ଏମିତି ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର: ଅସୁରକ୍ଷିତ ପରିବେଶରେ ପାଠପଢା

ସଜନାଗଡ଼, ୨୮।୮(ଡି.ଏନ.ଏ.)-ଶିଶୁଙ୍କ ମୂଳଦୂଆ ସୁରକ୍ଷିତ ଭାବେ ଗଢିବା ଲାଗି ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ମାଧ୍ୟମରେ ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ତାହା ବାସ୍ତବରେ ଫଳପ୍ରଦ ହୋଇପାରୁନାହିଁ। ସରକାରୀ କଳର ଉଦାସୀନତା ଯୋଗୁ ଶିଶୁମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ନୀଳଗିରି ଉପଖଣ୍ଡ ଅଧୀନ ନରସିଂହପୁର ପଞ୍ଚାୟତ ବଇଞ୍ଚା ଅଙ୍ଗନୱାଡ଼ି କେନ୍ଦ୍ରରେ ଏଭଳି ଚିତ୍ର ଦେଖିବାକୁ ମିଳେ।
ଏହି ଅଙ୍ଗନୱାଡ଼ି କେନ୍ଦ୍ର ଦୀର୍ଘଦିନ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଯେଉଁ କୋଠରିରେ ଶିଶୁଙ୍କୁ ଶିକ୍ଷାଦାନ କରାଯାଉଛି, ସେଠାରେ ହିଁ ରୋଷେଇ ପାଇଁ ଜାଳେଣି ଜମା କରି ରଖାଯାଉଛି। ଘର ଭିତରେ ଜାଳେଣି ଜମା କରାଯିବା ଯୋଗୁ ସେଥିରେ ଅନେକ ସମୟରେ ସାପ, ବେଙ୍ଗ ଭଳି ଜୀବଜନ୍ତୁ ମଧ୍ୟ ଦେଖିବାକୁ ମିଳୁଛି। ଏହି କେନ୍ଦ୍ରରେ ରୋଷେଇ ଘର ସୁବିଧା ନ ଥିବାରୁ ଘର ପିଣ୍ଡାରେ ରୋଷେଇ କରାଯାଉଛି। ସେହିଠାରେ ପିଲାମାନେ ବସି ଖାଦ୍ୟ ଖାଉଛନ୍ତି। ଦୁଃଖର ବିଷୟ ଯେ, ଏହି କେନ୍ଦ୍ରରେ ମଙ୍ଗଳବାରଠାରୁ ଗତ ୫ଦିନ ହେଲା ଚାଉଳ ନ ଥିବାରୁ ରୋଷେଇ ବନ୍ଦ ରହିଛି। ଅଙ୍ଗନୱାଡ଼ି କର୍ମୀ କେନ୍ଦ୍ରରେ ଚାଉଳ ନାହଁି ବୋଲି କହି ରୋଷେଇ ବନ୍ଦ କରି ଦେଇଛନ୍ତି। ଅଭିଭାବକମାନେ ପୂର୍ବରୁ ଏ ସମ୍ପର୍କରେ ପ୍ରଶାସନକୁ ଜଣାଇଥିବା ବେଳେ ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି କେନ୍ଦ୍ରରେ ତାଲା ଝୁଲିବା, କେନ୍ଦ୍ରରୁ ପିଲା ଆସି ଫେରିଯିବା ସମ୍ପର୍କରେ ଅବଗତ କରାଇଥିଲେ। କେନ୍ଦ୍ର ପାଖରେ ରହୁଥିବା ଅଙ୍ଗନୱାଡ଼ି ପାଚିକା କର୍ମୀ ସୁବର୍ଣ୍ଣା ମାଝି ଚାଉଳ ନ ଥିବା ଯୋଗୁ ଖାଦ୍ୟ ଦିଆଯାଇନାହଁି ବୋଲି ସ୍ବୀକାର କରିଥିଲେ। ଅନ୍ୟପକ୍ଷରେ କିଛିଦିନ ପୂର୍ବରୁ ଗ୍ରାମବାସୀଙ୍କ ବହୁ ଅନୁରୋଧ ପରେ ସରକାରଙ୍କ ତରଫରୁ ଅଙ୍ଗନୱାଡ଼ି ଘର ନିର୍ମାଣ ଲାଗି ଅଟକଳ ହୋଇଥିଲା। ଏହି ଅର୍ଥରେ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲେ ମଧ୍ୟ ଅଧାକାମ ହୋଇରହିଛି। କାମ ଯେତେ ହୋଇଛି ତା’ ଠାରୁ ଅଧିକ ଟଙ୍କା ଖର୍ଚ୍ଚ ହେବାରୁ କାମ ବନ୍ଦ ରହିଛି। ଏ ସମ୍ପର୍କରେ ନୀଳଗିରି ବ୍ଲକ ପରିସରରେ ଅଙ୍ଗନୱାଡ଼ି ସୁପରଭାଇଜର ଜୟନ୍ତୀ କରଙ୍କୁ ପଚାରିବାରୁ ମୁଁ ନୂଆ କରି ଏଠାକୁ ଆସିଛି। ମୋତେ ଏ ବିଷୟରେ କିଛି ଜଣା ନାହଁି। ଏ ସମ୍ପର୍କରେ ସିଡ଼ିପିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ଅବରୋଧ, ଯାତ୍ରୀ ହୀନସ୍ତା

ଢେଙ୍କାନାଳ ଅଫିସ,୨୯।୩ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଆହ୍ବାନରେ ସୋମବାରଠାରୁ ଆରମ୍ଭ ହୋଇଥିବା ଦୁଇଦିନ ଧରି ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଢେଙ୍କାନାଳରେ ଦେଖାଯାଇଛି। ନିଖିଳ ଓଡିଶା ଅଙ୍ଗନୱାଡି...

ତାଗିଦ ସତ୍ତ୍ୱେ କରୁଥିଲେ କୋଭିଡ ନିୟମ ଉଲ୍ଲଂଘନ: ସିଲ୍‌ ହେଲା ମୋବାଇଲ୍‌ ଦୋକାନ

ଗଞ୍ଜାମ,୧୩।୮(ଡି.ଏନ୍‌.ଏ. ): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଅସମ୍ଭାଳ ହୋଇ ପଡିଥିବା ବେଳେ ଗଞ୍ଜାମ ସହରର କିଛି ବ୍ୟବସାୟୀ କୋଭିଡ ନିୟମ ମାନୁନାହାନ୍ତି । ଫଳରେ...

ଦୁର୍ଘଟଣାରେ ଜଳିଗଲା କାର, ବାଇକ: ଚାଲିଗଲା ବାଇକ ଚାଳକଙ୍କ ଜୀବନ

ରଘୁନାଥପୁର,୧୩ା୧୨(ଡି.ଏନ୍‌.ଏ.)-ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା କଟକ ପାରାଦୀପ ରାସ୍ତାର ଗୋପାଳପୁରଠାରେ ରବିବାର ଏକ କାର ଓ ବାଇକ୍‌ ମୁହଁାମୁହିଁ ଧକ୍କା ହୋଇ ସମ୍ପୂର୍ଣ୍ଣ ଜଳି ଯାଇଛି।...

ମହାନଦୀ ମାମଲା ଶୁଣାଣି ମେ’ ୧୪କୁ ଘୁଞ୍ଚିଲା

ନୂଆଦିଲ୍ଲୀ,୧୯।୪: ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ୍‌ ନିର୍ମାଣ ବିରୋଧରେ ଓଡ଼ିଶା ସରକାରଙ୍କ ଆବେଦନର ଶୁଣାଣିକୁ ମେ’ ୧୪କୁ ଘୁଞ୍ଚାଇ ଦିଆଯାଇଛି। ମହାନଦୀରେ ବ୍ୟାରେଜ୍‌...

ଆଗଭଳି ମିଳୁନି ତାଳପତ୍ର: ସଙ୍କଟରେ ତାଳପତ୍ର କାରିଗରଙ୍କ ଜୀବନ ଜୀବିକା

ଦିନ ଥିଲା ତାଳପତ୍ର କାରିଗର ଭଲ ଦି ପଇସା ରୋଜଗାର କରୁଥିଲେ। ଖରାଦିନେ ବିଞ୍ଚଣା ଆଉ ବର୍ଷାଦିନେ ପଖିଆ ବ୍ୟବହାର କରୁଥିଲେ ଲୋକେ। ଘରେ ଘରେ...

କରୋନା: ଖୋଲିଲା ଆଇସୋଲେଟେଡ୍‌ ୱାର୍ଡ

ଅନୁଗୋଳ ଅଫିସ୍‌, ୫।୩ – କରୋନା ଭାଇରସ୍‌କୁ ନେଇ ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ପରିସ୍ଥିତିକୁ ଦେଖି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ...

ପୂର୍ବ ଭାରତ ବିକାଶର ରୋଡ୍‌ ମ୍ୟାପ୍‌ରେ ଓଡ଼ିଶା:  ମୋଦି ସରକାରଙ୍କ ଦ୍ୱିତୀୟଥର ପ୍ରଥମବର୍ଷର ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୪।୬- କେନ୍ଦ୍ରରେ ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମବର୍ଷ ପୂରଣ ହୋଇଛି। ଗୋଟିଏ ବର୍ଷରେ କେନ୍ଦ୍ରୀୟସ୍ତରରେ ହୋଇଥିବା ନିଷ୍ପତ୍ତି ଭାରତ ଇତିହାସର କେବେବି ସମ୍ଭବ...

କରୋନା ସହାୟତା: ପ୍ରତ୍ୟେକ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ୫ ହଜାର ଟଙ୍କା

ପୁରୀ ଅଫିସ, ୧୭।୪: କରୋନା କଟକଣା ପାଇଁ ଗତ ମାସ ୨୦ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ଫଳରେ ସେବାୟତଙ୍କ ଆର୍ଥିକ ସ୍ଥିତି...

Advertisement
Archives

Model This Week