ଏସ୍‌ଭିଏମ୍‌ କଲେଜ ଆଖପାଖରେ ୧୪୪ ଧାରା

ଜଗତ୍‌ସିଂହପୁର ଅଫିସ,୧୫ା୫: ଲକ୍‌ଡାଉନ ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ଘରକୁ ଫେରୁଛନ୍ତି। ଏହିକ୍ରମରେ ବିଭିନ୍ନ ରାଜ୍ୟରୁ ପ୍ରତ୍ୟହ ଶତାଧିକ ପ୍ରବାସୀ ଜଗତ୍‌ସିଂହପୁର ଜିଲାକୁ ଆସୁଛନ୍ତି। ଜଗତ୍‌ସିଂହପୁରରେ ପହଞ୍ଚତ୍ଲା ପରେ ସେମାନଙ୍କୁ ଏସ୍‌ଭିଏମ୍‌ (ସ୍ବାମୀ ବିବେକାନନ୍ଦ ସ୍ମାରକୀ) ସ୍ବୟଂଶାସିତ ମହାବିଦ୍ୟାଳୟ ପରିସର ଟ୍ରାନ୍‌ଜିଟ୍‌ ପଏଣ୍ଟରୁ ବିଭିନ୍ନ ବ୍ଲକ ଅଞ୍ଚଳକୁ ପଠାଇ ଦିଆଯାଉଛି। ଯେହେତୁ ବହୁ ସଂଖ୍ୟକ ପ୍ରବାସୀ ମହାବିଦ୍ୟାଳୟ ପରିସରରେ ପହଞ୍ଚୁଛନ୍ତି ତେଣୁ ସେମାନେ ଏଣେତେଣେ ବୁଲାଚଲା କରୁଥିବାରୁ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣର ଭୟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମହାବିଦ୍ୟାଳୟ ପରିସର ଓ ଆଖପାଖରେ ଶୁକ୍ରବାରଠାରୁ ୧୪୪ ଧାରା ଜାରି କରିଛନ୍ତି। ମହାବିଦ୍ୟାଳୟ ପରିସର ବିଶେଷକରି ମୁଖ୍ୟ ଫାଟକ ନିକଟରୁ ୧୦୦ ମିଟର ଦୂରତା ଭିତରେ ଏହି ଧାରା କାର୍ଯ୍ୟକାରୀ ହେବ। ପ୍ରବାସୀମାନେ ବିନା ଅନୁମତିରେ କ୍ୟାମ୍ପସ ବାହାରକୁ ଯିବା ଉପରେ କଟକଣା ଲଗାଯାଇଛି। ଏଥିସହ ମହାବିଦ୍ୟାଳୟ ଓ ଆଖପାଖ ଅଞ୍ଚଳରେ ସାମାଜିକ ଦୂରତାକୁ କଡାକଡି ପାଳନ କରାଯିବ ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପ ଚଳଚଞ୍ଚଳ: ଆଜିଠାରୁ ୨୩ ପର୍ଯ୍ୟନ୍ତ ପୂଜା ପାଇବେ ପ୍ରଭୁ ବିଶ୍ୱକର୍ମା

ପାରାଦୀପ,୧୭।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଗୁରୁବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆୟୋଜକମାନଙ୍କ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?