Posted inଖେଳ

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ,ସେମିଫାଇନାଲ: ଭାରତ ଫେଭରାଇଟ

ଭୁବନେଶ୍ୱର, ୧୪।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ରୋମାଞ୍ଚକ ସମୟ ଉପନୀତ। ପୁଲ୍‌ ପର୍ଯ୍ୟାୟ ଓ କ୍ରସ୍‌ ଓଭର ପରେ ଶୁକ୍ରବାର ହେବାକୁ ଯାଉଛି ପ୍ରତିଯୋଗିତାର ୨ଟି ଯାକ ସେମିଫାଇନାଲ। ପ୍ରଥମ ସେମିଫାଇନାଲରେ ଆମେରିକାକୁ ଭେଟିବ ଦକ୍ଷିଣ ଆଫ୍ରିକା। ଦ୍ୱିତୀୟ ସେମିରେ ଆୟୋଜକ ଭାରତ ସହିତ ମୁକାବିଲା କରିବ ଏସୀୟ ଚାମ୍ପିୟନ ଜାପାନ। ଏହି ଦିନ ୫-୬ ସ୍ଥାନ ପାଇଁ ପ୍ଲେସିଂ ମ୍ୟାଚ ମଧ୍ୟ ଅନୁଷ୍ଠିତ ହେବ। ପୋଲାଣ୍ଡ ଓ ରୁଷିଆ ଏହି ମ୍ୟାଚରେ ପରସ୍ପରକୁ ଭେଟିବେ।
ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଭାରତ-ଜାପାନ ମ୍ୟାଚ ଅପରାହ୍ନ ୫ଟାରେ ହେବାର ଥିଲା। ମାତ୍ର ସମ୍ଭବତଃ ମ୍ୟାଚର ଗୁରୁତ୍ୱ ଏବଂ ଦର୍ଶକଙ୍କୁ ବାନ୍ଧିରଖିବା ପାଇଁ ଏହାକୁ ୭ଟା୧୫କୁ କରାଇବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନର ପ୍ରଦର୍ଶନ ଅନୁସାରେ ଜାପାନ ବିପକ୍ଷରେ ଭାରତ ଫେଭରାଇଟ ବିବେଚିତ ହୋଇଛି। କାରଣ ପୁଲ୍‌‘ଏ’ରେ ଭାରତ ୩ଟି ଯାକ ମ୍ୟାଚ ଜିତି ପୁରା ୯ ପଏଣ୍ଟ ସହିତ ସିଧା ସେମିଫାଇନାଲରେ ପ୍ରବେଶ କରିଥିଲା। କେବଳ ସେତିକି ନୁହେଁ ଦଳ ଚମତ୍କାର ପ୍ରଦର୍ଶନ କରି ଗୋଲବର୍ଷା ସହ ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ୧୦-୦ ଗୋଲରେ ରୁଷିଆକୁ ହରାଇଥିବା ମନପ୍ରୀତ ସିଂଙ୍କ ଦଳ ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡକୁ ୩-୧ ଓ ତୃତୀୟ ମ୍ୟାଚରେ ଉଜ୍‌ବେକିସ୍ତାନକୁ ୧୦-୦ ଗୋଲରେ ପରାସ୍ତ କରିଥିଲା। ତେଣୁ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ୨୩ଟି ଗୋଲ ଦେଇଥିବା ଭାରତ ମାତ୍ର ଗୋଟିଏ ଗୋଲ ବରଣ କରିଛି। ଅନ୍ୟପକ୍ଷରେ ପୁଲ୍‌‘ବି’ରେ ଜାପାନ ଲିଗ୍‌ ପର୍ଯ୍ୟାୟରେ ୩ ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିବାବେଳେ ଗୋଟିଏ ମ୍ୟାଚ ଡ୍ର ରଖି ୭ ପଏଣ୍ଟ ପାଇଥିଲା। ଫଳରେ ପୁଲ୍‌ରେ ଆମେରିକା ପଛକୁ ଦ୍ୱିତୀୟ ସ୍ଥାନରେ ରହି କ୍ରସ୍‌ ଓଭର ଖେଳିଥିଲା। ଏହି ପର୍ଯ୍ୟାୟରେ ଦଳ ପୋଲାଣ୍ଡକୁ ୬-୨ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଦଳ ଏପର୍ଯ୍ୟନ୍ତ ୧୩ଟି ଗୋଲ ଦେଇଥିବାବେଳେ ୫ ଗୋଲ ବରଣ କରିଛି। ମେକ୍ସିକୋକୁ ୩-୧ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବା ଜାପାନ ପରେ ଦକ୍ଷିଣ ଆଫ୍ରିକାକୁ ୨-୦ ଗୋଲରେ ହରାଇଥିବାବେଳେ ଆମେରିକା ସହ ୨-୨ ଗୋଲରେ ମ୍ୟାଚ ଡ୍ର ରଖିଥିଲା। ନିକଟ ଅତୀତର ପ୍ରଦର୍ଶନକୁ ଦେଖିଲେ ମସ୍କଟରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ସେମିଫାଇନାଲରେ ଭାରତ ୩-୨ ଗୋଲରେ ଜାପାନକୁ ପରାସ୍ତ କରିଥିଲା। ପୂର୍ବରୁ ପୁଲ୍‌ ପର୍ଯ୍ୟାୟରେ ଦଳ ସମାନ ପ୍ରତିଦ୍ୱନ୍ଦ୍ୱି ବିପକ୍ଷରେ ୯-୦ ଗୋଲରେ ବିଜୟୀ ହୋଇଥିଲା। ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସର ପୁଲ୍‌ ପର୍ଯ୍ୟାୟରେ ମଧ୍ୟ ଭାରତ ୮-୦ ଗୋଲରେ ଜାପାନକୁ ପରାସ୍ତ କରିଥିଲା। ମାତ୍ର ଏହି ପ୍ରତିଯୋଗିତାରେ ଜାପାନ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ତେଣୁ ଆଗାମୀ ମ୍ୟାଚରେ ଉଭୟ ଦଳ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ହେବା ଆଶା କରାଯାଉଛି। ଗତ ତିନୋଟି ମ୍ୟାଚରେ ଭାରତୀୟ ମିଡ୍‌ଫିଲ୍ଡ ଚମତ୍କାର ପ୍ରଦର୍ଶନ କରିଥିବାବେଳେ ଫରଓ୍ବାର୍ଡ ଖେଳାଳିମାନେ ଠିକ୍‌ଭାବେ ଫିନିସିଂ କରିପାରି ନ ଥିବା ଅନୁଭବ କରୁଛନ୍ତି କୋଚ୍‌ ଗ୍ରାହାମ ରିଡ୍‌। ଆକାଶଦୀପ ସିଂଙ୍କୁ ଛାଡ଼ିଦେଲେ ଅନ୍ୟ ଷ୍ଟ୍ରାଇକରମାନେ ସେପରି ପ୍ରଭାବୀ ପ୍ରଦର୍ଶନ କରିପାରି ନାହାନ୍ତି। ମନଦୀପ ସିଂ ଓ ଯୁବ ଗୁରସାହିବଜିତ ସିଂ କିଛି ପରିମାଣରେ ସଫଳ ହୋଇଥିବାବେଳେ ୧ ବର୍ଷ ପରେ ଆହତ ସମସ୍ୟାରୁ ଫେରିଥିବା ରମଣଦୀପ ସିଂ ବିଫଳ ରହିଛନ୍ତି। ସେହିପରି ଭାରତୀୟ ରକ୍ଷଣଭାଗ ସେପରି ବଡ଼ ପରୀକ୍ଷାର ସମ୍ମୁଖୀନ ହୋଇନାହାନ୍ତି। କେବଳ ପୋଲାଣ୍ଡ ବିପକ୍ଷ ମ୍ୟାଚରେ ଏହି ବିଭାଗ କିଛିଟା ଅସୁବିଧାର ସମ୍ମୁଖୀନ ହୋଇଥିଲା। ଦୁଇ ଗୋଲକିପର କ୍ରିଷ୍ଣନ ବାହାଦୂର ପାଠକ ଓ ପି.ଆର. ଶ୍ରୀଜେଶ ମ୍ୟାଚର ଅଧିକାଂଶ ସମୟ ଦେଖଣାହାରୀ ସାଜିଛନ୍ତି। ତେବେ ଶୁକ୍ରବାର ମ୍ୟାଚ ଭିନ୍ନ ଧରଣର ଚ୍ୟାଲେଞ୍ଜ ଆଣିବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓସିଏ ନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ

କଟକ ଅଫିସ,୨୦ା୯- ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ମକର୍ତ୍ତା ନିର୍ବାଚନରେ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରାଯିବ । ଦିନ ସକାଳ ୧୦.୩୦ରୁ ସନ୍ଧ୍ୟା ୫ଟା...

ଆଇପିଏଲ୍‌ ପ୍ରଥମ ଭାଗ ଖେଳିବେନି ଆର୍ଚର

ଅହମଦାବାଦ, ୨୨।୩ (ପି.ଟି.)-ଡାହାଣ କହୁଣିରେ ଆଘାତ ଲାଗିଥିବାରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରଥମ ଭାଗ ଖେଳିବେନି ଇଂଲଣ୍ଡର ଷ୍ଟାର ପେସ୍‌ ବୋଲର ଜୋଫ୍ରା ଆର୍ଚର।...

ଅଳ୍ପ ଦର୍ଶକ ଓ ଜୈବ ସୁରକ୍ଷିତ ପରିବେଶରେ ଅଷ୍ଟ୍ରେଲିଆ ଓପନ୍‌ ଖେଳାଯିବ

ମେଲବୋର୍ନ,୨୫।୭(ଏପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଆୟୋଜନ ନେଇ ଏବେଠାରୁ ଆୟୋଜକମାନେ ଯୋଜନା ସ୍ଥିର କଲେଣି। ଏହି ଟୁର୍ନାମେଣ୍ଟର ଆଗାମୀ ୨୦୨୧ ସଂସ୍କରଣ...

ହନୁମା ବିହାରୀ ‘କ୍ରିକେଟର୍‌ ହତ୍ୟାକାରୀ’

କୋଲକତା,୧୨।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ବିନା ହାର୍‌ ଜିତ୍‌ରେ ଶେଷ ହୋଇଛି। ୪୦୭ ରନ୍‌ର ବିଜୟ ଲକ୍ଷ୍ୟ...

ଅବସର ନେଇ ଧୋନୀ କିଛି କହିନାହାନ୍ତି: କୋହଲି

ମାଞ୍ଚେଷ୍ଟର,୧୧।୭(ପି.ଟି.)- ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ଅବସର ତଥା ତାଙ୍କ ଭବିଷ୍ୟତ ଯୋଜନା ନେଇ କିଛି ସୂଚନା ଦେଇ ନାହାନ୍ତି ବୋଲି ଅଧିନାୟକ ବିରାଟ କୋହଲି...

ଆଉ ଜଣେ ଖେଳାଳି ପଜିଟିଭ୍‌: ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ପ୍ରଥମ ଦିନିକିଆ ସ୍ଥଗିତ

କେପ୍‌ଟାଉନ (ଦକ୍ଷିଣ ଆଫ୍ରିକା), ୫ା୧୨ (ଏପି)-କୋଭିଡ୍‌ ଟେଷ୍ଟରେ ଆଉ ଜଣେ ଖେଳାଳି ପଜିଟିଭ୍‌ ହେବାରୁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ...

ରାଞ୍ଚିକୁ ହରାଇ ରାଉରକେଲା ଚାମ୍ପିୟନ

ବ୍ରଜରାଜନଗର,୧୯।୧: ସ୍ଥାନୀୟ ଆମ୍ବିସନ କ୍ଲବ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ନକ୍‌ଆଉଟ୍‌ କ୍ରିକେଟ ପ୍ରତିଯୋଗିତାର ଅନ୍ତିମ ମ୍ୟାଚ ମଙ୍ଗଳବାର ଜିମଖାନା ରାଉରକେଲା ଏବଂ ରକଅନ୍‌ ରାଞ୍ଚି ମଧ୍ୟରେ...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଟିମ ଇଣ୍ଡିଆର ନୂଆ ଜର୍ସି

ଭୁବନେଶ୍ୱର,୫।୬(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆନ୍ତର୍ଜାତିକ ହକି ଫେହେରେଶନ (ଏଫ୍‌ଆଇଏଚ୍‌) ସିରିଜ ଫାଇନାଲରେ ଭାଗ ନେବାକୁ...

Advertisement


Archives

Model This Week

Why Dharitri