ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରାପ୍ୟ ଦାବିରେ ବ୍ଲକ ଘେରାଉ

ବାରିପଦା ଅଫିସ,୧୭ା୬- ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଶ୍ଚିତ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାର୍ଯ୍ୟ କରିଥିବା ବେଳେ ମାସରୁ ଉର୍ଦ୍ଧ୍ୱ ଦିନ ହେଲାଣି ଶ୍ରମିକମାନଙ୍କୁ ଟଙ୍କା ମିଳିନାହିଁ। ସେମାନଙ୍କ ପ୍ରାପ୍ୟ ପାଇଁ ଶ୍ରମିକମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କଠାରୁ ଆରମ୍ଭ କରି ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣିଲେ ନାହିଁ ବୋଲି ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ମଙ୍ଗଳବାର ଶ୍ରମିକମାନେ ଶ୍ୟାମାଖୁଣ୍ଟା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ। ପରେ ବିଡିଓ କିଛି ଦିନ ଭିତରେ ସେମାନଙ୍କ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ସୂଚନା ଅନୁଯାୟୀ, ଶ୍ୟାମାଖୁଣ୍ଟା ବ୍ଲକ ଭାଲୁକି ପଞ୍ଚାୟତର ଭାଲୁକି ଗ୍ରାମରେ ଜବକାର୍ଡ଼ଧାରୀ ପୋଖରୀ ଖୋଳା ଓ ଜମି ସମତଳ କାମ କରିଥିଲେ। ନିୟମ ଅନୁସାରେ ପ୍ରତି ସପ୍ତାହରେ ଟଙ୍କା ମିଳିବା କଥା ହେଲେ ୫ ସପ୍ତାହ କାମ କରିଥିଲେ ମଧ୍ୟ ସେମାନଙ୍କୁ ଟଙ୍କା ମିଳିନାହିଁ। ଏନେଇ ବିଡିଓ ଜୟକୃଷ୍ଣ ପାତ୍ରଙ୍କୁ ପଚାରିବାରୁ ଶ୍ରମିକମାନେ କିଛି ଦିନ ଭିତରେ ସେମାନଙ୍କ ଟଙ୍କା ପାଇବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋଳପୂର୍ଣ୍ଣିମାରେ ପୁଣି ଏକ ପରମ୍ପରାରେ ବ୍ୟତିକ୍ରମ

ପୁରୁଣା ଭୁବନେଶ୍ୱର, ୧୨ା୩ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିରରେ ଥରକୁ ଥର ପରମ୍ପରା ଭଙ୍ଗ ହେବା ନେଇ ଜନ ଅସନ୍ତୋଷ ଦେଖାଦେଇଛି। ସୋମବାର ଦୋଳପୂର୍ଣ୍ଣିମାରେ ପୁଣି ଏକ...

ପାଣି ପାଇଁ ୨୦୦ ପରିବାର ହଇରାଣ

ଆରଡ଼ି, ୮।୨(ଡି.ଏନ.ଏ.) ଦୁଇମାସ ହେଲା ସରକାରୀ ନଳକୂପ ଭାଙ୍ଗିଯାଇଛି। ଆଉ ଦୁଇଦିନ ହେବ ମୋଟର ପୋଡ଼ିଯିବା ଯୋଗୁ ପ୍ରକଳ୍ପ ପାଣି ମଧ୍ୟ ମିଳିପାରୁନି। ଫଳରେ ନାହିଁ...

୪୨ ଡିଗ୍ରୀ ଖରାରେ ଦୌଡ଼ାଇଲେ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଚନ୍ଦକାସ୍ଥିତ ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ୪୨.୪ ଡିଗ୍ରୀ ଖରାରେ ଟ୍ରେନିଂ ଚାଲିଥିଲାବେଳେ ଜଣେ ମହିଳା ପୋଲିସ...

କଟକର ଏକମାତ୍ର କରୋନା ଆକ୍ରାନ୍ତ ଏବେ ସୁସ୍ଥ

କଟକ ଅଫିସ,୧୧।୪: କଟକର ଏକମାତ୍ର କରୋନା ଭୂତାଣୁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଶୁକ୍ରବାର ରାତିରେ ଏ ନେଇ ସୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତ...

ଦିବ୍ୟାଙ୍ଗଙ୍କ ନିକଟରେ ଭତ୍ତା ପହଞ୍ଚାଇଲା ଡ୍ରୋନ୍‌

ନୂଆପଡ଼ା ଅଫିସ,୧୮ା୨: ନୂଆପଡ଼ା ସଦର ବ୍ଲକ ଭାଲେଶ୍ୱର ପଞ୍ଚାୟତରେ ଡ୍ରୋନ୍‌ ସାହାଯ୍ୟରେ ଦିବ୍ୟାଙ୍ଗଙ୍କ ନିକଟରେ ପହଞ୍ଚିଛି ଭତ୍ତା ଟଙ୍କା। ଜିଲାରେ ପ୍ରଥମ କରି ଡ୍ରୋନ୍‌ ଯୋଗେ...

ଆଉ ୪ ମୁଣ୍ଡ ନେଲା କରୋନା: ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି

ଭୁବନେଶ୍ୱର, ୧୦।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ୭୫୫ ଚିହ୍ନଟ ହୋଇଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ...

ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

କଟକ ଅଫିସ,୨୪।୨: ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ଗତ ୧୨ ତାରିଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର...

ଓଡ଼ିଶା ଶ୍ରେଷ୍ଠ କ୍ରୀଡ଼ା ପ୍ରୋତ୍ସାହନକାରୀ ରାଜ୍ୟ

ଭୁବନେଶ୍ବର, ୨୮ା୨(ବ୍ୟୁରୋ):କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି। ପ୍ରସିଦ୍ଧ କ୍ରୀଡ଼ା ପତ୍ରିକା ସ୍ପୋଟର୍‌ସ ଷ୍ଟାର୍‌ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି।...

Advertisement
Archives

Model This Week