ଏମ୍‌ସିଏଲ୍‌ ଖଣି ପରିଦର୍ଶନ କଲେ ସିଆଇଏଲ୍‌ ଅଧ୍ୟକ୍ଷ: ଉତ୍ପାଦନ ସହ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ

ତାଳଚେର,୨୮ା୨(ନି.ପ୍ର.) – ଦେଶ ଅଗ୍ରଗତି କରୁଥିବା ବେଳେ କୋଇଲାର ଚାହିଦା ଦିନକୁ ଦିନ ବଢୁଛି। ତେଣୁ କୋଇଲା ଉତ୍ପାଦନ ଓ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ଶୁକ୍ରବାର ତାଳଚେର ଗସ୍ତ ଅବସରରେ କୋଲ୍‌ ଇଣ୍ଡିଆ ଲିମିଟେଡ (ସିଆଇଏଲ୍‌) ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।
ଦୁଇଦିନିଆ ଏମ୍‌ସିଏଲ୍‌ ଗସ୍ତରେ ଆସିଥିବା ସିଆଇଏଲ୍‌ ଅଧ୍ୟକ୍ଷ ଶୁକ୍ରବାର ତାଳଚେରରେ ଥିବା ଏମ୍‌ସିଏଲ୍‌ର ବିଭିନ୍ନ ଖଣି ପରିଦର୍ଶନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଚଳିତ ଆର୍ଥତ୍କ ବର୍ଷରେ କୋଲ୍‌ ଇଣ୍ଡିଆ ଲିମିଟେଡ ପକ୍ଷରୁ ୬୬୦ ମିଲିୟନ ଟନ୍‌ କୋଇଲା ଉତ୍ତୋଳନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ଫେବୃୟାରୀ ୨୬ ସୁଦ୍ଧା ସେଥିରୁ ୫୧୦.୩୦ ମିଲିୟନ ଟନ୍‌ ଉତ୍ତୋଳନ ସରିଛି। ଗତବର୍ଷ ତୁଳନାରେ ଏହା ୨.୫ ପ୍ରତିଶତ ପଛରେ ରହିଛି। କାରଣ ବର୍ଷା ଯୋଗୁ ଗତ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ଉତ୍ତୋଳନ ହ୍ରାସ ପାଇଥିଲା। ତେବେ ଡିସେମ୍ବର ଠାରୁ ଉପତ୍ାଦନ ବୃଦ୍ଧି ପାଇଛି। ଆଗାମୀ ୨୦୨୩-୨୪ରେ ସିଆଇଏଲ୍‌ ୧୦୦୦ ମିଲିୟନ ଟନ୍‌ କୋଇଲା ଉପତ୍ାଦନ କରିବାର ଯୋଜନା କରିଥିବା ଅଧ୍ୟକ୍ଷ ପ୍ରକାଶ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ଅଗ୍ରଓ୍ବାଲ ପ୍ରଥମେ କଣିହାଁ ଓପନକାଷ୍ଟ ଖଣି ପରିଦର୍ଶନ କରିଥିଲେ। ପରେ ହିଙ୍ଗୁଳା ଓ ଭରତପୁର କୋଇଲା ଖଣି ମଧ୍ୟ ପରିଦର୍ଶନ କରିଥିଲେ। ଅପରାହ୍ନରେ ଗଣମାଧ୍ୟମ ପ୍ରତିନିଧି, ୟୁନିୟନ ପ୍ରତିନିଧିଙ୍କୁ ଭେଟିବା ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। କୋଲ୍‌ ଇଣ୍ଡିଆ ଅଧ୍ୟକ୍ଷଙ୍କ ଏହି କାର୍ଯ୍ୟକ୍ରମ ବେଳେ ସିଆଇଏଲ୍‌ ଟେକ୍ନିକାଲ ଡାଇରେକ୍ଟର ଏସ୍‌.ଏନ୍‌. ତିଓ୍ବାରି, ଏମ୍‌ସିଏଲ୍‌ ସିଏମ୍‌ଡି ଭୋଳାନାଥ ଶୁକ୍ଳା, ଏମ୍‌ସିଏଲ୍‌ ଟେକ୍ନିକାଲ ଡାଇରେକ୍ଟର ଓ.ପି. ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ମା’ ହିଙ୍ଗୁଳାଙ୍କୁ କଲେ ଦର୍ଶନ

ଏମ୍‌ସିଏଲ୍‌ର ବିଭିନ୍ନ ଖଣି ପରିଦର୍ଶନରେ ଆସିଥିବା ସିଆଇଏଲ୍‌ ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ଏହି ଅବସରରେ ତାଳଚେର ଉପଜିଲାପାଳ ତଥା ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ମ୍ୟାନେଜିଂ ଟ୍ରଷ୍ଟି ପରେଶ ଚନ୍ଦ୍ର ନାୟକ, ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ଅଧ୍ୟକ୍ଷ ଅଗ୍ରୱାଲଙ୍କୁ ସ୍ବାଗତ ଜଣାଇଥିଲେ।
ବିଧାୟକ ପ୍ରଧାନ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ କୋଲ୍‌ ଇଣ୍ଡିଆ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ୧୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମା’ ହିଙ୍ଗୁଳାଙ୍କ ପାରିପାର୍ଶ୍ୱିକ କାର୍ଯ୍ୟର ଉନ୍ନତୀକରଣ ନିମନ୍ତେ ୧୨୯ କୋଟି ଟଙ୍କାର ଏକ ବ୍ୟୟ ଅଟକଳ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଥିଲା। ଏମ୍‌ସିଏଲ୍‌ର ଅଧ୍ୟକ୍ଷ ଭୋଳାନାଥ ଶୁକ୍ଳା, କୋଲ ଇଣ୍ଡିଆ ନିର୍ଦ୍ଦେଶକ(ବିପଣୀ) ସତ୍ୟେନ୍ଦ୍ରନାଥ ତିଓ୍ବାରୀ, ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଏମ୍‌.ଜି. ବ୍ରହ୍ମପୁରକର, ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ପି.ବି. ରେଡ୍ଡୀଙ୍କ ସମେତ ବିଭିନ୍ନ କୋଇଲା କ୍ଷେତ୍ରର ବହୁ ଉଚ୍ଚପଦସ୍ଥ ଅଧିକାରୀ, ବିଭିନ୍ନ ଶ୍ରମିକ ନେତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୬।୧: ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ୭ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ...

ଗ୍ୟାସ୍‌ ସିଲିଣ୍ଡରରୁ ଲାଗିଲା ନିଆଁ

ହିଞ୍ଜିଳିକାଟୁ,୭ା୧୦(ଡି.ଏନ.ଏ.): ହିଞ୍ଜିଳିକାଟୁ ପାଟଣାସାହିରେ ଶୁକ୍ରବାର ଏକ ଘରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଘରର ବିଭିନ୍ନ ଆସବାବପତ୍ର ଜଳିଯାଇଛି। ପାଟଣାସାହି ବାସୁଦେବ ଦାସଙ୍କ ଘରେ ରୋଷେଇ...

ଚିହ୍ନଟ ହେଲା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ

ତାଳଚେର,୩୧ା୩(ନି.ପ୍ର.): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ସୋମବାର ନିଶାର୍ଦ୍ଧରେ ଚିହ୍ନଟ ହୋଇଛି। ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପଛ ପାଖ ପୂର୍ବ ଦିଗରେ...

ଜିଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ଡାକବାଜି ଯନ୍ତ୍ର:ରୋଗୀଙ୍କୁ ଦିଆଯିବ ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନା

ଅନୁଗୋଳ ଅଫିସ, ୧୪।୧ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏଣିକି ଡାକବାଜିରେ ରୋଗୀଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ମିଳିବ। ଏଥିସହ କେଉଁ ବିଭାଗରେ କେତେବେଳେ କେଉଁ...

କଟକରେ ବଢୁଛି ଡେଙ୍ଗୁ ସଂକ୍ରମଣ

କଟକ ଅଫିସ,୩୦ା୮: କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରେ ଦିନକୁ ଦିନ ଡେଙ୍ଗୁ ସଂକ୍ରମଣ ବଢିବାରେ ଲାଗିଛି ା ସହରରେ ବର୍ତ୍ତମାନ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ୩୮ରେ...

ଡିଜେ ସାଉଣ୍ଡ ପାଇଁ ୬୩ କୁକୁଡ଼ା ମୃତ

ସଜନାଗଡ଼,୨୩।୧୧(ଡି.ଏନ.ଏ.): ଡିଜେ ସାଉଣ୍ଡରେ ୬୩ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ବାଲେଶ୍ୱର ଜିଲା ନୀଳଗିରି କାଣ୍ଡଗରଡ଼ି ଗ୍ରାମର...

କରୋନା ରୋଗୀ ଚିହ୍ନଟ ପରେ ହରଡଖୋଲ ବଜାର ୪୮ଘଣ୍ଟା ସଟ୍‌ଡାଉନ

ସୋନପୁର,୨୮।୫(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢି ଚାଲିଛି। ବୁଧବାର ଜିଲାରେ ପୁଣି ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୫ରେ...

କଳାହାଣ୍ଡି ଜିଲାରେ କପିକରି ଧରାପଡ଼ିଲେ ୨୧ ପରୀକ୍ଷାର୍ଥୀ

ଭବାନୀପାଟଣା,୨୯।୨(ଡି.ଏନ୍‌.ଏ.): ମାଟ୍ରିକ୍‌ ପରୀକ୍ଷାର ବିଜ୍ଞାନ ବିଷୟରେ କଳାହାଣ୍ଡି ଜିଲାର ୨୧ ପରୀକ୍ଷାର୍ଥୀ କପିକରି ଶୁକ୍ରବାର ଧରାପଡ଼ିଛନ୍ତି। ଡିଇଓ ସ୍କ୍ବାଡ୍‌ ପକ୍ଷରୁ ମୁସ୍କୁଟି ମିଳିତ ପଞ୍ଚାୟତ ହାଇସ୍କୁଲରେ...

Advertisement
Archives

Model This Week