ଏରସମା ଫାଶୀ ଦଣ୍ଡାଦେଶ ମାମଲା: ନଥିପତ୍ର ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୨୮।୯: ଜଗତସିଂହପୁର ଜିଲା ଏରସମା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତ ଲବ ମାନ୍ନା ଓରଫ କାଳିଆଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲା ଦୌରାଜଜ୍‌ ଗତ ୧୦ତାରିଖରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ। ନିମ୍ନ ଅଦାଲତଙ୍କ ରାୟ କାଏମ ରଖିବାକୁ ସରକାର ହାଇକୋର୍ଟକୁ ଆସିଥିବାବେଳେ ଅଭିଯୁକ୍ତଙ୍କ ପକ୍ଷରୁ ମଧ୍ୟ ଦଣ୍ଡାଦେଶ କୋହଳ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଶୁକ୍ରବାର ହାଇକୋର୍ଟଙ୍କ ବିଚାରପତି ଜଷ୍ଟସି ଏ.କେ. ମିଶ୍ର ଓ ଏସ୍‌.କେ. ମିଶ୍ରଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି ଆବେଦନକାରୀ କାଳିଆଙ୍କ ଆଇନଜୀବୀଙ୍କୁ ମାମଲା ସମ୍ପର୍କିତ ନଥିପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଅକ୍ଟୋବର ୧୬ରେ ଉଭୟ ମାମଲାର ଏକତ୍ର ଶୁଣାଣି ହେବ। ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୮ ମାର୍ଚ୍ଚ ୨୦ରେ କାଳିଆ ଅପରାହ୍ନ ପ୍ରାୟ ୩ଟା ରେ ଘରୁ ବାହାରକୁ ଆସିଥିଲେ। ଅଞ୍ଚଳର ଜଣେ ନାବାଳିକାଙ୍କୁ ରାସ୍ତାରେ ଏକୁଟିଆ ଦେଖି ତାଙ୍କୁ ଚକୋଲେଟ୍‌ ଦେବାର ଲୋଭ ଦେଖାଇ କାଜୁ ଜଙ୍ଗଲ ଆଡ଼କୁ ନେଇଥିଲେ। ସେଠାରେ କାଳିଆ ତାଙ୍କୁ ବଳାତ୍କାର କରି ତଣ୍ଟି ଚିପି ହତ୍ୟା କରିଥିଲେ। ଏହି ମାମଲାରେ ଏରସମା ପୋଲିସ ମେ’ ୨୫ତାରିଖରେ ଚାର୍ଜସିଟ୍‌ ଦାଖଲ କରିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଜଗତ୍‌ସିଂହପୁର ପୋକ୍ସୋ ଅଦାଲତ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ା ପୌର ନିର୍ବାହୀ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ଦୁର୍ନୀତିଗ୍ରସ୍ତ ଓ ଅମାନିଆ ଅଫିସରଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍ଗଳବାର ଝାରସୁଗୁଡ଼ା ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ...

୧୧୪ ବର୍ଷର ପୌର ପରିଷଦ, ନାହାନ୍ତି ସ୍ଥାୟୀ ଅଧିକାରୀ

ବାରିପଦା ଅଫିସ,୩୧।୮- ୧୧୪ ବର୍ଷର ସର୍ବପୁରାତନ ବାରିପଦା ପୌର ପରିଷଦର ଏକ ସ୍ବାତନ୍ତ୍ର୍ୟ ରହିଛି। ଏହି ପୌର ପରିଷଦରେ ଉତ୍କଳମଣି ଗୋପବନ୍ଧୁ ଦାସ ଉପାଧ୍ୟକ୍ଷ ଭାବେ...

ଭାଲୁକୁ କାବୁକଲା ବନ ବିଭାଗ

ଚିତ୍ରକୋଣ୍ଡା,୧୫।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମଠାରୁ ମନ୍ତ୍ରୀପୁଟ ବୁଲାଣି ଘାଟିରାସ୍ତାରେ ଗତ ଦୁଇଦିନ ହେଲା ଏକ ଭାଲୁ ବୁଲୁଥିବା ଦେଖି...

ରାଜ୍ୟପାଳଙ୍କୁ ଭେଟିଲା ଯୁବ କଂଗ୍ରେସ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ମମିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଯୁବ କଂଗ୍ରେସ ରାଜଭବନ ସମ୍ମୁଖରେ ଚଳାଇଥିବା ୪୮ ଘଣ୍ଟିଆ ଅହୋରାତ୍ର ଧାରଣା ସୋମବାର ଶେଷ ହୋଇଛି। ଏଥିସହ ଯୁବ...

ମଙ୍ଗଳବାରରୁ ମାଟ୍ରିକ ଖାତା ମୂଲ୍ୟାୟନ: ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ମଙ୍ଗଳବାରଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ। ସକାଳ ୧୦ଟାରୁ ଦିନ ୩ଟା ମଧ୍ୟରେ ଖାତା ମୁଲ୍ୟାୟନ ହେବ। ସାମାଜିକ ଦୂରତ୍ୱ ବଜାୟ...

ପ୍ରତି ସପ୍ତାହରେ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କର

ଭୁବନେଶ୍ୱର,୬ା୧(ବ୍ୟୁରୋ): କୋଭିଡ୍‌ ପରବର୍ତ୍ତୀ ସ୍ଥିତିରେ ଜୀବିକା ଅର୍ଜନ ଓ ନିଯୁକ୍ତି ସୃଷ୍ଟିଭିତ୍ତିକ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲାପାଳମାନଙ୍କୁ...

ତାରାତାରିଣୀ ପୀଠକୁ ସ୍ବତନ୍ତ୍ର ବସ୍‌ ଚଳାଚଳର ଶୁଭାରମ୍ଭ

ପୁରୁଷୋତ୍ତମପୁର, ୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ପୀଠକୁ ଆସୁଥିବା ପର୍ଯ୍ୟଟକଙ୍କ ଯାତାୟାତ ସୁବିଧା ଲାଗି ମଙ୍ଗଳବାର ସ୍ବତନ୍ତ୍ର ବସ୍‌ ସେବାର...

ନାଗରିକତା ସଂଶୋଧନ ଅଧିନିୟମ ଜନଜାଗରଣ ଯାତ୍ରା

କେନ୍ଦୁଝର,୨୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଭାଜପା ପକ୍ଷରୁ ନାଗରିକତା ସଂଶୋଧନ ଅଧିନିୟମ(ସିଏଏ) ଜନଜାଗରଣ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ଏମପି ରୁଦ୍ର ନାରାୟଣ ପାଣି...

Advertisement
Archives

Model This Week