Posted inଖେଳ

ଏମ୍‌ଏସ୍‌ ଧୋନୀ କ୍ରିକେଟ କ୍ଲିନିକ୍‌ ଆରମ୍ଭ: ଭାଗନେଲେ ୮୦ ପ୍ରତିଯୋଗୀ

ଭୁବନେଶ୍ୱର, ୪।୬(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ସି.ଭି. ରମଣ ଇଞ୍ଜିନିୟରିଂ କ୍ରିକେଟ ଗ୍ରାଉଣ୍ଡରେ ସୋମବାରଠାରୁ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଏକାଡେମୀ ଆରମ୍ଭ ହୋଇଛି। ସକାଳ ୯.୩୦ରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ କ୍ଲିନିକ୍‌ରେ ରାଜ୍ୟର ବିଭିନ୍ନ ଜିଲାରୁ ୮୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୩ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ଲିନିକ ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର ମାନ୍ୟତା ପ୍ରାପ୍ତ କୋଚ୍‌ମାନେ ପ୍ରତିଯୋଗୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦେବେ। ବିସିସିଆଇ ଓ ଏନ୍‌ସିଏ ଲେଭଲ ୩ କୋଚ୍‌ ସତ୍ରଜିତ୍‌ ଲହରୀ ଓ ମନ୍ଦାର ଦଲିଭି ମହେନ୍ଦ୍ର ସିଂ ଏକାଡେମୀ କୋଚ୍‌ମାନେ ଏହି କ୍ଲିନିକ୍‌ରେ ଅତ୍ୟାଧୁନିକ ଶୈଳୀରେ ପ୍ରଶିକ୍ଷଣ ଦେବେ। କ୍ୱାଲିଟି କ୍ରିକେଟର ସୃଷ୍ଟି କରିବା ସହ ନେତୃତ୍ୱର ଓ ଦଳଗତ କାର୍ଯ୍ୟକ୍ଷମତାର ବିକାଶ ଦିଗରେ ଏହି କ୍ଲିନିକ୍‌ ବେଶ୍‌ ସହାୟକ ହେବ। ଏହି ସ୍ବତନ୍ତ୍ର କ୍ରିକେଟ ଏକାଡେମୀ ବା କ୍ଳିନିକ୍‌ର ଉଦ୍‌ଘାଟନୀ ଉତ୍ସବରେ ସି.ଭି. ରମଣ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ ଅଧ୍ୟକ୍ଷ ସଞ୍ଜୀବ ରାଜପୁତ, ହାଇ-ଟେକ ଗ୍ରୁପ୍‌ ଇନ୍‌ଷ୍ଟିଚ୍ୟୁଟ୍‌ କ୍ରୀଡ଼ା ନିର୍ଦ୍ଦେଶକ ପ୍ରେମ ରଞ୍ଜନ ଓଝା, ପୂର୍ବତନ ନ୍ୟାଶନାଲ ବିସିସିଆଇ ମ୍ୟାଚ୍‌ ରେଫରି ବିଭୁ ଶତପଥୀ, ଅର୍କା ସ୍ପୋଟର୍‌ସ ମ୍ୟାନେଜର ଶେଖର ଚୌହାନ, ଫିଜିକାଲ ଟ୍ରେନିଂ ଇନ୍‌ଷ୍ଟ୍ରକ୍ଟର ନେହା ଆରୋରା ଓ ଓଡ଼ିଶା ହାଇକୋର୍ଟ ଆଡ୍‌ଭୋକେଟ ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଥାଉ କି, ଏହି ଏକାଡେମୀ କେବଳ ଭାରତ ନୁହଁ, ବିଦେଶରେ ମଧ୍ୟ କ୍ରିକେଟର ଉନ୍ନତି ପାଇଁ କାର୍ଯ୍ୟକରୁଛି। ଅତ୍ୟାଧୁନିକ ଟେକ୍‌ନୋଲୋଜି, ଉନ୍ନତ କୋଚିଂ ସୁବିଧାସୁଯୋଗ ସହ ମାନ୍ୟତାପ୍ରାପ୍ତ କୋଚ୍‌ମାନେ ଏହି ଏକାଡେମୀ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ମହିଳା ହକି ଦଳର ପରାଜୟ

ବୁଏନ୍ସଏୟାର୍ସ, ୩୦ା୧(ପି.ଟି.)- ଭାରତୀୟ ମହିଳା ହକି ଦଳ ବିପକ୍ଷରେ ଆର୍ଜେଣ୍ଟିନା ୨-୦ ଗୋଲରେ ବିଜୟ ହାସଲ କରିଛି। ଭ୍ରମଣକାରୀ ଦଳର ଏହାର କ୍ରମାଗତ ଦ୍ୱିତୀୟ ପରାଜୟ।...

ଅମିୟଙ୍କ ଜାତୀୟ ରେକର୍ଡ ଭାଙ୍ଗିଲେ ଅମ୍ଳାନ

ଭୁବନେଶ୍ୱର, ୨୯।୮ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ରାଇ ବରେଲିରେ ଅନୁଷ୍ଠିତ ୮୭ତମ ସର୍ବଭାରତୀୟ ଆନ୍ତଃ-ରେଲଓ୍ବେ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୦୦ ମିଟରକୁ ୧୦.୨୫ ସେକେଣ୍ଡରେ ଅତିକ୍ରମ...

କୋଭିଡ୍‌-୧୯ ପ୍ରଭାବ: ବକ୍ସିଂ ଏସିଆନ ଚାମ୍ପିୟନଶିପ୍‌ ଘୁଞ୍ଚିଲା

ନୂଆଦିଲ୍ଲୀ,୧୮।୮(ପି.ଟି.): କୋଭିଡ୍‌-୧୯ ପ୍ରଭାବ କାରଣରୁ ଆଉ ଏକା ମେଗା ଇଭେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି। ଆଗାମୀ ନଭେମ୍ବର- ଡିସେମ୍ବରରେ ଭାରତରେ ଆୟୋଜନ ହେବାକୁ ଥିବା ଏସିଆନ ବକ୍ସିଂ...

ବିଜୟ ହଜାରେ ଟ୍ରଫି: କର୍ନାଟକ-ତାମିଲନାଡ଼ୁ ଫାଇନାଲ

ବେଙ୍ଗାଲୁରୁ, ୨୩।୧୦ (ପି.ଟି.):  କର୍ନାଟକ ଓ ତାମିଲନାଡ଼ୁ ମଧ୍ୟରେ ବିଜୟ ହଜାରେ ଟ୍ରଫି ଅଷ୍ଟାଦଶ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଖେଳାଯିବ। ବୁଧବାର ଖେଳାଯାଇଥିବା ଉଭୟ ସେମିଫାଇନାଲରେ...

ହକି ବିଶ୍ୱକପ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର,୨୩ା୮(ବ୍ୟୁରୋ):୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ। ୨୦୧୮ରେ ପ୍ରଥମଥର ପାଇଁ ଏହି ମହାକୁମ୍ଭର ସଫଳତା ପରେ ଦ୍ୱିତୀୟଥର ଲାଗି ଓଡ଼ିଶାରେ...

ବାଦ୍‌ ପଡ଼ିଲେ ଚହର, ଏହି ବୋଲରଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୮।୧୦: ଭାରତୀୟ ଦ୍ରୁତ ବୋଲର୍‌ ଦୀପକ ଚହର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାରି ରହିଥିବା ଦିନିକିଆ ସିରିଜର ବାକି ଦୁଇ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ଇନ୍ଦୋରରେ...

ଅକ୍‌ଲାଣ୍ଡରେ ଭାରତୀୟ କ୍ରିକେଟ ଦଳ

ଅକ୍‌ଲାଣ୍ଡ, ୨୨।୧(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ମଙ୍ଗଳବାର ଅକ୍‌ଲାଣ୍ଡରେ ପହଞ୍ଚିଛି। ୬ ସପ୍ତାହର ଏହି ଗସ୍ତରେ ଭାରତ...

ସଫଳତା ପାଇବା ପାଇଁ ବ୍ୟାଗ୍‌ରେ ଗୋବର ରଖୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

କ୍ରିକେଟ ପଡ଼ିଆରେ ଅନେକ ସମୟରେ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରୁଥିବା ଦେଖାଯାଏ। ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ଅନ୍ଧବିଶ୍ୱାସରେ ବିଶ୍ୱାସ କରନ୍ତି। ଦକ୍ଷିଣ ଆଫ୍ରିକାର ପୂର୍ବତନ...

Advertisement
Archives

Model This Week