Posted inଜାତୀୟ

ଏଫିଲ ଟାଓ୍ବାରଠାରୁ ୧୭ ଗୁଣା ଅଧିକ ଲୁହା, ଷ୍ଟାଚ୍ୟୁ ଅଫ ଲିବର୍ଟିଠାରୁ ୬ ଗୁଣା କଂକ୍ରିଟ, ଖୁବ ମଜଭୁତ ଅଟଳ ସେତୁ

ନୂଆଦିଲ୍ଲୀ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମୁମ୍ବାଇରେ ଦେଶର ଦୀର୍ଘତମ ସେତୁ ‘ଅଟଳ ସେତୁ’ର ଉଦଘାଟନ କରିବାକୁ ଯାଉଛନ୍ତି। ମୁମ୍ବାଇ ଟ୍ରାନ୍ସ-ହାରବର୍‌ ଲିଙ୍କ (ଏମଟିଏଚଏଲ) ର ନାମ ‘ଅଟଳ ବିହାରୀ ବାଜପେୟୀ ସେଭରି-ନାଭା ଶେଭା ଅଟଳ ସେତୁ’ ରଖାଯାଇଛି। ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦି ଏହି ସେତୁର ମୂଳଦୁଆ ପକାଇଥିଲେ।
ଅଟଳ ସେତୁ ପ୍ରାୟ ୨୧.୮ କିଲୋମିଟର ଲମ୍ବା ଛଅ ଲେନ ବିଶିଷ୍ଟ ସମୁଦ୍ର ସେତୁ। ଏହାର ଲମ୍ବ ସମୁଦ୍ରଠାରୁ ପ୍ରାୟ ସାଢେ ୧୬ କିଲୋମିଟର ଏବଂ ସ୍ଥଳଭାଗରେ ସାଢେ ୫ କିଲୋମିଟର। ଭାରତର ଦୀର୍ଘତମ ସମୁଦ୍ର ସେତୁ ନିର୍ମାଣ ପାଇଁ ୧୭,୮୪୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।
ଅଟଳ ସେତୁ ଅର୍ଥାତ୍‌ ମୁମ୍ବାଇ ଟ୍ରାନ୍ସ ହାବର୍ର୍‌ ଲିଙ୍କ ମୁମ୍ବାଇର ସେଭରିରୁ ଆରମ୍ଭ ହୋଇ ରାୟଗଡ ଜିଲାର ଉରାନ ତାଲୁକା ଅନ୍ତର୍ଗତ ନାଭା ଶେଭାରେ ଶେଷ ହୋଇଛି। ଅଟଳ ସେତୁରେ କାର, ଟ୍ୟାକ୍ସି, ହାଲୁକା ମୋଟର ଯାନ, ମିନିବସ ଏବଂ ଟଉ-ଏକ୍ସଲ ବସ ପରି ଯାନଗୁଡିକର ଗତି ସୀମା ଘଣ୍ଟା ପ୍ରତି ୧୦୦ କିଲୋମିଟର ହେବ। ଅଟଳ ସେତୁ ସିଧାସଳଖ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନାଭି ମୁମ୍ବାଇ ବିମାନବନ୍ଦରକୁ ସଂଯୋଗ କରିବ।
ଏହାଦ୍ୱାରା ମୁମ୍ବାଇରୁ ପୁଣେ, ଗୋଆ ଏବଂ ଦକ୍ଷିଣ ଭାରତ ଯାତ୍ରା ପାଇଁ ନିଆଯାଇଥିବା ସମୟ ମଧ୍ୟ ହ୍ରାସ ପାଇବ। ଏହା ମଧ୍ୟ ମୁମ୍ବାଇ ବନ୍ଦର ଏବଂ ଜବାହରଲାଲ ନେହେରୁ ବନ୍ଦର ମଧ୍ୟରେ ଯାତାୟାତରେ ଉନ୍ନତି ଆଣିବ।
ଦେଶର ସବୁଠୁ ବଡ ସେତୁ ହେବା ବ୍ୟତୀତ ଅଟଳ ସେତୁର ଅନ୍ୟାନ୍ୟ ବୈଶିଷ୍ଟ୍ୟ ଅଛି। ସବୁଠୁ ବଡ ବୈଶିଷ୍ଟ୍ୟ ହେଉଛି ଏଥିରେ ଏଫିଲ ଟାୱାର ଅପେକ୍ଷା ୧୭ଗୁଣ ଅଧିକ ଷ୍ଟିଲ ଲାଗିଛି ଏବଂ ଏଥିରେ କୋଲକାତାର ହାଓ୍ବାଡା ବ୍ରିଜ ତୁଳନାରେ ୪ଗୁଣ ଇସ୍ପାତ ଲାଗିଛି। ସେ କହିଛନ୍ତି ଯେ ଏଥିରେ ବ୍ୟବହୃତ କଂକ୍ରିଟ ଆମେରିକାର ଷ୍ଟାଚ୍ୟୁ ଅଫ ଲିବର୍ଟିଠାରୁ ୬ଗୁଣ ଅଧିକ।
ଅଟଳ ସେଟୁ ଏତେ ଶକ୍ତିଶାଳୀ ଯେ ଭୂକମ୍ପ, ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ଦ୍ୱାରା ଏହା ପ୍ରଭାବିତ ହେବ ନାହିଁ। ଇପୋକ୍ସି-ଷ୍ଟ୍ରାଣ୍ଡକୁ ନେଇ ଏକ ସ୍ବତନ୍ତ୍ର ପଦାର୍ଥରୁ ଏହା ନିର୍ମିତ, ଯାହା ଆଣବିକ ରିଆକ୍ଟର ନିର୍ମାଣରେ ବ୍ୟବହୃତ ହୁଏ ।


Enter your email to get our daily news in your inbox.

All Right Reserved By Dharitri.Com

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?