ଏମ୍ସ୍‌ ନେଲା ଆୟୁର୍ବେଦର ସହାୟତା: ଡାଇବେଟିସ୍‌ ସମସ୍ୟା ଦୂର କରିବାରେ କାଞ୍ଚନ ଗଛର ପ୍ରଭାବ ସମ୍ପର୍କରେ ହେବ ଅଧ୍ୟୟନ

ନୂଆଦିଲ୍ଲୀ,୧୮।୧: ଏମ୍ସ୍‌ ଏବେ ଆୟୁର୍ବେଦର ସହାୟତା ନେବାକୁ ମନସ୍ଥ କରିଛି। କାଞ୍ଚନ ଗଛର ମଣିଷ ଶରୀର ଉପରେ କିଭଳି ପ୍ରଭାବ ଅନୁଭୁତ ହେଉଛି ସେ ନେଇ ଅନୁଧ୍ୟାନ କରାଯିବ। ଏହାଦ୍ୱାରା ଡାଇବେଟିସ୍‌ ସମସ୍ୟା କିଭଳି ଦୂର ହୋଇପାରୁଛି ତାହା ଉପରେ ଗବେଷଣା କରାଯିବ। କାଞ୍ଚନ ଗଛର ବ୍ୟବହାର ଦ୍ୱାରା ରକ୍ତଚାପ ମଧ୍ୟ ସ୍ବାଭାବିକ ହୋଇପାରିଥାଏ। ଏନେଇ ଝାଡ଼ଖଣ୍ଡ ସରକାର ଏବଂ ଏମ୍ସ୍‌ ମଧ୍ୟରେ ବୁଝାମଣା ହୋଇଛି। କାଞ୍ଚନ ଗଛର ପ୍ରଭାବ ସମ୍ପର୍କରେ ହଜାରୀବାଗ୍‌ ଏବଂ କୋଡରମାରେ ଅଧିକ ଗବେଷଣା କରାଯିବ। କାଞ୍ଚନ ଗଛର ବ୍ୟବହାର କରୁଥିବା ଲୋକ ଏବଂ ଏହାର ବ୍ୟବହାର କରୁ ନ ଥିବା ଲୋକଙ୍କୁ ଅଧ୍ୟୟନରେ ସାମିଲ୍‌ କରାଯିବ ବୋଲି କୁହାଯାଉଛି। ପରୀକ୍ଷା ନିରୀକ୍ଷା ଶେଷ ହେବା ପରେ ଏହାର ରିପୋର୍ଟ ସରକାରଙ୍କ ପାଖରେ ଦାଖଲ କରାଯିବ ବୋଲି ଗବେଷଣାର ନେତୃତ୍ୱ ନେଉଥିବା ଡାକ୍ତର ନନ୍ଦ କୁମାର ସୂଚନା ଦେଇଛନ୍ତି। ସେହିପରି କୋଇଲା ଏବଂ କାଠରେ ରୋଷେଇ କରୁଥିବା ଲୋକଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ଅଧ୍ୟୟନ ମଧ୍ୟ କରାଯିବ ବୋଲି ଗବେଷକ ଦଳ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସଚ୍ଚୋଟ ଅଫିସର ୨ ଲକ୍ଷ ଟଙ୍କାର ଜୋତା ପିନ୍ଧନ୍ତି ନାହିଁ’

ମୁମ୍ବାଇ,୩।୧୧: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଜୋନାଲ ଡିରେକ୍ଟର ସମୀର ୱାଙ୍ଖଡେଙ୍କୁ ପୁଣି ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ। ୱାଙ୍ଖଡେ ଜଣେ ଦୁର୍ନୀତି...

ସମସ୍ତଙ୍କ ପାଇଁ ଶୁଭ ନୁହେଁ ତୁଳସୀ? ଘରେ ଥିଲେ ଏସବୁ ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ..

ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ତୁଳସୀ ରହିଥାଏ। ତୁଳସୀକୁ ଭଗବାନ କୃଷ୍ଣ ଅଧିକ ପସନ୍ଦ କରନ୍ତି। କିଛି ଲୋକ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜଳାନ୍ତି।...

ସ୍ତ୍ରୀ, ଦୁଇ ସନ୍ତାନଙ୍କୁ ମାରି ନିଜେ ଆତ୍ମହତ୍ୟା କଲେ ଡାକ୍ତର

ଗୁରୁଗ୍ରାମ, ୧।୭: ସାରା ଦେଶରେ ଜୁଲାଇ ୧ ତାରିଖକୁ ନ୍ୟାଶନାଲ ଡକ୍ଟର’ସ ଡେ ପାଳନ କରାଯାଉଥିବାବେଳେ ଦିଲ୍ଲୀର ଗୁରୁଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ...

ରାହୁଲଙ୍କ ଅଗଣାରେ ‘ତୁଳସୀ’

ଲକ୍ଷ୍ନୌ, ୨୪।୫: ୫୦ ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଗଣାକୁ ଆସିଛନ୍ତି ତୁଳସୀ। କଂଗ୍ରେସର ଗଡ କୁହାଯାଉଥିବା ଉତ୍ତର ପ୍ରଦେଶର ଆମେଠି ଲୋକ...

ମାନଙ୍କ ମଦ୍ୟପାନ ଯୋଗୁ ବିମାନ ଉଡାଣରେ ହୋଇଥିଲା କି ବିଳମ୍ବ: ଲୁଫଥାନ୍ସା ଏୟାରଲାଇନ୍ସ ରଖିଲା ପ୍ରତିକ୍ରିୟା

ଚଣ୍ଡିଗଡ଼,୨୦।୯: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ମଦ୍ୟପାନ ଯୋଗୁ ଜର୍ମାନର ଏୟାରଲାଇନ୍ସ ଲୁଫଥାନ୍ସା ବିମାନ ଉଡ଼ାଣରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମର ରିପୋର୍ଟକୁ ଆଧାର...

ସତ୍ୟପାଲଙ୍କୁ ସିବିଆଇ ନୋଟିସ

ନୂଆଦିଲ୍ଲୀ,୨୧ା୪: ପୁଲଓ୍ବାମା ଆକ୍ରମଣ ସମ୍ପର୍କିତ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଏକ ଭିନ୍ନ ମାମଲାରେ ପଚରାଉଚରା ପାଇଁ କେନ୍ଦ୍ରୀୟ...

ପର୍ନ ଫିଲ୍ମ ମାମଲା: ରାଜ କୁନ୍ଦ୍ରା ଗିରଫ

ମୁମ୍ବାଇ,୧୯।୭: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ସୋମବାର ରାତିରେ ଗିରଫ କରିଛି। ସେ ଅଶ୍ଳୀଳ...

କାର୍ବନ ନିର୍ଗମନ ୧୭% କମିଛି

ନୂଆଦିଲ୍ଲୀ,୨୧ା୫(ପି.ଟି.): କରୋନା ମହାମାରୀର ମୁକାବିଲା ଲାଗି ବିଭିନ୍ନ ଦେଶ ଲକ୍‌ଡାଉନରେ ରହିଥିବାରୁ ଏହାର ସୁଫଳ ପରିବେଶ ଉପରେ ପଡ଼ିଛି। ଏହା ପ୍ରଭାବରେ ଏପ୍ରିଲରେ ବିଶ୍ୱ ସ୍ତରରେ...

Advertisement
Archives

Model This Week