Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ:ଦକ୍ଷିଣ ଆଫ୍ରିକା ୬-୦ରେ ବିଜୟୀ

ଭୁବନେଶ୍ୱର, ୧୧।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ପୁଲ ‘ବି’ ଶେଷ ଲିଗ୍‌ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୬-୦ ଗୋଲରେ ଦୁର୍ବଳ ମେକ୍ସିକୋକୁ ପରାସ୍ତ କରିଛି। ଫଳରେ ୩ ମ୍ୟାଚରୁ ୧ ବିଜୟ ସହ ଏହି ଦଳ କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଦକ୍ଷିଣ ଆଫ୍ରିକା ୬ ଗୋଲ ଦେଇଥିବାବେଳେ ୪ ବରଣ କରିଛି। ଅନ୍ୟପକ୍ଷରେ ୩ ପରାଜୟ ସହ ମେକ୍ସିକୋର ଅଭିଯାନ ଶେଷ ହୋଇଛି। ଏହି ଦଳ ଏବେ ୭-୮ ସ୍ଥାନ ପାଇଁ ପ୍ଲେସିଂ ମ୍ୟାଚ ଖେଳିବ। ମେକ୍ସିକୋ ଲିଗ୍‌ ପର୍ଯ୍ୟାୟରେ ମାତ୍ର ୧ ଗୋଲ ଦେଇଥିବାବେଳେ ୧୮ ଗୋଲ ବରଣ କରିଛି।
ନିଜର ପ୍ରଥମ ୨ ମ୍ୟାଚରେ ଆମେରିକାଠାରୁ ୦-୨ ଓ ଜାପାନଠାରୁ ୦-୨ ଗୋଲରେ ହାରିଥିବା ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ପ୍ରଭାବ ବିସ୍ତାର କରି ଖେଳିଥିଲା। ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରିଥିବା ଏହି ଦଳ ମ୍ୟାଚର ୧ମ ମିନିଟରେ ହିଁ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟିି କରିଥିଲା। ମାଥ୍ୟୁ ବ୍ରାଉନ୍‌ ଏହାକୁଗୋଲରେ ପରିଣତ କରି ଦକ୍ଷିଣ ଆଫ୍ରିକାକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟ କ୍ବାର୍ଟରର ଅଧିକାଂଶ ସମୟରେ ମଧ୍ୟ ବଲ୍‌କୁ ମେକ୍ସିକୋ ହାଫ୍‌ରେ ରଖିଥିଲା ଦକ୍ଷିଣ ଆଫ୍ରିକା। ୧୭ତମ ମିନିଟରେ ନିକୋଲାସ ସ୍ପୁନରଙ୍କ ପେନାଲ୍ଟି କର୍ନର ଗୋଲ ସହାୟତାରେ ଏହି ଦଳ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୨-୦ ଗୋଲରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ମେକ୍ସିକୋ ପ୍ରତିପକ୍ଷ ଦଳର ସମକକ୍ଷ ପ୍ରଦର୍ଶନ କରିପାରିି ନ ଥିଲା। ତୃତୀୟ କ୍ବାର୍ଟର ଆରମ୍ଭର ୨ୟ ମିନିଟରେ ଅର୍ଥାତ୍‌ ୩୨ତମ ମିନିଟରେ ଏନ୍‌କୋବିଲ ଏନ୍‌ଟୁଲି ଫିଲ୍ଡ ଗୋଲ ଦେଇ ଦକ୍ଷିଣ ଆଫ୍ରିକା ଅଗ୍ରଣୀ ବ୍ୟବଧାନକୁ ବଢ଼ାଇଥିଲେ। ଅନ୍ତିମ କ୍ବାର୍ଟରରେ ଅସହାୟ ମେକ୍ସିକୋ ବିପକ୍ଷରେ ୩ ଗୋଲ ଦେଇଥିଲା ଆଫ୍ରିକୀୟ ଦଳ। ୫୦ତମ ମିନିଟରେ ଅଷ୍ଟିନ ସ୍ମିଥ୍‌ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିବାବେଳେ ୫୩ତମ ମିନିଟରେ ରିଚାର୍ଡ ପଜ୍‌ ଏକ ଫିଲ୍ଡ ଗୋଲ ଦେଇଥିଲେ। ୫୮ତମ ମିନିଟରେ ଅଧିନାୟକ କିନାନ୍‌ ହର୍ନ ଆଉ ଏକ ଗୋଲ ଦେଇ ଦକ୍ଷିଣ ଆଫ୍ରିକାର ଅଗ୍ରଣୀ ବ୍ୟବଧାନକୁ ୬-୦ରେ ପହଞ୍ଚାଇ ଦେଇଥିଲେ। ମହିଳା ଓ ଶିଶୁକଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ ଅତିଥିଭାବେ ଯୋଗଦେଇ ଦକ୍ଷିଣ ଆଫ୍ରିକାର ଏନକୋବିଲ ଏନ୍‌ଟୁଲିଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘୨୦୧୬ ଆଇପିଏଲ୍‌ ଫାଇନାଲ ଆଜି ବି ବାଧୁଛି’

ଅହମ୍ମଦାବାଦ,୭।୨: ଆଇପିଏଲରେ ୨୦୭ ମ୍ୟାଚ୍‌ରେ ଅନେକ ସଫଳତା ବିଫଳତା ଦେଖିଥିବା ବିରାଟ କୋହଲିଙ୍କୁ ୨୦୧୬ ସିଜନ ଫାଇନାଲରେ ମିଳିଥିବା ପରାଜୟ ଆଜି ବି ବାଧୁଛି। ପୂର୍ବରୁ...

ଆଇପିଏଲ୍‌ ଫାଇନାଲ ୮ଟାରେ ଖେଳାଯିବ

ମୁମ୍ବାଇ,୧୯।୫: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଫାଇନାଲ ମ୍ୟାଚ୍‌ ରାତି ୭ଟା ୩୦ ବଦଳରେ ୮ଟାରେ ଆରମ୍ଭ ହେବ। କ୍ରିକ୍‌ବଜରୁ ମିଳିଥିବା ସୂଚନା ମୁତାବକ,...

ପୁଣି ଥରେ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଗ୍ରେଗ୍‌ ବାର୍କଲେ, ଜୟ ଶାହାଙ୍କୁ ମିଳିଲା ବଡ ଦାୟିତ୍ୱ

ମେଲବୋର୍ନ,୧୨।୧୧: ନ୍ୟୁଜିଲ୍ୟାଣ୍ଡର ଗ୍ରେଗ୍‌ ବାର୍କଲେ ଶନିବାର ସର୍ବସମ୍ମତି କ୍ରମେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ଅଧ୍ୟକ୍ଷ ଭାବେ ଦ୍ୱିତୀୟ ଥର ଲାଗି ନିର୍ବାଚିତ ହୋଇଛନ୍ତି। ବାର୍କଲେଙ୍କ କାର୍ଯ୍ୟକାଳ...

ନୂଆ ରୂପରେ ଟି୧୦ କ୍ରିକେଟ

କିଙ୍ଗଷ୍ଟନ, ୨୫ା୫ (ଏଏଫ୍‌ପି)- କରୋନାଭାଇରସ୍‌ ଯୋଗୁ ନୂଆ ରୂପରେ ଦେଖିବାକୁ ମିଳୁଛି ଟି୧୦ କ୍ରିକେଟ। ଷ୍ଟାଡିୟମରେ ସମର୍ଥକ ଉପସ୍ଥିତ ନାହାନ୍ତି। ବଲ୍‌କୁ ଚକ୍‌ଚକ୍‌ କରିବା ଲାଗି...

କରୋନା ପ୍ରଭାବରେ ଗୃହାବଦ୍ଧ ଶ୍ରଦ୍ଧାଞ୍ଜଳିଙ୍କ ମନକଥା

ଭୁବନେଶ୍ୱର, ୧୨।୪(କ୍ରୀଡ଼ା ପ୍ରତିନିଧି)– କୋଭିଡ୍‌-୧୯ର କରାଳ କାୟା ସମଗ୍ର ବିଶ୍ୱ ସମୁଦାୟର ନିଦ ହଜାଇ ଦେଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଜନାବଦ୍ଧଭାବେ ବିଶ୍ୱର ବିଭିନ୍ନ ରାଷ୍ଟ୍ର...

ଲିଜେଣ୍ଡ୍ସ ଲିଗ୍‌: ଇଣ୍ଡିଆ କ୍ୟାପିଟାଲ୍ସ ଚାମ୍ପିୟନ

ଜୟପୁର,୭ା୧୦: ଲିଜେଣ୍ଡ୍ସ ଲିଗ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଗୌତମ ଗମ୍ଭୀରଙ୍କ ଇଣ୍ଡିଆ କ୍ୟାପିଟାଲ୍ସ। ଜୟପୁରର ସଓ୍ବାଇ ମାନସିଂହ...

ଭାରତର ଇନିଂସ ବିଜୟ

ଇନ୍ଦୋର,୧୬।୧୧- ସ୍ଥାନୀୟ ହୋଲ୍‌କାର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ଏକ ଇନିଂସ ୧୩୦ ରନ୍‌ରେ ଜିତି ନେଇଛି। ବିରାଟ...

କୋଲକାତାର ବୃହତ ବିଜୟ

କୋଲକାତା,୬।୪: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ନବମ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଚମତ୍କାର...

Advertisement
Archives

Model This Week