ଏସ୍‌ଏଚ୍‌ଜିଙ୍କ ଦ୍ୱାରା ଧାନକିଣାକୁ ବିରୋଧ କରି ରାସ୍ତା ଅବରୋଧ : ବିଧାୟକଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ଜୟପୁର,୨୮।୮(ନି.ପ୍ର.): କୋରାପୁଟ ଜିଲା ଜୟପୁର ବ୍ଲକ ଜାମୁଣ୍ଡା ଓ କଙ୍ଗା ପଞ୍ଚାୟତର ଶତାଧିକ ଚାଷୀ ବୁଧବାର ୨୬ନଂ. ଜାତୀୟ ରାଜପଥର କୁମୁଲିପୁଟଠାରେ ରାସ୍ତା ଅବରୋଧ କରିଛନ୍ତି ା ଏସ୍‌ଏଚ୍‌ଜିଙ୍କ ଦ୍ୱାରା ଧାନକିଣାକୁ ବିରୋଧ କରି ଏହି ରାସ୍ତା ଅବରୋଧ ହୋଇଛି।
ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଚଳିତବର୍ଷ ମଣ୍ଡି ଧାନ କ୍ରୟ କରିବା ନିମନ୍ତେ ଲ୍ୟାମ୍ପ୍‌ସ ପରିବର୍ତ୍ତେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି ା ଏ ନେଇ ଚାଷୀ ନିୟମିତ ଧାନ ବିକ୍ରୟ ଏବଂ ଟଙ୍କା ଠିକ୍‌ ସମୟରେ ପାଇବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ତେଣୁ ପୂର୍ବପରି ଲ୍ୟାମ୍ପ୍‌ସ ଜରିଆରେ ଧାନ କ୍ରୟ କରିବାକୁ ସେମାନେ ଦାବି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିଲା। ତେଣୁ ସେମାନେ ବାଧ୍ୟହୋଇ ୩ ଘଣ୍ଟା ଧରି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ବିଧାୟକ ତାରା ପ୍ରସାଦ ବାହିନୀପତି, ଉପଜିଲାପାଳ ଲୋକନାଥ ଦଳବେହେରା ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳଙ୍କ ସହ ଆଲୋଚନା କରି ଦାବି ପୂରଣ ଲାଗି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡରେ କରୋନା ମୃତ୍ୟୁ ସଂଖ୍ୟା ୯ ଛୁଇଁଲା

ନୟାଗଡ଼ ଅଫିସ,୧୫ା୮-ନୟାଗଡ଼ ଜିଲାରେ ଶନିବାର ୪ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୧ରେ ପହଞ୍ଚିଛି। ଅନ୍ୟପକ୍ଷେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।...

ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ୧୭୯୩ରେ ପହଞ୍ଚିଲା

ରାଜନଗର, ୧୪ା୧(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ପ୍ରାକୃତିକ ଉପାୟରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ସଂଖ୍ୟା ଚଳିତବର୍ଷ ବୃଦ୍ଧି...

ଅଞ୍ଜନାଙ୍କୁ ନ୍ୟାୟ:ହାଇକୋର୍ଟରେ ମାମଲା ବନ୍ଦ

କଟକ ଅଫିସ/ଭୁବନେଶ୍ୱର, ୨ା୩:ସିବିଆଇ ତଦନ୍ତରେ ଶିଥିଳତା ଏବଂ ଷଡ଼ଯନ୍ତ୍ର ଅଭିଯୋଗ କରି ହାଇକୋର୍ଟରେ ୨୦୦୨ରେ ଗଣବଳାତ୍କାର ପୀଡ଼ିତା ଅଞ୍ଜନା ମିଶ୍ର କରିଥିବା ମାମଲାର ସୋମବାର ପରିସମାପ୍ତି...

ନାଲ୍‌କୋ ପ୍ଲାଣ୍ଟରେ ଦୁର୍ଘଟଣା, ୪ ଗୁରୁତର

ଅନୁଗୋଳ ଅଫିସ, ୨୩।୭: ଅନୁଗୋଳ ସ୍ଥିତ ନାଲ୍‌କୋ ପ୍ଲାଣ୍ଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟି ୪ କର୍ମଚାରୀ ଗୁରୁତର ହୋଇଛନ୍ତି। ସ୍ମେଲଟରର କାଷ୍ଟ ହାଉସ ବି’ରେ...

‘ସାହିତ୍ୟରେ ନାରୀସ୍ବର ଶାଣିତ ରହିଛି’

ବଲାଙ୍ଗୀର ଅଫିସ, ୧୪ା୧ ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ୧୫ତମ ବଲାଙ୍ଗୀର ବହିହାଟର ପଞ୍ଚମ ସନ୍ଧ୍ୟା ସୋମବାର ସାହିତ୍ୟରେ ନାରୀ ସ୍ବର ଶୀର୍ଷକ ଆଲୋଚନାଚକ୍ର...

ଲୋକଙ୍କୁ ମାସ୍କ ବାଣ୍ଟିଲା ପୋଲିସ

ଖୋର୍ଦ୍ଧା ଅଫିସ,୮ା୪: ଖୋର୍ଦ୍ଧା ବ୍ଲକ ତୋଟାପଡା ଗ୍ରାମରେ ଗରିବ, ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇଛି ପୋଲିସ। ଆଦର୍ଶ ଥାନା ଅଧିକାରୀ ଉମାଶଙ୍କର ସିଂ ବୁଧବାର...

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଖୋର୍ଦ୍ଧା ଅଫିସ,୧୬ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ଏହି ସମୟରେ କୌଣସି ସରକାରୀ...

ହଂସୁଆରୁ ମା’, ମାମୁଘର ପୋଖରୀରୁ ଝିଅଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ରାଜନଗର,୨୧ା୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅଧୀନ ମାଣପଡ଼ା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ପୂର୍ବାହ୍ନରେ ଦୁଇ ଝିଅଙ୍କୁ ଛାଡ଼ି ସ୍ଥାନୀୟ ଜରିମୂଳସ୍ଥିତ...

Advertisement
Archives

Model This Week