ଏସ୍‌ସିବିରୁ ୩୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି

କଟକ ଅଫିସ,୧୦।୭: ଏସ୍‌ସିବି ମେଡିକାଲ ଅଡିଟୋରିୟମରୁ ପ୍ରାୟ ୩୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି। କେବେଠୁ ଏହି ଚୋରି ହେଲାଣି ସେ ସମ୍ପର୍କରେ ମେଡିକାଲ ପାଖରେ ଖବର ନାହିଁ। ମଙ୍ଗଳବାର ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍‌ ଅଡିଟୋରିୟମରେ ବସି ଦେଖିବା ପାଇଁ କଲେଜର କେତେଜଣ ଛାତ୍ରୀଛାତ୍ର ଅଡିଟୋରିୟମ ଖୋଲିଲା ବେଳକୁ ଏହି ଘଟଣା ସେମାନଙ୍କ ନଜରକୁ ଆସିଥିଲା। ଏହା ପରେ ଛାତ୍ରୀଛାତ୍ରମାନେ ମେଡିକାଲ କଲେଜ ଅଧ୍ୟକ୍ଷା ପ୍ରଫେସର ଡା. ଜୟଶ୍ରୀ ମହାନ୍ତିଙ୍କୁ ଜଣାଇଥିଲେ। ଏନେଇ ଅଧ୍ୟକ୍ଷା ପ୍ରଫେସର ମହାନ୍ତି ମଙ୍ଗଳାବାଗ ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଏହି ଚୋରିକୁ ନେଇ ଏବେ ମେଡିକାଲ କର୍ତ୍ତୃପକ୍ଷ ଓ ଜିଇଡି ମଧ୍ୟରେ ଦୋଷ ଲଦାଲଦି ଆରମ୍ଭ ହୋଇଛି। ଅଡିଟୋରିୟମର ଚାବି ଜିଇଡି ପାଖରେ ଥିବା କଥା ଅଧ୍ୟକ୍ଷ ଡା. ମହାନ୍ତି କହିଥିବା ବେଳେ ଦୁଇ ବର୍ଷ ତଳୁ କୋଠା ନିର୍ମାଣ ପରେ ଆମେ ଉକ୍ତ ଘରର ଚାବି ମେଡିକାଲକୁ ହସ୍ତାନ୍ତର କରିଥିବା ଜିଇଡି କନିଷ୍ଠ ଯନ୍ତ୍ରୀ ଶିଖା ଦାସ କହିଛନ୍ତି। ମାତ୍ର ଏହି ଚୋରି ଏବେ ଆଉ ଏକ ବଡ଼ କଥାକୁ ପଦାକୁ ଆଣିଛି। ତାହା ହେଉଛି ଘର ଅସମ୍ପୂର୍ଣ୍ଣ ଅବସ୍ଥାରେ ମେଡିକାଲକୁ ହସ୍ତାନ୍ତର କରାଯାଇଥିଲା। କାରଣ ବର୍ଦ୍ଧିତ ୧୫୦ଏମ୍‌ବିବିଏସ୍‌ ସିଟ୍‌ର ଏମ୍‌ସିଆଇ ଅନୁମୋଦନ ନିମନ୍ତେ ୧୭୦୦ ସିଟ୍‌ ବିଶିଷ୍ଟ ଅଡିଟୋରିୟମର ଆବଶ୍ୟକତା ଥିଲା। ଫଳରେ ଅଡିଟୋରିୟମ ଗୃହ ନିର୍ମାଣ କରାଯାଇ କେବଳ ଚେୟାର ପକାଯାଇ ତାହାକୁ ମେଡିକାଲକୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ଅଡିଟୋରିୟମରେ ଲାଇଟ୍‌ ଓ ସାଉଣ୍ଡ ବ୍ୟବସ୍ଥା ହସ୍ତାନ୍ତର ସମୟରେ ସମ୍ପନ୍ନ କରାଯାଇ ନ ଥିଲା। ଫଳରେ ପରବର୍ତ୍ତୀ ଅବସ୍ଥାରେ ଧୀରେ ଧୀରେ ଏହି କାର୍ଯ୍ୟ କରାଯାଉଥିଲା। ଅନ୍ୟପକ୍ଷରେ ଏତେ ମୂଲ୍ୟବାନ ସାମଗ୍ରୀ ଅଡିଟୋରିୟମରେ ଲାଗିଥିଲେ ମଧ୍ୟ ସେଠାରେ ସିକ୍ୟୁରିଟି ବ୍ୟବସ୍ଥା କରାଯାଇ ନ ଥିଲା। ଏଭଳି ଘଟଣା ଘଟିଥିବା ମେଡିକାଲରେ ଚର୍ଚ୍ଚା ହେଉଛି। ଏହି ଚୋରି ପରେ ଏବେ ଅଡିଟୋରିୟମର ଚାବି କାହା ପାଖରେ ଥିଲା ତାହା ସବୁଠୁ ବଡ଼ ପ୍ରଶ୍ନ ହୋଇଛି। ଚୋରି ପରେ ଅଡିଟୋରିୟମ ବାହାର ପଟୁ ତାଲା ପଡ଼ିଥିବା ଦେଖାଯାଇଥିଲା। ଶେଷ ଥର ପାଇଁ ଅଡିଟୋରିୟମ କେବେ ଖୋଲାଯାଇଥିଲା ତାହାର ମଧ୍ୟ ସଠିକ୍‌ ତଥ୍ୟ ମେଡିକାଲ ନା ଜିଇଡି ପାଖରୁ ମିଳୁନାହିଁ। ଏଭଳି ସ୍ଥିତିରେ ଥାନାରେ ଅଦ୍ୟାବଧି ଏତଲା ମଧ୍ୟ ଦିଆଯାଇ ନ ଥିବା ମଙ୍ଗଳାବାଗ ଥାନା ଆଇଆଇସି ଅମିତାଭ ମହାପାତ୍ର କହିଛନ୍ତି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ମହାନ୍ତି କୁହନ୍ତି, ବୁଧବାର ଜିଇଡି ପକ୍ଷରୁ ଅଡିଟୋରିୟମର ଚୋରି ଯାଇଥିବା ସାମଗ୍ରୀର ଆକଳନ କରାଯିବ। ଏହା ପରେ ଥାନାରେ ଲିଖିତ ଏତଲା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତୁରେଇକେଲା-ହରିଶଙ୍କର ରୋଡ୍‌-ଲଖନା ପ୍ରକଳ୍ପ କାର୍ଯ୍ୟକ୍ଷମ

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ): ଟିଟିଲାଗଡ଼-ରାୟପୁର ଦୋହରୀକରଣ ପ୍ରକଳ୍ପର ତୁରେଇକେଲା-ହରିଶଙ୍କର ରୋଡ୍‌-ଲଖନା ମଧ୍ୟରେ ୨୫ କି.ମି. କାର୍ଯ୍ୟ ଗତ ୯ ତାରିଖରୁ ଶେଷ ହେବା ପରେ ଏବେ କାର୍ଯ୍ୟକ୍ଷମ ହୋଇଛି।...

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ କନଷ୍ଟେବଳ

ବଲାଙ୍ଗୀର ଅଫିସ, ୩୦।୩ (ଡି.ଏନ.ଏ.)-କରୋନା ସଂଗ୍ରମଣକୁ ରୋକିବାକୁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍‌ ଡାଉନ କରିଛନ୍ତି। ନିୟମ ନ ମାନିଲେ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

ପୋଲିସ ଗାଡ଼ିଧରି ଅଭିଯୁକ୍ତ ଫେରାର: ଏଏସ୍‌ଆଇ, ହାବିଲଦାର ନିଲମ୍ବିତ

ବାରିପଦା ଅଫିସ/ଉଦଳା,୧୧।୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ପୋଲିସ ହେପାଜତରୁ ଗୁରୁବାର ସନ୍ଧାରେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏ ନେଇ କାର୍ଯ୍ୟରେ ଅବହେଳା ଦର୍ଶାଇ...

ଆଗକୁ ଜିମ୍‌, ଯୋଗକେନ୍ଦ୍ର ଯିବାକୁ ଭାବିଛନ୍ତି କି.. , ଜାଣନ୍ତୁ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୩।୨(ବ୍ୟୁରୋ): ଅଗଷ୍ଟ ୫ ତାରିଖରୁ ଜିମ୍‌ ଏବଂ ଯୋଗକେନ୍ଦ୍ର ଖୋଲିବ। ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବା ବେଳେ...

ଜୈବିକ ଖତକୁ ପ୍ରୋତ୍ସାହନ ଲୋଡ଼ା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟକୁ ରାସାୟନିକ ସାର ଯୋଗାଣ ପର୍ଯ୍ୟାପ୍ତ ହେଉ ନ ଥିବାରୁ ବ୍ୟବହାର କମିବାରେ ଲାଗିଲାଣି। ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ...

ପୋଖରୀରେ ବୁଡ଼ି ୨ ଭାଇ ମୃତ

ବୁଗୁଡ଼ା,୨୫ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଖୋଳଖାଳି ଗ୍ରାମର ଏକ ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଖୋଳଖାଳି ଗ୍ରାମ ମାଳିସାହିର...

ତିହିଡ଼ିରେ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ଦାବି: ଓକିଲ ସଂଘର ଧାରଣା

ତିହିଡି,୨୯।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହଡ଼ି ଓକିଲ ସଂଘ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ତିହିଡ଼ି ତହସିଲ କାର୍ଯ୍ୟାଳୟ ପରିସରରେ ଧାରଣା ଦିଆଯାଇଛି। ତିହିଡିରେ ସିଭିଲ୍‌ ଜଜ୍‌ ଜୁନିୟର...

୬୨୬ ଫୁଟ୍‌ରେ ହୀରାକୁଦର ଜଳସ୍ତର: ପୁଣି ଖୋଲିପାରେ ଅଧିକ ଗେଟ୍‌

ସମ୍ବଲପୁର,୧୬ା୮(ବ୍ୟୁରୋ): ଉପର ମୁଣ୍ଡରେ ଲଗାଣ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ମଙ୍ଗଳବାର ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୨୬ଟି ଗେଟ୍‌ରୁ...

Advertisement
Archives

Model This Week