ଏ-୧ ଗ୍ରେଡ୍‌ଧାରୀଙ୍କୁ ସମ୍ବର୍ଦ୍ଧନା:‘ବୌଦ୍ଧିକ ଜ୍ଞାନ ବିକଶିତ କର’

ଢେଙ୍କାନାଳ ଅଫିସ, ୪।୬

କଠିନ ପରିଶ୍ରମ, ନିଷ୍ଠା, ଅଧ୍ୟାବସାୟ ବିଦ୍ୟାର୍ଥୀ ଜୀବନର ମୂଳ ପୁଞ୍ଜି। ଦକ୍ଷତା ଏବଂ ବୌଦ୍ଧିକ ଜ୍ଞାନ ବିକଶିତ ହେଲେ ଛାତ୍ରୀଛାତ୍ରମାନେ ସଫଳ ମଣିଷ ହୋଇପାରିବେ। ଢେଙ୍କାନାଳ ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଶ୍ରେଷ୍ଠସ୍ଥାନ ହାସଲ କରିପାରିବ ବୋଲି କହିଛନ୍ତି ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ। ମାଟ୍ରିକ୍‌ ପରୀକ୍ଷାରେ ଜିଲାରୁ ଏ-୧ ଗ୍ରେଡ୍‌ରେ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ସେ ଏହା କହିଥିଲେ। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ଏବଂ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ୩୮ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ଜିଲା ମଙ୍ଗଳ ଅଧିକାରୀ ମାନସ ରଞ୍ଜନ ମିଶ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସବୁକ୍ଷେତ୍ରରୁ ଉଦ୍ୟମ ହେଲେ ଜିଲା ଶିକ୍ଷାରେ ରାଜ୍ୟସ୍ତରରେ ପ୍ରଥମସ୍ଥାନ ହାସଲ କରିବ। ଏଥିରେ ଛାତ୍ରୀଛାତ୍ର, ଶିକ୍ଷୟତ୍ରୀଶିକ୍ଷକ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ କହିଥିଲେ।
ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ପାସ୍‌ ହୋଇଥିବା ଛାତ୍ରୀଛାତ୍ର ସମେତ ଶତପ୍ରତିଶତ ପାସ୍‌ ହାର ରଖିଥିବା କାମାକ୍ଷାନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଗୁଣ୍ଡିଚାନାଳୀସ୍ଥିତ ସରକାରୀ ଅପଗ୍ରେଡେଡ୍‌ ହାଇସ୍କୁଲ ଏବଂ ଢେଙ୍କାନାଳ ସଦର ବ୍ଲକ ବାରଦାସ୍ଥିତ ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବି.ବି. ହାଇସ୍କୁଲର ମେଧାବୀ ଛାତ୍ରୀ ବିଷ୍ଣୁପ୍ରିୟା ପଣ୍ଡା ନିଜର ଅନୁଭୂତି ବାଣ୍ଟିଥିଲେ।
ଜିଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡା ଉତ୍ସବରେ ସଭାପତିତ୍ୱ କରିଥିବାବେଳେ ଶିକ୍ଷକ ନିରଞ୍ଜନ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଡିଇଓଙ୍କ କାର୍ଯ୍ୟାଳୟର ବିଜ୍ଞାନ ସୁପରଭାଇଜର ସୁକାନ୍ତ ସାହୁ ପରିଚାଳନାରେ ସହଯୋଗ କରିଥିଲେ। ସମାରୋହରେ ବିଇଓ ଅଜୟ ପାତ୍ର, ହରିହର ଦେହୁରୀ, ନିତ୍ୟାନନ୍ଦ ବାରିକ, ମିନତି ଦେହୁରୀଙ୍କ ସମେତ ବହୁ ଶିକ୍ଷୟିତ୍ରୀଶିକ୍ଷକ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଜିଲାରେ ପାସ୍‌ହାର ଥିଲା ୭୨.୦୨%। ୨୭୦ ହାଇସ୍କୁଲର ୧୬,୮୨୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେଥିରୁ ୧୨,୦୦୩ ଜଣ ପାସ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀ ବିଚାରର ପ୍ରାସଙ୍ଗିକତା ଯୁଗେ ଯୁଗେ ରହିବ

ବଲାଙ୍ଗୀର ଅଫିସ, ୧୩ା୯-ବଲାଙ୍ଗୀର ଜିଲା ପ୍ରଶାସନ ଓ ଜିଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ଥାନୀୟ ମ୍ୟୁନିସିପାଲିଟି ଟାଉନ୍‌ ହଲଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ...

ଯାଜପୁର ରୋଡ୍‌ରେ ଟ୍ରାଫିକ୍‌ ବିପର୍ଯ୍ୟସ୍ତ : ଟ୍ରାଫିକରେ୍‌ ଏକ ଘଣ୍ଟା ଫସିରହିଲା ଆମ୍ବୁଲାନ୍ସ

ଯାଜପୁର ରୋଡ,୨ା୯(ନି.ପ୍ର.)- ଯାଜପୁର ରୋଡ ସହରରେ ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡୁଛି। ରେଳବାଇ ଫାଟକ ଘଣ୍ଟାଘଣ୍ଟା ଧରି ପଡିରହୁଥିବାରୁ ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ...

ଲକ୍‌ଡାଉନ୍‌ରେ ସକ୍ରିୟ ଚୋରା ମଦ ବେପାରୀ: ୪ ମହୁଲି ମଦ ଭାଟି ଭାଙ୍ଗିଲା ଜି.ଉଦୟଗିରି ପୋଲିସ

ଜି.ଉଦୟଗିରି,୧୯।୪(ଡି.ଏନ୍‌.ଏ.): କରୋନା ମୁକାବିଲାକୁ ନେଇ ଜାରି ରହିଥିବା ଲକ୍‌ ଡାଉନ୍‌ ସମୟରେ ପ୍ରାୟ ସବୁକିଛି ବନ୍ଦ ରହିଛି। ଏହାର ସୁଯୋଗ ନେଇ ଚୋରା ମଦ ବେପାରୀ...

ଲଗାଣ ବର୍ଷା, ଆତଙ୍କିତ ଶେରଗଡ଼ବାସୀ

ଶେରଗଡ଼,୬ା୯(ଡି.ଏନ୍‌.ଏ.)- ଶେରଗଡ଼ରେ ବୁଧବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ନନ୍ଦିନୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଉପଯୁକ୍ତ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ...

ସ୍ପେଶାଲ ସ୍କ୍ବାଡ୍‌ଙ୍କୁ ଆକ୍ରମଣ ଘଟଣା: ୨୪ ଜଣ କୋର୍ଟ ଚାଲାଣ

ବାଲିପାଟଣା,୨୫।୫(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ କୃଷ୍ଣପୁର ମେଳଣ ପଡ଼ିଆରେ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଅଟକ ଥିବା...

ସରୁନି ଜାନିବିଲି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅବଧିର ୬ ମାସ ପୂରିବା ପରେ ବି ମିଳିଲାନି ପାଣି

ବ୍ରହ୍ମପୁର ଅଫିସ,୧୫ା୬-ଜାନିବିଲି ବୃହତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏହାର ଅଗ୍ରଗତି ନେଇ ସମୀକ୍ଷା ପରେ ସମୀକ୍ଷା ବୈଠକ ହୋଇଛି ।...

ନାଲ୍‌କୋ କ୍ୟାଣ୍ଟିନରେ ସ୍ପେଶାଲ ଲଞ୍ଚ, ଡିନର : ବ୍ୟବସ୍ଥାକୁ ନେସ୍‌ର ନାପସନ୍ଦ

ବଅଁରପାଳ, ୧୨।୫ (ଡି.ଏନ୍‌.ଏ.)- ସାମୁଦ୍ରିକ ଝଡ଼ ଫନୀ ରାଜ୍ୟରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ପୁରୀ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ଖାଦ୍ୟ, ପାନୀୟ ଅଭାବରୁ ସେଠାରେ...

ଜଗନ୍ନାଥ ଦର୍ଶନ ପାଇଁ ଏସ୍‌ଓପି

ପୁରୀ ଅଫିସ, ୧୨ା୮: ଦୀର୍ଘ ଅଢେଇ ମାସ ପରେ କରୋନା କଟକଣା କୋହଳ ଯୋଗୁ ଶ୍ରୀମନ୍ଦିର ଖୋଲିବା ନେଇ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସ୍‌ଓପି...

Advertisement
Archives

Model This Week