ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର:୫ ଡାକ୍ତର ପଦବୀ ଖାଲି

ଏରସମା, ୨୮।୨ (ସ୍ବ.ପ୍ର.): ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା ସହ ଲୋକମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସକାଶେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏ ନେଇ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ମେଡିକାଲ ପରିସର ଉନ୍ନତୀକରଣ କରାଯାଉଥିବା ବେଳେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତ କରାଯାଉ ନ ଥିବାରୁ ଲୋକମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏରସମା ବ୍ଲକ ମୁଖ୍ୟାଳୟରେ ପ୍ରତିଷ୍ଠା କରାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମାନ ଅସୁବିଧା ଦେଖାଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ଏରସମାର ୨୫ଟି ପଞ୍ଚାୟତବାସୀକୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପୂର୍ବତନ ଏମ୍‌ପି ଲୋକନାଥ ଚୌଧୁରୀଙ୍କ ଉଦ୍ୟମରେ ବ୍ଲକ ମୁଖ୍ୟାଳୟଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଘଟିବ ବୋଲି ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଥିଲା ବେଳେ ଏବେ କର୍ମଚାରୀ ଅଭାବ ଯୋଗୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ଭିତରକୁ ଚପଲ ନେବା ପାଇଁ ବାରଣ କରାଯାଇଥିବା ବେଳେ ପ୍ରତିଦିନ ଚଟାଣକୁ ଫିନାଇଲରେ ପରିଷ୍କାର କରାଯାଉଛି। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଫୁଲ କୁଣ୍ଡିଆରେ ଗଛ ରଖାଯାଇଛି। ଗାଡି ପାର୍କିଂ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ଅଛି। ଫାଟକରେ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି। ହେଲେ ୩୦ ଶଯ୍ୟା ବିଶିଷ୍ଟ ଏହି ମେଡିକାଲରେ ୮ ଡାକ୍ତର ପଦବୀରୁ ୫ ପଦବୀ ଖାଲିପଡ଼ିଛି। ଏବେ ଏଠାରେ ମାତ୍ର ୩ ଆସିଷ୍ଟାଣ୍ଟ ସର୍ଜନ ପଦବୀ ପୂରଣ ହୋଇଥିବା ବେଳେ ଶିଶୁ ରୋଗ ବିଶେଷଜ୍ଞ, ପ୍ରସୂତି ଓ ସ୍ତ୍ରୀ ରୋଗ, ଅସ୍ଥିଶଲ୍ୟ, ଭେଷଜ ବିଶେଷଜ୍ଞ ଓ ଜଣେ ସୁପରିଣ୍ଟେଣ୍ଡେଣ୍ଟ ପଦବୀ ଦୀର୍ଘ ଦିନ ହେବ ଖାଲିପଡିଛି। ଫଳରେ ଲୋକମାନେ ଏଠାରୁ ଆବଶ୍ୟକ ଚିକିତ୍ସା ନପାଇ ବାଲିକୁଦା, ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ ଡକ୍ତରଖାନାକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଅପରପକ୍ଷରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ମୋଟ ୩୦ଟି ସ୍ବାସ୍ଥ୍ୟ ଉପକେନ୍ଦ୍ର ରହିଛି। ମାତ୍ର ପରିତାପର ବିଷୟ, ସେଥିରୁ କେତେକ ଉପକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ନାହାନ୍ତି। ଭିତର ଅନ୍ଧାରୀ, ବାରବାଟିଆ, ଭିରଙ୍ଗ, ପଏଦା ଓ ଜପା ଉପକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ନାହାନ୍ତି। ଏ ନେଇ ଭାରପ୍ରାପ୍ତ ଅଧିକରୀ ଡା. ଅମିୟ ସ୍ବାଇଁଙ୍କୁ ପଚାରିବାରେ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ପଦବୀର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ତେବେ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ, ୨୪୦ ଷ୍ଟଲ

ବଅଁରପାଳ,୧୮।୯(ଡି.ଏନ.ଏ.)-ବିଶ୍ୱକର୍ମା ପୂଜା ଅବସରରେ ନାଲ୍‌କୋଠାରେ ଆୟୋଜିତ ଜାତୀୟ ପଲିଶ୍ରୀ ମେଳା ଉଦ୍‌ଘାଟିତ ହୋଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ...

ବାଦାମବାଡ଼ି-ଲିଙ୍କ୍‌ରୋଡ୍‌କୁ ଘୁଞ୍ଚିବ ଛତ୍ରବଜାର

କଟକ ଅଫିସ,୨୭ା୩: ପ୍ରଶାସନର ନାନା କଟକଣା ସତ୍ତ୍ବେ ଛତ୍ରବଜାରରେ ଲୋକଙ୍କ ଭିଡ଼ କମୁନାହିଁ। ବୁଧବାର ଗ୍ରାହକ ଓ ଦୋକାନୀଙ୍କ ପାଇଁ ଚିହ୍ନ ଦିଆଯାଇଥିଲା। ହେଲେ ଗୁରୁବାର...

ପଥରରେ ଛେଚି ନାବାଳକଙ୍କୁ ହତ୍ୟା

ନିରାକାରପୁର, ୨।୧୦(ଡି.ଏନ୍‌.ଏ.): ନୟାଗଡ଼ ଜିଲା ରଣପୁର ଥାନା ଅଞ୍ଚଳରେ ଜଣେ ନାବାଳକଙ୍କୁ ଗୁରୁବାର ରାତିରେ ପଥରରେ ଛେଚି ହତ୍ୟା କରାଯାଇଛି। ମୃତକ ହେଲେ ଏହି ଥାନା...

ସିଏଏ ନିଆଁରେ ଓଡ଼ିଆ ଯୁବକ ପ୍ରସଙ୍ଗ:ଚର୍ଚ୍ଚାରେ ‘ପାଗଳ କାର୍ତ୍ତିକ’ ପୋଷ୍ଟ

ବରଗଡ଼ ଅଫିସ/ପଦ୍ମପୁର, ୨୦।୧୨:ନୂଆଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ଚାଲିଥିବା ବେଳେ ବୁଧବାର ଇଣ୍ଡିଆ ଗେଟ୍‌ ନିକଟରେ କାର୍ତ୍ତିକ ମେହେର ନାମକ ଜଣେ ଓଡ଼ିଆ...

ଏସ୍‌.ଛଚିନା ପଞ୍ଚାୟତରେ କ୍ଲୋରିନ୍‌, ବ୍ଲିଚିଂ ସିଞ୍ଚନ

ବେଗୁନିଆପଡ଼ା,୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଏସ୍‌.ଛଚିନା ପଞ୍ଚାୟତର ସମସ୍ତ ଗ୍ରାମରେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଚାଲିଛି ସାନିଟାଇଜ୍‌...

ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

ରାଜନଗର, ୨୪।୮(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନରେ ସୋମବାରଠାରୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ଏହି ଗଣନା କାର୍ଯ୍ୟ ୭...

୧୨ ଫୁଟର ଅଜଗର ଉଦ୍ଧାର

ଭଦ୍ରକ ଅଫିସ, ୨୬।୫ – ଭଦ୍ରକ ସହର ଉପକଣ୍ଠ ରାନ୍ଦିଆ ପୋଲ ତଳୁ ରବିବାର ସକାଳେ ଏକ ୧୨ ଫୁଟର ଅଜଗର ଉଦ୍ଧାର କରାଯାଇଛି। ରାନ୍ଦିଆ...

ପୁଣି ଧବଳେଶ୍ୱର ପୀଠରେ ୧୪୪ ଧାରା

ଆଠଗଡ଼,୩।୧୧(ଡି.ଏନ୍‌.ଏ.): କଟକ ଜିଲାରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠରେ ପୁଣି ୧୪୪ ଧାରା ଲାଗୁ କରାଯାଇଛି। ଦୀପାବଳିରେ ଭିଡ଼କୁ ଦୃଷ୍ଟିରେ ରଖି ଏହି...

Advertisement


Archives

Model This Week