Posted inଖେଳ

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ:ଆମେରିକା-ଜାପାନ ମ୍ୟାଚ ଡ୍ର

ଭୁବନେଶ୍ୱର, ୧୧।୬(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ପୁଲ ‘ବି’ ମ୍ୟାଚରେ ଆମେରିକା ଓ ଜାପାନ ପଏଣ୍ଟ ଭାଗ କରିଛନ୍ତି। ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ୨-୨ ଗୋଲରେ ଡ୍ର ରହିଥିଲା। ଫଳରେ ଉଭୟ ଆମେରିକା ଓ ଜାପାନ ୩ ମ୍ୟାଚରୁ ୨ ବିଜୟ ଓ ୧ ଲେଖାଏ ଡ୍ର ସହ ୭ ପଏଣ୍ଟ ଲେଖାଏ ପାଇ ଲିଗ୍‌ ପର୍ଯ୍ୟାୟ ଶେଷ କରିଛନ୍ତି। ତେବେ ଗୋଲ ବ୍ୟବଧାନରେ ଆମେରିକା ପୁଲ୍‌ରେ ଶୀର୍ଷସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ଦ୍ୱିତୀୟ ସ୍ଥାନୀୟ ଦଳଭାବେ ଜାପାନ କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଏହି ଗ୍ରୁପ୍‌ରୁ ଅନ୍ୟତମ ଦଳଭାବେ ଦକ୍ଷିଣ ଆଫ୍ରିକା ୩ ମ୍ୟାଚରୁ ୧ ବିଜୟ ସହ ୩ ପଏଣ୍ଟ ପାାଇ କ୍ରସ୍‌ ଓଭରରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ମେକ୍ସିକୋ ୩ଟିଯାକ ମ୍ୟାଚରେ ପରାଜିତ ହୋଇଛି। ଏହି ଦଳ ୭-୮ ସ୍ଥାନ ପାଇଁ ପ୍ଲେସିଂ ମ୍ୟାଚ ଖେଳିବ।
ଏସିଆନ ଚାମ୍ପିୟନ ଜାପାନ ପ୍ରଥମାର୍ଦ୍ଧର ଅଧିକାଂଶ ସମୟ ବଲ୍‌କୁ ଆମେରିକା ହାଫ୍‌ରେ ରଖିବାକୁ ସକ୍ଷମ ହୋଇଥିଲା। ଦଳ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ତାହାକୁ ଗୋଲରେ ପରିଣତ କରିପାରି ନ ଥିଲା। ଆମେରିକା ଗୋଲକିପର ଜୋନାଥନ କ୍ଲାଗେସ ଚମତ୍କାର ପ୍ରଦର୍ଶନ କରି ଜାପାନକୁ ଅଗ୍ରଣୀ ହେବାକୁ ଦେଇ ନ ଥିଲେ। ଦ୍ୱିିତୀୟାର୍ଦ୍ଧରେ ଅର୍ଥାତ୍‌ ତୃତୀୟ କ୍ବାର୍ଟର ଶେଷ ଭାଗରେ ଗୋଲ ସ୍କୋରିଂ ଆରମ୍ଭ ହୋଇଥିଲା। ୪୧ତମ ମିନିଟରେ ଆମେରିକାର ଡିଗାନ ହୁଇସମ୍ୟାନ ଫିଲ୍‌ଡ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିବାବେଳେ ଏହାର ୪ ମିନିଟ ପରେ ଅର୍ଥାତ୍‌ ୪୫ତମ ମିନିଟରେ କେନ୍ତା ତାନାକା ଗୋଟିଏ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ଅନ୍ତିମ କ୍ବାର୍ଟରରେ ବିଜୟ ହାସଲ ପାଇଁ ଉଭୟ ଦଳ ଉଦ୍ୟମ କରିଥିଲେ। ୫୧ତମ ମିନିଟରେ ହୁଇସମ୍ୟାନ ଆଉ ଏକ ଗୋଲ ଦେଇ ଦଳକୁ ପୁଣି ଅଗ୍ରଣୀ କରାଇଥିଲେ। ମ୍ୟାଚରେ ଏହା ତାଙ୍କର ଦ୍ୱିତୀୟ ଗୋଲ ଥିଲା। ମାତ୍ର ମ୍ୟାଚ ଶେଷ ହେବାକୁ ୧ ମିନିଟ ଥିବାବେଳେ ଜାପାନକୁ ମିଳିଥିବା ପେନାଲ୍ଟି କର୍ନରକୁ ସୁଗୁରୁ ହୋଶି ଗୋଲରେ ପରିଣତ କରିବାରୁ ମ୍ୟାଚ ୨-୨ ସ୍ଥିତିକୁ ଚାଲି ଆସିଥିଲା। ଅବଶିଷ୍ଟ ୧ ମିନିଟର ଖେଳ କେବଳ ଔପଚାରିକ ହୋଇ ରହି ଯାଇଥିଲା। ଜାପାନର କେନ୍‌ତା ତନକା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ବିଏମସି କମିଶନର ସମର୍ଥ ବର୍ମା ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆସିଗଲା ନାମ! ସୂର୍ଯ୍ୟକୁମାର ଯାଦବଙ୍କ ପରେ, ଏହି ଖେଳାଳି ହେବେ ଟିମ ଇଣ୍ଡିଆର T20 ଅଧିନାୟକ

ନୂଆଦିଲ୍ଲୀ,୧୯।୪: ଭାରତୀୟ କ୍ରିକେଟ ଦଳର ନୂତନ T-20 ଅଧିନାୟକ କିଏ ହେବେ? ସୂର୍ଯ୍ୟକୁମାର ଯାଦବ ଅଧିନାୟକ ପଦ ଛାଡିବା ପରେ – କିମ୍ବା ଯଦି ଭାରତୀୟ ଚୟନକର୍ତ୍ତାମାନେ…

ବିଦେଶୀ ଖେଳାଳିଙ୍କ ମୁଣ୍ଡରେ ଚମକିଲା ଅରେଞ୍ଜ କ୍ୟାପ, ବିରାଟ କୋହଲି ତାଲିକାରେ ସାମିଲ – ଜାଣନ୍ତୁ କିଏ ପର୍ପଲ କ୍ୟାପର ଦାବିଦାର

ନୂଆଦିଲ୍ଲୀ,୧୯।୪: IPL 2026ରେ, ଯେତେବେଳେ ଦଳଗୁଡ଼ିକ ଶୀର୍ଷ ଚାରିରେ ସ୍ଥାନ ପାଇବା ପାଇଁ ଏକ ଭୟଙ୍କର ଲଢ଼େଇରେ ଲିଡରବୋର୍ଡରେ ଅଛନ୍ତି, ବ୍ୟକ୍ତିଗତ ଖେଳାଳିମାନେ ସର୍ବାଧିକ ରନ କରି…

IPL 2026 Points Table: ଚେନ୍ନାଇ ବିପକ୍ଷରେ ବିଜୟ ପରେ ପଏଣ୍ଟ ଟେବୁଲରେ ଲମ୍ଫ ମାରିଲା ହାଇଦ୍ରାବାଦ,ବାଦ ପଡ଼ିବ କି ଏହି ଦଳ?ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୪: ଗତ ଶନିବାର, IPL 2026 ର ୨୭ତମ ଲିଗ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିଲା। ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ…

ଅଗରକରଙ୍କ ବଡ଼ ସଫଳତା, BCCI ଦେବ ବଡ଼ ପୁରସ୍କାର!

ନୂଆଦିଲ୍ଲୀ,୧୯।୪: ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ମିଳିବାକୁ ଯାଉଛି।…

କ୍ରମାଗତ ୫ ପରାଜୟ ପରେ ଖୋଲିବ KKR ର ଭାଗ୍ୟ? ଦଳରେ ସାମିଲ ହେଲେଣି ଏତେ କୋଟି ଟଙ୍କାର ଖେଳାଳି

ନୂଆଦିଲ୍ଲୀ,୧୯।୪: IPL 2026 ରେ ବର୍ତ୍ତମାନ ସୁଦ୍ଧା, କୋଲକାତା ନାଇଟ ରାଇଡର୍ସ (KKR) ଏକମାତ୍ର ଦଳ ଭାବରେ ଏପର୍ଯ୍ୟନ୍ତ ଗୋଟିଏ ବି ବିଜୟ ହାସଲ କରିପାରି ନାହିଁ।…

ଶେଷ ଓଭରରେ ଦିଲ୍ଲୀର ରୋମାଞ୍ଚକ ବିଜୟ

ବେଙ୍ଗାଲୁରୁ,୧୮ା୪: ଡେଭିଡ୍‌ ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଖେଳାଯାଇଥିବା ଏକ ରୋମାଞ୍ଚକ ଆଇପିଏଲ୍‌ ମ୍ୟାଚ୍‌ରେ ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ…

ବାପା ହେଲେ ଷ୍ଟାର ଅଲରାଉଣ୍ଡର ରଶିଦ ଖାନ

ନୂଆଦିଲ୍ଲୀ,୧୮ା୪: ଆଫଗାନିସ୍ତାନ ଓ ଗୁଜରାଟ ଟାଇଟନ୍ସ (ଜିଟି) ଷ୍ଟାର ଅଲରାଉଣ୍ଡର ରଶିଦ ଖାନ ଶନିବାର ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି। ରଶିଦ ସୋସିଆଲ ମିଡିଆରେ ଏକ…

ହଟିବେ ହେଡ କୋଚ?କେଭିନ ପିଟରସନଙ୍କ ବଡ଼ ଦାବି, ମ୍ୟାକକୁଲମ ହେବେ KKRର ପ୍ରଶିକ୍ଷକ

ନୂଆଦିଲ୍ଲୀ,୧୮।୪: କୋଲକାତା ନାଇଟ ରାଇଡର୍ସ (କେକେଆର) ୨୦୨୬ ଆଇପିଏଲ ସିଜିନରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ସଙ୍କଟର ସମ୍ମୁଖୀନ ହେଉଛି। ୧୭ ଏପ୍ରିଲ ଶୁକ୍ରବାର, ଦଳ ଗୁଜୁରାଟ ଟାଇଟାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri