ଏସ୍‌ସିବିରୁ ୩୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି

କଟକ ଅଫିସ,୧୦।୭: ଏସ୍‌ସିବି ମେଡିକାଲ ଅଡିଟୋରିୟମରୁ ପ୍ରାୟ ୩୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି। କେବେଠୁ ଏହି ଚୋରି ହେଲାଣି ସେ ସମ୍ପର୍କରେ ମେଡିକାଲ ପାଖରେ ଖବର ନାହିଁ। ମଙ୍ଗଳବାର ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍‌ ଅଡିଟୋରିୟମରେ ବସି ଦେଖିବା ପାଇଁ କଲେଜର କେତେଜଣ ଛାତ୍ରୀଛାତ୍ର ଅଡିଟୋରିୟମ ଖୋଲିଲା ବେଳକୁ ଏହି ଘଟଣା ସେମାନଙ୍କ ନଜରକୁ ଆସିଥିଲା। ଏହା ପରେ ଛାତ୍ରୀଛାତ୍ରମାନେ ମେଡିକାଲ କଲେଜ ଅଧ୍ୟକ୍ଷା ପ୍ରଫେସର ଡା. ଜୟଶ୍ରୀ ମହାନ୍ତିଙ୍କୁ ଜଣାଇଥିଲେ। ଏନେଇ ଅଧ୍ୟକ୍ଷା ପ୍ରଫେସର ମହାନ୍ତି ମଙ୍ଗଳାବାଗ ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଏହି ଚୋରିକୁ ନେଇ ଏବେ ମେଡିକାଲ କର୍ତ୍ତୃପକ୍ଷ ଓ ଜିଇଡି ମଧ୍ୟରେ ଦୋଷ ଲଦାଲଦି ଆରମ୍ଭ ହୋଇଛି। ଅଡିଟୋରିୟମର ଚାବି ଜିଇଡି ପାଖରେ ଥିବା କଥା ଅଧ୍ୟକ୍ଷ ଡା. ମହାନ୍ତି କହିଥିବା ବେଳେ ଦୁଇ ବର୍ଷ ତଳୁ କୋଠା ନିର୍ମାଣ ପରେ ଆମେ ଉକ୍ତ ଘରର ଚାବି ମେଡିକାଲକୁ ହସ୍ତାନ୍ତର କରିଥିବା ଜିଇଡି କନିଷ୍ଠ ଯନ୍ତ୍ରୀ ଶିଖା ଦାସ କହିଛନ୍ତି। ମାତ୍ର ଏହି ଚୋରି ଏବେ ଆଉ ଏକ ବଡ଼ କଥାକୁ ପଦାକୁ ଆଣିଛି। ତାହା ହେଉଛି ଘର ଅସମ୍ପୂର୍ଣ୍ଣ ଅବସ୍ଥାରେ ମେଡିକାଲକୁ ହସ୍ତାନ୍ତର କରାଯାଇଥିଲା। କାରଣ ବର୍ଦ୍ଧିତ ୧୫୦ଏମ୍‌ବିବିଏସ୍‌ ସିଟ୍‌ର ଏମ୍‌ସିଆଇ ଅନୁମୋଦନ ନିମନ୍ତେ ୧୭୦୦ ସିଟ୍‌ ବିଶିଷ୍ଟ ଅଡିଟୋରିୟମର ଆବଶ୍ୟକତା ଥିଲା। ଫଳରେ ଅଡିଟୋରିୟମ ଗୃହ ନିର୍ମାଣ କରାଯାଇ କେବଳ ଚେୟାର ପକାଯାଇ ତାହାକୁ ମେଡିକାଲକୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ଅଡିଟୋରିୟମରେ ଲାଇଟ୍‌ ଓ ସାଉଣ୍ଡ ବ୍ୟବସ୍ଥା ହସ୍ତାନ୍ତର ସମୟରେ ସମ୍ପନ୍ନ କରାଯାଇ ନ ଥିଲା। ଫଳରେ ପରବର୍ତ୍ତୀ ଅବସ୍ଥାରେ ଧୀରେ ଧୀରେ ଏହି କାର୍ଯ୍ୟ କରାଯାଉଥିଲା। ଅନ୍ୟପକ୍ଷରେ ଏତେ ମୂଲ୍ୟବାନ ସାମଗ୍ରୀ ଅଡିଟୋରିୟମରେ ଲାଗିଥିଲେ ମଧ୍ୟ ସେଠାରେ ସିକ୍ୟୁରିଟି ବ୍ୟବସ୍ଥା କରାଯାଇ ନ ଥିଲା। ଏଭଳି ଘଟଣା ଘଟିଥିବା ମେଡିକାଲରେ ଚର୍ଚ୍ଚା ହେଉଛି। ଏହି ଚୋରି ପରେ ଏବେ ଅଡିଟୋରିୟମର ଚାବି କାହା ପାଖରେ ଥିଲା ତାହା ସବୁଠୁ ବଡ଼ ପ୍ରଶ୍ନ ହୋଇଛି। ଚୋରି ପରେ ଅଡିଟୋରିୟମ ବାହାର ପଟୁ ତାଲା ପଡ଼ିଥିବା ଦେଖାଯାଇଥିଲା। ଶେଷ ଥର ପାଇଁ ଅଡିଟୋରିୟମ କେବେ ଖୋଲାଯାଇଥିଲା ତାହାର ମଧ୍ୟ ସଠିକ୍‌ ତଥ୍ୟ ମେଡିକାଲ ନା ଜିଇଡି ପାଖରୁ ମିଳୁନାହିଁ। ଏଭଳି ସ୍ଥିତିରେ ଥାନାରେ ଅଦ୍ୟାବଧି ଏତଲା ମଧ୍ୟ ଦିଆଯାଇ ନ ଥିବା ମଙ୍ଗଳାବାଗ ଥାନା ଆଇଆଇସି ଅମିତାଭ ମହାପାତ୍ର କହିଛନ୍ତି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ମହାନ୍ତି କୁହନ୍ତି, ବୁଧବାର ଜିଇଡି ପକ୍ଷରୁ ଅଡିଟୋରିୟମର ଚୋରି ଯାଇଥିବା ସାମଗ୍ରୀର ଆକଳନ କରାଯିବ। ଏହା ପରେ ଥାନାରେ ଲିଖିତ ଏତଲା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri