Posted inଖେଳ

ଐତିହାସିକ ପିଙ୍କ୍‌ବଲ ଟେଷ୍ଟ ଆରମ୍ଭ; ଈଶାନ୍ତ, ଉମେଶଙ୍କ ଚମତ୍କାର ବୋଲିଂ

କୋଲକାତା, ୨୨।୧୧-
କୋଲକାତାର ଇଡେନ ଗାର୍ଡେନରେ ଶୁକ୍ରବାର ଆରମ୍ଭ ହୋଇଛି ଐତିହାସିକ ଦିବାରାତ୍ର (ପିଙ୍କ୍‌ବଲ୍‌) କ୍ରିକେଟ ଟେଷ୍ଟ। ଚଳିତ ଭାରତ-ବାଂଲାଦେଶ କ୍ରିକେଟ ସିରିଜର ଏହା ହେଉଛି ଦ୍ୱିତୀୟ ଟେଷ୍ଟ। ପ୍ରଥମ ଦିବସରେ ଈଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ଘାତକ ବୋଲିଂକୁ ସମ୍ମୁଖୀନ ହୋଇ ନ ପାରି ବାଂଲାଦେଶ ୧୦୬ ରନରେ ଅଲଆଉଟ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ଦିବସ ଖେଳ ଶେଷ ହେବା ବେଳକୁ ଭାରତ ପ୍ରଥମ ଇନିଂସରେ ୩ ଉଇକେଟ ହରାଇ ୧୭୪ ରନ ସଂଗ୍ରହ କରିଛି। ୭ ଉଇକେଟ ସୁରକ୍ଷିତ ଥିବାବେଳେ ଦଳ ବାଂଲାଦେଶ ପ୍ରଥମ ଇନିଂସଠାରୁ ୬୮ ରନରେ ଅଗ୍ରଣୀଲାଭ କରିଛି।
ଟସ୍‌ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ମାତ୍ର ଘରୋଇ ଦଳର ବୋଲରଙ୍କୁ ମୁକାବିଲା କରିବାରେ ଅସମର୍ଥ ହୋଇଥିଲେ ବାଂଲାଦେଶୀ ବ୍ୟାଟ୍ସମ୍ୟାନ। ପ୍ରଥମ ୬ ଓଭର କୌଣସି ପ୍ରକାରେ କ୍ରିଜରେ ତିଷ୍ଠି ରହିଥିଲେ ହେଁ ୭ମ ଓଭରରୁ ହିଁ ଆରମ୍ଭ ହୋଇଥିଲା ବାଂଲାଦେଶର ବିପର୍ଯ୍ୟୟ ପର୍ବ। ଏହାର କର୍ଣ୍ଣଧାର ସାଜିଥିଲେ ଈଶାନ୍ତ ଶର୍ମା।
ସପ୍ତମ ଓଭରର ତୃତୀୟ ବଲ୍‌ରେ ଇମ୍ରୁଲ କାୟେସଙ୍କୁ ଆଉଟ କରି ଅଭିଯାନ ଆରମ୍ଭ କରିଥିବା ଈଶାନ୍ତ ପରେ ମହମୁଦୁଲ୍ଲା, ନଇମ ହାସନ, ଏବାଦତ ହୋସେନ ଓ ମେହିଦି ହାସନଙ୍କ ଉଇକେଟ ନେଇ ପରଫେକ୍ଟ ପାଇଭ୍‌ ପୂରଣ କରିଥିଲେ। ଏଥିସହ ଭାରତର ପ୍ରଥମ ଦିବାରାତ୍ର ଟେଷ୍ଟ ଇତିହାସରେ ନିଜ ନାମକୁ ସ୍ବର୍ଣ୍ଣାକ୍ଷରରେ ଲିପିବନ୍ଧ କରାଇଥିଲେ ଏହି ଦ୍ରୁତ ବୋଲର। ଈଶାନ୍ତଙ୍କୁ ଉପଯୁକ୍ତ ସହାୟତା କରି ଭାରତର ଅନ୍ୟତମ ପେସର ଉମେଶ ଯାଦବ ଟପ୍‌ ଅର୍ଡରର ମୁଖ୍ୟ ୩ଟି ଉଇକେଟ ନେଇ ବାଂଲାଦେଶର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ସେ ଓପନର ଶଦମନ ଇସଲାମ, ଅଧିନାୟକ ମୋମିନୁଲ ହକ ଓ ମହମ୍ମଦ ମିଥୁନଙ୍କ ଉଇକେଟ ହାସଲ କରିଥିଲେ। ମହମ୍ମଦ ସାମି ଅନ୍ୟ ୨ଟି ଉଇକେଟ ନେଇଥିଲେ। ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶଦମାନ ସର୍ବାଧିକ ୨୯ ଓ ରିଟାୟର୍ଡ ହର୍ଟ ହୋଇଥିବା ଲିଟନ ଦାସ ୨୪ ରନ କରିବାକୁ ସକ୍ଷମ ହୋଇଥିଲେ। ୯ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଭାରତର ପେସ୍‌ ତ୍ରୟଙ୍କ ସମ୍ମୁଖରେ ବାଂଲାଦେଶ ଇନିଂସ ମାତ୍ର ୩୦.୦ ଓଭର ତିଷ୍ଠିଥିଲା।
ଭାରତର ଆରମ୍ଭ ଏଠାରେ ଆଶାନୁରୂପ ହୋଇପାରି ନ ଥିଲା। ଦୁଇ ଓପନର ମୟଙ୍କ ଅଗ୍ରଓ୍ବାଲ ଓ ରୋହିତ ଶର୍ମା ଯଥାକ୍ରମେ ଚୌକା ଓ ଛକା ମାରି ଇନିଂସ ଆରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ମୟଙ୍କ ୧୪ ଓ ରୋହିତ ୨୧ ରନ କରି ଆଉଟ ହେବାରୁ ୪୩ ରନରେ ଭାରତ ୨ଟି ଉଇକେଟ ହରାଇଥିଲା। ତେବେ ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି ଇନିଂସ ସମ୍ଭାଳି ନେଇଥିଲେ। ଦୁହେଁ ଅର୍ଦ୍ଧଶତକ ହାସଲ କରିବା ସହ ଭାରତକୁ ବଡ଼ ସ୍କୋର ଆଡ଼କୁ ନେଇ ଯାଇଥିଲେ। ପୂଜାରା ୧୦୫ ବଲ୍‌ରୁ ୫୫ (୮ ଚୌକା) ରନ କରିଥିବାବେଳେ ଏବାଦତ ହୋସେନଙ୍କ ବଲ୍‌ରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ପରେ କୋହଲି ଓ ଅଜିଙ୍କ୍ୟ ରାହାନେ ଭାରତୀୟ ସ୍କୋରକୁ ଆଗେଇ ନେଇଥିଲେ। ଷ୍ଟମ୍ପ୍ସ ବେଳକୁ କୋହଲି ୯୩ ବଲ୍‌ରୁ ୫୯(୮ ଚୌକା) ଓ ରାହାନେ ୨୨ ବଲ୍‌ରୁ ୨୩(୩ ଚୌକା) ରନ କରି ଅପରାଜିତ ରହିଥିଲେ। ବାଂଲାଦେଶ ପକ୍ଷରୁ ଏବାଦତ ୨ଟି ଓ ଅଲ୍‌ ଅମିନ ହୋସେନ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ପ୍ରଥମ ଇନିଂସ: ୧୦୬/ଅଲଆଉଟ(ଶଦମାନ-୨୯, ଲିଟନ-୨୪, ଈଶାନ୍ତ-୫/୨୨, ଉମେଶ-୩/୨୯, ଶାମି-୨/୩୬)।
ଭାରତ ପ୍ରଥମ ଇନିଂସ: ୧୭୪/୩(କୋହଲି-୫୯*, ପୂଜାରା-୫୫, ରାହାନେ-୨୩*, ଏବାଦତ-୨/୬୧, ଅଲ୍‌ ଅମିନ-୧/୪୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ସାମୁଏଲ୍ସଙ୍କ ଅବସର

କିଙ୍ଗଷ୍ଟନ,୫।୧୧(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଅଭିଜ୍ଞ ବ୍ୟାଟ୍ସମ୍ୟାନ ମାର୍ଲନ ସାମୁଏଲ୍ସ ସବୁ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଓ୍ବେଷ୍ଟଇଣ୍ଡିଜର ଦୁଇଟି ଟି୨୦ ବିଶ୍ୱକପ୍‌ ଫାଇନାଲ ବିଜୟରେ ଟପ୍‌...

ନୁର- ସୁଲତାନରେ ଇଣ୍ଡୋ- ପାକ୍‌ ଡେଭିସ କପ୍‌ ଟାଇ

ନୂଆଦିଲ୍ଲୀ,୧୯।୧୧ (ପି.ଟି.)- ପାକିସ୍ତାନର ରିଭ୍ୟୁ ଅପିଲକୁ ପ୍ରତ୍ୟାଖାନ କରିଛି ଅନ୍ତର୍ଜାତୀୟ ଟେନିସ ଫେଡେରେଶ (ଆଇଟିଏଫ୍‌)। ଅନ୍ୟପଟେ ଆଇଟିଏଫ୍‌ ଭାରତ ଓ ପାକିସ୍ତାନ ମଧ୍ୟରେ ଅୟୋଜନ ହେବାକୁ...

ମାରିବାକୁ ଚାହୁଁଥିଲେ ବାପା, କୋଳେଇ ନେଇଥିଲେ ମା’; ଲୁହ ଆଣିଦେବ ଏହି ଆଇପିଏଲ୍‌ର ଷ୍ଟାରଙ୍କ କାହାଣୀ…

ନୂଆଦିଲ୍ଲୀ,୬।୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)୨୦୨୨ରେ ଦମ୍‌ଦାର ପ୍ରଦର୍ଶନ କରି ଚର୍ଚ୍ଚାରେ ଓ୍ବେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର ରୋଭମାନ ପାଓ୍ବେଲ। ସେ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ। ଗୁରୁବାର ଖେଳାଯାଇଥିବା...

ଇଏ ଯୁବରାଜ ନା ବୁମ୍‌ରା: ସଚିନ

ନୂଆଦିଲ୍ଲୀ,୨।୭: ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ଭାରତ ଖେଳିଥିବା ଟି-୨୦ ମ୍ୟାଚ୍‌ ଆଜି ବି ସ୍ମରଣୀୟ ହୋଇ ରହିଛି। ଏହି ମ୍ୟାଚ୍‌ରେ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଓଭରରେ ଯୁବରାଜ...

ଆବୁଧାବି ଗ୍ରାଁ ପ୍ରି: ହାମିଲଟନ ଚାମ୍ପିୟନ

ଆବୁଧାବି, ୨।୧୨ (ଏଏଫିପି)- ମର୍ସିଡିଜ ଡ୍ରାଇଭର ବ୍ରିଟେନର ଲୁଇସ୍‌ ହାମିଲଟନ ଏଠାରେ ଅନୁଷ୍ଠିତ ଆବୁଧାବି ଗ୍ରାଁ ପ୍ରି ଫର୍ମୁଲା-୧ ରେସ୍‌ରେ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ...

ମେଡିକାଲରେ ରୋଗୀଙ୍କୁ ଗିଫ୍ଟ ଦେଲେ ଲିଭରପୁଲ ଖେଳାଳି

ମେଲଉଡ,୧୪।୧୨- ଏଠାରେ ଲିଭରପୁଲ ଖେଳାଳି ଟ୍ରେନିଂ ଶେଷ କରିବା ପରେ କୋଚ୍‌ ଜୁର୍ଗେନ କୋପ ସମେତ ପ୍ରାୟ ସମସ୍ତ ଖେଳାଳି ଓ୍ବେଷ୍ଟ ଡର୍ବି ମେଡିକାଲରେ ରୋଗୀ...

ନାଡାଲଙ୍କୁ ୧୩ତମ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ: ୨୦ଟି ଗ୍ରାଣ୍ଡସ୍ଲାମ ସହ ଫେଡରରଙ୍କ ସମକକ୍ଷ

ପ୍ୟାରିସ୍‌,୧୨।୧୦(ଏପି): କ୍ଲେ କୋର୍ଟର ରାଜା ବିବେଚିତ ହେଉଥିବା ସ୍ପେନ୍‌ ଅଭିଜ୍ଞ ଟେନିସ ତାରକା ରାଫାଲ ନାଡାଲ ଏଥର ମଧ୍ୟ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ ହାସଲ କରିଛନ୍ତି।...

ପ୍ଲେ ଅଫ୍‌ ପାଇଁ ରାଜସ୍ଥାନର ଲଢେଇ

ମୁମ୍ବାଇ,୨୦।୫: ମୁମ୍ବାଇ ସ୍ଥିତ ବ୍ରାବୋର୍ନ ଷ୍ଟାଡିୟମରେ ଶୁକ୍ରବାର ଖେଳା ଯାଉଥିବା ୬୮ତମ ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟସ୍‌...

Advertisement
Archives

Model This Week