Posted inରାଜ୍ୟ

ଏମ୍ସ ସହ ସ୍ବାସ୍ଥ୍ୟ ବିଭାଗର ବୁଝାମଣାପତ୍ର ସ୍ବାକ୍ଷର: ଏମ୍ସରେ ମିଳିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ରେ ଚିକିତ୍ସା ସେବା ପ୍ରଦାନ ନିମନ୍ତେ ମଙ୍ଗଳବାର ଏମ୍ସ ଭୁବନେଶ୍ୱର ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ମନ୍ତ୍ରୀ ନବ କିଶୋର ଦାସ, କମିଶନର ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ଏମ୍ସ ନିର୍ଦ୍ଦେଶିକା ଡା. ଗୀତାଞ୍ଜଳି ବି. ଏବଂ ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ରାଜ୍ୟରେ ଗତ ୨୦୧୮ ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିରେ ୧୯୬ ଘରୋଇ ଡାକ୍ତରଖାନା ତାଲିକାଭୁକ୍ତ ହୋଇଥିବା ବେଳେ ମଙ୍ଗଳବାର ଏମ୍ସ ଭୁବନେଶ୍ୱର ଯୋଡ଼ିହୋଇଛି। ମନ୍ତ୍ରୀ ବିଭିନ୍ନ ଘରୋଇ ଡାକ୍ତରଖାନା କର୍ମକର୍ତ୍ତାଙ୍କ ସହିତ ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବିନା ମୂଲ୍ୟରେ ଚିକିତ୍ସା ସେବା ପ୍ରଦାନ କରିବା ସଂକ୍ରାନ୍ତରେ ଆଲୋଚନା କରିଥିଲେ। କୌଣସି ପରିସ୍ଥିତିରେ ଗରିବ ଲୋକେ ଯେପରି ଘରୋଇ ଡାକ୍ତରଖାନାଗୁଡ଼ିକରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି। ଏହି ଯୋଜନାରେ ଘରୋଇ ଡାକ୍ତରଖାନାଗୁଡ଼ିକ ଯୋଗାଇ ଦେଉଥିବା ଚିକିତ୍ସା ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବେ। ଏହାସହ ପ୍ରତି ମାସରେ କେତେଜଣ ରୋଗୀ ଆସୁଛନ୍ତି, କେଉଁ ଅଞ୍ଚଳର, କେଉଁ ପ୍ରକାର ରୋଗ, ସିଧାସଳଖ ଆଡ୍‌ମିଟ ହୋଇଛନ୍ତି ନା ସିଡିଏମ୍‌ଓଙ୍କ ଦ୍ୱାରା ରେଫର୍‌ ହୋଇ ଆସିଛନ୍ତି, ସେ ସବୁର ଟିକିନିଖି ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଡାକ୍ତରଖାନାଗୁଡ଼ିକର ଏ ବାବଦ ବିଲ୍‌ ପ୍ରଦାନକୁ ଡିଏମ୍‌ଇଟି ତ୍ୱରାନ୍ବିତ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଯେଉଁ ସବୁ ବିଲ୍‌ ବାକି ରହିଛି ବା ଆସିବ, ସେ ସବୁକୁ ତୁରନ୍ତ ପ୍ରଦାନ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ଭୁବନେଶ୍ୱର, ଜଗତ୍‌ସିଂହପୁର ହେଲା କରୋନା ମୁକ୍ତ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଓ ଜଗତ୍‌ସିଂପୁର କରୋନା ମୁକ୍ତ ହୋଇଛି। ଏଠାରେ ଆଉ ଗୋଟିଏ ହେଲେ କରୋନା ଆକ୍ଟିଭ କେସ୍‌ ନାହିଁ। ଏ ନେଇ...

ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ପ୍ରସଙ୍ଗ:ଭିଜିଲାନ୍ସ ତଦନ୍ତ ଦାବି କଲେ ଭାଜପା, ଶ୍ରୀଜଗନ୍ନାଥ ସେନା

ପୁରୀ ଅଫିସ, ୮।୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା ରଖାଯିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।...

ସବୁ ହସ୍ପିଟାଲରେ ରହିବ କୋଭିଡ୍‌ ହେଲ୍ପ ଡେସ୍କ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ରାଜ୍ୟର ସମସ୍ତ ସରାକରୀ ଓ ଘରୋଇ ହସ୍ପିଟାଲରେ କୋଭିଡ୍‌ ହେଲ୍ପ ଡେସ୍କ ରହିବ। ଚିକିତ୍ସିତ ହେଉଥିବା କୋଭିଡ୍‌ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ପରିବାର ଲୋକେ...

ଭାରତରେ ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା: ୧ ଲକ୍ଷରେ ୧୬.୫% ଯୁବଗୋଷ୍ଠୀ କରୁଛନ୍ତି ଆତ୍ମହତ୍ୟା

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଆତ୍ମହତ୍ୟା ଦୃଷ୍ଟିରୁ ଦକ୍ଷିଣ-ପୂର୍ବ ଏସିଆରେ ଭାରତର ସ୍ଥିତି ଅନ୍ୟ ଦେଶ ଅପେକ୍ଷା ବହୁ ଆଗରେ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଯାୟୀ,...

ଟ୍ରେନ୍‌ରେ ବମ୍ବେରୁ ଆସି ଭୁବନେଶ୍ୱରରେ ଫସିଥିଲେ ଯୁବତୀ: ସହାୟତାର ହାତ ବଢ଼ାଇଲେ ସବ୍ୟସାଚୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ସୁନ୍ଦରଗଡ଼ର ପିଙ୍କି ମିଞ୍ଜ ବମ୍ବେର ଏକ କମ୍ପାନୀରେ କାମ କରୁଥିଲେ। ଟ୍ରେନ୍‌ ଚାଲିବା ପରେ ସେ ଆସି ଭୁବନେଶ୍ୱରରରେ ପହଞ୍ଚିଥିଲେ। ହେଲେ ଟ୍ରେନ୍‌ରେ ତାଙ୍କର...

ପିଲାଙ୍କୁ ଆକୃଷ୍ଟ କରୁଛି ଖେଳ ଉପକରଣ, ଉପସ୍ଥାନ ହାର ବଢୁଛି

ନୟାଗଡ଼ ଅଫିସ,୨୨।୯-ବିଦ୍ୟାଳୟ ପରିସରରେ ଥିବା ଖେଳପଡ଼ିଆରେ ବିଭିନ୍ନ ଖେଳ ଉପକରଣରେ ପିଲାମାନେ ମନଭରି ଖେଳିବା ଦୃଶ୍ୟ କିଛିଦିନ ହେଲା ଦେଖିବାକୁ ମିଳୁଛି। ଏବେ ଆମ ସରକାରୀ...

କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ରିପୋର୍ଟ ନେଗେଟିଭ୍‌

କଟକ ଅଫିସ,୬।୩: ଚାଇନାରୁ ଭାୟା ସିଙ୍ଗାପୁର ଦେଇ ପାରାଦୀପରେ ପହଞ୍ଚିଥିବା ଏକ ଦମ୍ପତିଙ୍କୁ କରୋନା ଆକ୍ରାନ୍ତରେ ସନ୍ଦେହ କରାଯାଇ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା।...

ସଦସ୍ୟତା ଅଭିଯାନର ସମୀକ୍ଷା କଲେ ନବୀନ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପୂର୍ବାହ୍ନରେ ଦଳର ସଦସ୍ୟତା ସମ୍ପର୍କିତ ସମୀକ୍ଷା କରିଛନ୍ତି। ବୈଠକ ସମ୍ପର୍କରେ ସତ୍ୟବାଦୀ ବିଧାୟକ ଉମାକାନ୍ତ...

Coronavirus Update

Archives

Model This Week

Why Dharitri