ଏରସମା ଫାଶୀ ଦଣ୍ଡାଦେଶ ମାମଲା: ୨୬ରେ ରାୟ ଦେବେ ହାଇକୋର୍ଟ

କଟକ ଅଫିସ, ୧୪ା୯: ଜଗତସିଂହପୁର ଜିଲା ଏରସମା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ଅଭିଯୁକ୍ତ ଲବ ମାନ୍ନା ଓରଫ କାଳିଆଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲା ଦୌରାଜଜ୍‌ ଗତ ୧୦ ତାରିଖରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ। ଏହି ମାମଲା ଗୁରୁବାର ହାଇକୋର୍ଟକୁ ଆସିଥିଲା। ଏନେଇ ତଳ କୋର୍ଟଙ୍କ ଏହି ଦଣ୍ଡାଦେଶକୁ ତର୍ଜମା କରିବା ପରେ ଉକ୍ତ ଆଦେଶ କାଏମ ରହିବ କି ନାହିଁ ସେ ସମ୍ପର୍କରେ ୨୬ରେ ହାଇକୋର୍ଟ ନିଷ୍ପତ୍ତି ଶୁଣାଇବେ ।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୮ ମାର୍ଚ୍ଚ ୨୦ ତାରିଖ ଦିନ କାଳିଆ ଅପରାହ୍ନ ତିନିଟାରେ ଘରୁ ପଦାକୁ ଆସିଥିଲେ। ତେବେ ଅଞ୍ଚଳର ଜଣେ ନାବାଳିକାଙ୍କୁ ରାସ୍ତାରେ ଏକୁଟିଆ ଦେଖି ତାଙ୍କୁ ଚକୋଲେଟ୍‌ ଦେବାର ଲୋଭ ଦେଖାଇ କାଜୁ ଜଙ୍ଗଲ ଆଡ଼କୁ ନେଇଥିଲେ। ସେଠାରୁ କାଳିଆ ତାଙ୍କୁ ବଳାତ୍କାର କରିଥିଲେ। ମାତ୍ର ଧରାପଡ଼ିଯିବା ଭୟରେ କାଳିଆ ନାବାଳିକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହି ଜଘନ୍ୟ ଘଟଣାକୁ କେନ୍ଦ୍ର କରି ସେତେବେଳେ ଏରସମାରେ ନିଆଁ ଜଳିଥିଲା। ଜିଲାବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୋଲିସ ମାମଲାର ତଦନ୍ତ କରି ରାଜ୍ୟ ବାହାରକୁ ଫେରାର ହୋଇ ପଳାଇଯିବାକୁ ଯୋଜନା ଚଳାଇଥିବା କାଳିଆକୁ କଟକ ବାଦାମବାଡ଼ି ଅଞ୍ଚଳରୁ ଠାବ କରିଥିଲା। ଏହି ବହୁଚର୍ଚ୍ଚିତ ମାମଲାରେ ଏରସମା ପୋଲିସ ମେ’ ୨୫ ତାରିଖରେ ଚାର୍ଜସିଟ୍‌ ଦାଖଲ କରିଥିଲା। ମାତ୍ର ଦେଢ଼ ବର୍ଷ ଭିତରେ ମାମଲାରେ ରାୟ ପ୍ରକାଶ ପାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆସାମୀକୁ ଅଦାଲତ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୂପାନ୍ତରଣରେ ସାମିଲ ହେଲା ୫୦ ବିଦ୍ୟାଳୟ

ଅନୁଗୋଳ ଅଫିସ, ୪।୬ ଅନୁଗୋଳ ଜିଲାର ୫୦ଟି ବିଦ୍ୟାଳୟ ଶୁକ୍ରବାର ୫-ଟି ରୂପାନ୍ତରଣରେ ସାମିଲ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ ୧୪୦ ବିଦ୍ୟାଳୟ ଏହି...

ସୁନାବେଶ ନୀତିରେ ୫ ଘଣ୍ଟା ବିଳମ୍ବ

ପୁରୀ ଅଫିସ,୨୯।୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ନୀତିକାନ୍ତିରେ ଗୁରୁବାର ୫ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିଳମ୍ବ ଘଟିଛି। ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ...

ଜଳବନ୍ଦୀ ଜୀବନ ବିତାଉଛନ୍ତି ଗ୍ରାମବାସୀ

ଦଶମନ୍ତପୁର,୧୫ା୮ ( ଡି.ଏନ.ଏ.):୫ବର୍ଷର ଅବଧି ଶେଷ ହୋଇ ଯାଇଥିଲେ ହେଁ ନିର୍ମାଣ ସରୁନି ଚବେରି ନଦୀ ପୋଲ ନିର୍ମାଣ। ଜିଲା ଏବଂ ବ୍ଲକ ପ୍ରଶାସନର ଖାମଖିଆଲ...

ଅଙ୍ଗନବାଡି କର୍ମୀଙ୍କ ବହିଷ୍କାର ଦାବି: ସିଡିପିଓ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

ବାଲେଶର ଅଫିସ, ୫।୧: ବାଲେଶ୍ବର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସାନତାଳପଦା ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ କର୍ମୀ ମମତା ଜେନାଙ୍କ ବଦଳି ଦାବି...

କଟକର ସଂକ୍ରମିତ ଅଞ୍ଚଳରେ ଚାଲିଛି ପରୀକ୍ଷଣ

କଟକ ଅଫିସ,୬ା୪: କଟକ ସହରର ପଟାପୋଲ ଅଞ୍ଚଳରୁ ପ୍ରଥମ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏହି ଅଞ୍ଚଳକୁ କଟକ ମହାନଗର ନିଗମ(ସିଏମ୍‌ସି)ପକ୍ଷରୁ ସିଲ୍‌...

CORONAVIRUS UPDATE: ରାଜ୍ୟରେ ପୁଣି ୨୧୦ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫,୯୬୨କୁ ବୃଦ୍ଧି

ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟରେ ଗୁରୁବାର ପୁଣି ୨୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୯୬୨ରେ ପହଞ୍ଚିଛି। ତେବେ ନୂଆ...

ଠାଏ ଠାଏ ଜଳୁଛି କୁଲଡ଼ିହା : ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ

ସଜନାଗଡ଼, ୧୨।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା କୁଲଡ଼ିହା ଅଭୟାରଣ୍ୟରେ ନିଆଁ ବ୍ୟାପିବା ନେଇ ବନବିଭାଗ ଚିନ୍ତାରେ ପଡିଛି। ଫେବୃୟାରୀ ୪ ତାରିଖଠାରୁ ବନବିଭାଗ ନିଆଁକୁ...

୩ ଦିନ ବର୍ଷା: ଘଣ୍ଟାକୁ ୩୦ରୁ ୪୦ କି.ମି. ପବନ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳର ଭୂପୃଷ୍ଠରୁ ୯କି.ମି. ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖ ଯାଏ...

Advertisement
Archives

Model This Week