ଏମିତି ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର: ଅସୁରକ୍ଷିତ ପରିବେଶରେ ପାଠପଢା

ସଜନାଗଡ଼, ୨୮।୮(ଡି.ଏନ.ଏ.)-ଶିଶୁଙ୍କ ମୂଳଦୂଆ ସୁରକ୍ଷିତ ଭାବେ ଗଢିବା ଲାଗି ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ମାଧ୍ୟମରେ ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ତାହା ବାସ୍ତବରେ ଫଳପ୍ରଦ ହୋଇପାରୁନାହିଁ। ସରକାରୀ କଳର ଉଦାସୀନତା ଯୋଗୁ ଶିଶୁମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ନୀଳଗିରି ଉପଖଣ୍ଡ ଅଧୀନ ନରସିଂହପୁର ପଞ୍ଚାୟତ ବଇଞ୍ଚା ଅଙ୍ଗନୱାଡ଼ି କେନ୍ଦ୍ରରେ ଏଭଳି ଚିତ୍ର ଦେଖିବାକୁ ମିଳେ।
ଏହି ଅଙ୍ଗନୱାଡ଼ି କେନ୍ଦ୍ର ଦୀର୍ଘଦିନ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଯେଉଁ କୋଠରିରେ ଶିଶୁଙ୍କୁ ଶିକ୍ଷାଦାନ କରାଯାଉଛି, ସେଠାରେ ହିଁ ରୋଷେଇ ପାଇଁ ଜାଳେଣି ଜମା କରି ରଖାଯାଉଛି। ଘର ଭିତରେ ଜାଳେଣି ଜମା କରାଯିବା ଯୋଗୁ ସେଥିରେ ଅନେକ ସମୟରେ ସାପ, ବେଙ୍ଗ ଭଳି ଜୀବଜନ୍ତୁ ମଧ୍ୟ ଦେଖିବାକୁ ମିଳୁଛି। ଏହି କେନ୍ଦ୍ରରେ ରୋଷେଇ ଘର ସୁବିଧା ନ ଥିବାରୁ ଘର ପିଣ୍ଡାରେ ରୋଷେଇ କରାଯାଉଛି। ସେହିଠାରେ ପିଲାମାନେ ବସି ଖାଦ୍ୟ ଖାଉଛନ୍ତି। ଦୁଃଖର ବିଷୟ ଯେ, ଏହି କେନ୍ଦ୍ରରେ ମଙ୍ଗଳବାରଠାରୁ ଗତ ୫ଦିନ ହେଲା ଚାଉଳ ନ ଥିବାରୁ ରୋଷେଇ ବନ୍ଦ ରହିଛି। ଅଙ୍ଗନୱାଡ଼ି କର୍ମୀ କେନ୍ଦ୍ରରେ ଚାଉଳ ନାହଁି ବୋଲି କହି ରୋଷେଇ ବନ୍ଦ କରି ଦେଇଛନ୍ତି। ଅଭିଭାବକମାନେ ପୂର୍ବରୁ ଏ ସମ୍ପର୍କରେ ପ୍ରଶାସନକୁ ଜଣାଇଥିବା ବେଳେ ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି କେନ୍ଦ୍ରରେ ତାଲା ଝୁଲିବା, କେନ୍ଦ୍ରରୁ ପିଲା ଆସି ଫେରିଯିବା ସମ୍ପର୍କରେ ଅବଗତ କରାଇଥିଲେ। କେନ୍ଦ୍ର ପାଖରେ ରହୁଥିବା ଅଙ୍ଗନୱାଡ଼ି ପାଚିକା କର୍ମୀ ସୁବର୍ଣ୍ଣା ମାଝି ଚାଉଳ ନ ଥିବା ଯୋଗୁ ଖାଦ୍ୟ ଦିଆଯାଇନାହଁି ବୋଲି ସ୍ବୀକାର କରିଥିଲେ। ଅନ୍ୟପକ୍ଷରେ କିଛିଦିନ ପୂର୍ବରୁ ଗ୍ରାମବାସୀଙ୍କ ବହୁ ଅନୁରୋଧ ପରେ ସରକାରଙ୍କ ତରଫରୁ ଅଙ୍ଗନୱାଡ଼ି ଘର ନିର୍ମାଣ ଲାଗି ଅଟକଳ ହୋଇଥିଲା। ଏହି ଅର୍ଥରେ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲେ ମଧ୍ୟ ଅଧାକାମ ହୋଇରହିଛି। କାମ ଯେତେ ହୋଇଛି ତା’ ଠାରୁ ଅଧିକ ଟଙ୍କା ଖର୍ଚ୍ଚ ହେବାରୁ କାମ ବନ୍ଦ ରହିଛି। ଏ ସମ୍ପର୍କରେ ନୀଳଗିରି ବ୍ଲକ ପରିସରରେ ଅଙ୍ଗନୱାଡ଼ି ସୁପରଭାଇଜର ଜୟନ୍ତୀ କରଙ୍କୁ ପଚାରିବାରୁ ମୁଁ ନୂଆ କରି ଏଠାକୁ ଆସିଛି। ମୋତେ ଏ ବିଷୟରେ କିଛି ଜଣା ନାହଁି। ଏ ସମ୍ପର୍କରେ ସିଡ଼ିପିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କୁ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ,୧୮।୪: ଭାରତୀୟ ଟି-୨୦ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଇତିହାସ ରଚିଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ଟି-୨୦ ରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର…

ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା: ଗାଡି ଚଳାଚଳ, ଶିକ୍ଷାନୁଷ୍ଠାନ ସବୁ ବନ୍ଦ, କଂଗ୍ରେସର ସମର୍ଥନ

ବାରିପଦା,୧୮।୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀ ମୃତ୍ୟୁ ଓ ୧୪୬ରୁ ଅଧିକ ଅସୁସ୍ଥ ଘଟଣାରେ…

ବାଦ୍‌ ପଡ଼ିବ ନାହିଁ କୌଣସି ଘର: ଜନଗଣନା ସର୍ଭେ ଆରମ୍ଭ

ମହାକାଳପଡ଼ା,୧୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):ବହୁ ପ୍ରତୀକ୍ଷିତ ଭାରତୀୟ ଜନ ଗଣନା ସର୍ଭେ ୨୦/୨୬-୨୭ ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରତି ଘର ଜନଗଣନା ସର୍ଭେରେ ସାମିଲ ହେବେ। ସର୍ଭେ ସମ୍ପର୍କରେ…

ଶିକ୍ଷା ବିଭାଗରେ ଅନିୟମିତତା: ସନ୍ଦେହ ଘେରରେ ଜିଲା ପ୍ରଶାସନ

ଦେବଗଡ଼,୧୮ା୪(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲା ଶିକ୍ଷା ବିଭାଗରେ ଅନିୟମିତତା କରାଯାଇ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଡେପୁଟେଶନ କରାଯାଇଥିବା ଜଣାପଡ଼ିବା ପରେ ୪୮ଜଣଙ୍କ ଡେପୁଟେଶନ ବାତିଲ କରାଯାଇଛି। ସେମାନଙ୍କୁ ମୂଳ…

ଜର୍ମାନ ମେଡଲଙ୍କୁ ‘ଲାଇକ୍‌’ କରି ଫସିଲେ ବିରାଟ କୋହଲି: ଜାଣନ୍ତୁ କିଏ ସେହି…

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଦକ୍ଷ ଖେଳାଳି ବିରାଟ କୋହଲି ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ଥାନ୍ତି। ସମ୍ପ୍ରତି ସେ 2026 IPL ସିଜିନ…

ପୁତୁରାର ଠେଙ୍ଗା ମାଡ଼ରେ ଖୁଡିଙ୍କ ଜୀବନ ଗଲା, ଜମି ବାଡ଼ି ବିବାଦକୁ ନେଇ…

ପାଟଣା,୧୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରୁଢ଼ିଆପଡା ଖଡିବେଡା ସାହିରେ ଶୁକ୍ରବାର ଖୁଡିକୁ ଠେଙ୍ଗାରେ ପିଟିପିଟି ପୁତୁରା ହତ୍ୟା କରିଛନ୍ତି। ଜମିବାଡ଼ି ବିବାଦକୁ ନେଇ…

ବୀରମହାରାଜପୁରରେ ଗୁଳିକାଣ୍ଡ, ଯୁବକ ମୃତ: କୌଣସି କଥାକୁ ନେଇ ଯୁକ୍ତିତର୍କ ପରେ…

ସୋନପୁର,୧୮l୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଶୁକ୍ରବାର ରାତିରେ ଗୁଳିକାଣ୍ଡ ଘଟିଛି। ଏଥିଯୋଗୁ ବୀରମହାରାଜପୁର ଥାନା ଚମ୍ପାମାଳ ଗାଁର ରବି ମହାରଣାଙ୍କ ପୁଅ…

ବରଗଡ଼ ଯାଉଥିବାବେଳେ ବସ୍‌ରେ ଟଳିପଡିଲେ ଯାତ୍ରୀ

ସମ୍ବଲପୁର/ବରଗଡ଼,୧୮ା୪(ପ୍ରମୋଦ ବହିଦାର/ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ଅଇଁଠାପାଲି ବସଷ୍ଟାଣ୍ଡରେ ଗୁରୁବାର ସନ୍ଧ୍ୟାରେ ବସ୍‌ ଭିତରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଯାତ୍ରୀ ଜଣକ ହେଲେ ବରଗଡ଼ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri