Posted inଫୁରସତ

ଏହି ସ୍ଥାନକୁ ଭଉଣୀଭାଇଙ୍କୁ ଏକାଠି ଯିବା ମନା

ଉତ୍ତରପ୍ରଦେଶର କଲ୍‌ପିରେ ରହିଛି ୨୧୦ ଫୁଟ୍‌ ଉଚ୍ଚ ‘ଲଙ୍କା ମୀନାର୍‌’। ଏହି ମୀନାର ମଧ୍ୟରେ ରାବଣଙ୍କ ପୂରା ପରିବାରର ଚିତ୍ରଣ କରାଯାଇଛି। ମୀନାରକୁ ନେଇ ରହିଛି ଏକ ରୋଚକ କଥା। କୁହାଯାଏ, ଏହା ଭିତରକୁ ଭାଇଭଉଣୀ ଏକତ୍ର ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଛି। ଭାବୁଥିବେ ଏଭଳି ନିୟମ ପଛର ରହସ୍ୟ କ’ଣ? ପ୍ରକୃତରେ ମୀନାର ନିର୍ମାଣଶୈଳୀ ଏହି ନିୟମ ପାଳନ ପାଇଁ ବାଧ୍ୟ କରିଛି। ମୀନାରର ତଳୁ ଉପରକୁ ଯିବା ପାଇଁ ହେଲେ ସାତଥର ପରିକ୍ରମା କରିବାକୁ ପଡ଼ିଥାଏ। ଯାହା କେବଳ ସ୍ତ୍ରୀସ୍ବାମୀଙ୍କ ପାଇଁ ଉଦ୍ଦିଷ୍ଟ। ତେଣୁ ଏଠାକୁ ଭାଇଭଉଣୀ ଏକତ୍ର ଆସିପାରନ୍ତି ନାହିଁ। ମୀନାରର ନିର୍ମାଣ ମଥୁରା ପ୍ରସାଦ କରିଥିଲେ, ଯିଏକି ରାମଲୀଳାରେ ସର୍ବଦା ରାବଣଙ୍କ ଚରିତ୍ର ନିର୍ବାହ କରୁଥିଲେ। ରାବଣଙ୍କ ଭୂମିକା କରି କରି ସେ ଏତେମାତ୍ରାରେ ଚରିତ୍ର ଭିତରେ ବୁଡ଼ିଗଲେ ଯେ, ଲଙ୍କା ନିର୍ମାଣ ପାଇଁ ମନ ବଳାଇଲେ। ୧୮୭୫ରେ ମଥୁରା ପ୍ରସାଦ ନିଗମରେ ରାବଣଙ୍କ ସ୍ମୃତିରେ ଏହି ମୀନାର ନିର୍ମାଣ କଲେ। ଶଙ୍ଖ, କଉଡ଼ି ଆଦିରେ ସେ ଏହି ମୀନାର ନିର୍ମାଣ କରିଛନ୍ତି। ଏଥିପାଇଁ ତାଙ୍କୁ ୨୦ବର୍ଷ ସମୟ ଲାଗିଥିଲା। ମୀନାର ମଧ୍ୟରେ ଶହେ ଫୁଟ୍‌ ଲମ୍ବର କୁମ୍ଭକର୍ଣ୍ଣ ଏବଂ ୬୫ ଫୁଟ୍‌ ଲମ୍ବର ମେଘନାଦଙ୍କ ପ୍ରତିମା ରହିଛି। ସେହିପରି ମୀନାର ସମ୍ମୁଖରେ ଭଗବାନ ଚିତ୍ରଗୁପ୍ତ ଏବଂ ଭଗବାନ ଶଙ୍କରଙ୍କ ମୂର୍ତ୍ତି ରହିଛି। ମନ୍ଦିରର ନିର୍ମାଣ ଏଭଳି ଭାବେ କରାଯାଇଛି ଯେ ଭଗବାନ ଶିବଙ୍କୁ ୨୪ ଘଣ୍ଟା ଦର୍ଶନ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୨ ପଞ୍ଚମ ସର୍ବାଧିକ ଉତ୍ତପ୍ତ ବର୍ଷ: ନାସା ରିପୋର୍ଟ…

ଓ୍ବାଶିଂଟନ,୧୭।୧ : ୨୦୨୨ରେ ପୃଥିବୀର ହାରାହାରି ତାପମାତ୍ରା ୨୦୧୫ ର ତାପମାତ୍ରା ସହିତ ସମାନ ହୋଇଛି। ୨୦୨୨ରେ ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ ଏହାକୁ ପଞ୍ଚମ...

ସିଂହାସନ

ସିଂହାସନ! ଯାହାର ନାଁରୁ ହିଁ ବାରି ହୋଇଯାଏ ତା’ର ମର୍ଯ୍ୟାଦା ଓ ଗୁରୁତ୍ୱ। ଶକ୍ତି, ସାମର୍ଥ୍ୟ ଓ ବୀରତ୍ୱର ପ୍ରତୀକ ଇଏ। ଆଉ ମୂଲ, ଅମୂଲମୂଲ।...

ପରାକ୍ରମ ଦେଖାଇଛି ‘ବିହାର ରେଜିମେଣ୍ଟ’

ସର୍ଜିକାଲ ଷ୍ଟ୍ରାଇକ୍‌ ହେଉ କି ସୀମାପାର ଲଢ଼େଇ, ସବୁଥିରେ ଆଗୁଆ ‘ବିହାର ରେଜିମେଣ୍ଟ’। ଏହି ରେଜିମେଣ୍ଟର ଯବାନଙ୍କ ପରାକାଷ୍ଠା, ଶୌର୍ଯ୍ୟ, କୀର୍ତ୍ତି, ବୀରତ୍ୱର ଗାଥା ଇତିହାସର...

ଜୀବନ୍ତ ଅବସ୍ଥାରେ ମୃତ୍ୟୁର ଅନୁଭବ ‘ଲିଭିଂ ଫ୍ୟୁନେରାଲ’

ସିଓଲ: ଥରେ ଭାବନ୍ତୁ ତ, ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଅବସ୍ଥାରେ କଫିନରେ ଭର୍ତ୍ତି କରାଯିବ। ମରିବା ପରେ ଯେମିତି ଶେଷକୃତ୍ୟ କରାଯାଏ, ଠିକ୍‌ ସେମିତି ସବୁ...

ପୋଷା କୁକୁର ଚିରିଦେଲା ପାସପୋର୍ଟ : ମାଲିକାଣୀଙ୍କ ବୁହାନ ଯିବା ହେଲାନି

ତାଇପେ, ୨୯।୧: କୁକୁରଙ୍କୁ ବିପଦର ଆଭାସ ବହୁ ପୂର୍ବରୁ ମିଳିଥାଏ ବୋଲି ଲୋକେ କହିଥାନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ତାଇଓ୍ବାନ୍‌ରେ ଦେଖିବାକୁ ମିଳିଛି। ଏଠାରେ...

ଗାଁରେ ପୂର୍ବରୁ ଥିଲେ ୨୦୦ ଲୋକ, ଏବେ ରହୁଛନ୍ତି ଜଣେ: ଚକିତ କରିପାରେ କାରଣ..

ପ୍ରତ୍ୟେକ ଦେଶରେ ସହର ଏବଂ ଗାଁ ଦେଖିବାକୁ ମିଳିଥାଏ। ସହରୀ ଜୀବନ ଧାଁ ଧଉଡ଼ରେ କଟୁଥିବାବେଳେ ଗାଁରେ ରହିଥାଏ ନୈସର୍ଗିକ ସୁଖ। କିନ୍ତୁ ରୋଜଗାର ଆଶାରେ...

ଚାକିରି ମିଳିଯିବା ପରେ ଖୁସିରେ ଡ୍ୟାନ୍ସ କଲେ ଏହି ଯୁବତୀ, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଚାକିରି ମିଳିଯିବା ପରେ ଯୁବତୀ ଜଣକ ଅଫିସ ବାହାରେ ଡ୍ୟାନ୍ସ କରୁଛନ୍ତି। ଯାହାକି...

ନଦୀରେ ଭାସୁଛି ୫ ମହଲା ବିଶିଷ୍ଟ ହୋଟେଲ, ଭିଡିଓ ଭାଇରାଲ

ଚାଇନାର ୟାଙ୍ଗ୍‌ଜି ନଦୀରେ ୫ମହଲା ବିଶିଷ୍ଟ ହୋଟେଲ ଭାସୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିଲେ ଲାଗିବ ଯେମିତି ବଢ଼ିପାଣିରେ...

Advertisement
Archives

Model This Week