Posted inଖେଳ

ଏହି କ୍ରିକେଟର୍‌ଙ୍କୁ ଡେଟ୍‌ କରୁଛନ୍ତି ଶାହାରୁଖଙ୍କ ଝିଅ!

ଚେନ୍ନାଇ,୨୭।୫: କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ମାଲିକ ଶାହାରୁଖ ଖାନ ତାଙ୍କ ଦଳର ଆଇପିଏଲ ୨୦୨୪ ଚାମ୍ପିଅନ ହୋଇଥିବାର ଦେଖି ବେଶ୍‌ ଖୁସି ଅଛନ୍ତି। କିଙ୍ଗ ଖାନଙ୍କ ଝିଅ ସୁହାନା ଖାନ ମଧ୍ୟ କେକେଆର ଟ୍ରଫି ଜିତିବାର ଏକ ଅଂଶ ହୋଇଥିଲେ ଏବଂ ସେ ତାଙ୍କ ପିତାଙ୍କୁ ଆଲିଙ୍ଗନ କରିବା ପରେ ଭାବପ୍ରବଣ ହୋଇଥିଲେ। ଶାହାରୁଖଙ୍କୁ ଆଲିଙ୍ଗନ କରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏବେ ଚର୍ଚ୍ଚା ହେଉଛି, ସୁହାନା କେକେଆରର ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଡେଟ କରୁଛନ୍ତି। ଗତ ବର୍ଷ ମଧ୍ୟ ରିଙ୍କୁ ଏବଂ ସୁହାନାଙ୍କ ସମ୍ପର୍କ ବିଷୟରେ ଗୁଜବ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ପୁଣି ଥରେ ରିଙ୍କୁ-ସୁହାନା ଡେଟ୍‌ ଖବରକୁ ନେଇ ପୁଣି ଗୁଜବ ଉଠିଛି।
କିଛି ଦିନ ପୂର୍ବରୁ ସୁହାନା ଭେଟେରାନ ଅଭିନେତା ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କୁ ଡେଟିଂ କରୁଥିବା ଚର୍ଚ୍ଚା ହେଉଥିଲା।

 

View this post on Instagram

 

A post shared by @thebindutimes


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ଭାରତ

ଗ୍ରସ ଆଇସ୍ଲେଟ, ୨୪।୬: ସେଣ୍ଟ ଲୁସିଆସ୍ଥିତ ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପର ଶେଷ ସୁପର-୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ...

ଅଷ୍ଟ୍ରେଲିଆ ଆଗରେ ୨୦୬ ରନ୍‌ର ଟାର୍ଗେଟ୍‌

ଗ୍ରସ ଆଇସ୍ଲେଟ, ୨୪।୬: ସେଣ୍ଟ ଲୁସିଆସ୍ଥିତ ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଶେଷ ସୁପର-୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ...

ଶେଷ ସୁପର-୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି

ଗ୍ରସ ଆଇସ୍ଲେଟ, ୨୪।୬: ଗ୍ରସ ଆଇସ୍ଲେଟ, ସେଣ୍ଟ ଲୁସିଆସ୍ଥିତ ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଶେଷ ସୁପର-୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌...

ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା: ପ୍ରଥମ ଥର ଏହି ୪ ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୨୪।୬: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ବିସିସିଆଇ ଟିମ ଇଣ୍ଡିଆ ଘୋଷଣା କରିଛି। ଟି -୨୦ ବିଶ୍ୱକପ ୨୦୨୪ର ଖେଳୁଥିବା ସମସ୍ତ ଖେଳାଳିଙ୍କୁ ବିଶ୍ରାମ...

ବର୍ଷା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ରଦ୍ଦ ହୋଇଗଲେ କ’ଣ ହେବ ଟିମ୍‌ ଇଣ୍ଡିଆର ଅବସ୍ଥା

ନୂଆଦିଲ୍ଲୀ,୨୪।୬: ଟି-୨୦ ବିଶ୍ୱକପ୍‌ରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ଆଜି ମୁହାଁମୁହିଁ ହେବେ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ସେଣ୍ଟ ଲୁସିଆର ଡାରେନ ସାମି ଜାତୀୟ...

ଆଶଙ୍କାରେ ଭାରତ, ସେମିଫାଇନାଲ୍‌ରୁ ହୋଇପାରେ ବିଦା

ନୂଆଦିଲ୍ଲୀ, ୨୪।୬: ଟି-୨୦ ବିଶ଼୍ବକପ୍‌ର ସୁପର ୮ରେ ଭାରତୀୟ ଟିମ୍‌ ଲଗାତାର ଦୁଇଟି ମ୍ୟାଚ୍‌ ଜିତି ପଏଣ୍ଟ୍‌ ଟେବୁଲର ଟପ୍‌ରେ ରହିଛି । ଟିମ୍‌ ୪...

ଆୟୋଜକ ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ,୨୪।୬: ଏକ ରୋମାଞ୍ଚକର ମ୍ୟାଚରେ ଆୟୋଜକ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ସୋମବାର ନର୍ଥ ସାଉଣ୍ଡର ସାର୍ ଭିଭିଆନ୍ ରିଚାର୍ଡସ୍...

ଗୌତମ ଗମ୍ଭୀର ଭାରତର କୋଚ୍ ହେଲେ ଦଳରେ ବିରାଟ-ରୋହିତଙ୍କ ପାଇଁ ଶେଷ ସୁଯୋଗ: ରିପୋର୍ଟ

ମୁମ୍ବାଇ,୨୪।୬: କ୍ରିକେଟ ଦଳର ଭାବି କୋଚ୍ ଗୌତମ ଗମ୍ଭୀର ତାଙ୍କର ସାକ୍ଷାତକାର ସମୟରେ ବିସିସିଆଇର କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି) ଆଗରେ ପାଞ୍ଚ ସର୍ତ୍ତ ରଖିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri