Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆ ବିଦା, ଦକ୍ଷିଣ ଆଫ୍ରିକା ସେମିରେ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଆମେରିକା ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ୧୪ ତାରିଖରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ବୁଧବାର ଅନୁଷ୍ଠିତ ଦ୍ୱିତୀୟ କ୍ରସ୍‌ ଓଭର ମ୍ୟାଚ ପରେ ଏହା ସ୍ପଷ୍ଟ ହୋଇଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୨-୧ ଗୋଲରେ ରୁଷିଆକୁ ପରାସ୍ତ କରିଛି। ପୁଲ୍‌ ପର୍ଯ୍ୟାୟରେ ଖରାପ ଖେଳିଥିଲେ ହେଁ ଗୋଟିଏ ବିଜୟ ସହ କ୍ରସ୍‌ ଓଭରକୁ ଆସିଥିବା ଦକ୍ଷିଣ ଆଫ୍ରିକା ଭାଗ୍ୟ ସାଥ୍‌ ବଳରେ ପ୍ରତିଯୋଗିତାର ସେମିଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଅନ୍ୟପକ୍ଷରେ ରୁଷିଆର ଅଭିଯାନ କ୍ରସ୍‌ ଓଭରରୁ ଶେଷ ହୋଇଛି। ଏହି ଦଳ ୧୪ରେ ପୋଲାଣ୍ଡ ସହ ୫-୬ ସ୍ଥାନ ପାଇଁ ପ୍ଲେସିଂ ମ୍ୟାଚ ଖେଳିବ।
ଆଫ୍ରିକା ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଗ୍ରୁପ ପର୍ଯ୍ୟାୟରେ ଅପେକ୍ଷାକୃତ ଭଲ ଖେଳି ରୁଷିଆ କ୍ରସ୍‌ ଓଭରକୁ ଆସିଥିଲେ ହେଁ କଡ଼ା ଟକ୍କର ଦେଇଥିଲା ଦକ୍ଷିଣ ଆଫ୍ରିକା। ପ୍ରଥମ ଓ ଦ୍ୱିତୀୟ କ୍ବାର୍ଟରରେ ଉଭୟ ଦଳ ଏକାଧିକ ପେନାଲ୍ଟି କର୍ନର ପାଇଥିଲେ ହେଁ ତାହାକୁ ଗୋଲରେ ପରିଣତ କରିପାରି ନ ଥିଲେ। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବାପରେ ତୃତୀୟ କ୍ବାର୍ଟରରେ ଅଗ୍ରଣୀ ନେବାପାଇଁ ଉଦ୍ୟମ ଜୋରଦାର ହୋଇଥିଲା। ୪୦ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଦକ୍ଷିଣ ଆଫ୍ରିକାର ଏନକୋବିଲ ଏନଟୁଲି ମ୍ୟାଚରେ ଉଷ୍ମତା ଭରିଥିଲେ। ତୃତୀୟ କ୍ବାର୍ଟର ଶେଷସୁଦ୍ଧା ଦକ୍ଷିଣ ଆଫ୍ରିକା ୧-୦ ଗୋଲରେ ଅଗ୍ରଣୀ ନେଇଥିଲା। ମାତ୍ର ୪ର୍ଥ କ୍ବାର୍ଟର ଆରମ୍ଭର ଅଳ୍ପକିଛି ସମୟ ପରେ ଅର୍ଥାତ୍‌ ୪୭ତମ ମିନିଟରେ ରୁଷିଆକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲକରି ରୁଷିଆର ଜର୍ଜି ଆରୁସିଆ ମ୍ୟାଚକୁ ୧-୧ ସମାନ ସ୍ତରକୁ ନେଇ ଆସିଥିଲେ। ମାତ୍ର ଦକ୍ଷିଣ ଆଫ୍ରିକା ସହଜରେ ହାର ମାନିବାକୁ ପ୍ରସ୍ତୁତ ନ ଥିଲା। ୫୩ତମ ମିନିଟରେ ର଼୍ୟାନ ଜୁଲିଅସଙ୍କ ଫିଲ୍ଡ ଗୋଲ ବଳରେ ଦଳ ପୁଣି ଅଗ୍ରଣୀ ହାସଲ କରିଥିଲା। ଶେଷ ମିନିଟରେ ଗୋଲ ପରିଶୋଧ ପାଇଁ ରୁଷିଆ ସୁବର୍ଣ୍ଣ ସୁଯୋଗ ପାଇଥିଲା। ମାତ୍ର ପେନାଲ୍ଟି କର୍ନର ମିସ୍‌ କରି ଦଳ ଏହାକୁ ହାତଛଡ଼ା କରିଥିଲା। ଆକର୍ଷଣୀୟ ପ୍ରଦର୍ଶନ ପାଇଁ ଦକ୍ଷିଣ ଆଫ୍ରିକାର ଅଷ୍ଟିନ ସ୍ମିଥ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ପୁଲ୍‌ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ୦-୨ରେ ଆମେରିକାଠାରୁ ଏବଂ ୦-୨ରେ ଜାପାନଠାରୁ ହାରିଥିବାବେଳେ ମେକ୍ସିକୋକୁ ୬-୦ ଗୋଲରେ ହରାଇ କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ଏବେ ସେମିଫାଇନାଲରେ ଆମେରିକାକୁ ଭେଟିବାକୁ ଯାଉଥିବାରୁ ପରାଜୟ ମଧୁର ପ୍ରତିଶୋଧ ନେବାପାଇଁ ଦକ୍ଷିଣ ଆଫ୍ରିକା ନିକଟରେ ସୁଯୋଗ ରହିଛି। ଅନ୍ୟପକ୍ଷରେ ପୁଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଉଜ୍‌ବେକିସ୍ତାନକୁ ୧୨-୧ ଓ ପୋଲାଣ୍ଡକୁ ୩-୨ ଗୋଲରେ ହରାଇଥିବା ରୁଷିିଆ ଏଠାରେ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ନ ପାରି ପରାଜିତ ହୋଇଛି। ପୁଲ୍‌ ‘ଏ’ରୁ କେବଳ ଭାରତ ଏବଂ ପୁଲ୍‌ ‘ବି’ରୁ ୩ ଦଳ ଜାପାନ, ଆମେରିକା ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୮ରେ ଆଇପିଏଲ ଖେଳାଳିଙ୍କ ନିଲାମ ପ୍ରକ୍ରିୟା

ନୂଆଦିଲ୍ଲୀ,୨୭ା୧- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ଲାଗି ନିଲାମ ପ୍ରକ୍ରିୟା ଆସନ୍ତା ମାସ ୧୮ ତାରିଖରେ ଚେନ୍ନାଇଠାରେ ଅନୁଷ୍ଠିତ ହେବ। ଏ ନେଇ...

୧୪୪ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମ ବଲ୍‌ରେ ଛକା ମାରିଛନ୍ତି କେବଳ ଏହି କ୍ରିକେଟର, ଏବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତାଲିକାରେ ନାମ

ନୂଆଦିଲ୍ଲୀ,୧୬।୬: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏହା ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ନେଇଥାଏ। ପାଞ୍ଚ ଦିନ ଧରି ଚାଲୁଥିବା ଏହି...

ଆଜିଠାରୁ ଦକ୍ଷିଣ ଆଫ୍ରିକା-ଭାରତ ଲଢ଼େଇ; ଜାଣନ୍ତୁ କେବେ ଏବଂ କେଉଁଠି ଦେଖିବେ ଲାଇଭ୍‌…

ନୂଆଦିଲ୍ଲୀ,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ଟେଷ୍ଟ ରବିବାରଠାରୁ ଆରମ୍ଭ...

୩ ପରାଜୟକୁ ନେଇ ନିରାଶ ‘ହିଟ୍‌ମ୍ୟାନ୍‌’: ବ୍ୟାଟ୍ସମ୍ୟାନଙ୍କ ଦୋଷ ଦେଇ କହିଲେ…

ଚେନ୍ନାଇ, ୨୪।୪: ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସ ଠାରୁ ୯ ଉଇକେଟରେ ପରାଜିତ ହୋଇଛି। କ୍ରମାଗତ ୩ଟି ପରାଜୟ ପରେ ବିଜୟପଥକୁ ଫେରିଥିବା...

ମୁମ୍ବାଇର ଦ୍ୱିତୀୟ ବିଜୟ

ଆବୁଧାବି, ୨।୧୦:ଅଧିନାୟକ ରୋହିତ ଶର୍ମା, କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ସଫଳତା ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର...

ଏଫଆଇଏଚ୍‌ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି: ଦୀପ୍‌ଗ୍ରେସ୍‌, ଲିଲିମା ଓ ନମିତାଙ୍କୁ ସୁଯୋଗ; କଳିଙ୍ଗରେ ଭାରତୀୟ ମହିଳା ହକି କ୍ୟାମ୍ପ

ଭୁବନେଶ୍ୱର, ୧୩।୧୦(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୧ ଓ ୨ ତାରିଖରେ ଏଫଆଇଏଚ୍‌ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି ମ୍ୟାଚ ଖେଳାଯିବ। ଉଭୟ...

ପୋଲାଣ୍ଡ ଓପନ୍‌: ଦହିୟାଙ୍କୁ ରୌପ୍ୟ

ଓ୍ବାରସା,୧୦।୬(ପି.ଟି.): ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଅନ୍ତିମ ର଼୍ୟାଙ୍କିଙ୍ଗ୍‌ ସିରିଜ ଇଭେଣ୍ଟ ବିବେଚିତ ହେଉଥିବା ପୋଲାଣ୍ଡ ଓପନ୍‌ରେ ଭାରତୀୟ ରେସ୍‌ଲର ରବି ଦହିୟା ପ୍ରଭାବୀ ପ୍ରଦର୍ଶନ କରି...

ନିର୍ବାଚନ ଅଧିକାରୀ ନିଯୁକ୍ତି ନେଇ ସିଓଏର ନୂଆ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ,୨୬ା୭(ପି.ଟି.)-ବିସିସିଆଇ ସହ ଅନୁବନ୍ଧିତ ରାଜ୍ୟ ସଂଘଗୁଡ଼ିକର ଆଗାମୀ ନିର୍ବାଚନରେ ନିଯୁକ୍ତ ହେବାକୁ ଥିବା ନିର୍ବାଚନ ଅଧିକାରୀଙ୍କୁ ନେଇ ପ୍ରଶାସକ କମିଟି(ସିଓଏ) ପକ୍ଷରୁ ଗୁରୁବାର ନୂତନ ନିର୍ଦ୍ଦେଶନାମା...

Advertisement
Archives

Model This Week