ଏମ୍‌କେସିଜିରେ ୨୯ କରୋନା ସନ୍ଧିଗ୍ଧ ଚିକିତ୍ସିତ

ବ୍ରହ୍ମପୁର ଅଫିସ, ୮।୫ -ଗଞ୍ଜାମ ଜିଲାରେ ଏବେ ସୁରଟ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ନିକଟରେ ଗଞ୍ଜମକୁ ସୁରାଟରୁ ଫେରିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ବିଭିନ୍ନ ସଙ୍ଗରୋଧ କକ୍ଷରେ ରଖାଯାଇଛି। ଏବେ ସେମାନଙ୍କ ସ୍ବାବ୍‌ ରିପୋର୍ଟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗୁରୁବାର ଜିଲାର ବିଭିନ୍ନ ସଙ୍ଗରୋଧ କକ୍ଷରେ ଥିବା ୧୭ ଜଣ ସୁରଟ ଫେରନ୍ତାଙ୍କୁ ଏମକେସିଜି ମେଡିକାଲର ସ୍ବତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେହିପରି ଶୁକ୍ରବାର ମଧ୍ୟ ୧୨ ଜଣ ସନ୍ଧିଗ୍ଧ କରୋନା ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମେଡିକାଲରେ ୨୯ ଜଣ ସନ୍ଧିଗ୍ଧ ଚିକିତ୍ସିତ ହେଉଥିବା ନେଇ ମେଡିକାଲ ଅଧିକ୍ଷକ ପ୍ରଫେସର ଡ. ସନ୍ତୋଷ କୁମାର ମିଶ୍ର ଶୁକ୍ରବାର ସୂଚନା ଦେଇଛନ୍ତି।
ଏମକେସିଜି ମେଡିକଲର ସ୍ବତନ୍ତ୍ର କରୋନା ୱାର୍ଡରେ ୩୦ ଗୋଟି ଶଯ୍ୟା ରହିଥିବା ବେଳେ ବର୍ତ୍ତମାନ ୨୯ ଜଣ ସନ୍ଧିଗ୍ଧ ଚିକିତ୍ସିତ ହେଉଛନ୍ତି । ଅଧିକ ସନ୍ଧିଗ୍ଧ ମେଡିକାଲ ଆସିଲେ ସେମାନଙ୍କ ପାଇଁ ସେଠାରେ ରହିବା ବଡ ମୁସ୍କିଲ ହେବ ବୋଲି ମେଡିକାଲ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଣଭୋଜି ପାଇଁ ଚଳଚଞ୍ଚଳ ମଉଳାଭଞ୍ଜା ପାହାଡ଼

ବଅଁରପାଳ, ୨୮।୧୨ (ଡି.ଏନ୍‌.ଏ.) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ପଞ୍ଚାୟତର ନଳଚନ୍ଦ୍ରପୁର ଗଁା ନିକଟରେ ରହିଛି ମଉଳାଭଞ୍ଜା ପାହାଡ଼। ଚାରିପଟେ ଶସ୍ୟକ୍ଷେତ୍ର ଥିବାବେଳେ ଲିମ୍ବ,...

ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ: ବିଚିତ୍ରପୁର ଇକୋ ଟୁରିଜମ୍‌

ଭୋଗରାଇ, ୧୦।୯ (ଡି.ଏନ.ଏ.)-ଇକୋ ଟୁରିଜମ୍‌ସ୍ଥଳୀ ଭାବେ ମାନ୍ୟତା ପାଇଛି ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଚିତ୍ରପୁର। ୮କି.ମି. ଲମ୍ବ ଓ ୫...

ବିଦ୍ୟୁତ୍‌ ସଂସ୍ପର୍ଶରେ ମୃତ୍ୟୁ ଘଟଣା : ସାଉଥ୍‌କୋ ଅଫିସ ଆଗରେ ଧାରଣା ଦେଲା ଭାଜପା

ବ୍ରହ୍ମପୁର ଅଫିସ,୧୩ା୨-ଦକ୍ଷିଣାଞ୍ଚଳ ବିଦ୍ୟୁତ୍‌ ପରିବଣ୍ଟନ ସଂସ୍ଥା ସାଉଥ୍‌-କୋର ବ୍ରହ୍ମପୁରସ୍ଥ କର୍ପୋରେଟ ଅଫିସ ଆଗରେ ବୁଧବାର ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ...

‘ଓଡ଼ିଶାର ପିଲାମାନେ କାହାଠାରୁ କମ୍‌ ନୁହନ୍ତି’

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢ଼, ଜୀବନରେ ପ୍ରତିଷ୍ଠା ଲାଭ କର, ମୋ’ ଆଶୀର୍ବାଦ ତୁମ ସାଥୀରେ ରହିଛି ବୋଲି ଶୁକ୍ରବାର ସର୍ଗିଫୁଲ ମହୋତ୍ସବର...

ସହାୟିକା ଚୟନରେ ଅନିୟମିତତା ଘଟଣା ସିଡିପିଓଙ୍କୁ ଘେରିଲେ ମହିଳା

ବାହାନଗା, ୧୭ା୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧୀନରେ ଥିବା ବିଷ୍ଣୁପୁର ଅଙ୍ଗନୱାଡି କେନ୍ଦ୍ର-୧ରେ ସହାୟିକା ଚୟନରେ ଅନିୟମିତତା ହୋଇଥିବା...

ଆଇଏଏସ୍‌ ସ୍ତରରେ ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ କୃଷି, ଅଶ୍ୱଥିଙ୍କୁ…

ଭୁବନେଶ୍ୱର,୩ା୮(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ଆଇଏଏସ୍‌ ଅରବିନ୍ଦ ପାଢ଼ୀଙ୍କୁ କୃଷି ଓ କୃଷକ କଲ୍ୟାଣ...

ଦିବ୍ୟାଂଶୁ ମଲ୍ଲୁ ରାଜ୍ୟ ଟପ୍ପର

ଭୁବନେଶ୍ୱର, ୧୨ା୭(ବ୍ୟୁରୋ):ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିଂ (ଏନ୍‌ଟିଏ) ପକ୍ଷରୁ ସୋମବାର ଜେଇଇ(ମେନ୍‌) ସେସନ-୧ ରେଜଲ୍ଟ ପ୍ରକାଶ ପାଇଛି। ୧୪ଜଣ ଛାତ୍ରୀଛାତ୍ର ୧୦୦ ପର୍ସେଣ୍ଟାଇଲ ସ୍କୋର୍‌ ରଖିଥିବାବେଳେ ଓଡ଼ିଶାର...

CORONAVIRUS UPDATE: ରାଜ୍ୟରେ ଆଉ ୧୬୦୨ ପଜିଟିଭ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯ରେ ପହଞ୍ଚିଲା

ଭୁବନେଶ୍ୱର, ୧।୮(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୨୯ ଜିଲାରୁ ୧୬୦୨ କରୋନା ପଜିଟିଭ ଚିହ୍ନଟ...

Advertisement
Archives

Model This Week