ଏମିତି ବି ଆସେ ମୃତ୍ୟୁ: ବଡ ଭାଇଙ୍କ ମୃତଦେହ ଦେଖି ଟଳିପଡ଼ିଲେ ସାନଭାଇ

ପାଲଲହଡା,୨।୧୧(ଡି.ଏନ୍‌.ଏ.): ଆଜିର ସମାଜରେ ଯେଉଁଠି ଭାଇଟିଏ ଭାଇର ଶତ୍ରୁ ପାଲଟୁଛି, ସେଠାରେ ବଡ଼ ଭାଇଙ୍କ ମୃତଦେହ ଦେଖି ସାନଭାଇ ଆଖି ବୁଜିଛନ୍ତି। ଏପରି ଏକ ଘଟଣା ଘଟିଛି ଅନୁଗୁଳ ଜିଲା ପାଲଲହଡା ଉପଖଣ୍ଡ ସିଡିଙ୍ଗ ଗ୍ରାମରେ।
ସୂଚନାନୁଯାୟୀ, ଗତ କିଛିଦିନ ଧରି ଗ୍ରାମର ଦୀପକ କୁମାର ପାଲ ଅସୁସ୍ଥ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଶୁକ୍ରବାର ମଧ୍ୟାହ୍ନରେ ତାଙ୍କାର ମୃତ୍ୟୁ ଘଟିଥିଲା। ପରେ ପରିବାର ଲୋକେ ତାଙ୍କ ମୃତଦେହକୁ ନେଇ ଗ୍ରାମରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଅପରପକ୍ଷେ ବଡ ଭାଇଙ୍କ ମୃତଦେହକୁ ଦେଖି ଦୁଃଖରେ ମ୍ରିୟମାଣ ହୋଇ ତଳେ ଖସି ପଡ଼ିଥିଲେ ସାନ ଭାଇ ତିରୁମଲ ପ୍ରସାଦ ପାଲ। ତୁରନ୍ତ ପରିବାର ଲୋକେ ତାଙ୍କୁ ପଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିରୁ କୋଚ୍‌

ଢେଙ୍କାନାଳ ଗୁଡ଼ିଆନାଳିର ଝିଅ କାଦମ୍ବିନୀ ମହାକୁଡ଼। ମା’ ବାସନ୍ତୀ ମହାକୁଡ଼ ଓ ବାପା ମଦନ ମୋହନ ମହାକୁଡ଼। ୧୯୮୨ ଜୁଲାଇ ୧୩ରେ ଜନ୍ମିତ କାଦମ୍ବିନୀ ଓଡ଼ିଶା...

ବିସ୍ଥାପିତଙ୍କୁ ବାସଗୃହ, ଖାଦ୍ୟ, ଚିକିତ୍ସା ଯୋଗାଇଦିଅ

କଟକ ଅଫିସ/ ଭୁବନେଶ୍ୱର(ବ୍ୟୁରୋ),୨୦।୫: କଟକ ନୂଆପଡା ବାଲିସାହିଠାରେ ଥିବା ବିସ୍ଥାପିତଙ୍କୁ ତୁରନ୍ତ ବାସଗୃହ, ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ କଟକ ଜିଲାପାଳ...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା: ପୁରୀ ରଥଯାତ୍ରାକୁ ଅନୁମତି ଦିଆଯାଉ

ଭୁବନେଶ୍ୱର,୨୦।୬(ବ୍ୟୁରୋ)- ପୁରୀର ଶ୍ରୀ ଜଗନ୍ନାଥ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ନ କରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର କୋର୍ଟଙ୍କ...

ଝାରସୁଗୁଡ଼ା ସହରରେ ହାତୀପଲ

ବ୍ରଜରାଜନଗର,୨୭।୩ (ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର ପରେ ଶନିବାର ରାତିରେ ଝାରସୁଗୁଡ଼ା ସହରରେ ପଶିଥିଲେ ହାତୀପଲ। ସହରରେ ହାତୀ ପ୍ରବେଶ କରିବା ଜାଣିବା ପରେ ଲୋକମାନେ...

ଜିଲାପାଳଙ୍କୁ ଭେଟିଲା ମିଳିତ ସଙ୍ଗଠନ କମିଟି

ଛତ୍ରପୁର,୬। ୭(ଡି.ଏନ.ଏ)-ଛତ୍ରପୁରର ବିଭିନ୍ନ ସଂଗଠନକୁ ନେଇ ଗଠିତ କମିଟିର ଏକ ପ୍ରତିନିଧି ଦଳ ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାରେ ବିଳମ୍ବ ଓ ଅନ୍ୟାନ୍ୟ ସମସ୍ୟା ନେଇ...

ଜଙ୍ଗଲୀ ହାତୀ ଉପଦ୍ରବ : ୧୦ ଏକରରୁ ଊର୍ଦ୍ଧ୍ୱ ଧାନଫସଲ ନଷ୍ଟ

ନିରାକାରପୁର,୭ା୧୦(ଡି.ଏନ.ଏ.): ଚଳିତବର୍ଷ ଆରମ୍ଭରୁ କମ୍‌ ବର୍ଷା ଯୋଗୁ ଚାଷୀମାନେ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। ସେଥିରେ ପୁଣି ସରକାରଙ୍କ ପକ୍ଷରୁ ମିଳିଥିବା ବିହନ ଠିକ୍‌ ଭାବେ...

ଆଜି ଭଉଁରି, ଚକ-ଅଖ ଡେରା ନୀତି

ପୁରୀ ଅଫିସ,୧୨ା୫: ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରାର ବିଂଶତମ ଦିବସରେ ଶ୍ରୀକ୍ଷେତ୍ର ଭଉଁରି ଅନୁଷ୍ଠିତ ହୋଇଥାଏ। ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ...

ଯାଜପୁରରେ ନବଦମ୍ପତିଙ୍କ ଆତ୍ମହତ୍ୟା

ଯାଜପୁର ଅଫିସ,୧୫।୭: ବେକରେ ଦଉଡ଼ି ଦେଇ ନବଦମ୍ପତିଙ୍କ ଆତ୍ମହତ୍ୟା। ପାରିବାରିକ କଳହ ଓ ଆର୍ଥିକ ଅଭାବରୁ ଏଭଳି ଘଟିଥିବା ପୋଲିିସ ଅନୁମାନ କରୁଥିବା ବେଳେ ତଦନ୍ତ...

Advertisement
Archives

Model This Week