ଏଲ୍‌ଇଡି ବେଲକୁ କୋହଲି, ଫିଞ୍ଚଙ୍କ ବିରୋଧ

ଲଣ୍ଡନ,୧୦।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ପ୍ରତିପକ୍ଷ ଅଧିନାୟକ ଆରୋନ ଫିଞ୍ଚ୍‌ ଏଲ୍‌ଇଡି ବେଲକୁ ନେଇ ଖୁସି ନୁହନ୍ତି। ଏଥିରେ ବଲ କିମ୍ବା କିଛି ବାଜିବା ପରେ ଆଲୋକିତ ହେଉଛି, ଯାହା ଟିଭି ଅମ୍ପାୟରଙ୍କ କାର୍ଯ୍ୟକୁ ସହଜ କରୁଛି। ହେଲେ ଅତ୍ୟଧିକ ଓଜନ ଯୋଗୁ ବହୁ ସମୟରେ ବଲ୍‌ ବାଜିଲା ପରେ ମଧ୍ୟ ଏହା ଷ୍ଟମ୍ପରୁ ଅଲଗା ହେଉନାହିଁ। ଚଳିତ ବିଶ୍ୱକପ୍‌ରେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୦ ଥର ବଲ ଉଇକେଟରେ ବାଜିଛି ମାତ୍ର ବେଲ ତଳକୁ ଖସୁ ନ ଥିବା ଦେଖିବାକୁ ମିଳିଛି। ବେଲ ନ ଖସିବାର କାରଣ ଅତ୍ୟଧିକ ଓଜନ। ବେଲ ଆଲୋକିତ ହେବା ପାଇଁ ବହୁ ତାର ତା’ ଭିତରେ ରହିଛି। ଅଷ୍ଟ୍ରେଲିଆ ସହ ଭାରତ ବିପକ୍ଷ ମ୍ୟାଚ୍‌ରେ ୫ଥର ସମାନ ଘଟଣା ଘଟିଥିଲା। ଏଥିଲାଗି ଅଷ୍ଟ୍ରେଲିଆନ ଅଧିନାୟକ ନିରାଶ ହେବା ସହ ଏହା ଅନ୍ୟାୟ ବୋଲି କହିଛନ୍ତି। ଏ ସମ୍ପର୍କରେ କୋହଲି କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଏଭଳି କିଛି ହେବ ବୋଲି ତୁମେ କେବେ ଚିନ୍ତା କରି ନ ଥାଅ। ବ୍ୟବହୃତ ଟେକ୍‌ନୋଲୋଜି ଯୋଗୁ ବେଲ ଆଲୋକିତ ହେଉଛି। କିନ୍ତୁ ଷ୍ଟମ୍ପରୁ ଅଲଗା କରିବା ପାଇଁ ତୁମକୁ ବଲରେ ଅଧିକ ବଳ ପ୍ରୟୋଗ କରିବାକୁ ପଡ଼ିବ। ଏପରି କି ପେସରମାନେ ମଧ୍ୟ ଷ୍ଟମ୍ପରୁ ବଲ ଅଲଗା କରିପାରୁନାହାନ୍ତି। ବଲ ଷ୍ଟମ୍ପରେ ବାଜୁଛି। ଆଲୋକିତ ମଧ୍ୟ ହେଉଛି। ହେଲେ ବେଲ ସ୍ଥାନ ବଜାୟ ରଖୁଛି। ଏଭଳି ଘଟଣା କୌଣସି ଦଳ ସହ ଘଟିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୋର୍‌ଦାର ହେଲା ଆମେରିକା-ଇରାନ ଯୁଦ୍ଧ: ଭୟରେ ଥରହର ସାରା ବିଶ୍ୱ

ଦୁବାଇ,୧୫ା୭: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ସୁରକ୍ଷିତ ଜାହାଜ ଚଳାଚଳ ପାଇଁ ଆମେରିକା ୨୦ ପ୍ରତିଶତ ଟିକସ ଲଗାଇବା ସହ ଇରାନୀୟ ବନ୍ଦରଗୁଡ଼ିକ ଉପରେ ପୁଣିଥରେ ଅବରୋଧ ଲଗାଇବାକୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଭୀଷଣ ବର୍ଷା ଆଲର୍ଟ

ଭୁବନେଶ୍ୱର,୧୫।୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ। ବୁଧବାର ସକାଳ ୫.୩୦ରେ…

ବ୍ରେକ ଡାଉନ ଟ୍ରକ ପଛ ପଟେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ପଦ୍ମପୁର ରାସ୍ତାର କରକଚିଆ ସ୍କୁଲ ନିକଟରେ ବ୍ରେକ ଡାଉନ ପଡ଼ିଥିବା ଏକ ଟ୍ରକ ପଛପଟେ ମଙ୍ଗଳବାର ରାତିରେ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ଜରାଜୀର୍ଣ୍ଣ ଘରେ ଜୀବନ କାଟୁଛନ୍ତି ତ୍ରିପୁରା: ସରକାରୀ ସହାୟତା ଅପେକ୍ଷାରେ …

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ):ବୟସର ଅପରାହ୍ନରେ ଜୀବନ ସହ ଲଢେଇ କରୁଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଲତରପାଲି ଗ୍ରାମର ୭୭ ବର୍ଷୀୟା ଅସହାୟ ବୃଦ୍ଧା ତ୍ରିପୁରା ମହାନନ୍ଦ। ସ୍ବାମୀ…

ବିଦ୍ୟୁତ୍‌ ସଂଯୋଗ ନ ହେଲେ ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ନୂଆପଡ଼ା,୧୫ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ମଧ୍ୟସ୍ଥ ଢେକୁନପାଣି ଗଁାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯୋଗୁ ଲୋକେ ଅନ୍ଧାରରେ ରାତି ବିଉଛନ୍ତି।…

ଫିଫା ବିଶ୍ୱକପ୍‌: ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ସ୍ପେନ୍‌

ଆର୍ଲିଂଟନ,୧୫ା୭:୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନ ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଚଳିତ ଫିଫା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ସ୍ପେନ ୨-୦ ଗୋଲରେ…

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri