Posted inଖେଳ

ଏସିଆ କପ୍‌ ବାତିଲ ସପକ୍ଷରେ ନାହିଁ ପାକିସ୍ତାନ

କରାଚୀ, ୧୬ା୪ (ପି.ଟି.)- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏସିଆ କପ୍‌ ବାତିଲ ସପକ୍ଷରେ ନାହିଁ ବୋଲି କହିଛନ୍ତି ଏହାର ଚେୟାରମ୍ୟାନ ଏହେସାନ ମନି। ଆସନ୍ତା ସେପ୍ଟେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏସିଆ କପ୍‌ ଆୟୋଜନ ହେବା କାର୍ଯ୍ୟକ୍ରମ ରହିଛି। ତେବେ କୋଭିଡ୍‌-୧୯ ମହାମାରୀ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି। ଏସିଆ କପ୍‌କୁ ବାତିଲ କରି ଯଦି ଏହି ସମୟରେ ଆଇପିଏଲ୍‌ ଆୟୋଜନକୁ ସୁଯୋଗ ଦିଆଯାଏ ତେବେ ପ୍ରତିବାଦ କରାଯିବ ବୋଲି ମନି କହିଛନ୍ତି। ଆଇପିଏଲ୍‌ ପ୍ରକୃତରେ ମାର୍ଚ୍ଚ ୧୯ରୁ ମେ’ ୨୪ ପର୍ଯ୍ୟନ୍ତ ହୋଇଥାନ୍ତା। ମାତ୍ର କୋଭିଡ୍‌-୧୯ ମହାମାରୀ ବିରୋଧରେ ଚାଲିଥିବା ଲଢେଇ ଯୋଗୁ ଭାରତରେ ଲକ୍‌ଡାଉନ୍‌ ମିଆଦ ବୃଦ୍ଧି କରାଯାଇଥିବାରୁ ଏହି ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯାଇଛି। ମନି କହିଛନ୍ତି, ଏସିଆ କପ୍‌ କେବଳ ଭାରତ ଓ ପାକିସ୍ତାନକୁ ନେଇ ଆୟୋଜିତ ହେଉନାହିଁ। ଏଥିରେ ଅନ୍ୟ କେତୋଟି ଦେଶ ମଧ୍ୟ ଭାଗ ନେଉଛନ୍ତି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତଙ୍କ ମତାମତ ନେଇ ଟୁର୍ନାମେଣ୍ଟର ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନିଆଯିବା ଉଚିତ। ସୂଚନାଯୋଗ୍ୟ, ଏଥର ଏସିଆ କପ୍‌ ଆୟୋଜକ ପାକିସ୍ତାନ ହୋଇଛି। ମାତ୍ର ନିରାପତ୍ତା ଦୃଷ୍ଟିକୋଣରୁ ଭାରତ ପାକିସ୍ତାନରେ ଖେଳିବାକୁ ରାଜି ନ ହେବାରୁ ଟୁର୍ନାମେଣ୍ଟକୁ ଦୁବାଇ ଓ ଆବୁଧାବିକୁ ସ୍ଥାନାନ୍ତର କରାଯାଇଥିଲା। ଏସିଆକପ୍‌ ଆୟୋଜନରୁ ଉପାର୍ଜିତ ଅର୍ଥ ଏସିଆରେ କ୍ରିକେଟ ଖେଳର ବିକାଶ କ୍ଷେତ୍ରରେ ବ୍ୟୟ ହୋଇଥାଏ ବୋଲି ପିସିବି ଚେୟାରମ୍ୟାନ ଯୁକ୍ତି ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାଞ୍ଚେଷ୍ଟର ଟେଷ୍ଟ ଉପରୁ ହଟିଲା ପ୍ରଶ୍ନବାଚୀ

ମାଞ୍ଚେଷ୍ଟର,୧୦।୯: ସପୋର୍ଟ ଷ୍ଟାଫଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଟିମ୍‌ ଇଣ୍ଡିଆର ପ୍ରତ୍ୟେକ ଖେଳାଳିଙ୍କ ଟେଷ୍ଟ କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏଥି ଯୋଗୁ...

ମାତ୍ର ୧ ରନ୍‌ ପାଇଁ ରେକର୍ଡରୁ ବଞ୍ଚିତ ହେଲେ ଏହି କ୍ରିକେଟର୍‌

ଲଣ୍ଡନ,୩।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଓଭାଲରେ ଖେଳାଯାଉଛି। ଇଂଲଣ୍ଡ ଟସ ଜିତି ଭାରତକୁ ପ୍ରଥମେ...

ହରମନପ୍ରୀତ ଅଧିନାୟକ, ନିଲମ ସାମିଲ

ଭୁବନେଶ୍ୱର,୨୮।୨(କ୍ରୀଡ଼ା ପ୍ରତିନିଧି): ମାର୍ଚ୍ଚ ୧୦ରୁ ୧୫ ପର୍ଯ୍ୟନ୍ତ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ ଗୁଡ଼ିକ ପାଇଁ ସୋମବାର ୨୦ ଜଣିଆ...

ଦକ୍ଷୀଣ ଏସୀୟ କ୍ରୀଡା: ସସ୍ମିତା, ସତ୍ୟଜିତଙ୍କୁ ସ୍ବର୍ଣ୍ଣିମ ସଫଳତା

ଭୁବନେଶ୍ୱର, ୫।୧୨(କ୍ରୀଡ଼ା ପ୍ରତିନିଧି)- ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ ୧୩ତମ ଦକ୍ଷୀଣ ଏସିୟ କ୍ରୀଡାର ଖୋ ଖୋ ବିଭାଗରେ ଭାରତୀୟ ମହିଳା ଓ ପୁରୁଷ ଦଳ ସ୍ବର୍ଣ୍ଣ...

ଭାରତ ସପକ୍ଷରେ ନାହିଁ ରେକର୍ଡ

ସାଉଥାମ୍ପଟନ,୫।୬- ଚଳିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରୁ ଭାରତୀୟ ଦଳ ତା’ର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ହେଲେ ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ୍‌ ଭାରତ...

ଆଇପିଏଲ ପୂର୍ବରୁ ଆରସିବିକୁ ଲାଗିଲା ବଡ଼ ଝଟ୍‌କା

ଚେନ୍ନାଇ, ୪ା୪- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଲାଗିଛି ବଡ଼ ଝଟ୍‌କା। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆସନ୍ତା ୯ ତାରିଖରେ ଖେଳାଯିବାକୁ ଚଳିତ ଆଇପିଏଲର ଉଦ୍‌ଘାଟନୀ...

ବିଶ୍ୱ ଚାମ୍ପିୟନଶିପ୍‌: ସିନ୍ଧୁଙ୍କ ବିଜୟ ଅଭିଯାନ

ବାସେଲ(ସୁଇଜରଲାଣ୍ଡ), ୨୧।୮ (ପି.ଟି.): ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ବ୍ୟାଡ୍‌ମିଣ୍ଟନର ସର୍ବୋଚ୍ଚ ପ୍ରତିଯୋଗିତା ବିଶ୍ୱ ଚାମ୍ପିୟନଶିପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ...

ସିଏସ୍‌କେ ପାଇଁ ବଡ଼ ଖବର

ଚେନ୍ନାଇ,୯।୩: ଆଇପିଏଲର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ବୁଧବାର ବଡ଼ ଆଶ୍ୱସନା ମିଳିଛି। ଦଳର ପ୍ରମୁଖ ଅଲରାଉଣ୍ଡର ଦୀପକ ଚହର ଚଳିତ ସିଜନରେ...

Advertisement
Archives

Model This Week