ଏହା ଶରୀରକୁ ଶକ୍ତି ପ୍ରଦାନ କରି ଓଜନ ହ୍ରାସ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରୋଗ ଦୂର କରେ କିସ୍‌ମିସ୍‌

କିସ୍‌ମିସ୍‌ ଖାଇବାକୁ ଯେତିକି ସ୍ବାଦିଷ୍ଟ ସେତିକି ଉପକାରୀ ମଧ୍ୟ। ଏହାର ଖଟାମିଟା ସ୍ବାଦ ଖାଦ୍ୟକୁ ସ୍ବତନ୍ତ୍ର କରିଦିଏ। ବିଶେଷକରି ଏହାକୁ ଖିରିରେ ପକାଇଲେ ସ୍ବାଦ ବହୁଗୁଣ...

କଟା ପିଆଜ ଫ୍ରିଜ୍‌ରେ ରଖିବା ହାନିକାରକ

ଖାଇବାରେ ପିଆଜର ବ୍ୟବହାର ଅଧିକ ହୋଇଥାଏ। ପିଆଜ ବିନା ଖାଦ୍ୟର ସ୍ବାଦ ଯେମିତି ପାଣିଚିଆ ହୋଇଯାଏ। ପ୍ରାୟ ସମସ୍ତ ଭାରତୀୟ ନିଜ ରୋଷେଇରେ ପିଆଜର ଉପଯୋଗ...

ଜୀବନରେ ଖୁସି ଚାହୁଁଛନ୍ତି କି? ମାନନ୍ତୁ ଚାଣକ୍ୟଙ୍କ ଏହି ୫ କଥା, ପାଖ ମାଡ଼ିବନି ଅସୁବିଧା…

ମଣିଷମାନଙ୍କ ପାଇଁ ସୁଖର ଅର୍ଥ ଶାରୀରିକ ସମ୍ବଳ ନୁହେଁ। ସୁଖର ପ୍ରକୃତ ଅର୍ଥ ହେଉଛି ଆତ୍ମସନ୍ତୋଷ ଏବଂ ଆତ୍ମା ସହ ଜଡିତ ବୋଲି ଚାଣକ୍ୟ କହିଛନ୍ତି।...

ଗ୍ରୀନ୍‌ ଟି ଫେସ୍‌ ପ୍ୟାକ୍‌

ସ୍ବାସ୍ଥ୍ୟ ପାଇଁ ଗ୍ରୀନ୍‌ ଟି’ର ଉପକାରିତା ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଜଣା। କେବଳ ଏତିକି ନୁହେଁ,ଏଥିରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟବର୍ଦ୍ଧକ ଗୁଣ। ଏହାକୁ ପିଇବା...

ରୋଗପ୍ରତିରୋଧକ ଶକ୍ତି

ବିଶ୍ୱର ବିଭିନ୍ନ ଦେଶ ସମୂହ ସହ ତାଳ ଦେଇ ଆଧୁନିକ ଚିକିତ୍ସା ବିଜ୍ଞାନ ପଦ୍ଧତିକୁ ଗ୍ରହଣ କରିଥିଲେ ସୁଦ୍ଧା ହଜାର ହଜାର ବର୍ଷ ପୂର୍ବରୁ ଆମ...

ଏହି ଚୋପା ଖାଆନ୍ତୁ, କ୍ୟାନସରଠାରୁ ଦୂରେଇ ରୁହନ୍ତୁ…

କମଳାରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏଥିରେ ଲୌହ, ପୋଟାସିୟମ, କ୍ୟାଲସିୟମ୍‌, ଫ୍ରୁକ୍ଟୋଜ, ଡେକ୍ସଟ୍ରୋଜ, ଭିଟାମିନ ଏ, ବି ଓ ସି ରହିଥାଏ। କେବଳ ରସ...

ପିଆଜ, ରସୁଣ ଖାଲି ପାଟି ସୁଆଦିଆ ନୁହେଁ, ଏହି ପ୍ରାଣଘାତୀ ରୋଗ ଆଶଙ୍କା ବି କରିଥାଏ ଦୂର

ଖାଦ୍ୟରେ ପିଆଜ ରସୁଣ ନ ପଡ଼ିଲେ ସ୍ବାଦ ଯେମିତି ଅଧୁରା ରହିଯାଏ। ଏହା ଖାଲି ପାଟି ସୁଆଦିଆ କରେ ନାହିଁ, ଏଥିରେ ଅନେକ ଔଷଧୀୟ ଗୁଣ...

ଜାମୁକୋଳିର ଉପକାରିତା

ଜାମୁକୋଳିରେ ଭିଟାମିନ୍‌ ସି ଏବଂ ଆଇରନ୍‌ର କିଛି ମାତ୍ରା ରହୁଥିବାରୁ ଏହା ଶରୀରରେ ହିମୋଗ୍ଲୋବିନର ସ୍ତରକୁ ବଢାଇବାରେ ବେଶ୍‌ ସହାୟକ ହୋଇଥାଏ। ସେହିପରି ଜାମୁକୋଳି ଖାଇବାଦ୍ୱାରା...

Advertisement
Archives

Model This Week