Posted inଜାତୀୟ

ଏମ୍‌ଏସ୍‌ଏମ୍‌ଇ ସଙ୍କଟ ଦୂର ଲାଗି ୫ ପରାମର୍ଶ

ନୂଆଦିଲ୍ଲୀ,୨୬।୪: କରୋନା ଯୋଗୁ ଦେଶରେ ଆର୍ଥତ୍କ ସ୍ଥିତି ଭୁଶୁଡ଼ିବାରେ ଲାଗିଛି। ଆର୍ଥତ୍କ ସ୍ଥିତିରେ ସୁଧାର ଆଣିବା ଓ ଏମ୍‌ଏସ୍‌ଏମ୍‌ଇ ସଙ୍କଟ ଦୂର କରିବା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠିଲେଖି ୫ଟି ପରାମର୍ଶ ଦେଇଛନ୍ତି। ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଲାଗି ଆର୍ଥତ୍କ ପ୍ୟାକେଜ୍‌ର ବିଶେଷ ଆବଶ୍ୟକତା ଥିବା ସେ ଦର୍ଶାଇଛନ୍ତି। ଏହି ସେକ୍ଟରକୁ ଅଣଦେଖା କରାଗଲେ ସମସ୍ୟା ଭୟଙ୍କର ସ୍ଥିତି ଧାରଣ କରିବ ଓ ଏହାର ସିଧା ପ୍ରଭାବ ଜାତୀୟ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିବ।
କେନ୍ଦ୍ର ସରକାର ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଲାଗି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ଲାଗି ସୋନିଆ ପରାମର୍ଶ ଦେଇଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା କେବଳ ଲୋକଙ୍କ ଚାକିରି ବଞ୍ଚିବ ତା’ ନୁହେଁ ବରଂ ଏହି ସେକ୍ଟର୍‌ର ମନୋବଳ ସୁଦୃଢ଼ ହୋଇପାରିବ। ଦ୍ୱିତୀୟରେ ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଲାଗି ୧ ଲକ୍ଷ କୋଟି ଟଙ୍କାର କ୍ରେଡିଟ୍‌ ଗ୍ୟାରେଣ୍ଟି ଫଣ୍ଡ୍‌ କରାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏହା ଦ୍ୱାରା ଏହି ଲିକ୍ୱିଡିଟି ସହ ସେକ୍ଟର ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ଉପଲବ୍ଧ ହୋଇପାରିବ। ତୃତୀୟରେ ଏକ ୨୪ ଘଣ୍ଟିଆ ହେଲ୍ପଲାଇନ୍‌ ଜାରି କରାଯିବା ଉଚିତ। ଏଥିସହ ଆର୍‌ବିଆଇ ଓ ଅନ୍ୟ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ଛୋଟ ବ୍ୟବସାୟୀମାନଙ୍କୁ କିପରି ସହଜରେ ଋଣ ମିଳିପାରିବ ସେନେଇ ସୁନିଶ୍ଚିତ କରିବା ଜରୁରୀ। ଚତୁର୍ଥରେ ଏମ୍‌ଏସ୍‌ଏମ୍‌ଇ ନେଇଥିବା ଋଣ ପରିଶୋଧ ୩ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ଜରୁରୀ। ଏହି ସେକ୍ଟର ସହ ଯୋଡ଼ି ହୋଇଥିବା ସମସ୍ତ କର ଛାଡ୍‌ କରିବା କିମ୍ବା କିଛିମାତ୍ରାରେ କୋହଳ କରିବା ନିତାନ୍ତ ଆବଶ୍ୟକ ବୋଲି ସୋନିଆ କହିଛନ୍ତି। ପଞ୍ଚମରେ ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ଋଣ ମିଳିବାରେ ରହିଥିବା ସମସ୍ୟାର ସମାଧାନ ବାଟ ବାହାର କରିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ପ୍ରସ୍ତାବକୁ ମଞ୍ଜୁରୀ ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ: ସେନା-ନୌସେନା ପାଇଁ କିଣାଯିବ ଅସ୍ତ୍ରଶସ୍ତ୍ର…

ନୂଆଦିଲ୍ଲୀ,୧୦।୧ : ଚାଇନା ସହିତ ଏଲଏସିରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ସେନା ଏବଂ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ତିନୋଟି ଅଧିଗ୍ରହଣ ପ୍ରସ୍ତାବକୁ...

ଏୟାର ଇଣ୍ଡିଆର ଦାୟିତ୍ୱ ସମ୍ଭାଳିବେ ଏନ୍‌ ଚନ୍ଦ୍ରଶେଖରନ୍‌

ନୂଆଦିଲ୍ଲୀ,୧୪।୩: ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ଙ୍କୁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସୋମବାର ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶକ ଏହି ସୂଚନା...

ଧର୍ମାନ୍ତରୀକରଣ ମାମଲା: ୮୬ ଅଭିଯୁକ୍ତଙ୍କ ମଧ୍ୟରେ ୭୯ ମୁସଲମାନ

ଲକ୍ଷ୍ନୌ,୯।୧: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଧର୍ମାନ୍ତରୀକରଣ ଅଧ୍ୟାଦେଶ ଅନ୍ତର୍ଗତ ୧୬ଟି ମାମଲାରେ ୮୬ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାଏର...

କୋଭିଡ୍‌ ୱାର୍ଡରେ ଲାଗିଲା ନିଆଁ

ପଶ୍ଚିମବଙ୍ଗ,୨୯।୧: ପଶ୍ଚିମବଙ୍ଗର ବର୍ଡୱାନ ମେଡିକାଲ କଲେଜ ଏବଂ ହସ୍ପିଟାଲର କୋଭିଡ୍‌ ୱାର୍ଡରେ ଶନିବାର  ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଣେ ମହିଳା କୋଭିଡ୍‌ ରୋଗୀଙ୍କ ମୃତ୍ୟୁ...

କରୋନା ଭୂତାଣୁ ଚଟାଣରେ ବହୁ ଦିନ ରୁହେ ସକ୍ରିୟ: ଡିସ୍‌ଇନଫେକଟାଣ୍ଟ୍‌ ସ୍ପ୍ରେ କରିବାର ୧୦ ମିନିଟ୍‌ ପରେ ସଫା କରିବା ଆବଶ୍ୟକ !

ନୂଆଦିଲ୍ଲୀ/ନ୍ୟୁୟର୍କ,୧୬।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ସାନିଟାଇଜ୍‌ କରିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ତେବେ ଘର ଚଟାଣରେ କରୋନା ଭୂତାଣୁ...

ଦଳକୁ ଫେରିବାକୁ ଚାହୁଁଛନ୍ତି ଆଉ ଜଣେ ଟିଏମ୍‌ସି ନେତା

କୋଲକାତା,୬।୬: ପଶ୍ଚିମବଙ୍ଗରେ କିଛି ପୂର୍ବତନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକ ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ମତ ବଦଳାଇ ପୂର୍ବ...

ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଶୁଣାଇଥିବା ବିଚାରପତିଙ୍କୁ ଧମକ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୮।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିବା ବିଚାରପତିଙ୍କୁ କଂଗ୍ରେସ ନେତା ଧମକ ଦେଇଛନ୍ତି। ତାମିଲନାଡୁର ଜଣେ...

ଭଉଣୀଙ୍କ ହାତ ଛାଡିଲେ ସୋନୁ!

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ସଚ୍ଚର ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ମଙ୍ଗଳବାର ସେ କଂଗ୍ରେସରେ ଯୋଗ ଦେଇଛନ୍ତି ।...

Advertisement
Archives

Model This Week