Posted inଜାତୀୟ

ଏବେ ଭଲ କାମ କରୁଥିବା ବ୍ୟକ୍ତିଙ୍କ ନାଁରେ ଜାରି ହେବ ଡାକ ଟିକେଟ: ମୋଦି

ନୂଆଦିଲ୍ଲୀ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୧୨ ଜଣ ଆୟୁଷ ବିଶେଷଜ୍ଞଙ୍କ ନାଁରେ ଡାକ ଟିକେଟ ଜାରି କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୁର୍ବେଦ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ସେ ଏହି ଡାକ ଟିକେଟ ଜାରି କରିଛନ୍ତି। ଏହି ଅବସରରେ ମୋଦି କହିଥିଲେ ଆୟୁଷ ଓ ଯୋଗ ସହ ଯୋଡି ହୋଇଥିବା କାର୍ଯ୍ୟକ୍ରମକୁ ଆସିବା ଏକ ଅଦ୍ଭୁତ ସଂଯୋଗ। ଗୋଟିଏ ଦିନ ପୂର୍ବରୁ ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟର ଉଦ୍‌ଘାଟନ କରିଥିବା ବେଳେ ଏବେ ହରିୟାଣାରେ ୧୦ଟି ଆୟୁଷ ଓ୍ବେଲନେସ୍‌ ସେଣ୍ଟରର ଉଦ୍‌ଘାଟନ କରାଯାଇଛି। ତେଣୁ ଏହା ଭାରତୀୟଙ୍କୁ ସୁସ୍ଥତାର ମନ୍ତ୍ର ଦେଉଛି ବୋଲି ସେ କହିଥିଲେ। ଏହି ଅବସରରେ ମୋଦି କିହିଛନ୍ତି, ଏପର୍ଯ୍ୟନ୍ତ ନେତା କିମ୍ବା ଟେଲିଭିଜନ ପରଦାରେ ଦେଖାଯାଉଥିବା ବ୍ୟକ୍ତି ବିଶେଷଙ୍କର ଡାକ ଟିକେଟ ଉଦ୍‌ଘାଟନ କରାଯାଉଥିଲା। ହେଲେ ଏବେ ଯେଉଁମାନେ ଜୀବନର ଅଧିକାଂଶ ସମୟ ଭଲ କାମ ପାଇଁ ଦେଇଛନ୍ତି ସେହିଭଳି ବ୍ୟକ୍ତିଙ୍କ ଉପରେ ଡାକ ଟିକେଟ ଜାରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୫-୩୦ ଦିନ ମଧ୍ୟରେ ଦୁଇଗୁଣା ହେବ ସଂକ୍ରମଣ: ସ୍ବାସ୍ଥ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୨।୭: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୧୫-୩୦ ଦିନ ମଧ୍ୟରେ କର୍ନାଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଗୁଣା...

ପଶ୍ଚିମବଙ୍ଗ ହିଂସା: ମୋଦିଙ୍କୁ ରିପୋର୍ଟ ଦେବେ ରାଜ୍ୟପାଳ

କୋଲକାତା, ୯।୬: ପଶ୍ଚିମବଙ୍ଗରେ ଚାଲିଥିବା ରାଜନୈତିକ ହିଂସା ଥମିବାର ନାଁ ନେଉନି। ରାଜ୍ୟରେ ପ୍ରତିଦିନ ତୃଣମୂଳ କଂଗ୍ରେସ(ଟିଏମସି) ଏବଂ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ କେଉଁଠି ନା...

୧୨୩ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଲା ସରକାରୀ ସ୍କୁଲ

ପାଟନା, ୧୬।୯: ଲଗାତାର ବର୍ଷା ଯୋଗୁ ବିହାରର ଏକ ସରକାରୀ ସ୍କୁଲ ମାତ୍ର ୧୨୩ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଯାଇଛି। ଏହାର ଭିଡ଼ିଓ ଏବେ ସୋସିଆଲ୍‌...

କେରଳରେ ପ୍ରଥମ ମୁଣ୍ଡ ନେଲା କରୋନା

କୋଚି,୨୮।୩: କେରଳରେ କରୋନା ଭାଇରସ୍‌ ସଂକ୍ରମଣରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଶନିବାର କୋଚିର ଏକ ହସ୍ପିଟାଲରେ ଜଣେ ୬୯ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ...

ପ୍ରତିଶ୍ରୁତି ରଖିବ ଭାଜପା, ନୀତିଶ ହେବେ ମୁଖ୍ୟମନ୍ତ୍ରୀ: ସୁଶୀଲ ମୋଦି

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡ଼ିଏ ମେଣ୍ଟରେ ଭାଜପାର ପ୍ରଦର୍ଶନ ଭଲ ରହିଛି। ଭାଜପା ୭୪ ଆସନରେ ବିଜୟୀ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡ଼ିୟୁକୁ...

ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ପୁଣି ଫୁଟିଲା ଗୁଳି: କମ୍ପାନୀ କମାଣ୍ଡରଙ୍କୁ ହତ୍ୟା କରି ନିଜକୁ ଗୁଳି କଲେ ଯବାନ

ରାଞ୍ଚି,୯।୧୨: ଗତ ସପ୍ତାହରେ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବାବେଳେ ପୁଣି ସୋମବାର ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ଖେଳଗାଓ୍ବଁ ସ୍ଥିତ କ୍ୟାମ୍ପ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି।...

ମସ୍ତିଷ୍କ ଜ୍ୱର ୮ ବର୍ଷରେ ନେଇଛି ଦେଶର ୧୧ ହଜାର ଶିଶୁଙ୍କ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୧୮।୬: ମସ୍ତିଷ୍କ ଜ୍ୱରରେ ପୃଥିବୀର ୨୪ଟି ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏସବୁ ଦେଶର ୩ ଶହ କୋଟି ଲୋକ ଏହି ଜ୍ୱରରେ ସଂକ୍ରମିତ ହେବାର...

ଭାରତକୁ ୧ ବିଲିୟନ ଡଲାର ଦେବ ବିଶ୍ୱବ୍ୟାଙ୍କ

ନୂଆଦିଲ୍ଲୀ,୧୫।୫: କରୋନା ମହାମାରୀର ସଙ୍କଟ ମଧ୍ୟରେ ବିଶ୍ୱ ବ୍ୟାଙ୍କ ଭାରତକୁ ୧ ବିଲିୟନ ଡଲାର ବା ପାଖାପାଖି ୭,୫୦୦ କୋଟି ଟଙ୍କାର ସୋସିଆଲ ପ୍ରୋଟେକ୍ସନ ପ୍ୟାକେଜ(ସମାଜିକ...

Play 250+ Trending Games
Archives

Model This Week

Why Dharitri