ଏହି ସମସ୍ୟା ଯୋଗୁ ବି ହୋଇଥାଏ ଡାଇବେଟିସ୍‌…

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଡାଇବେଟିସ୍‌ ଓ ମାନସିକ ରୋଗ ପରସ୍ପର ସହିତ ଜଡ଼ିିତ। ଏକ ପ୍ରକାର ଜିନ୍‌ ଡାଇବେଟିସ୍‌ ଓ ମାନସିକ ରୋଗ ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ। ପୂର୍ବରୁ ଜଣାପଡ଼ିଥିଲା ଡାଇବେଟିସ୍‌ ରୋଗୀଙ୍କୁ ମାନସିକ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ। ତେବେ ଏପରି କାହିଁକି ହୋଇଥାଏ ତାହା ଜଣା ନ ଥିଲା। କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର କେତେକ ଗବେଷକ ଦୀର୍ଘଦିନ ଧରି ଏହା ଉପରେ ଗବେଷଣା ଚଳାଇଥିଲେ। ତେବେ ଗବେଷଣା ସମୟରେ ଜଣାପଡ଼ିଲା ଯେ, ଡାଇବେଟିସ୍‌ ରୋଗୀ ଇନ୍‌ସୁଲିନ୍‌ ନେବା ସମୟରେ ମସ୍ତିଷ୍କର ଏକ ଜିନ୍‌ ଏହାଦ୍ୱାରା ପ୍ରଭାବିତ ହୋଇଥାଏ। ଫଳରେ ସମ୍ପୃକ୍ତ ବ୍ୟକ୍ତିର ମସ୍ତିଷ୍କ ବିକୃତି ଘଟିଥାଏ । ପରବର୍ତ୍ତୀ ସମୟରେ ସେ ଅନେକ କଥା ମନେ ରଖିପାରନ୍ତି ନାହିଁ। ପ୍ରତିବର୍ଷ ବ୍ରିଟେନ୍‌ର ପ୍ରାୟ ୮ ଲକ୍ଷ ୨୦ ହଜାର ଲୋକ ଡାଇବେଟିସ୍‌ ରୋଗ ଯୋଗୁଁ ମାନସିକ ଭାରସାମ୍ୟ ହରାଇ ବସନ୍ତି ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହାର ଚିକିତ୍ସା କରାଯାଇପାରିବ। ଡାଇବେଟିସ୍‌ ରୋଗୀକୁ ଏକ ପ୍ରକାର ଔଷଧ ଦିଆଯାଇ ମସ୍ତିଷ୍କକୁ ପ୍ରଭାବିତ କରୁଥିବା ଏହି ଜିନ୍‌ର ଗତିକୁ ଧୀର କରାଯାଇପାରିବ। ଅବଶ୍ୟ ଏହାର ସମ୍ପୂର୍ଣ୍ଣ ଚିକିତ୍ସା ନେଇ ଗବେଷଣା ଜାରି ରହିଛି ବୋଲି ଗବେଷକ ସୂଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେଣ୍ଡରେ ପଫ୍‌ ସ୍ଲିଭ୍‌ ଫ୍ୟାଶନ

ପଫ୍‌ ସ୍ଲିଭ୍‌ ଟ୍ରେଣ୍ଡର ପୁଣିଥରେ ପ୍ରତ୍ୟାବର୍ତ୍ତନ ହୋଇଛି। ତା’ହେଲେ ଆଉ ଡେରି କାହିଁକି। ଆପଣ ବି ଆପଣଙ୍କ ଓ୍ବାର୍ଡରୋବ୍‌କୁ ଅପ୍‌ଡେଟ୍‌ କରିବାରେ ଲାଗିପଡ଼ନ୍ତୁ ନା। କାରଣ...

ରାମ ବାଣ ଭଳି ଏହି ୨ ଗୁଣ: ପାଖରେ ଥିଲେ ଶତ୍ରୁ ବି ହୋଇଯାନ୍ତି ବନ୍ଧୁ

ଜୀବନରେ ଉନ୍ନତି ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଅନେକ ଶ୍ଳୋକ ବର୍ଣ୍ଣନା କରିଛନ୍ତି। ଏଥିରେ ଚାଣକ୍ୟ ଜୀବନ, ମୃତ୍ୟୁ , ବନ୍ଧୁ, ଶତ୍ରୁ,...

ଷ୍ଟାଇଲ ଷ୍ଟେଟ୍‌ମେଣ୍ଟରେ ଅଜବ ‘କ୍ଲଚ୍‌’

କ୍ଲଚ୍‌ ଏବେ ଷ୍ଟାଇଲ ଷ୍ଟେଟ୍‌ମେଣ୍ଟ ପାଲଟିଛି। ପାର୍ଟି ପାଇଁ ତ ଏହାର ଚାହିଦା ବେଶି। ତେବେ ଏମିତି ବି କିଛି କ୍ଲଚ୍‌ ଅଛି, ଯାହା ଦେଖିବାକୁ...

ସ୍ମରଣୀୟ କାରଲ ଲ୍ୟାଣ୍ଡଷ୍ଟେନର

୧୯୦୧ ମସିହାରେ ରକ୍ତ ବିଜ୍ଞାନରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ଡା. କାରଲ ଲ୍ୟାଣ୍ଡଷ୍ଟେନର ନିଜ ଶରୀରରୁ ଓ ନିଜ ଅଧୀନରେ ଗବେଷଣା କରୁଥିବା ଗବେଷକଙ୍କ...

କର୍ମଜୀବୀ ହୋଇଥିଲେ…

ଏଣେ ଘର କାମ ଆଉ ପିଲାମାନଙ୍କର ଦାୟିତ୍ୱ। ସବୁକିଛି ଠିକ୍‌ ସମୟରେ ଶେଷ କରି ଅଫିସ୍‌ ବି ଯିବାକୁ ହେବ। ତେଣୁ କେତେବେଳେ କେଉଁ କାମ...

ଏହି ୩ ରଙ୍ଗ ଝିଅଙ୍କୁ ହୋଇଥାଏ ଅଧିକ ପସନ୍ଦ, ପୁଅ ପିନ୍ଧିିଲେ…

ଅନେକ ପୁଅ ତାଙ୍କ ପୋଷାକ ପରିଧାନକୁୁ ନେଇ ଅଧିକ ଚିନ୍ତାରେ ପଡ଼ିଥାନ୍ତି। ଝିଅଙ୍କୁ ଇମ୍ପ୍ରେସ କରାଇବା ପାଇଁ ସେ ତାଙ୍କ ଡ୍ରେସ୍‌ ଉପରେ ଅଧିକ ଧ୍ୟାନ...

ବର୍ଷାଦିନିଆ ସଂକ୍ରମଣରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ସବୁ ଜିନିଷ

ବର୍ଷାଦିନେ ସଂକ୍ରମଣ ସମସ୍ୟା ଅଧିକ ଦେଖାଯାଇଥାଏ। ଏ ନେଇ ଆମର ପୂର୍ବରୁ ପ୍ରସ୍ତୁତ ନ ହେବା ଫଳରେ ଅନେକ ସମସ୍ୟା ଉପୁଜିଥାଏ। ବଦଳୁଥିବା ସିଜନ୍‌ରେ ନିଜକୁ...

ଉପକାରୀ ଗାଜର

ଗାଜରରେ କାରୋଟିନ୍‌ ନାମକ ଏକ ଉପାଦାନ ଥିବାରୁ  ଏହା ଆମ ଆଖି ପାଇଁ ବେଶ୍‌ ଉପଯୋଗୀ। ଏହା ସୂର୍ଯ୍ୟକିରଣଠାରୁ ଆଖିକୁ ରକ୍ଷା କରିବା ସହ ଆଖିରେ...

Advertisement


Archives

Model This Week