Posted inଖେଳ

ଏମ୍‌ଏସ୍‌ ଧୋନୀ କ୍ରିକେଟ ଏକାଡେମୀ: ନିମପୁରରେ ଆରମ୍ଭ ହେଲା କୋଚିଂ କ୍ଲିନିକ୍‌

କଟକ ଅଫିସ,୨୬ା୫- ଏମ୍‌ଏସ୍‌ ଧୋନୀ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ ନିମପୁର କ୍ରିକେଟ ଗ୍ରାଉଣ୍ଡରେ ଶନିବାର ଠାରୁ ଆରମ୍ଭ ହୋଇଛି କ୍ରିକେଟ କୋଚିଂ କ୍ଲିନିକ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଶିବିରରେ ମୋଟ ୧୦୨ଜଣ ପ୍ରଶିକ୍ଷାର୍ଥୀ ବିଭିନ୍ନ ବୟସ ବର୍ଗରେ ପ୍ରଶିକ୍ଷଣ ନେଉଛନ୍ତି । ଏଥି ମଧ୍ୟରେ ହାଇଦ୍ରାବାଦର ଦୁଇଜଣ ପ୍ରଶିକ୍ଷାର୍ଥୀ ମଧ୍ୟ ରହିଛନ୍ତି । ଏକାଡେମୀର ମୁଖ୍ୟ କୋଚ୍‌ ତଥା ଏନସିଏର ଲେଭଲ-୩ ଯୋଗ୍ୟତା ପ୍ରାପ୍ତ କୋଚ୍‌ ସୁଦୀପ ମିତ୍ରଙ୍କ ତତ୍ତ୍ବାବଧାନରେ ଏହି ଶିବିର ଚାଲିଛି । ଆଇସିସିର ଲେଭଲ-୨ କୋଚ୍‌ କପୁର ଚାନ୍ଦ ଅଗ୍ରୱାଲ, ଏନ୍‌ସିଏର ଲେଭଲ-ଏ କୋଚ୍‌ ଅଭିଜିତ ଥଣ୍ଡର ଓ ସନ୍ଦୀପ ଦାସ ମଧ୍ୟ ଅଛନ୍ତି। ସୂଚନାଥାଉକି, ଏମ୍‌ଏସ୍‌ ଧୋନୀ କ୍ରିକେଟ ଏକାଡେମୀ ଅର୍କ ସ୍ପୋଟର୍‌ସର ଏକ ଅନୁଷ୍ଠାନ। ଧୋନୀଙ୍କ ବାଲ୍ୟବନ୍ଧୁ ମିହିର ଦିୱାକର ହେଉଛନ୍ତି ଅର୍କ ସ୍ପୋଟର୍‌ସର ପ୍ରତିଷ୍ଠାତା । ମିହିର ଭାରତୀୟ ୧୯ବର୍ଷରୁ କମ ବିଶ୍ୱକପ ବିଜେତା ଦଳର ଖେଳାଳି ମଧ୍ୟ ଥିଲେ । ଧୋନୀଙ୍କ ପରାମର୍ଶରେ ଉକ୍ତ ଏକାଡେମୀ ଚାଲିଛି । କ୍ଲିନିକ ନିମନ୍ତେ ପଞ୍ଜୀକରଣ ଶୁଳ୍କ ୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ୨୨ବର୍ଷରୁ କମ୍‌ ବୟସର ଖେଳାଳିମାନଙ୍କୁ କେବଳ ପ୍ରଶିକ୍ଷଣ ଦିଆଯାଉଛି । ଶନିବାର ସମସ୍ତ ଟ୍ରେନିଂର ଭିଡ଼ିଓ ରେକଡିଂ କରାଯାଇଥିବା ଜଣାପଡ଼ିଛି। ରବିବାର ଦିନ ଭିଡ଼ିଓ ଆନାଲିସିସ ମାଧ୍ୟମରେ ଖେଳାଳିମାନଙ୍କ କେଉଁଠାରେ ତ୍ରୁଟି ରହୁଛି ତାହା ଶିବିରାର୍ଥୀ ଙ୍କୁ ଶିକ୍ଷା ଦିଆଯିବ । ଏହାଛଡ଼ା ସମସ୍ତ ପ୍ରଶିକ୍ଷାର୍ଥୀଙ୍କ ନିମନ୍ତେ ସ୍ବତନ୍ତ୍ର ଫିଜିକାଲ ଫିଟନେସ ଓ ଡାଏଟ ପ୍ଲାନ ଯୋଗାଇ ଦିଆଯିବାର ଯୋଜନା ରହିଛି ।
ସେମାନଙ୍କ ମତରେ-
ଶିବିର ହେଉଛି ବୋଲି ଜାଣିବା ପରେ ମୋ କୋଚ୍‌ ମୋତେ ଓଡ଼ିଶା ଯିବାକୁ ପରାମର୍ଶ ଦେଇଥିଲେ। ପ୍ରଥମ ଦିନରୁ ଅନୁଭବ ହେଉଛି ଯେ, ଶିବିରରେ ବହୁତ କିଛି ଶିଖିବାକୁ ମିଳିବ। ତ୍ରୁଟି ସୁଧାରିବାର ସୁଯୋଗ ମିଳିବ। ବାମହାତୀ ବ୍ୟାଟ୍ସମ୍ୟାନ ହୋଇଥିବାରୁ କିଛି ବଲ ଖେଳିବାର ଅସୁବିଧା ହେଉଛି। ଏଠାରେ ଏହାର ସମାଧାନ ବାଟ ମିଳିବ ବୋଲି ଆଶା ।
– ଏସ୍‌ ମନୀଷ ନାଇଡୁ, ହାଇଦ୍ରାବାଦ
ଗତ କିଛି ବର୍ଷ ହେବ କ୍ରିକେଟରେ କ୍ୟାରିୟର କରିବି ବୋଲି ସ୍ଥିର କରି ସାରିଛି । କଟକରେ ଏପରି ଏକ ଶିବିରର ଆୟୋଜନ ସମସ୍ତ ନବାଗତ କ୍ରିକେଟରଙ୍କର ନୂତନ ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି କରିଛି । ପ୍ରଥମ ଦିବସରେ ଏଠାରେ ଯେପରି ପରିବେଶ ଥିଲା, ତାହା ମଧ୍ୟ ଆମ ପାଇଁ ନୂଆ । ୭ଦିନ ଭିତରେ ଆମ ଖେଳରେ ଅନେକ କିଛି ପରିବର୍ତ୍ତନ ହୋଇଥିବ ।
– ଅନୀଲ କୁମାର ସାହୁ, କଟକ
ଗୋଟିଏ ବର୍ଷ ହେବ କ୍ରିକେଟ ଖେଳୁଛି । ସମ୍ପ୍ରତି କ୍ରିକେଟ ଖେଳ ଭାରତରେ ଯେପରି ଭାବେ ଚ୍ୟାଲେଞ୍ଜିଂ ହେଲାଣି ନବାଗତମାନେ ନିଜକୁ ଅଧିକରୁ ଅଧିକ କ୍ଷମତା ସମ୍ପନ୍ନ କରିବା ଦରକାର । ଏହି ଶିବିରରେ ବହୁତ କିଛି ଶିଖିବାକୁ ମିଳିବ ବୋଲି ଆଶା ।
– ଦିବ୍ୟତୋଷ ମିଶ୍ର, କେନ୍ଦୁଝର
ଯୁବ ପ୍ରତିଭାମାନେ କ୍ରିକେଟର ଅନ୍ୟଏକ ସ୍ତର ସମ୍ପର୍କରେ ଏଠାରେ ଅବଗତ ହେବେ । କେବଳ ଭଲ ଖେଳିଲେ ନୁହେଁ, ବରଂ ଶୃଙ୍ଖଳିତ ଜୀବନ ଶୈଳୀର ଜ୍ଞାନ ମଧ୍ୟ ଏହି ଶିବିରରୁ ପାଇବେ । ଶିବିର ଅନେକ ପ୍ରତିଭାଙ୍କୁ ଉତ୍ସାହିତ କରିବା ନିଶ୍ଚିତ ।
– ବିଭୁ ଶତପଥୀ, ଏକାଡେମୀର ଓଡ଼ିଶା ମ୍ୟାନେଜର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?