Posted inରାଜ୍ୟ

ଏସ୍‌ଆଇଏଚ୍‌ଏମ୍‌ରେ ଡିଗ୍ରୀ ପାଠ୍ୟକ୍ରମକୁ ଅନୁମତି

ଭୁବନେଶ୍ୱର, ୨୭ା୫(ବ୍ୟୁରୋ)- ବଲାଙ୍ଗୀରସ୍ଥିତ ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ (ଏସ୍‌ଆଇଏଚ୍‌ଏମ୍‌)ରେ ୨୦୧୯-୨୦ ଶିକ୍ଷାବର୍ଷରୁ ଡିଗ୍ରୀ ଶ୍ରେଣୀରେ ପାଠପଢ଼ା ହେବ। ହୋଟେଲ ମ୍ୟାନେଜମେଣ୍ଟରେ ଡିଗ୍ରୀ ପାଠପଢ଼ା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି। ଏନେଇ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଏସ୍‌ଆଇଏଚ୍‌ଏମ୍‌ରେ ହସ୍ପିଟାଲିଟି ଆଣ୍ଡ୍‌ ହୋଟେଲ ଆଡ଼ମିନିଷ୍ଟ୍ରେଶନ (ଏଚ୍‌ଏଚ୍‌ଏ) ବିଷୟରେ ତିନି ବର୍ଷିଆ ଡିଗ୍ରୀ ପାଠ୍ୟକ୍ରମ ପ୍ରଚଳନ ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନ୍ୟାଶନାଲ କାଉନ୍‌ସିଲ ଫର୍‌ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ୍‌ କ୍ୟାଟରିଂ ଟେକ୍ନୋଲୋଜି (ଏନ୍‌ସିଏଚ୍‌ଏମ୍‌ସିଟି)କୁ ଅନୁରୋଧ କରାଯାଇଥିଲା। ଏହାକୁ କେନ୍ଦ୍ରର ଅନୁମୋଦନ ପରେ ଆସନ୍ତା ଅଗଷ୍ଟରୁ ନୂତନ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହି ଶିକ୍ଷା ବର୍ଷରେ ୬୦ଜଣ ଛାତ୍ରୀଛାତ୍ରଙ୍କ ନାମ ଲେଖାଯିବ ଓ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ସରିଛି ବୋଲି ଏନ୍‌ସିଏଚ୍‌ଏମ୍‌ସିଟିର ନିର୍ଦ୍ଦେଶକ ଏଲ୍‌.କେ. ଗାଙ୍ଗୁଲି ସୂଚନା ଦେଇଛନ୍ତି। ସେହିଭଳି ଦ୍ୱିତୀୟ ଓ ତୃତୀୟ ବର୍ଷ ପାଇଁ ଅଧିକ ଭିତ୍ତିଭୂମିର ଆବଶ୍ୟକତା ରହିଥିବାରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗଠିତ ହୋଇଥିବା ଏସ୍‌ଆଇଏଚ୍‌ଏମ୍‌ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିଆସୁଛି। ଏହି ଶିକ୍ଷାନୁଷ୍ଠାନରେ ସମଗ୍ର ଦେଶରୁ ଛାତ୍ରୀଛାତ୍ରମାନେ ଶିକ୍ଷାଲାଭ କରୁଛନ୍ତି। ୨୦୦୪ ମସିହାରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନରେ ୪ଟି ବିଭାଗରେ ଶିକ୍ଷାଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩ରେ ୪୫ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ପୋଲିସ ମହାନିର୍ଦ୍ଦେଶକଙ୍କ କଡ଼ା ଚେତାବନୀ ପରେ ମଧ୍ୟ ପଞ୍ଚାୟତ ନିର୍ବାଚନ ହିଂସାକାଣ୍ଡ ଥମିବାର ନାଁ ନେଉନାହିଁ। ଗାଁ ଗଣ୍ଡାରେ ହିଂସାକାଣ୍ଡକୁ ନେଇ ଆତଙ୍କ ସୃଷ୍ଟି...

ଆକ୍ରାନ୍ତଙ୍କଠାରୁ ସୁସ୍ଥ ଅଧିକ

ଭୁବନେଶ୍ୱର, ୪।୧୧(ବ୍ୟୁରୋ): ରାଜଧାନୀରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି। ଭୁବନେଶ୍ୱରରୁ ଗତ ୨୪ଘଣ୍ଟାରେ ୬୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୮୦...

୨ ବର୍ଷ ଥିଲା ଚାକିରି: ବହିଷ୍କୃତ ହେଲେ ଅଙ୍ଗନୱାଡି

ଫୁଲବାଣୀ ଅଫିସ, ୪ା୧୧: ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଇ ଚାକିରି କରିବା ଜଣେ ଅଙ୍ଗନୱାଡି କର୍ମୀଙ୍କୁ ମହଙ୍ଗା ପଡିଛି  । ପ୍ରଶାସନିକ ତଦନ୍ତ ପରେ...

କାମରେ ଆସୁନି କଳାମଣ୍ଡପ

ଢେଙ୍କାନାଳ ଅଫିସ, ୨୯।୭ କାନ୍ଥରେ ମାଡ଼ିଗଲାଣି ମୋଟା ବହଳର ଶିଉଳି। ଛାତ ଉପରେ ଉଠିଗଲାଣି ଗଛ। ଅନାବନା ଲଟାବୁଦାରେ ପରିପୂର୍ଣ୍ଣ ହୋଇ ଅରଣ୍ୟର ରୂପ ନେଲାଣି...

ପୁଣି ରେକର୍ଡ ଭାଙ୍ଗିଲା ମୃତ୍ୟୁସଂଖ୍ୟା: ଦିନକରେ କରୋନା ନେଲା ୩୫ ଜୀବନ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୩୫ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୫୮୪ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ଆସିଲା ୨ଲକ୍ଷ ଟିକା: ୫୦ଲକ୍ଷ ଟପିଲା ଟିକାକରଣ

ଭୁବନେଶ୍ୱର, ୧୯।୪(ବ୍ୟୁରୋ):ରାଜ୍ୟରେ ରବିବାର ଆଉ ୨ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚତ୍ଛି। ଏହି ଟିକା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବା ପରେ ସିଧା ରାଜ୍ୟ ଭାକ୍ସିନ ସେଣ୍ଟରକୁ...

ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

ବନ୍ତଳା,୨୨ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଧୋକୁଟା ପଞ୍ଚାୟତ ଗୋପାଳପୁର ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ଚାଷୀ...

ଭୁବନେଶ୍ୱରରୁ ଆଜି ୫୭ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୪୦

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୪୦...

Advertisement
Archives

Model This Week