ଏସ୍‌ପି ଅଫିସ ସମ୍ମୁଖରେ ଉତ୍ତେଜନାପୂର୍ଣ୍ଣ ଜାତିଆଣ ଓ ଅଶ୍ଳୀଳ ଭାଷଣ ମାମଲା: ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ରାଜ୍ୟ ସଭାପତି ଗିରଫ

ଜଗତ୍‌ସିଂହପୁର ଅଫିସ,୧୫ା୩: ତିର୍ତ୍ତୋଲ ଥାନା ଅଧୀନ ରେପୁରପାଟଣା ଗ୍ରାମରେ ଦଳିତ ଓ ସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ବିବାଦର ସମାଧାନ ପାଇଁ ଶାନ୍ତି କମିଟି ଗଠନ ହୋଇଛି। ଆସନ୍ତା ୧୬ ତାରିଖରେ ଶାନ୍ତି କମିଟି ବସିବାର ଅଛି। କିନ୍ତୁ ତା’ ପୂର୍ବରୁ ଅର୍ଥାତ୍‌ ଗତ ୧୨ ତାରିଖରେ ରାଷ୍ଟ୍ରୀୟ ଦଳିତ ମହାସଭା ପକ୍ଷରୁ ଜଗତ୍‌ସିଂହପୁର ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ରିପବ୍ଲିକାନ୍‌ ପାର୍ଟି ଅଫ ଇଣ୍ଡିଆ(ଆର୍‌ପିଆଇ)ର ରାଜ୍ୟ ସଭାପତି ସେଖ୍‌ ଅବଦୁଲ ୱାଲି ଯୋଗ ଦେଇଥିଲେ। ସମାବେଶରେ ୱାଲି, ମହାସଭା ରାଜ୍ୟ ସଭାପତି ଅଶୋକ ମଲ୍ଲିକ ଓ ଅନ୍ୟମାନେ ଉତ୍ତେଜନାପୂର୍ଣ୍ଣ ଜାତିଆଣ ଓ ଅଶ୍ଳୀଳ ଭାଷଣ ଦେଇଥିଲେ। ଯେଉଁ କାରଣରୁ ଜଗତ୍‌ସିଂହପୁର ଥାନା ପକ୍ଷରୁ ୱାଲିଙ୍କ ସହ ଅନ୍ୟ ୭୦ଜଣଙ୍କ ନାମରେ ମାମଲା ସଂଖ୍ୟା ୮୭/୨୦ ରୁଜୁ କରାଯାଇଥିଲା। ଏହି ମାମଲାରେ ପୋଲିସ ଶନିବାର ଆର୍‌ପିଆଇ ରାଜ୍ୟ ସଭାପତି ୱାଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏ ସମ୍ପର୍କରେ ଆଇଆଇସି ରଜନୀକାନ୍ତ ମିଶ୍ର ସୂଚନା ଦେଇ କହିଛନ୍ତି, ରେପୁରପାଟଣାରେ ୧୮୦ ଘର ସବର୍ଣ୍ଣ ଓ ୨୨ ଘର ଦଳିତ ପରିବାର ରହିଛନ୍ତି। ଗାଁରେ ଥିବା ଶିବ ମନ୍ଦିରକୁ ଦଳିତଙ୍କୁ ବାରଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଏପରି କି ୮/୯ଜଣ ସବର୍ଣ୍ଣ ଦଳିତଙ୍କ ଜାତିକୁ ନେଇ ଆକ୍ଷେପ କରିଥିବା ଅଭିଯୋଗ ଉପରେ ପୋଲିସ ମାମଲା ରୁଜୁ କରି ଚାର୍ଜସିଟ୍‌ ଦାଖଲ କରି ସାରିଛି। ଏହା ଭିତରେ ସେମାନଙ୍କ ଭିତରେ ସୃଷ୍ଟି ହୋଇଥିବା ତିକ୍ତତା ଦୂର ପାଇଁ ତିର୍ତ୍ତୋଲ ତହସିଲଦାର, ସେ ଅଞ୍ଚଳର ସରପଞ୍ଚ, ସ୍ଥାନୀୟ ଓ ବାହାର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ ଶାନ୍ତି କମିଟି ଗଠନ କରାଯାଇଛି। ଆସନ୍ତା ୧୬ରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହେବ। ତା ପୂର୍ବରୁ ରାଷ୍ଟ୍ରୀୟ ଦଳିତ ମହାସଭା ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ମନ୍ଦିର ଭାଙ୍ଗି ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ଯାହକି ଅତି ସମ୍ବେଦନଶୀଳ ଘଟଣା। କେବଳ ଏତିକି ନୁହେଁ, ମନ୍ଦିର ପରିସର ଅଧା ଜମିରେ ପାଇଖାନା କରାଯିବ ବୋଲି କୁହାଯିବା ଚିନ୍ତାଜନକ ଥିଲା। ସେହିପରି ନାଉଗାଁ ତେଣ୍ଟୋଇ ଗ୍ରାମର ଦଳିତ ଯୁବତୀଙ୍କ ମୃତ୍ୟୁ ପ୍ରସଙ୍ଗରେ ମଧ୍ୟ କଟୁ ମନ୍ତବ୍ୟ ଦିଆଯାଇଥିଲା। ଅଭିଯୁକ୍ତ ସବର୍ଣ୍ଣ ଯୁବକଙ୍କ ପରିବାର ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ଆନ୍ଦୋଳନକାରୀ ପଛାଇ ନ ଥିଲେ। ସିଟିଜେନ୍‌ଶିପ୍‌ ଆମେଣ୍ଡମେଣ୍ଟ ଆକ୍ଟ (ସିଏଏ) ନାଁରେ ଧର୍ମ ପରିବର୍ତ୍ତନ ପାଇଁ ଉଦ୍ୟମ ହେଉଥିବା କଥା ମଧ୍ୟ ଉଠିଥିଲା। ଏହିଭଳି ଜାତିଗତ ବିଭେଦ ସୃଷ୍ଟିକାରୀ ଅଶ୍ଳୀଳ ଓ କଟୁ ମନ୍ତବ୍ୟ ଦିଆଯାଇଥିବାରୁ ପୋଲିସ ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବା ପାଇଁ ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri