ଓଏଚ୍‌ପିସି ଜେନେରାଲ ମ୍ୟାନେଜରଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି

ଧର୍ମଗଡ଼,୨୩।୧୩(ଡି.ଏନ.ଏ.):କଳାହାଣ୍ଡି ଜିଲା ମୁଖିଗୁଡା ଇନ୍ଦ୍ରାବତୀ ଓଏଚ୍‌ପିସିରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର ଗତ ୧୭ ତାରିଖରୁ ନିଖୋଜ ଥିବାବେଳେ ତାଙ୍କ ମୃତଦେହ ମୁଖିଗୁଡା ଏୟାରଟେଲ ଟାୱାର ନିକଟ ବୁଦା ଆଡୁଆଳରୁ ଠାବ ହୋଇଛି। ବୁଦା ମୂଳରୁ ଦୁର୍ଗନ୍ଧ ହେବାରୁ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଗତ ୧୭ ତାରିଖରୁ ଅଫିସକୁ ଆସି ସେ ନିଖୋଜ ଥିଲେ। ନିଖୋଜ ପରେ ସ୍ତ୍ରୀ ସୁରେଖା ମେହେର ମୁଖିଗୁଡା ଫାଣ୍ଡିରେ ଅପହରଣ ଓ ନିଖୋଜ ଥିବା ଅଭିଯୋଗ କରିଥିଲେ। ନିଖୋଜକୁ ନେଇ ପୋଲିସର ତଦନ୍ତରେ ଶିଥିଳତା ଯୋଗୁ ସ୍ତ୍ରୀ ଚିନ୍ତାରେ ଥିବାବେଳେ ୬ ଦିନ ପରେ ନିଖୋଜ ମ୍ୟାନେଜରଙ୍କ ଗଳିତ ମୃତଦେହ ଉଦ୍ଧାର ପରେ ଏହା ଏକ ସୁପରିକଳ୍ପିତ ଅପହରଣ ଓ ହତ୍ୟା ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସୋମବାର ସନ୍ଧାନୀ କୁକୁର ଆସି ସୁରାକ ଖୋଜୁଥିବାବେଳେ ମୁଖିଗୁଡା ଗ୍ରାମବାସୀ ସିବିଆଇ ତଦନ୍ତ ଦାବି କରିବା ସହ ଓଏଚ୍‌ପିସି କର୍ତ୍ତୃପକ୍ଷ, ଅଧିକାରୀ ମଧ୍ୟ ଆସି ନ ଥିବାରୁ ମୃତଦେହକୁ ଅଟକ ରଖି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଘଟଣାସ୍ଥଳରେ କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାମାଟିଆ ପଞ୍ଚାୟତରେ ଘରଘର ବୁଲି ରକ୍ତ ନମୁନା ସଂଗ୍ରହ କରୁଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ

ରତ୍ନଗିରି,୩ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ କଳାମାଟିଆ ପଞ୍ଚାୟତରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।...

ପୁରୀ ସୁରକ୍ଷା ମଞ୍ଚ- ପ୍ରଶାସନ ବୈଠକ ବିଫଳ: ଜିଲାପାଳ କହିଲେ ‘ବ୍ୟବସାୟିକ କୋଠା ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ’

ପୁରୀ ଅଫିସ,୪।୯: ପୁରୀରେ ଚାଲିଥିବା ଉଚ୍ଛେଦ ଅଭିଯାନକୁ ନେଇ ସୁରକ୍ଷା ମଞ୍ଚ ଏବଂ ପ୍ରଶାସନ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଛି। ଉଚ୍ଛେଦ ବନ୍ଦ ନେଇ...

ଗଜପତିର ପ୍ରିୟଙ୍କା ପ୍ରଥମ ରନର୍ସଅପ

ପାରଳାଖେମୁଣ୍ତି, ୫।୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଯୁକ୍ତ ୨ ଛାତ୍ରୀ ପ୍ରିୟଙ୍କା ସାହୁ ଗ୍ଲିଟର ପାଜିଏଣ୍ଟ ଦ୍ବାରା ଆୟୋଜିତ ମିସ୍‌ ଇଣ୍ତିଆ...

ଲଗାତର ତୃତୀୟ ଦିନ ବଢ଼ିଲା ତେଲ ଦର

ଭୁବନେଶ୍ୱର/ନୂଆଦିଲ୍ଲୀ,୧୩।୫: ଦେଶ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଥମିବାର ନଁା ନେଉନାହିଁ। ଲଗାତର ତୃତୀୟ ଦିନ ଲାଗି ତେଲ ଦର ବୃଦ୍ଧି ପାଇଛି। ଫଳରେ...

ନାସିକରେ ଫଶିିଛନ୍ତି ୨୮ ଓଡ଼ିଆ ତୀର୍ଥଯାତ୍ରୀ

ଜଳେଶ୍ୱର,୨୬।୩(ସ୍ବ.ପ୍ର)- ତୀର୍ଥଯାତ୍ରା କରିବାକୁ ଯାଇଥିବା ବାଲେଶ୍ୱର ଜିଲାର ୨୮ଜଣ ଯାତ୍ରୀ ୪ ଦିନ ଧରି ମହାରାଷ୍ଟ୍ରର ନାସିକ ସହରରେ ଫଶି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାପାଇଁ...

ବଜ୍ରପାତ ସମ୍ପର୍କିତ ସୂଚନା ଜିଲାପାଳଙ୍କୁ ଆଗୁଆ ଦିଅ: ଏସ୍‌ଆର୍‌ସି

ଭୁବନେଶ୍ବର,୧୦ା୪(ବ୍ୟୁରୋ): କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତର ମାତ୍ରା ବଢ଼ିଥିବା ଦେଖିବାକୁ ମିଳିଛି। ଏଥିଯୋଗୁ କେତେକଙ୍କ ଜୀବନ ମଧ୍ୟ ଗଲାଣି। ଜନସାଧାରଣଙ୍କୁ ଏଭଳି ବିପତ୍ତି...

ପୋଖରୀ ଖୋଳାକୁ ନେଇ ଗୁଳିମାଡ଼: ଗଲା ଜଣଙ୍କ ଜୀବନ

ଢେଙ୍କାନାଳ ଅଫିସ, ୧୭।୪: ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତ କନ୍ଦପାଳ ଗାଁରେ ରବିବାର ସକାଳେ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ...

ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ: ୧୮ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୪।୫(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୮ତାରିଖରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ। ଏହି...

Advertisement
Archives

Model This Week