Posted inଫୁରସତ

ଏହି ହୋଟେଲରେ ଗ୍ରାହକଙ୍କୁ ମିଳେ ସୁନା ବାଥ୍‌ଟବ୍‌ର ସୁବିଧା

ଜାପାନର ଏକ ହୋଟେଲରେ ଗ୍ରାହକଙ୍କ ପାଇଁ ରହିଛି ସୁନାର ବାଥ୍‌ଟବ୍‌। ୧୩୦ ସେଣ୍ଟିମିଟର ଚଉଡା ଓ ୫୫ ସେଣ୍ଟିମିଟର ଗଭୀର ଏହି ବାଥ୍‌ଟବ୍‌ର ମଜା ନେବାକୁ ଏବେ ଏଠାରେ ଗ୍ରାହକଙ୍କ ଭିଡ ଲାଗୁଥିବା କହିଛନ୍ତି ହୋଟେଲ ମାଲିକ। ଜଣେ ଗ୍ରାହକ ଏହାକୁ ୧ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ବୁକ୍‌ କରିପାରିବେ। ଆଉ ଘଣ୍ଟା ପ୍ରତି ଏହାର ଭଡା ରହିଛି ପାଖାପାଖି ଭାରତୀୟ ମୁଦ୍ରାରେ ୩ ହଜାର ଟଙ୍କା। ସୂଚନା ମୁତାବକ, ଏହାର ଓଜନ ୧୫୪ କିଲୋଗ୍ରାମ୍‌। ଏହାର ନିର୍ମାତା କୁହନ୍ତି ଏହା ବିଶ୍ୱର ପ୍ରଥମ ସୁନା ବାଥ୍‌ଟବ୍‌। ଏହା ୧୮ କ୍ୟାରେଟ ସୁନାରେ ତିଆରି ହୋଇଛି। ଚାଇନା ଓ ଦକ୍ଷିଣ କୋରିଆର ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଏହି ସୁନା ବାଥ୍‌ଟବ୍‌ ତିଆରି କରାଯାଇଛି। କାରଣ ଏହି ପର୍ଯ୍ୟଟକମାନେ ଜାପାନ ଆସିଲେ ମହଙ୍ଗା ବାଥ୍‌ଟବ୍‌ ଡିମାଣ୍ଡ କରିଥାଆନ୍ତି। ଏହାସହ ଚାଇନାର ପର୍ଯ୍ୟଟକମାନେ ମଧ୍ୟ ଏଠାକୁ ଆସି ଦାମୀ ବାଥ୍‌ଟବ୍‌ ଖୋଜୁଥିବାରୁ ଜାପାନ ସରକାରଙ୍କ ସହାୟତାରେ ଉକ୍ତ ହୋଟେଲରେ ଏହି ସୁନା ବାଥ୍‌ଟବ୍‌ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାନ୍ସଲେସନ୍‌ କରିବ ଚଷମା

କିଛି ନୂଆ ଶବ୍ଦ ଦେଖିବା ମାତ୍ରେ ଆମେ ଡିକ୍ସନାରୀ ବାହାର କରି ତା’ର ଅର୍ଥ ଖୋଜିବାକୁ ଲାଗୁ। ହେଲେ ଏବେ ସେମିତି କରିବାର ଆବଶ୍ୟକତା ନାହିଁ।...

ଫଳ ବିକ୍ରେତା କହିଲେ: ମୋତେ ମିଳିବ ପଦ୍ମଶ୍ରୀ, ସ୍ବପ୍ନରେ ବି ଭାବି ନ ଥିଲି

କେନ୍ଦ୍ର ସରକାର ସାଧାରଣତନ୍ତ୍ର ଦିବସ ପୂର୍ବରୁ ୨୦୨୦ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଚଳିତବର୍ଷ ୭ଜଣଙ୍କୁ ପଦ୍ମ ବିଭୂଷଣ, ୧୬ଜଣଙ୍କୁ ପଦ୍ମଭୂଷଣ ଏବଂ ୧୧୮ ଜଣଙ୍କୁ...

ଏକ ମିଠା ଅନୁଭବର ନାଁ…ଗ୍ରୀଟିଂସ୍‌ କାର୍ଡ

କେବେ ସେ ମିଳେ ବହି ଭିତରେ। ଆଉ କେବେ ଡାକବାଲା ଘରକୁ ଆସି ଦେଇଯାଏ। ହାତରେ ଧରିବା ମାତ୍ରେ ମନ ଖୁସିରେ କୁରୁଳି ଉଠେ। ନାଁ...

ସ୍ବାବଲମ୍ବୀ କରିଛି ଛେଳି ଚାଷ

ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଝାଙ୍କପାଲି ପଞ୍ଚାୟତ ମୁଣ୍ଡେର (ଖଲିଆପାଲି)ର ମନ୍ଦାକିନୀ ଭୋଇ, ସ୍ବାମୀ କୁଳମଣି ମୁଣ୍ଡେର, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ...

ତ୍ରିରଙ୍ଗା ଧରି ଫିଫା ବିଶ୍ୱକପ୍‌ ଦେଖିଲେ ଆର୍ଜେଣ୍ଟିନା ମହିଳା, କାରଣ ଜାଣିଲେ ଖୁସିରେ ନାଚିଉଠିବ ହୃଦୟ

ଆଜିକାଲି କାତାରରେ ଫିଫା ବିଶ୍ୱକପ୍‌ ଜୋରସୋରରେ ଚାଲିଛି। ସମଗ୍ର ବିଶ୍ୱରୁ ହଜାର ହଜାର ଫୁଟବଲ ପ୍ରଶଂସକ ମଧ୍ୟ ପୂର୍ବ ପୂର୍ବାଞ୍ଚଳ ଦେଶରେ ଏହି ମ୍ୟାଚ ଦେଖିବା...

ଟ୍ରାକ୍ଟର ସାଇଲେନ୍ସର, କ୍ଷୀର କେନ୍‌ରେ ବାଇକ୍‌

ନୂଆଦିଲ୍ଲୀ: ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କି ଜଣେ ଯୁବକ ବାଇକ୍‌ ତିଆରି କରିଛନ୍ତି। ଏହାକୁ ଦେଖି...

କମ୍ପାନୀରୁ ଡକରା: ବିମାନରେ ସୁରଟ ଫେରୁଛନ୍ତି ପ୍ରବାସୀ ଶ୍ରମିକ !

ସୁରଟ, ୨୯।୯: କରୋନା ମହାମାରୀ ସଙ୍କଟ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ସେତେବେଳେ ସୁରାଟରେ ବାସ କରୁଥିବା ପ୍ରବାସୀ ଶ୍ରମିକ ଘରକୁ ଫେରି ଆସିଥିଲେ।...

ସାଇତା ଖେଳଣା

ଏଠି ଯେଉଁ ଖେଳଣା କଥା କୁହାଯାଉଛି, ସେଥିପାଇଁ ପିଲା ଜିଦ୍ଦି କଲେ ବି ମା’ବାପା ପିଲାର ଆଶା ପୂରଣ କରିପାରିବେନି। କାରଣ ଏସବୁ ହେଉଛି ପୃଥିବୀର...

Advertisement
Archives

Model This Week