ଏସିଆନ୍‌ କୋଚ୍‌ ଭାବେ ଏହେସାସ ହୋତାଙ୍କ ସଫଳତା

ବୀରମହାରାଜପୁର, ୧୦।୬ (ଡି.ଏନ୍‌.ଏ): ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା କ୍ଷେତ୍ରରେ ଲଗାତର ପାରଦର୍ଶିତା ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିବା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ଯୁବ କ୍ରୀଡାବିତ୍‌ ଏହେସାସ ହୋତାଙ୍କୁ ଆଉ ଏକ ସଫଳତା ମିଳିଛି। ଏଥର ଜଣେ ଶ୍ରେଷ୍ଠ କୋଚ୍‌ ଭାବେ ସଫଳତା ପାଇଛନ୍ତି। ବିଶ୍ୱ ଟାଏକୋଣ୍ଡୋ ଏସିଆ ପକ୍ଷରୁ ହାଇଦ୍ରାବାଦଠାରେ ଅନୁଷ୍ଠିତ ପରୀକ୍ଷାରେ ଏହି ଟାଏକୋଣ୍ଡୋ କ୍ରୀଡାବିତ୍‌ ତଥା କୋଚ୍‌ ଏହେସାସ ଭାରତର ସବୁଠୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଏ ନେଇ ରବିବାର ବିଶ୍ୱ ଟାଏକୋଣ୍ଡୋ ଏସିଆ ପକ୍ଷରୁ କୋଟାଲା ବିଜୟ ଭାସ୍କର ରେଡ୍ଡୀ ଷ୍ଟାଡିୟମ୍‌, ହାଇଦ୍ରାବଦରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉସତ୍ବରେ ତାଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଏହେସାସ ଏବେ ଯୁକ୍ତ ୩ ତୃତୀୟ ବର୍ଷ ବିଜ୍ଞାନର ଛାତ୍ର ଥିବାବେଳେ ସାରା ଭାରତରେ ସର୍ବକନିଷ୍ଠ କୋଚ୍‌ଭାବେ ପରିଗଣିତ ହୋଇଛନ୍ତିି ା ତାଙ୍କର ଏହି ସଫଳତା ପାଇଁ ରାଜ୍ୟ ଟାଏକୋଣ୍ଡୋ ସଂଘର ସମ୍ପାଦକ ମନମୋହନ ଭଞ୍ଜ ଏବଂ ଜିଲା ଟାଏକୋଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଏସ୍‌ଜି ବିଜୟୀ…

ମୁମ୍ବାଇ, ୧୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ବିଜୟୀ ହୋଇଛି।  ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ସନରାଇଜର୍ସ

ମୁମ୍ବାଇ,୫।୫: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୫୦ତମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ସନରାଇଜର୍ସ ହାଇଦ୍ରାବାଦ...

ଭାରତୀୟ ମହିଳା ଫୁଟବଲ ଦଳରେ ଜବାମଣୀ, ପ୍ୟାରୀ

ଭୁବନେଶ୍ୱର, ୨୩।୩(କ୍ରୀଡ଼ା ପ୍ରତିନିଧି)-ଆଗାମୀ ଏଏଫସି ମହିଳା ଏସିଆନ କପ୍‌ ୨୦୨୨ ପାଇଁ ପ୍ରସ୍ତୁତି ସ୍ବରୂପ ଭାରତୀୟ ମହିଳା ଫୁଟବଲ ଦଳ ଉଜବେକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ...

ଲକ୍ଷ୍ନୌକୁ ୧୭୯ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୫।୫: ଆଇପିଏଲ ୨୦୨୨ର ୬୩ତମ ମ୍ୟାଚ୍‌ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଲାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ...

ହେଭିଓ୍ବେଟ୍‌ ଚାମ୍ପିୟନ

୬ ଫୁଟ ୯ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ବ୍ରିଟିଶ ବକ୍ସର ଟାଇସନ ଫ୍ୟୁରି ବିଶ୍ୱ ହେଭିଓ୍ବେଟ ଟାଇଟଲ ଜିତିଛନ୍ତି। ଆମେରିକାର ଡେଓଣ୍ଟେ ଓ୍ବାଇଲ୍ଡରଙ୍କୁ ହରାଇ ସେ...

ଅନ୍‌ଲାଇନରେ ଦେଖିହେବ ଓ୍ବେଲ୍ସ ରଗ୍‌ବୀ ଖେଳାଳି ଓ୍ବାଟକିନ୍ସଙ୍କ ଅନ୍ତ୍ୟେଷ୍ଟି କ୍ରିୟା

ଲଣ୍ଡନ, ୨୦।୩(ଏଏଫ୍‌ପି)- ପୂର୍ବତନ ଓ୍ବେଲ୍ସ ରଗ୍‌ବୀ ଖେଳାଳି ମାଥ୍ୟୁ ଜେ ଓ୍ବାଟକିନ୍ସଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଅନଲାଇନରେ ପ୍ରସାରଣ କରାଯିବ। କରୋନା ଭାଇରସ ଯୋଗୁ ଏହି ଖେଳାଳିଙ୍କ...

ଓ୍ବର୍ନଙ୍କ ଉପରେ ମନ୍ତବ୍ୟ ଲାଗି କ୍ଷମାପ୍ରାର୍ଥନା କଲେ ଗାଭାସ୍କର

ନୂଆଦିଲ୍ଲୀ,୮।୩: ଅଷ୍ଟ୍ରେଲିଆନ କିମ୍ବଦନ୍ତୀ ଶେନ ଓ୍ବର୍ନଙ୍କୁ ସର୍ବକାଳୀନ ସ୍ପିନର କହିବାକୁ ମନା କରି ଦେଇଥିଲେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର। ଏଥିଯୋଗୁ ଲିଟ୍‌ ମାଷ୍ଟର...

ସ୍ତ୍ରୀ, ଶ୍ୱଶୁର ଓ ଶଳାଙ୍କୁ କାର୍‌ ମଡ଼ାଇ ହତ୍ୟା ଉଦ୍ୟମ

ସମ୍ବଲପୁର,୧୯ା୭(ବ୍ୟୁରୋ):ସମ୍ବଲପୁର ଏସ୍‌ପି ଅଫିସ ସମ୍ମୁଖରେ ସୋମବାର ଏକ ପାରିବାରିକ କଳହର ଭୟାବହ ରୂପ ଦେଖିବାକୁ ମିଳିଛି। ଓକିଲ ପଞ୍ଚାନନ ଦାସ ସବୁ ସୀମା ଟପି ଶ୍ୱଶୁରଘର...

Advertisement
Archives

Model This Week