Posted inଖେଳ

ଏଫ୍‌ଆଇଏଚ୍‌ ମହିଳା ହକି ସିରିଜ ଫାଇନାଲ:ସେମିଫାଇନାଲରେ ଭାରତ

ହିରୋଶୀମା,୧୮।୬(ପିଟି)- ଏଠାରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ସିରିଜ୍‌ ଫାଇନାଲ୍ସ ଟୁର୍ନାମେଣ୍ଟରେ ଭାରତୀୟ ଦଳ ବୃହତ୍‌ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଗୁର୍‌ଜୀତ କୌରଙ୍କ ୪ ଗୋଲ ବଳରେ ଭାରତୀୟ ଦଳ ୧୧-୦ ବ୍ୟବଧାନରେ ଫିଜିକୁ ହରାଇ ଦେଇଛି। ଗୁର୍‌ଜୀତଙ୍କ ବ୍ୟତୀତ ମୋନିକା ଡବଲ୍ସ ଗୋଲ ଦେଇଥିବାବେଳେ ଲାଲରେମ୍‌ସିଆମି, ଅଧିନାୟିକା ରାଣୀ ରାମ୍‌ପାଲ, ବନ୍ଦନା କାଟାରିଆ, ଲିଲିମା ମିଞ୍ଜ ଓ ନବନୀତ କୌର ଗୋଟିଏ କରି ଗୋଲ ସ୍କୋର କରିଥିଲେ। ବିଶ୍ୱର ୯ମ ର଼୍ୟାଙ୍କ ଦଳ ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିମ୍ନ ର଼୍ୟାଙ୍କଧାରୀ ଦଳ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲା। ୬୦ ମିନିଟ ବିଶିଷ୍ଟ ମ୍ୟାଚ୍‌ରେ ଭାରତ ପ୍ରତିପକ୍ଷ ଦଳର ସ୍କୋରିଂ ଅଞ୍ଚଳରେ ୭୪ ଥର ପ୍ରବେଶ କରିଥିଲା। ପ୍ରଥମ କ୍ୱାର୍ଟରର ୪ର୍ଥ ମିନିଟ୍‌ରେ ଲାଲରେମ୍‌ସିଆମିଙ୍କ ଫିଲ୍ଡ ଗୋଲ ଜରିଆରେ ଦଳର ଖାତା ଖୋଲିଥିଲେ। ଅଧିନାୟିକା ରାଣୀ ଦଳ ପାଇଁ ଦ୍ୱିତୀୟ ସଫଳତା ଆଣି ଦେଇଥିଲେ। ୧୦ମ ମିନିଟ୍‌ରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ସେ ଗୋଲରେ ପରିଣତ କରିଥିଲେ। ଏହାର ପର ମିନିଟ୍‌ରେ ମୋନିକା (୧୧ତମ ମିନିଟ୍‌) ଗୋଲ ଦେଇ ଦଳର ଅଗ୍ରଣୀ ବ୍ୟବଧାନକୁ ୩-୦ ବୃଦ୍ଧି କରାଇଥିଲେ। ଫରଓ୍ବାର୍ଡ ବନ୍ଦନା କାଟାରିୟା (୧୨ତମ) ଫିଲ୍ଡ ଗୋଲ ଦେଇଥିବାବେଳେ ଗୁର୍‌ଜୀତ (୧୪ତମ) ପେନାଲ୍ଟି କର୍ନର ଜରିଆରେ ସ୍କୋର କରିଥିଲେ। ଫଳରେ ପ୍ରଥମ କ୍ୱାର୍ଟର ସୁଦ୍ଧା ଭାରତ ୫-୦ ଗୋଲର ଅଗ୍ରଣୀ ହାସଲ କରି ନେଇଥିଲା। ଏହାପରେ ୧୯ , ୨୧ ଓ ୨୨ ତମ ମିନିଟ୍‌ରେ କ୍ରମାଗତ ୩ ଗୋଲ ଦେଇ ଗୁର୍‌ଜୀତ ବ୍ୟକ୍ତିଗତ ହ୍ୟାଟ୍ରିକ ପୂରଣ କରିଥିଲେ। ତୃତୀୟ କ୍ୱାର୍ଟର ଆରମ୍ଭରୁ ମିଡ୍‌ଫିଲ୍ଡର ମୋନିକା (୩୩ତମ) ଦଳ ଲାଗି ୯ମ ଗୋଲ ଦେଇଥିଲେ। ଏହି ଧାରାରେ ୫୧ତମ ମିନିଟ୍‌ରେ ଗୋଲ ଦେଇ ଓଡ଼ିଆ ଖେଳାଳି ଲିଲିମା ସାମିଲ ହୋଇଥିଲେ। ଏହାର ୬ମ ମିନିଟ୍‌ ପରେ ନବନୀତ ମ୍ୟାଚ୍‌ର ଅନ୍ତିମ ଗୋଲ ଦେଇଥିଲେ। ଭାରତୀୟ ଦଳ ଶନିବାର ତା’ର ସେମିଫାଇନାଲ ମ୍ୟାଚ୍‌ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନମ୍ବର ୪ ହେଉଛି ମୋ ଫେଭରାଇଟ୍‌: ରାହାନେ

କୋଲକାତା, ୪।୮(ପି.ଟି.)- ବିଶ୍ୱକପ୍‌ ପାଇଁ ଚୟନକର୍ତ୍ତାଙ୍କ ଦ୍ୱାରା ଅଣଦେଖାର ଶିକାର ହୋଇଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରହାନେ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ...

ମେଓ୍ବେଦର ଚାଇନା ବକ୍ସିଂ ଟିମ୍‌ର ସ୍ବତନ୍ତ୍ର ପରାମର୍ଶଦାତା ନିଯୁକ୍ତ, ରିଙ୍ଗ୍‌ରେ ରହିଛି ୫୦-୦ ରେକର୍ଡ

ସାଂଘାଇ, ୨୩ା୭ (ଏଏଫ୍‌ପି)- ଚାଇନା ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଏହାର ପଦକ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ରହିଛି। ଏହି ପରିପ୍ରେକ୍ଷୀରେ ଚାଇନିଜ ବକ୍ସିଂ ଫେଡେରେଶନ...

କିଛି ଚମତ୍କାର ହିଁ ଟିମ୍‌ ଇଣ୍ଡିଆକୁ ବଞ୍ଚାଇ ପାରିବ

ଲିଡ୍ସ,୨୬।୮: ମ୍ୟାଚ୍‌ରେ ଆହୁରି ୩ ଦିନ ବାକି ଅଛି। ଟିମ୍‌ ଇଣ୍ଡିଆ ଏବେ ୩୪୫ ରନ୍‌ରେ ପଛୁଆ। ଇଂଲଣ୍ଡ ହାତରେ ଆହୁରି ୨ ଉଇକେଟ ଅଛି।...

କୋଲକାତା- ମୁମ୍ବାଇ ମୁକାବିଲା: ବ୍ୟାଟ୍ସମ୍ୟାନଙ୍କ ଲଢ଼େଇ

ଆବୁଧାବି,୨୩।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପଞ୍ଚମ ମୁକାବିଲାରେ ବୁଧବାର ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ ଓ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ...

ଅଧିନାୟକ କୋହଲିଙ୍କ ଆଇପିଏଲ କ୍ୟାରିୟର ଶେଷ

ଶାରଜା,୧୧।୧୦: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟର୍ସରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୪ ଉଇକେଟରେ ହରାଇ ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ଏହି ପରାଜୟ...

୧୨ ଓଭର ବାକିଥାଇ ବିଜୟ ଲକ୍ଷ୍ୟ ହାସଲ କଲା ଭାରତ

ପାଲିକେଲ୍‌,୨ା୭: ଦୀପ୍ତି ଶର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଭାରତ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ୪ ଉଇକେଟରେ ବିଜୟ ହାସଲ କରିଛି।...

ଭଲ ଫଳାଫଳା ପାଇଁ ରିସ୍କ ନେବାକୁ ହେବ: କୋହଲି

ବେଙ୍ଗାଲୁରୁ,୨୩।୯(ପି.ଟି.)- ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ ଆୟୋଜନ ହେବାକୁ ଯାଉଥିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ସନ୍ତୁଳିତ ତଥା ଶକ୍ତିଶାଳୀ ଦଳ ଗଠନ...

ଆଇଏସ୍‌ଏଲ: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା, ଇଷ୍ଟ ବେଙ୍ଗଲ

ଭାସ୍କୋ,୩।୧(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଓ ଇଷ୍ଟ ବେଙ୍ଗଲ ରବିବାର ମୁହାଁମୁହିଁ ହେବେ। ଦୁଇ ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ଆସାନୁରୂପ...

Advertisement
Archives

Model This Week