Posted inଫୁରସତ

ଏହି ସ୍ଥାନକୁ ଭଉଣୀଭାଇଙ୍କୁ ଏକାଠି ଯିବା ମନା

ଉତ୍ତରପ୍ରଦେଶର କଲ୍‌ପିରେ ରହିଛି ୨୧୦ ଫୁଟ୍‌ ଉଚ୍ଚ ‘ଲଙ୍କା ମୀନାର୍‌’। ଏହି ମୀନାର ମଧ୍ୟରେ ରାବଣଙ୍କ ପୂରା ପରିବାରର ଚିତ୍ରଣ କରାଯାଇଛି। ମୀନାରକୁ ନେଇ ରହିଛି ଏକ ରୋଚକ କଥା। କୁହାଯାଏ, ଏହା ଭିତରକୁ ଭାଇଭଉଣୀ ଏକତ୍ର ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଛି। ଭାବୁଥିବେ ଏଭଳି ନିୟମ ପଛର ରହସ୍ୟ କ’ଣ? ପ୍ରକୃତରେ ମୀନାର ନିର୍ମାଣଶୈଳୀ ଏହି ନିୟମ ପାଳନ ପାଇଁ ବାଧ୍ୟ କରିଛି। ମୀନାରର ତଳୁ ଉପରକୁ ଯିବା ପାଇଁ ହେଲେ ସାତଥର ପରିକ୍ରମା କରିବାକୁ ପଡ଼ିଥାଏ। ଯାହା କେବଳ ସ୍ତ୍ରୀସ୍ବାମୀଙ୍କ ପାଇଁ ଉଦ୍ଦିଷ୍ଟ। ତେଣୁ ଏଠାକୁ ଭାଇଭଉଣୀ ଏକତ୍ର ଆସିପାରନ୍ତି ନାହିଁ। ମୀନାରର ନିର୍ମାଣ ମଥୁରା ପ୍ରସାଦ କରିଥିଲେ, ଯିଏକି ରାମଲୀଳାରେ ସର୍ବଦା ରାବଣଙ୍କ ଚରିତ୍ର ନିର୍ବାହ କରୁଥିଲେ। ରାବଣଙ୍କ ଭୂମିକା କରି କରି ସେ ଏତେମାତ୍ରାରେ ଚରିତ୍ର ଭିତରେ ବୁଡ଼ିଗଲେ ଯେ, ଲଙ୍କା ନିର୍ମାଣ ପାଇଁ ମନ ବଳାଇଲେ। ୧୮୭୫ରେ ମଥୁରା ପ୍ରସାଦ ନିଗମରେ ରାବଣଙ୍କ ସ୍ମୃତିରେ ଏହି ମୀନାର ନିର୍ମାଣ କଲେ। ଶଙ୍ଖ, କଉଡ଼ି ଆଦିରେ ସେ ଏହି ମୀନାର ନିର୍ମାଣ କରିଛନ୍ତି। ଏଥିପାଇଁ ତାଙ୍କୁ ୨୦ବର୍ଷ ସମୟ ଲାଗିଥିଲା। ମୀନାର ମଧ୍ୟରେ ଶହେ ଫୁଟ୍‌ ଲମ୍ବର କୁମ୍ଭକର୍ଣ୍ଣ ଏବଂ ୬୫ ଫୁଟ୍‌ ଲମ୍ବର ମେଘନାଦଙ୍କ ପ୍ରତିମା ରହିଛି। ସେହିପରି ମୀନାର ସମ୍ମୁଖରେ ଭଗବାନ ଚିତ୍ରଗୁପ୍ତ ଏବଂ ଭଗବାନ ଶଙ୍କରଙ୍କ ମୂର୍ତ୍ତି ରହିଛି। ମନ୍ଦିରର ନିର୍ମାଣ ଏଭଳି ଭାବେ କରାଯାଇଛି ଯେ ଭଗବାନ ଶିବଙ୍କୁ ୨୪ ଘଣ୍ଟା ଦର୍ଶନ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଏହି ୩ ରାଶିଙ୍କ ଉପରେ ପଡିଲା କେତୁଙ୍କ ଶୁଭ ଦୃଷ୍ଟି: ୯୦ ଦିନ ଯାଏ ରହିଛି ଗୋଲ୍ଡେନ ଟାଇମ, ପ୍ରତି କାମରେ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ମୋକ୍ଷ, ଆଧ୍ୟାତ୍ମିକତା ଓ ଅନ୍ତର୍ଜ୍ଞାନର କାରକ ଗ୍ରହ ବୋଲି ମନେ କରାଯାଏ। ବର୍ତ୍ତମାନ କେତୁ ସିଂହ ରାଶିରେ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି।…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯: କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ ଏକ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

୧୮୬ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଘଟିଲା…

ନୂଆଦିଲ୍ଲୀ,୭।୯: ସୋମବାର କୁଆଲାଲମ୍ପୁରରୁ ଜେଦ୍ଦା ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନର ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ଚେନ୍ନାଇ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବିମାନରେ ୧୮୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri