Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ବିଜୟ ସହ ମେକ୍ସିକୋ ୭ମ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଶେଷ କରିଛି ମେକ୍ସିକୋ। ଯୁବ ମେକ୍ସିକୋ ଦଳ ବୁଧବାର ଅନୁଷ୍ଠିତ ପ୍ଲେସିଂ ମ୍ୟାଚରେ ଉଜ୍‌ବେକିସ୍ତାନକୁ ୪-୩ ଗୋଲରେ ହରାଇ ୭ମ ସ୍ଥାନ ଅଧିକାର କରିଛି। ଗ୍ରୁପ ପର୍ଯ୍ୟାୟରେ ୩ଟି ଯାକ ମ୍ୟାଚରେ ପରାଜିତ ହୋଇଥିବା ମେକ୍ସିକୋ ଶେଷରେ ସମ୍ମାନର ସହ ସ୍ବଦେଶ ଫେରିଛି। ଅନ୍ୟପକ୍ଷରେ ସମସ୍ତ ୪ ମ୍ୟାଚ୍‌ ପରାଜୟ ସହ ଉଜ୍‌ବେକିସ୍ତାନ ଏହାର ଅଭିଯାନ ଶେଷ କରିଛି।
ମ୍ୟାଚ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ହେଁ ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ଦ୍ୱିତୀୟ କ୍ବାର୍ଟରରେ ମଧ୍ୟ କଡ଼ା ଟକ୍କର ହୋଇଥିଲା। ତେବେ ଏହାର ଶେଷଭାଗରେ ଅର୍ଥାତ୍‌ ୨ ମିନିଟ ମଧ୍ୟରେ ୨ଟି ଗୋଲ ଦେଇ ମେକ୍ସିକୋ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୨-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ୨୯ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ମାକ୍ସିମିଲିଆନୋ ମେଣ୍ଡେଜ ଗୋଲରେ ପରିଣତ କରିଥିବାବେଳେ ୩୦ତମ ମିନିଟରେ ଆଲେକଜାଣ୍ଡର ପାଲ୍‌ମା ଫିଲ୍ଡ ଗୋଲ ଦେଇ ଉଜ୍‌ବେକିସ୍ତାନ ଉପରେ ଚାପ ପ୍ରୟୋଗ କରିଥିଲେ।
ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଗୋଲ ପରିଶୋଧ ଚକ୍କରରେ ରହିଥିଲା ଉଜ୍‌ବେକିସ୍ତାନ। ତୃତୀୟ କ୍ବାର୍ଟର ଶେଷଭାଗରେ ୩ ମିନିଟ ମଧ୍ୟରେ ୩ ଗୋଲ ଦେଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା ଏହି ଦଳ। ଉଜ୍‌ବେକିସ୍ତାନ ପକ୍ଷରୁ ୪୧ତମ ମିିନିଟରେ ଗୟବୁଲୋ ଖ୍ୟାତବୋୟେଭ ଓ ୪୨ତମ ମିନିଟରେ ଓଖୁନଜନ ମିର୍ଜାକରିମୋଭ ଗୋଟିଏ ଲେଖାଏ ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ୪୪ତମ ମିନିଟରେ ମେକ୍ସିକୋ ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ଯୋଗୁ ଉଜ୍‌ବେକିସ୍ତାନକୁ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ରୁସଲାନ ସାଟ୍‌ଲିକୋଭ ଏହାକୁ ଗୋଲରେ ପରିଣତ କରିବାରୁ ୩ୟ କ୍ବାର୍ଟର ଶେଷସୁଦ୍ଧା ଉଜ୍‌ବେକିସ୍ତାନ ୩-୨ରେ ଅଗ୍ରଣୀ ହୋଇଥିଲା। ଅନ୍ତିମ କ୍ବାର୍ଟରରେ କଡ଼ା ସଂଘର୍ଷ ହୋଇଥିବାବେଳେ ଭାଗ୍ୟ ମେକ୍ସିକୋ ସପକ୍ଷରେ ରହିଥିଲା। ୫୪ତମ ମିନିଟରେ ମିଳିଥିବା ପେନାଲ୍ଟି ଷ୍ଟ୍ରୋକ୍‌କୁ ଗୋଲରେ ପରିଣତ କରି ୟାମିଲ ମେଣ୍ଡେଜ ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ମ୍ୟାଚ ଶେଷ ହେବାର ୧ ମିନିଟ ପୂର୍ବରୁ ମେକ୍ସିକୋ ଏକ ପେନାଲ୍ଟିି କର୍ନର ପାଇଥିଲା। ଏହି ସୁବର୍ଣ୍ଣ ସୁଯୋଗର ଭରପୂର ସଦ୍‌ବ୍ୟବହାର କରି ଅଧିନାୟକ ରୋବେର୍ଟୋ ଗାର୍ସିଆ ଗୋଲ ଦେବାରୁ ମେକ୍ସିକୋ ବିଜୟ ପଥ ପରିଷ୍କାର ହୋଇଥିଲା। ମେକ୍ସିକୋ ଏକ ଯୁବ ଦଳ। ତେଣୁ ପ୍ରତିଯୋଗିତାରୁ ଅଭିଜ୍ଞତା ହାସଲ କରିବା ମୁଖ୍ୟ ଲକ୍ଷ୍ୟ ବୋଲି ଟୁର୍ନାମେଣ୍ଟ ପୂର୍ବରୁ ପ୍ରକାଶ କରିଥିଲେ ଦଳର ମୁଖ୍ୟ କୋଚ୍‌ ହେକ୍ଟର ଚାଭିରା। ଶେଷରେ ଦଳ ବିଜୟୀ ହେବାସହ ନିଜ ଲକ୍ଷ୍ୟରେ ସଫଳ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂଜାରାଙ୍କୁ ଆଖି ଦେଖାଉଥିବା ବୋଲର୍‌ଙ୍କୁ କନ୍ଦାଇଲେ ଯାଦବ

ଓଭାଲ୍‌,୭।୯: ଓଭାଲ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୫୭ ରନ୍‌ରେ ପରାସ୍ତ କରିଛି। ଖେଳର ପଞ୍ଚମ ଦିନରେ ଭାରତୀୟ ବୋଲରମାନେ ଓଭାଲ ପିଚରେ ଚମତ୍କାର ବୋଲିଂ କରି...

ଭାରତୀୟ ମହିଳା ଦଳରେ ୧୫ ବର୍ଷୀୟା ଶେଫାଳୀ

ନୂଆଦିଲ୍ଲୀ, ୬।୯ (ପି.ଟି.)- ଦକ୍ଷିଣ ଆଫ୍ରିକା ମହିଳା ଦଳ ବିପକ୍ଷ ଆଗାମୀ ସୀମିତ ଓଭର ସିରିଜ ଲାଗି ଗୁରୁବାର ଭାରତୀୟ ଦଳ ଘୋଷଣା କରାଯାଇଛି। ୫...

ଗଲ୍ଫ ଖେଳୁଛନ୍ତି ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମ୍‌.ଏସ. ଧୋନୀ ଏବେ ଆମେରିକାରେ ଛୁଟି କଟାଉଛନ୍ତି। ଟେରିଟୋରିଆଲ ଆର୍ମିରେ ତାଲିମ୍‌ ନେବା ପରେ ଧୋନୀ ସାଥୀ ଖେଳାଳି...

ଆଇପିଏଲ୍‌ ପଏଣ୍ଟ ଟେବୁଲ ଶୀର୍ଷରେ ଗୁଜରାଟ: ଏହି ଖେଳାଳିଙ୍କ ପାଖରେ ପର୍ପଲ, ଅରେଞ୍ଜ୍‌ କ୍ୟାପ୍‌

ପୁଣେ,୧୫।୪: ଆଇପିଏଲ୍‌ ୨୦୨୨ର ପଏଣ୍ଟ ଟେବୁଲରେ ଗୁଜରାଟ ଟାଇଟାନ୍ସ ଶୀର୍ଷରେ ପହଞ୍ଚିଛି। ଗୁରୁବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଗୁଜରାଟ ଶୀର୍ଷ ସ୍ଥାନ...

ଚହଲଙ୍କୁ ବିମାନ ବନ୍ଦର ଛାଡ଼ିବାକୁ ଆସିଲେ ଭାବି ସ୍ତ୍ରୀ ଧନଶ୍ରୀ

ମୁମ୍ବାଇ, ୧୧।୮: ଭାରତୀୟ କ୍ରିକେଟ୍‌ ଦଳର ଲେଗ୍‌-ସ୍ପିନର ଯୁଜବେନ୍ଦ୍ର ଚହଲ ତାଙ୍କ ଜୀବନ ସାଥୀ ବାଛି ସାରିଛନ୍ତି। ଭାରତର ଜଣାଶୁଣା ୟୁଟ୍ୟୁବ ଷ୍ଟାର୍‌ ତଥା କୋରିୟଗ୍ରାଫର...

ଦର୍ଶକଙ୍କ ବିନା ଖେଳାଯିବ ଇଣ୍ଡିଆ ଓପନ

ନୂଆଦିଲ୍ଲୀ,୧୧।୩- ଇଣ୍ଡିଆ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଟୋକିଓ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇଥିବାରୁ...

ତେନ୍ଦୁଲକରଙ୍କ ହୃଦୟ ଜିଣିଲେ ଦିବ୍ୟାଙ୍ଗ

ମୁମ୍ବାଇ,୪ା୧- ଛତିଶଗଡ଼ର ଦାନ୍ତଓ୍ବୋଡାରେ ରହୁଥିବା ଦିବ୍ୟାଙ୍ଗ ଶିଶୁ ନିଜ କ୍ରିକେଟ ଖେଳ ବଳରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ହୃଦୟ ଜିଣି ନେଇଛନ୍ତି। ତାଙ୍କ ନାମ...

ଧୋନୀଙ୍କ ପାଇଁ ବିଦାୟୀ ମ୍ୟାଚ୍‌ ଆୟୋଜନ କରିପାରେ ବିସିସିଆଇ

ନୂଆଦିଲ୍ଲୀ, ୧୯।୮: ଭାରତୀୟ କ୍ରିକେଟ୍‌ ଦଳର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅଗଷ୍ଟ ୧୫ ତାରିଖ ସନ୍ଧ୍ୟାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ...

Advertisement
Archives

Model This Week