Posted inଖେଳ

ଏଫ୍‌ସି ଗୋଆ ସହ ଚୁକ୍ତି କଲେ ତ୍ଲାଙ୍ଗ୍‌

ଗୋଆ, ୨।୬-ମେଘାଳୟ ଶିଲଂର ରିଡିମ ତ୍ଲାଙ୍ଗ୍‌ ଇଣ୍ଡିଆନ ସୁପରଲିଗ୍‌ର (ଆଇଏସ୍‌ଏଲ୍‌) ଏଫ୍‌ସି ଗୋଆ କ୍ଲବ ସହିତ ଚୁକ୍ତିବଦ୍ଧ ହୋଇଛନ୍ତି। ଫଳରେ ୨୫ ବର୍ଷୀୟ ତ୍ଲାଙ୍ଗ୍‌ ଆଗାମୀ ଆଇଏଓଏଲ୍‌ ସିଜନରେ କମଳା ରଙ୍ଗର ଜର୍ସିରେ ନଜରକୁ ଆସିବେ। ସେହିପରି ଗୋଆର ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଅଭିଯାନରେ ମଧ୍ୟ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ”ଆମେ ତ୍ଲାଙ୍ଗ୍‌ଙ୍କ ଉପରେ ନଜର ରଖି ଆସୁଥିଲୁ। ସେ ନର୍ଥଇଷ୍ଟ ୟୁନାଇଟେଡ ପକ୍ଷରୁ ଗତ ୨ ସିଜନ ଧରି ଆଇଏସଏଲରେ ପ୍ରଭାବୀ ପ୍ରଦର୍ଶନ କରି ଆସୁଥିଲେ। ତାଙ୍କ ବେଗ ଏବଂ ଦକ୍ଷତା ନିଶ୍ଚିତଭାବେ ଆମ ଦଳକୁ ଫାଇଦାରେ ରଖିବ“ ବୋଲି ଏଫସି ଗୋଆ ସଭାପତି ଅକ୍ଷୟ ଟଣ୍ଡନ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଗୋଆ ଦଳରେ ଯୋଗ ଦେଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ତ୍ଲାଙ୍ଗ୍‌ କହିଛନ୍ତି। ”ମୁଁ ସୁଯୋଗ ପାଇଲେ ଏଫସି ଗୋଆ ଖେଳ ଦେଖିଥାଏ। ମୁଁ ଏବେ ନିଜେ ‘ଗୌର’ ବାହିନୀର ସଦସ୍ୟ ହେବା ଜୀବନର ଅନ୍ୟତମ ଶ୍ରେଷ୍ଠ କ୍ଷଣ ବୋଲି ଭାବୁଛି। ନର୍ଥଇଷ୍ଟ ୟୁନାଇଟେଡ ସହିତ ମୁଁ ଖେଳକୁ ଉପଭୋଗ କରିଛି। ଏଠାରେ ମୁଁ ଉଚ୍ଚସ୍ତରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ସୁଯୋଗ ପାଇବି। ଏହା ମୋ ପାଇଁ ସମ୍ମାନ ସଦୃଶ। ଭାବପ୍ରବଣ ଗୋଆ ସମର୍ଥକଙ୍କ ସମ୍ମୁଖରେ ଏବଂ ଭାରତୀୟ ଦଳର କେତେଜଣ ଶ୍ରେଷ୍ଠ ଖେଳାଳିଙ୍କ ସହ ଖେଳିବା ଅନନ୍ୟ ଅନୁଭୂତି ଆଣିବ“ ବୋଲି ତ୍ଲାଙ୍ଗ୍‌ କହିଛନ୍ତି। ୨୦୧୩ରେ ଶିଲଂଲାଜଂ ପକ୍ଷରୁ ଆଇ-ଲିଗ୍‌ ପଦାର୍ପଣ କରିଥିଲେ ଆଇ-ଲିଗ୍‌ରେ। ୨୦୧୮ରେ ସେ ନର୍ଥଇଷ୍ଟ ୟୁନାଇଟେଡ ସହିତ ଯୋଗ ଦେଇଥିଲେ। ତାଙ୍କ ଉପସ୍ଥିତିରେ ଦଳର ସନ୍ତୁଳନ ବଢ଼ିଆ ରହିଥିଲା। ଫଳରେ ଏହି ଦଳ ପ୍ରଥମଥରପାଇଁ ୨୦୧୮-୧୯ ସିଜନରେ ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା। ଗତ ମାସରେ ସ୍ପେନର ଜୁଆନ ଫେରାଣ୍ଡୋଙ୍କୁ ଏଫସି ଗୋଆର ମୁଖ୍ୟ କୋଚ୍‌ ନିଯୁକ୍ତ କରାଯାଇଥିଲା। ସେ ତ୍ଲାଙ୍ଗ୍‌ ଙ୍କୁ ଆଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏଫସି ଗୋଆ ଏଏଫସି ଚାମ୍ପିୟନ୍ସ ଲିଗ୍‌ ଗ୍ରୁପ ପର୍ଯ୍ୟାୟରେ ପ୍ରଥମଥରପାଇଁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବାବେଳେ ତ୍ଲାଙ୍ଗ୍‌ କୋଚ୍‌ଙ୍କ ରଣନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏନ୍‌ସିଏ କ୍ୟାମ୍ପ ପାଇଁ ଓଡ଼ିଶାରୁ ୫ ମନୋନୀତ

ଭୁବନେଶ୍ୱର, ୧୫ା୩(କ୍ରୀଡ଼ା ପ୍ରତିନିଧି): ନିକଟରେ ଶେଷ ହୋଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘରୋଇ ସିଜନରେ ପ୍ରଭାବୀ ପ୍ରଦର୍ଶନ କରି ଓଡ଼ିଶାର ୫ ଖେଳାଳି...

ଫୁଟ୍‌ବଲ ଖେଳିବେ ସିମେନ୍ୟା

ଜୋହାନ୍ସବର୍ଗ ୭ା୯ (ଏଏଫ୍‌ପି)-ଦୁଇ ଥର ଅଲିମ୍ପିକ ୮୦୦ ମିଟର ସ୍ବର୍ଣ୍ଣ ବିଜୟିନୀ କାଷ୍ଟର ସିମେନ୍ୟା ଦକ୍ଷିଣ ଆଫ୍ରିକାର ଏକ ମହିଳା ଫୁଟ୍‌ବଲ ଟିମ୍‌ରେ ଯୋଗ ଦେଇଛନ୍ତି।...

ମେଡିକାଲକୁ ବଲ୍‌ ଦାନ କଲେ ୪ ଗୋଲ ସ୍କୋର କରିଥିବା ଲିସିକ୍‌

ରୋମ୍‌,୧୬।୩(ଏଏଫ୍‌ପି)- ଗତ ସପ୍ତାହରେ ଚାମ୍ପିୟନ୍ସ ଲିଗ୍‌ ମ୍ୟାଚ୍‌ରେ ୪ ଗୋଲ ସ୍କୋର କରିଥିବା ଆଟ୍‌ଲାଣ୍ଟା ଫରଓ୍ବାର୍ଡ ଜୋସିପ ଲିସିକ୍‌ ବର୍ଗାମୋର ଏକ ମେଡିକାଲକୁ ବଲ୍‌ ଦାନ...

ରେକର୍ଡରେ ଭାରତ-ପାକିସ୍ତାନ ମ୍ୟାଚ୍‌

ମୁମ୍ବାଇ,୯।୧୧: ଅକ୍ଟୋବର ୨୪ ତାରିଖରେ ଚଳିତ ଟି୨୦ ବିଶ୍ୱକପ୍‌ରେ ମୁହଁାମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ। ଏହି ମ୍ୟାଚ୍‌ର ଭୁୟର୍ସ(ଦେଖଣାହାରୀ)ଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି। ପୂରା...

ଅପର କଟ୍‌, ସ୍କୋୟାର କଟ୍‌, ଏବେ ହେୟାର କଟ୍‌

ମୁମ୍ବାଇ, ୨୧।୪-କରୋନା ଭାଇରସ୍‌ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସ୍ଥିତିରେ ଏବେ ବିଶେଷ କାର୍ଯ୍ୟ ନ ଥିଲେ ଘରୁ ବାହାରିବା ମନା। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ...

ପ୍ରଥମ ଟି୨୦: ବର୍ଷା ଯୋଗୁ ବିନା ଫଳାଫଳରେ ମ୍ୟାଚ୍‌ ଶେଷ

ମାଞ୍ଚେଷ୍ଟର,୩୦।୮(ଏପି): ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ ବର୍ଷା କାରଣରୁ ପୂରା ଖେଳାଯାଇପାରି...

ସିଓଏ କାର୍ଯ୍ୟକାଳ ଶେଷ: ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ଦାୟିତ୍ୱ ନେବେ

ମୁମ୍ବାଇ, ୨୩।୧୦(ପି.ଟି.)- ଭାରତର ଅନ୍ୟତମ ସଫଳତମ ଅଧିନାୟକ ବିବେଚିତ ହେଉଥିବା ସୌରଭ ଗାଙ୍ଗୁଲି ବୁଧବାର ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ପିତା ହେଲେ ବିରାଟ କୋହଲି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା...

Advertisement
Archives

Model This Week